PRABHAS KUMAR MOHAPATRA

Drama

3  

PRABHAS KUMAR MOHAPATRA

Drama

ବାମ୍ଫ

ବାମ୍ଫ

4 mins
185


 ମାଆ - ନିଦରୁ ଉଠି ବାସି କାମ ସାରି ପୁଅକୁ ଡାକୁଛି, ରାମୁ... ରାମୁ...ଉଠୁ ସକାଳ ହେଲାଣି ଆଜି କ'ଣ ପାଠ ପଢିବାକୁ ଯିବୁନିକି?

ରାମୁ (ପୁଅ )- (ରାମୁ କହୁଛି )- ମାଆ କାଇଁ ସକାଳୁ ପାଠ ପାଠ ହଉଛୁ କହିଲୁ ଖାଲି ପାଠ ପାଠ , ଟିକେ ଶାନ୍ତିରେ ଶୋଇବାକୁ ଦବୁନିନା କ'ଣ?

ମାଆ- ଉଠିବୁ ନା ନାଇଁ କହିଲୁ?

ରାମୁ - ଟିକେ ଶୋଇବାକୁ ଦେ ନା କାଇଁ ସକାଳ ଟାରେ ମୋ ପଛରେ ଲାଗିଛୁ କହିଲୁ l

 ମାଆ - (ସିଧା ଆସି ପାଣି ଢାଳି ଦେବ) 

 ରାମୁ - ତୁ ଏ କଣ କଲୁ ମା କହିଲୁ, ମୋ ସୁନ୍ଦର ନିଦଟା ଭାଙ୍ଗିଦେଲୁନା l   

ମାଆ - ଯାଉଛୁ ନା ଦେଖିବୁ ଆଉ ବାଲଟିଏ ପାଣି ଆଣି ଢାଳିଦିବି l    

 ରାମୁ - ଯାଉଛି ଯାଉଛି ଖାଲି ପାଠ ପାଠ ପାଠ l ଶାନ୍ତିରେ ଟିକେ ବସିବାକୁ କି ଶୋଇବାକୁ ଦେଉନାହାନ୍ତି ( ବହି ଧରି ରାମୁ ଧାଇଁବ ପାଠ ପଢିବାକୁ )

ଗାଁର ପୋଡ଼ସୀ (ନା ତାଙ୍କ ହରିବାବୁ ଡାକ ପକାଇବେ ) -ଅହଃ ରାମୁର ମା କୁଆଡେ ଗଲ ଶୁଣୁଛ ନା ନାଇଁମ l

 ମାଆ - କିଏ ଯାଉଛି ଯାଉଛି ଟିକେ ରୁହ l ଆରେ ହରିବାକୁ ଆପଣ ବସନ୍ତୁ l ଚା ପିଇବନା ସର୍ବତ ପିଇବ କୁହ ଏତେ ଦିନ ହେଲ ଆପଣଙ୍କ ଆଉ ଦେଖା ସାକ୍ଷାତ ନାହିଁ କଥା କଣ କୁଆଡେ ହଜି ଯାଇଥିଲ ନା କଣ l

 ହରିବାବୁ - ନାଇଁମ ରାମୁର ମାଆ ସେଇଆ ନୁହେଁ କଥା କଣ କି ଝିଅଟାର. ବାହାଘର ଟା ଠିକ ହେଇଛି l ଆଜି ତାର ବାହାଘର. ଏକା ଲୋକ କଣ କରିବି କୁହ ସବୁ କାମ ଏକା ବୁଝିଲା ବେଳକୁ ବେଳ କାହିଁଯେ ଦେଖା ଦେବି l

   ମାଆ - ହଉ ହଉ ଭଲ ହେଲା ବଢିଲା ଝିଅଟାର ବାହାଘର ଜୁଟିଗଲା l ହାତକୁ ଦି ହାତ କରିଦେଲେ. ଗୋଟେ କାମ ସରିବ l

 ହରିବାବୁ - ହଁ ସେଇଆ ନୁହେଁ ଆଉ କଣ l ହଉ ଶୁଣ ସନ୍ଧ୍ୟାରେ ମାଆ ପୁଅ ଦୁହେଁ ମିଶି ଆମ ଘରକୁ ଯିବ l ମନେ କରି ଯିବ ରାମୁର ମାଆ ଜମାରୁ ଭୁଲିବନି l

 ରାମୁର ମାଆ - ହଉ ହଉ ଆପଣ ଯାନ୍ତୁ ଆମେ ଯିବୁ l      ରାମୁ -( ପାଠ ପଢି ଆସିଲା ଘରକୁ ) ମାଆ ମାଆ ଖାଇବାକୁ ଦେଲୁ କଣ ଭୋକ ଲାଗିଲାନି l

ମାଆ- ଆରେ ରାମୁ ଟିକେ ରହିଯା,ଏବେ ହରିମଉସା ଆସିଥିଲେ ଡାକିବାକୁ ତାଙ୍କ ଝିଅର ବାହାଘର ଆଜି ଚାଲିଯିବୁ. ବହୁତ ବାଧ୍ୟ୍ୟ କରି ଯାଇଛନ୍ତି ସେ l  

 ହରି- ହଁ ବଉ ମୋ ସାଙ୍ଗ ଶ୍ୟାମ କହୁଥିଲା ତାଙ୍କ ଘରେବି ଡାକିଛନ୍ତି ପରା l ତେବେ ଆମେ ଦୁହେଁ ମିଶି ପଳେଇବା ଆଉ l ହଉ ବଉ ମୁଁ ଯାଉଛି

ହରି /ଶ୍ୟାମ - ଦୁହେଁ ଚାଲିରେ ଭୋଜି ଖାଇବାକୁ  

 ଶ୍ୟାମ - ହରି କହିଲୁ ଆଜି ତୁ କଣ ଖାଇବୁ. 

ହରି - ଆଜି ମୁଁ କଣ ଛାଡ଼ିବି ନାଦି ଦେବୀନା ଛେଳି ମାଉଁସ କୁ କ୍ଷୀରି ତରକାରୀ, ନାଦି ଦେବି l ଆଉ ତୁ   

ଶ୍ୟାମ - ମୁଁ ଖାଇଥାନ୍ତି ଯେ ମାଆ ପରା ମନା କରିଛି ତୁ ତେଲ ମସଲା ଖାଦ୍ୟ ଖାଇବୁନି l ମୁଁ ଯେତେ କହିଲି. ସେ ମନା କଲା. I ଆଉ ଶେଷରେ କହିଲା ଆଜି ପରା ସୋମବାର ତୁ ଆଇଁସ ଯଦି ଖାଇବୁ ତେବେ ଶିବ ତୋ ଉପରେ ରାଗିଯିବେ l ତୁ ତ ଜାଣିଛୁ ମୁଁ ଶିବଙ୍କୁ କେତେ ଭଲ ପାଏ l

ରାମୁ - ତୁ ଆଜି ନ ଖା ମୁଁ କିନ୍ତୁ ନାଦି ଦେବି lଦୁହେଁ ଖାଇଲେ  ରାମୁ - ଆରେ. ଶ୍ୟାମ କଣ ହେଇଥିଲା ଖାଇବା ଗୁଡା କହିଲୁ ପୁରା ଏକ ନୁମ୍ବର ମୁଁ ନାଦି ଦେଲି l ଦେଖୁନୁ ମୋ ପେଟଟା କେମିତି ମୁରା ଢୋଲ ପାଲଟି ଯାଇଛି. ତୁ ତ ଶିବଙ୍କ ପରମ ଭକ୍ତ. I ମୁଁ କିନ୍ତୁ ତ ନା କହି ତ ଭାଗଟାକୁ ବି ନାଦି ଦେଇଛି. 

ଶ୍ୟାମ - ତୁ କଣ ଛାଡ଼ିବୁ. ତୁ ପରା ଛେଳି ପୁଣ୍ଟି ଦେଇଦେଲି ଖାଇଦେବୁ l ହଉ ଚାଲ ଚାଲ. ସେପଟେ ଡେରି ହେଲାଣି ଘରେ ନହେଲେ ଛାଟ ପଡିଲେ ସବୁ ଖାଦ୍ୟ ତୋର ହଜମ ହେଇ ଯିବ l.  

 ରାମୁ - ଶୁଇ ଘୁଙ୍ଗୁଡ଼ି ମାରୁଥିବ ତା ପରେ ପେଟ କାଟିବା ଆରମ୍ଭ., ଅହଃ ଆଃ ଉ, ବୋଉଲୋ ମୋ ପେଟ, ମୋ ପେଟ ଗାମୁଛା କାଇଁ, ନାଇଁ ଆଉ ସମ୍ଭାଳି ପାରିବିନି ପେଣ୍ଟ ମିଶା ଚାଲିଲି l ଓଃ କି ଶାନ୍ତି l ପୁଣି କଣ ପେଟ କାଟିଲା ଏମିତି ଛଅ ଥର ଧାଇଁବ ଆସିବ lଆଉ ଉଠି ବସି ପାରିବାନି ରାମୁ ବାଡ଼ି ପଛ ପିଣ୍ଡାରେ ଶୋଇ ପଡିବ

  ମାଆ ସକାଳୁ ଉଠି ଦେଖେ - କିଏ କୁଆଡେ ଅଛ ଧାଇଁ ଆସରେ ମୋ ରାମୁ ର କଣ ହେଇ ଗାଲରେ l

ଗାଁ ପୋଡ଼ସୀ - ଆରେ କଣ ହେଇଛି ଏତେ ଜୋର କାଇଁ ରଡି କରୁଛ l. 

 ରାମୁର ମାଆ - ସକାଳୁ ଉଠି ଦେଖେତ ରାମୁ ଏଇଠି ଶୋଇଛି. ଡାକିଲେବି ଶୁଣିନି l. 

ପୋଡ଼ସୀ - ଆରେ ଡାକ୍ତର ଡାକରେ!   

 ଡାକ୍ତର - ଆସି ଦେଖନ୍ତି. ଆଉ ଇଞ୍ଜେକ୍ସନ ଦିଅନ୍ତି l ଚେତା ଆସିଲା, କାଲି ସେ କଣ . ଖାଇଥିଲା

 ରାମୁର ମାଆ - ସେ କାଲି ଭୋଜି ଖାଇବାକୁ ଯାଇଥିଲା l

ଶ୍ୟାମ - ମାଉସୀ କାଲି ରାମୁ ନା ନାଦି କି ଛେଳି ମାଉଁସ ଖାଇଥିଲା ବଧେ ସେଇଥି ପାଇଁ ତାର ଏମିତି ଅବସ୍ଥା l ମୋ ବଉ ଠିକ କହୁଥିଲା ଯେ ତେଲ ମସଲା ଖାଇବୁନି ଆଉ. ଯାହା ହଉ ମୁଁ ବଂଚିଗଲି ନଚେତ ବାମ୍ଫ ନେଇଥାନ୍ତି ଆଉ...


 ଡାକ୍ତର - ଆଛା. ତାର ଫୁଡ ରିଏକ୍ସନ ହୋଛି. ବେସ୍ତ ହବାର କିଛି ନାହିଁ ମୁଁ ମେଡ଼ିସିନ ଲେଖି ଦଉଛି ଖାଇଦେବ ସବୁ ଠିକ ହେଇଯିବ l. ରାମୁ. ତୁମେ ସମସ୍ତେ. ଏମିତି ଭୁଲ କେବେ କରିବନି. ସର୍ବଦା ତେଲ, ମସଲା, ଫାଷ୍ଟ ପୁଡ ଖାଦ୍ୟ ଠାରୁ ଦୁରେଇ ରହିବ. ସନ୍ତୁଳିତ ପୋଷକ ଯୁକ୍ତ ଖାଦ୍ୟ ଖାଇବ l ଠିକ ସମୟରେ ଠିକ କାମ କରିବ l ହେଲା ରାମୁ ମୁଁ ତେବେ ଆସୁଛି l    ହରି, ଶ୍ୟାମ ଓ ମାଆ - ହଁ ଆଜ୍ଞା ଆପଣ ମାନେ ଦେଖିଲେତ କେମିତି ତେଲ ମସଲା ଯୁକ୍ତ ଖାଦ୍ୟ ଖାଇ ଦେହ ଖରାପ ହେଲା ତେଣୁ ନିବେଦନ ଆପଣ ମାନେ ସୁଷମ ଖାଦ୍ୟ ଖାନ୍ତୁ, ସୁସ୍ଥ ନିରୋଗ ନିରାମୟ ଜୀବନ ଜିଅନ୍ତୁ ଆଉ ଠିକ ସମୟରେ ଠିକ କାମ କରନ୍ତୁ କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ l ନଚେତ ରାମୁ ଭଳି ନେବ ବାମ୍ଫ ।


Rate this content
Log in

Similar oriya story from Drama