STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ସାଥିଟିଏ ଏପରି!..

ସାଥିଟିଏ ଏପରି!..

3 mins
20

ଜୀବନରେ ଅନେକ ସାଥି ଆସନ୍ତି, କିନ୍ତୁ ସେ ମଧ୍ୟରୁ କିଛି ଏମିତି ସାଥି ଥାନ୍ତି ସେ ସବୁଠୁ ନିଆରା l ଯାହା ଙ୍କ ପାଖରେ ପ୍ରେମ, ଭଲ ପାଇବା, ସେହ୍ନ, ଅଭିମାନ, ରାଗ, ରୂଷା,ସବୁ ଥାଇବି ସେ କେବେ ଛାଡି ନଥାନ୍ତି ସାଥିର ହାତ! I ନିଜ ସାଥି ପାଇଁ ସହି ପାରନ୍ତି ଅନ୍ୟ ଠାରୁ କଟୁ ମନ୍ତବ୍ୟ କିନ୍ତୁ ଛାଡି ନଥାନ୍ତି ସାଥିର ହାତ... I ସେମିତି ଏକ ସାଥି ଯିଏକି ନିଜ ସାଥି ପାଇଁ ସହିଛି କଟୁ ମନ୍ତବ୍ୟ, ହାସ୍ୟାସ୍ପଦ, ଆଉ ଅପେକ୍ଷା କରିଛି ମଧ୍ୟ ସାଥିର ଆସିବା ବାଟକୁ ସେ ମୋ ସାଥି... ଦିନକର ଘଟଣା କଲେଜରେ ଅନୁଷ୍ଠିତ ହୋଇଥାଏ ବାର୍ଷିକ ଉତ୍ସବ ଉତ୍ସବ ରେ ମୁଁ ଡ୍ରାମାରେ ଭାଗ ନେଇଥାଏ ଯାହାକି ମୋ ଦ୍ୱାରା ନିର୍ଦ୍ଦେଶିତ ଓ ରଚିତ l ମୋର ଚରିତ୍ର ଥାଏ ପୋଲିସ ଅଫିସର ଆଉ ଯେହେତୁ ଡ୍ରାମା ଟି କଲେଜ ଖେଳ ପଡିଆ ମୁକ୍ତ ଆକାଶ ତଳେ ହେଉଥିଲା ତେଣୁ ମୁଁ ମୋର ସାଥି କୁ କହିଥିଲି ଗୋଟିଏ ଚେୟାର ମୁଁ ମଞ୍ଚକୁ ପ୍ରବେଶ କରିବା ମାତ୍ରେ ନେଇ ରଖି ଦେବା ପାଇଁ, ଆଉ ସେଇଆ ମଧ୍ୟ ହୋଇଥିଲା ସେ ନେଇ ଚେୟାର ରଖି ଦେଲା l ମାତ୍ର କିଛି ଅସାମାଜିକ ଦୁଷ୍ଟ ସ୍ଵଭାଵର ପିଲା ତାଙ୍କୁ କିଛି କଟୁ ମନ୍ତବ୍ୟ କହି ହସିଥିଲେ l କିନ୍ତୁ ସେ ତାଙ୍କୁ ଏକାନ ରେ ପୁରେଇ ସେ କାନ ରେ ବାହାର କରିଦେଇଥିଲା ଏମିତି ସାଥି ଟେ ସେ... ଆଉ ଗୋଟିଏ ଦିନର କଥା ଯେତେବେଳେ ଆମେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ହୋଇଥିଲୁ ସେତେବେଳେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ କରିବା ପାଇଁ ପ୍ରଥମ ଥର କଲେଜ ରେ ଏକ ସ୍ୱାଗତ ସମ୍ବୋର୍ଦ୍ଧନା କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଥିଲୁ l ଆଉ ମୁଁ ଏକ ସ୍ୱାଗତ ଗୀତ ଲେଖିଥିଲି ଯାହା ଶିକ୍ଷକ ଙ୍କ ଦ୍ୱାରା ମଧ୍ୟ୍ୟ ଆଦୃତ ହୋଇଥିଲା କିନ୍ତୁ ତା ପରେ କଥା ଥିଲା ଯେ ସେ ଗୀତ ଟିକୁ ଗାଇବ କିଏ କିନ୍ତୁ ମୁଁ ସାଙ୍ଗେ ସାଙ୍ଗେ ମୋର ଚାରି ପାଞ୍ଚ ଜଣ ସାଙ୍ଗ ସହ ୟା ନାମ ମଧ୍ୟ ଦେଇ ଦେଇଥିଲି l କିନ୍ତୁ ମୁଁ ଜାଣି ନଥିଲି ସେ ଗୀତ ଗାଇ ପାରେ ନାହିଁ! ଉତ୍ତମ ଛାତ୍ରୀ କିନ୍ତୁ.., ଯେତେବେଳେ ଶିକ୍ଷକ ମୁଁ ଦେଇଥିବା ନାମ ପିଲାଙ୍କୁ ଗୀତ ଗାଇବାକୁ କହିଲେ ସମସ୍ତେ ଗାଉ ଥାନ୍ତି l ସେ କିନ୍ତୁ ମନା କରୁଥାଏ କିନ୍ତୁ ମୁଁ ତାଙ୍କୁ ବାରମ୍ବାର ବାଧ୍ୟ୍ୟ କରୁଥାଏ କି ହଁ ତୁ ଗାଇବୁ ତୁ ଗା.. ଆଉ ତା ସମୟ ମଧ୍ୟ୍ୟ ଆସିଗଲା ସେ ମୋ କଥା ମାନି ଗାଇଲା ସିନା କିନ୍ତୁ ଅନ୍ୟ ସାଙ୍ଗ ପରି ଗୀତରେ ତାଳରେ ଗାଇ ପାରିଲାନି l କିଛି ସମୟ ମୋ ଉପରେ ଅଭିମାନ କଲା ତୁ କାହିଁକି ମୋତେ ନ ଜଣେଇ ମୋ ନା.. ଦେଇ ଦେଲୁ... କିନ୍ତୁ ଯଦି ସେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ତେବେ ତା ପଛରେ ସବୁବେଳେ ତାର ହାତ ଥିଲା.. ଏମିତି ସାଥି ଟେ ସେ କେବେ ହାତ ଛାଡି ନାହିଁ.. ଆଉ ଏକ ଦିନରେ ଘଟଣା ଥରେ ଦର୍ଶନ ଶାସ୍ତ୍ର ବିଷୟ ର କୌଣସି ଏକ ଅଧ୍ୟ୍ୟାୟର ବିଷୟ ବସ୍ତୁ ବୁଝିବାର ଥିଲା ସେଥିପାଇଁ ଆମେ ପୂର୍ବଦିନ କଥା ହୋଇଥିଲୁ ଅଧ୍ୟାପିକା ନିକଟକୁ ବୁଝିବାକୁ ଯିବୁ ବୋଲି ତାହା ହିଁ ହେଲା ତା ପରଦିନ ସକାଳେ ଆମେ ବୁଝିବାକୁ ଯାଇଥିଲୁ କିନ୍ତୁ ତା ପୂର୍ବ ଦିନ ରାତିରେ ପ୍ରଚୁର ବର୍ଷା ହୋଇଥିଲା ଯାହା ଫଳରେ ମୁଁ ଯେଉଁ ରାସ୍ତା ଦେଇ କଲେଜ କୁ ଆସେ ସେ ଅସ୍ଥାୟୀ ରାସ୍ତା ଟି ପାଣି ସୁଅରେ ଭାଙ୍ଗି ଯାଇଥିଲା l ସେଥିପାଇଁ ମୋତେ ଦଶ କିଲୋମିଟର ବୁଲି ଯିବାକୁ ପଡିଥିଲା l କିନ୍ତୁ କଥା ଥିଲା ଯେ ସେ ଅଧ୍ୟାପିକା ଙ୍କ ଠାରୁ ପାଠ ବୁଝି ସାରି ଘରକୁ ଯିବ କାରଣ ଆଗକୁ କୌଣସି ଏକ ଛୁଟି ଥିଲା ଆଉ ତାଙ୍କ ଗାଁ କୁ ଯିବାକୁ ଗୋଟିଏ ବସ ଥାଏ ସେ ସମୟରେ.., ମୁଁ ସବୁବେଳେ କହିଥିବା ସମୟ ଅନୁସାରେ ପହଂଚି ଯାଏ ମାତ୍ର ଆଜି ନ ପହଂଚିବା କାରଣରୁ ସେ ବେସ୍ତ ହେଲେ ମଧ୍ୟ ଅଧ୍ୟାପିକା ଙ୍କ ନିକଟକୁ ନ ଯାଇ ସେମିତି ଛିଡା ହୋଇ ଚାହିଁଥାଏ ମୋ ଆସିବା ବାଟକୁ ଆଉ ମୁଁ ଯେତେବେଳେ ପହଞ୍ଚେ ସେ ଆଉ କିଛି ନ କହି କହିଲା ଚାଲ ଜଲ୍ଦି ଆମେ ପାଠ ବୁଝିବାକୁ ଯିବା, ଆଉ ସେ ମୋତେ କହିବାକୁ ବି ସୁଯୋଗ ଦେଲନି ବୋଧ ହୁଏ ସେ ଜାଣିଥିଲା କିଛି ଗୋଟିଏ ଅସୁବିଧା ହୋଇଥିବ.. ଆଉ ପାଠ ବୁଝି ସାରି ସେ ଗାଁ କୁ ଗଲା ଆଉ ମୁଁ ଘରକୁ..ଏମିତିବି ଅପେକ୍ଷା କରି ପାରନ୍ତି ସାଥି... ଏମିତି ସାଥି ସତରେ ସାଥିଟିଏ ଏପରି ହିଁ ହୋଇଥାନ୍ତି!..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational