STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଆସ ପାଳିବା ନୂଆବର୍ଷ

ଆସ ପାଳିବା ନୂଆବର୍ଷ

3 mins
129


ରାହୁଲ -ଆରେ ରାକେଶ ବୁଝିଲୁ ଆଜି କଣ ଜାଣିଛୁ l

ରାକେଶ - କଣ

ରାହୁଲ - ରାଣୀ ତୁ ଜାଣିଛୁ ଆଜି କଣ

ରାଣୀ - ଆଜି ଏମିତି କଣ କି ଜାଣିବା ନିହାତି ଦରକାର l

ରାହୁଲ - ଆରେ ତମେ ମାନେ ଓଡ଼ିଆ ତ ?

ରାକେଶ /ରାଣୀ - ଏଇ ଏମିତି କଣ କହୁଛୁ ଆମେ ପୁରା ଖାଣ୍ଟି ଓଡ଼ିଆ l କଣ ତୋତେ ଆଧାର card ଦେଖେଇବାକୁ ପଡ଼ିବନା କଣ l

ରାହୁଲ - ହେଲେ ଓଡ଼ିଆ ହେଇ ତେମେ କେମିତି ଜାଣିନ ଆଜି କଣ l

ରାକେଶ - ତୁ ଯଦି ଜାଣିଛୁ କହି ଦଉନୁ ଆଜି କଣ l ଏତେ ବୁଲେଇ ବଙ୍କେଇ ହଉଛୁ କଣ l ନାଁ ନାଁ ତୁ ଜାଣିଛୁ ବୋଲି କଣ ଫୁଟାଣି ମାରୁଛୁ l

ରାହୁଲ - ନାଇଁ ରେ ସେମିତି କଥା ନୁହେଁ.. ହଉ ରାକେଶ କହିଲୁ ଡିସେମ୍ବର 25 କଣ

ରାକେଶ - ବଡ଼ ଦିନ

ରାହୁଲ - ରାଣୀ ତୁ କହିଲୁ ଜାନୁଆରୀ 1 ତାରିଖ କଣ?

ରାଣୀ - ଆରେ ଏଇଟା ଜାଣିନୁ ନୂଆ ବର୍ଷ l ତୁ କହନି ସେ କଥା ନୂଆ ବର୍ଷ ଆସିଲେ କି ମଜା l କେକ କଟା ସାଙ୍ଗକୁ ବାଣ ଫୁଟା କି ମଜା... ତୁ କହନି ଗତ ବର୍ଷ ଯଉ ହେଇଥିଲା ସେ ସବୁ ମୁଁ ଭୁଲି ପାରିବିନି l

ରାହୁଲ - ହଁ ତୁମେ ମାନେ ସେସବୁ ମନେ ରଖିଛ l ମାତ୍ର ଆଜି କଣ ଭୁଲି ଯାଇଛ l

ରାକେଶ - ଆରେ ତୁ ଟିକେ କହି ଦଉନୁ l

ରାହୁଲ - ଆଜି ଓଡ଼ିଆ ନୂଆ ବର୍ଷ l ମୋତେ ଲଜ୍ୟା ଲାଗୁଛି ଯେ ତୁମେ ଓଡ଼ିଆ ହୋଇ ଏସବୁ ଜାଣିନ l


ବିକାଶ - ସତରେ ନା କଣ l ହେଲେ ଆମେ କେମିତି ଜାଣିବା l ପିଲାଟି ଦିନରୁ ତ ବିଦେଶ ରେ ରହି ପାଠ ପଢିଲେ l ତା ପରେ ବି ଏ ବିଷୟରେ କେହି ଆମକୁ କହି ନାହାନ୍ତି l ଆମେ ବର୍ଷରେ ଥରେ ଗାଁ କୁ ଆସୁ ଆଉ ଦିନେ ଦୁଇଦିନ ରହି ଫେରି ଯାଉ l କେହି କହିଲେ ସିନା ଜାଣିବା l

ହଉ ଛାଡ଼ ଆଜି ତୋ ଆମେ ଜାଣିଲେ ନାଁ ହଉ କହ ଆଜି ନୂଆ ବର୍ଷ ଟାକୁ କେମିତି କାଟିବା l କହ ତୋର କଣ ଦରକାର ବିୟର ନା ହୁଇସକି l ଆଉ ରୀନା ତୋର....


ରାହୁଲ - ବାସ ବନ୍ଦ କର ସେସବୁ କଥା l ଏମିତିରେ ବି ମୁଁ ନିଶାଦ୍ରବ୍ୟ ସେବନ କରେନି l ଆଉ ସେମିତିରେ ବି ଆମ ଓଡ଼ିଆ ନୂଆର ପାଳନ ଅଲଗା ପ୍ରକାର l


ରାକେଶ - ମାନେ ମୁଁ ବୁଝି ପାରିଲିନି l


ରାହୁଲ - ଆମ ନୂଆ ବର୍ଷ ପୁରା ନିଆରା ଢଙ୍ଗରେ ହୁଏ l ତୁମେ ମାନେ ବିଦେଶରେ ନୂଆ ବର୍ଷରେ ମଦ ପିଇ zero night celebration କର l କିନ୍ତୁ ଆମର ଟିକେ ଅଲଗା l ଆମେ ନୂଆ ବର୍ଷରେ ମଦ ବଦଳରେ ବେଲ ପଣା ପିଇ ଥାଉ l ଯାହା ଦେହ ପାଇ ବହୁତ ଉପକାରୀ lକିନ୍ତୁ ତୁମେ ମାନେ ତ ମଦ ପିଇ ଥାଅ ଯାହା ଦେହ ପାଇଁ ସମ୍ପୂର୍ଣ୍ଣ କ୍ଷତିକାର l ଆଜିର ଦିନରେ ଆମ ଓଡ଼ିଶାରେ ବେଲ ପଣା ସାଙ୍ଗକୁ ବିଭିନ୍ନ ସ୍ଥାନରେ ନାମ ସଂକୀର୍ତନ ହୋଇଥାଏ l ଆଉ ଆଜିର ଦିନରେ ପୁରାଣ କଥା ଅନୁସାରେ ହନୁମାନ ଜନ୍ମ ହୋଇ ଥିଲେ l ସେଥିପାଇଁ l ଆକୁ ହନୁମାନ ଜୟନ୍ତୀ ବି କୁହାଯାଏ l


ରାକେଶ - ହଉ ଛାଡ଼ ତୁ ଏମିତି କଥା କହି ଆଉ ଆମକୁ ଲଜିତ କରନି l ଆଉ ଏମିତିରେ ବି ତୁ ଆଉ ଏ ନୂଆ ବର୍ଷର ମାହଲଟାକୁ ଆମଠୁ ଛଡେଇ ନେ ନି l ହଉ କହିଲୁ ପଣା କରିବା ପାଇଁ କଣ କଣ ଦରକାର l...


ରାହୁଲ - ସବୁ କଥା ହେବେ କଣ କଣ ଦରକାର.....


ତା ପରେ ପଣା ବନା ହେବ l ମଜା ବି ହବ l


ସତରେ ରାହୁଲ ଓଡ଼ିଆ ନୂଆ ବର୍ଷଟା ସତରେ ନିଆରା l ଆଉ ବେଲ ପଣାର ମଜା ଆହୁରି ନିଆରା.. ସତରେ ଆଜି ପଣା ସଂକ୍ରାନ୍ତି ପାଳନ କରି ଭାରି ଖୁସି ଲାଗିଲା...ଆଉ ନିଜକୁ ଓଡ଼ିଆ ବୋଲି ପୁରା ଫିଲ ହେଲା l.. Thank u ରାହୁଲ ତୁ ଆମକୁ ଏ ସୁଯୋଗ ଟି ଦେଇ ଥିବାରୁ l

ହଉ ଆମେ ଏବେ ଯାଉଛୁ l ଆଉ ତୋତେ କହି ଦେଇ ଯାଉଛୁ l ଆର ବର୍ଷ ନୂଆ ବର୍ଷ ଆଗ ଦିନ ଆମେ ଆସି ପହଂଚି ଯିବା ଆଉ ମିଶିକି l ପାଳିବା l 



Rate this content
Log in

Similar oriya story from Inspirational