PRABHAS KUMAR MOHAPATRA

Children Stories Comedy

4  

PRABHAS KUMAR MOHAPATRA

Children Stories Comedy

ଆସ ସାଙ୍ଗ ହେଇ ମୂତିବା

ଆସ ସାଙ୍ଗ ହେଇ ମୂତିବା

2 mins
350



ବାଙ୍କା - ପ୍ରତ୍ୟେକ ଦିନ ଉଠି ବାହାରେ ପରିଶ୍ରା କରିବ । (3)

ବାଦଲ - ଆରେ ବିକାଶ ବୁଝିଲୁ ଆମେ ଏଇଠି ସବୁଦିନ ଖେଳୁଛୁ, ପରିଷ୍କାର ରଖୁଛୁ, କିନ୍ତୁ କିଏ ଆସି ପ୍ରତିଦିନ ଏଇଠି ପରିସ୍ରା କରୁଛି ।

ବିକାଶ - ହଁ ହଁ ଆମେ ନଥିଲା ବେଳେ କିଏ ତ ଗୋଟେ ଆମ ଖେଳ ପଡିଆ ରେ ମୁତୁଛି ।


ରୀନା - ଆରେ ପଛରେ ଦେଖିବ କିଏ ପରିସ୍ରା କରୁଛି । କିନ୍ତୁ ଏବେତ ଏଇଠୁ ଚାଲ ଏ ଦୁର୍ଗନ୍ଧରେ ମୁଁ ଆଉ ରହି ପାରିବିନି । ଏ... ବାନ୍ତି କରି ପକେଇବି ।

ରମେଶ /ବିକାଶ /ରୀନା(କଥା ହେବେ )

ରୀନା କହିବ - ଆସନ୍ତା କାଲି ରବିବାର ତ ଅଛି । ଏମିତିରେ ବି ସ୍କୁଲ ଛୁଟି । କାଲି ଦେଖିବା କିଏ ଏଇଠି ମୁତିଛି ।

ରମେଶ - ହଁ ରୀନା ତୁ ଠିକ କହିଲୁ କାଲି କିଏ ମୁତୁଛି ଏଇଠି ପ୍ରଥମେ ଦେଖିବାକୁ ପଡିବ ।

ବିକାଶ - ଖାଲି ଦେଖିବାକୁ ପଡିବନି ବରଂ ଉଚିତ ଶିକ୍ଷା ବି ଦେବାକୁ ପଡିବ । ନଚେତ ମୁତିବା ବନ୍ଦ ହେବ କେମିତି ।


ହଁ ହିଁ 


ସବୁ ଲୁଚିକି ଦେଖିବେ........


ବାଙ୍କ - ପ୍ରତ୍ୟେକ ଦିନ ପରି ଆସି ମୁତିବ....


ସବୁ ଯାଇ କହିବେ - ବାଙ୍କ ଭାଇ ତୁମେ ଏଠି ଜାମରୁବି ପରିସ୍ରା କରନି ।


ରମେଶ - ( ଥବଡେଇ କି କହିବ )ବାଙ୍କ ଭାଇ ମୁଁ... ମୁଁ.. ଆପଣକୁ ରିକୁଏସ୍ଟ କରି କହୁଛି । ତୁମେ ଏଠି ଆଉ ମୁତା ମୁତି କରିବନି ।

ବାଙ୍କ - ବେ ସବୁ ତୁମେ ଯାଉଛ ନା ଦେଖିବ... ଏଡିକି ବକଟେ ପିଲା ମୋତେ ଆସିଲେ ସ୍ଵଛ ଭାରତ ପଢେଇବାକୁ...


ସବୁ କଥା ହେବେ - ଆରେ ବାଙ୍କ ଭାଇ କୁ କହିଲା ବେଳକୁ ସେ ମାନୁନି I ସେ ମାନୁନି କଣ କରିବା..


ରମେଶ (ଥବଡେଇ କହିବ ) ବୁଝିଲ ମୋ ଏ ମୁଣ୍ଡକୁ ଗୋଟେ ବୁଦ୍ଧି ଜୁଟିଛି )

ସମସ୍ତେ କହିବେ କଣ


ରମେଶ - ଶୁଣ ସେ ଆମ ଖେଳ ପଡିଆ ରେ ମୁତୁଛି ନା ଆମେ କଣ କରିବା କହିଲ ଆମେ ତାଙ୍କ ଘର ସାମ୍ନା ରେ ମୁତିବା...

ରୀନା - ଜଦି ସେ ଆମକୁ ବଡେଇ I ନାଇଁ ନାଇଁ ଇଲୋ ବୋଉଲୋ... ମୁଁ ଯିବିନି I


ବିକାଶ - ହଉ ତୁ ନ ଯା ଆମେ ଯିବୁ..


ସବୁ ଯାଇ ମୁତିବେ... ଗୋଟେ ଗୀତ

ବାଜିବ...


ବାଙ୍କ - ଆସି ଦେଖିବ) ଆରେ.. ଆରେ.. ତୁମେ ଏ କଣ କରୁଛ 


ରମେଶ - ମୁତୁଛେ ବାଙ୍କ ଭାଇ... କଣ ଦେଖି ପାରୁନକି...


ବାଙ୍କ କିନ୍ତୁ... କାହିଁକି... ଆରେ ସେତିକି ମୁତରେ.. ଯାଉଛ ନା ଦେଖିବ I


ରମେଶ - ଆହୁରି ମୁତରେ

ବିକାଶ - ଟାଙ୍କି କୁ ପୁରା ଏଇଠି ଖାଲି କରିଦିଅ...


ବାଙ୍କ - ଆରେ ଶୁଣ ଟିକେ ମୋ କଥା..କିନ୍ତୁ ତୁମେ ଏତେ ଜାଗା ପଡିଛି ତୁମ ମାନଙ୍କୁ କଣ ମୋ ଘର ସାମ୍ନା ରେ ମୁତିବାକୁ ଜାଗା ମିଳିଲା...


ରମେଶ - ବା... ବା.. ଙ୍କ ଭାଇ ବୁ ବୁ ବୁଝିଲ... ଆମେ ସେଇ ଦିନରୁ କହି ଅସୁଛେ ଯେ ତୁମେ ସେଇଠି ମୁତ ନି ବୋଲି କିନ୍ତୁ ତୁମେ ମୁତି ଚାଲିଛି...


ରମେଶ - ଏଇ.. ମୁତ ରେ.. କାହାରି ଟାଙ୍କିରେ ଯେମିତି ଟିକେ ବି ପାଣି ରହିବନି.. ସବୁ ଏଇଠି ଆଜି ଢାଳିକି ଯିବା..


ବାଙ୍କ - ଆରେ ଆରେ ରୁହ ରୁହ ମୋର ଭୁଲ ହେଇ ଯାଇଛି I ମୁଁ ଆଉ ସେଇଠି ମୁତିଵିନି... ଏବେ ତ ଯାଅ..


ରମେଶ - ନାଁ ନାଁ ନାଇଁ... ବାଙ୍କ ଭାଇ ଖାଲି ସେଇଠି ନୁହଁ କୁହ.. କେଉଁଠି ପଦାରେ ପରିସ୍ରା କରିବନି କରିବିନି...

ବାଙ୍କ - ତେବେ ମୁଁ କଉଠି କରିବି..


ରମେଶ - କେବଳ ଶୌଚାଳୟ ଓ ପରିସ୍ରା ଗାରରେ...

ବାଙ୍କ - ହଉ ହଉ ମୁଁ ଆଉ ପଦାରେ କରିବିନି ହେଲା ଯେବେବି କରିବି ପରିସ୍ରାଗାର କିମ୍ୱା ଶୌଚାଳୟରେ କରିବି.. ହେଲା ମୋର ଭୁଲ ହେଇ ଯାଇଛି । ଆଉ ସମସ୍ତ ଙ୍କୁ ବି କହୁଛି କେହି ପଦାରେ ପରିସ୍ରା କରନ୍ତୁ ନାହିଁ । ପରିବେଶ ସୁରକ୍ଷା ଅମର ରକ୍ଷା...


ଧନ୍ୟବାଦ ବାଙ୍କ ଭାଇ ଆମ କଥା ରଖିଥିବାରୁ

ପରିବେଶ ସୁରକ୍ଷା ଆମର ଦାୟିତ୍ୱ ।


Rate this content
Log in