Prabhas Kumar mohapatra

Inspirational

4.0  

Prabhas Kumar mohapatra

Inspirational

କିଏ ମାଲିକ ?

କିଏ ମାଲିକ ?

1 min
249



ଗ୍ରୀକ୍ ଦେଶରେ ଗୋଟିଏ ସମ୍ଭ୍ରାନ୍ତ ଓ କୁଳୀନ ପରିବାରରେ ଜଣେ ଶିଶୁ ଜନ୍ମ ନେଇଥିଲେ ଯେ କି କାଳକ୍ରମରେ ଦାର୍ଶନିକ ଡିଓଜିନସ୍ ନାମରେ ପରିଚିତ ଥିଲେ l ଦିନକର ଘଟଣା ସେ ନିଜର ସମସ୍ତ ସ୍ଥାଵର ଆସ୍ଥାଵର ସମ୍ପତି, ସୁଖ ସ୍ୱାଛନ୍ଦ୍ୟକୁ ଛାଡି ଦାରିଦ୍ରକୁ ବରଣ କରି ଗୋଟିଏ ନଦୀ କୂଳରେ କୁଡ଼ିଆଟିଏ କରି ବସବାସ କରିବାକୁ ଲାଗିଲେ l ଯେହେତୁ ସେ ଜଣେ ସମ୍ଭ୍ରାନ୍ତ ଧନୀକ ଘରେ ଜନ୍ମ ଗ୍ରହଣ କରିଥିଲେ l ପିଲାଟି ଦିନରୁ କିଛି କାମ ନକରି ଆନନ୍ଦ ଉଲ୍ଲାସରେ ଜୀବନ ବିତାଉ ଥିଲେ l ଯେହେତୁ ସେ କିଛି କାମ ଶିଖି ନଥିଲେ ସେଥିପାଇଁ ସେ ସାଙ୍ଗରେ ଜଣେ ଚାକରକୁ ନେଇ ଆସିଥିଲେ l ଚାକରଟି ମାଲିକର ସବୁ କାମ କରୁଥିଲା l ମାଲିକ ବୋଲି ମଧ୍ୟ ସର୍ବଦା ସମ୍ବୋଧନ କରୁଥିଲା l

   ଆଉ ଏକ ଦିନର ଘାଟଣ ଚାକରଟି ଦିନେ ଦାର୍ଶନିକ ଡିଓଜିନସ୍ ଙ୍କୁ ଛାଡି ଚାଲିଗଲା l ଦାର୍ଶନିକ ପ୍ରଥମେ ଏକାକୀ କାରଣରୁ ବିଚଳିତ ହୋଇଗଲେ l ମାତ୍ର ତାଙ୍କ ସାହସ ମନରେ ଗୋଟିଏ ନୂଆ ଭାବନା ଉଦ୍ରେକ କଲା l ସେ ନିଜେ ମନେମନେ ଭାବିଲେ, ମୋ ଦାସ (ଚାକର ) ଟି ତ ମୋତେ ମାଲିକ ବୋଲି ସମ୍ବୋଧନ କରୁଥିଲା କିନ୍ତୁ ପ୍ରକୃତରେ ବିଚାର କଲେ ମୁଁ ତାର ଦାସ l ସେ ବରଂ ମୋର ମାଲିକ ଥିଲା l କାରଣ ମୋ ବିନା ନିଜେ ଜିଇ ପାରୁଥିଲା l ଆଉ ଜିଇ ପାରିବ ବୋଲି ମଧ୍ୟ ମୋତେ ଛାଡି ଦେଇ ଚାଲିଗଲା l ତେଣୁ ସେ ମୋ ଉପରେ କଦାପି ନିର୍ଭରଶୀଳ ନୁହେଁ l ଅଥଚ ମୁଁ ତା ବିନା କ୍ଷଣଟେ ଚଳି ନ ପାରିବା ପରି ମନେ ହେଉଛି l ମୁଁ ତା ଉପରେ ନିର୍ଭରଶୀଳ, ତା'ର ଅର୍ଥ ମୁଁ ତାର ଅଧୀନ l

     

     ଏହା ପରେ ଦାର୍ଶନିକ ମନରେ ଥିବା ସବୁ ବିଚଳିତ ଭାବ ଉଭେଇ ଗଲା l ସେ ଏବେ ନିଜକୁ ନିଜେ ଭାବିଲେ ଯେ ଆଜିଠୁ କାହାରି ଉପରେ ନିର୍ଭର ନ କରି ଏକାକି ନିଜେ ଚଳିବେ l ସେ ପ୍ରକୃତରେ ଜଣେ ମାଲିକ ହେବେ l ଆଉ ଶେଷରେ ନିଜେ ବୁଝିପାରିଲେ ଯେ ଆଜି ପର୍ଯ୍ୟନ୍ତ ସେ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ମାନେ ଶହଶହ ଚାକର ଉପରେ ନିର୍ଭରଶୀଳ ଥିଲେ l ତେଣୁ ସେମାନେ ପ୍ରକୃତରେ ମାଲିକ ନ ଥିଲେ, ବରଂ ଦାସ ହିଁ ଥିଲେ l


    ତେଣୁ ଯେଉଁ ମାନେ ଯେଉଁଠି ବି କାମ କରୁଥାନ୍ତୁ ନା କାହିଁକି l ନିଜକୁ ଚାକର ଭାବନ୍ତୁନି କି କାହାରି କଥାକୁ ଭୁଖେପ କରନ୍ତୁ ନି, ବରଂ ମାଲିକ ଭାବି କାମ କରନ୍ତୁ l କାରଣ ତୁମ ବିନା ସେ ଘର ହେଉ ଅବା କାର୍ଯ୍ୟାଳୟ ସବୁ ଅଚଳ l 


Rate this content
Log in

Similar oriya story from Inspirational