PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ମଦ ପିଉଛି ଝିଅ

ମଦ ପିଉଛି ଝିଅ

2 mins
136


କାହାଣୀଟି କେଉଁଠୁ ଆରମ୍ଭ କେଉଁଠି ଶେଷ ନା ଲେଖକ ଜାଣିଛନ୍ତି ନା କେହି ଜାଣିଛନ୍ତି l ତଥାପି କାହାଣୀଟିର ଶୀର୍ଷକ ଆପଣଙ୍କ ପାଖରେ ଦୃଷ୍ଟି ଆଗରେ l


    ସମାଜ ଉଭୟ ପୁରୁଷ ଓ ନାରୀଙ୍କୁ ନେଇ ଗଠିତ l ଆମେ ଅତୀତରୁ ଏଯାବତ କେବଳ ହିଁ କେବଳ ଶୁଣି ଆସୁଥିଲୁ କି ପୁରୁଷ ମାନେ ମଦ ପିଇଥାନ୍ତି, ମାତ୍ର ଆଜି ଆପଣ ଏହି କାହାଣୀରେ ଦେଖିବାକୁ ପାଇବେ ଜଣେ ଶିକ୍ଷିତା ଯୁବତୀ କିପରି ମଦ ପିଉଛି l


ଝିଅଟିର ନା ପ୍ରିୟା । ଅତି ସୁନ୍ଦର ପିଲାଟି,ଶିକ୍ଷିତା ମଧ୍ୟ, ସମୟ ଗତିପଥରେ ଧୀରେ ଧୀରେ ବଡ଼ ହେଲା ପାଠ ସାଠ ପଢି ମଣିଷ ମଧ୍ୟ ହେଲା l ହଁ କାଳ କର୍ମରେ ଚାକିରୀ ମଧ୍ୟ କଲା l ସବୁ ଠିକ ଠାକ ତାର ଚାଲିଥାଏ l ବେଶ ଖୁସିରେ ବି ସେ ରହିଥାଏ l ମାତ୍ର ଯେଉଁ ପିଲାଟି ଦିନେ ଗୁଟୁକା, ପାନ,ବିଡି ଖଇନି,ସିଗାରେଟ ଖାଇବାତ ଦୂରର କଥା ତା ପାଖକୁ ମଧ୍ୟ ଯାଉନଥିଲା କିନ୍ତୁ ଆଜି ସେ ନିଶା ଦ୍ରବ୍ୟର ଅତି ନିକଟତର l ଏବେ ଏବେ ନୂଆ ନୂଆ ସାଙ୍ଗ ସାଥୀ ଗହଣରେ ସେ ମଦ ବୋତଲରୁ ମଦ କାଢି ଗୋଟେ ପରେ ଗୋଟେ ଗ୍ଲାସ ମଦ ପିଇ ଚାଲିଛି l ଆଉ ଆପଣ ମାନେ ନିଶ୍ଚିତ ଅନୁଭବ କରିପାରୁଥିବେ ମଦ ପିଇବା ପରର ଅବସ୍ଥା କଣ ହୋଇଥାଏ l ଅନେକ ମଦୁଆ ମଦ ପିଇଲେ ତାଙ୍କ ପାଟିରୁ ପ୍ରଥମେ ସଂସ୍କୃତ ଭାଷାରେ ଶବ୍ଦ ବାହାରି ଥାଏ l ଆଉ କିଏ ଝୁଲି ଝୁଲି ବାଟରେ ଚାଲିଥାଏ l ହଁ ଆଜ୍ଞା ଆଉ ଯେଉଁମାନେ ମଦକୁ ଅତି ମାତ୍ରାରେ ଭଲ ପାଇ ପିଇଥାନ୍ତି l ସେମାଙ୍କୁ ମଦ ଆନନ୍ଦରେ ରାସ୍ତାକଡରେ, ଗଛତଳେ,ଭୂଇଁ ଉପରେ ଶୋଇ ଦେଇଥାଏ l ମାତ୍ର ଏ କାହାଣୀରେ ସେ ଝିଅଟି କେଉଁ ଅବସ୍ଥା ଦେଇ ଏବେ ଗତି କରୁଥିବ ସେକଥା ତାଠୁ ଅଧିକ କେହି ଜାଣି ନଥିବେ lସତରେ ଏଥିପାଇଁ ଦାୟୀ କିଏ ସେ ନିଜେ ନା ତା ସାଙ୍ଗରେ ମିଶୁଥିବା ତା ସାଙ୍ଗମାନେ l ନା ଏ ସମୟ ଦାୟୀ... l ଯେଉଁ ଝିଅ ଅତୀତରେ ମଦ ପାଖକୁ ଜମାରୁ ଯାଉନଥିଲା l କିନ୍ତୁ ବର୍ତ୍ତମାନ ସମୟରେ ସେ ମଦର ଏତେ ନିକଟତର ହେଲା କେମିତି ? ଦିନେ ଯିଏ ମଦ, ଗୁଟକା, ସିଗାରେଟ ଅନ୍ୟକୁ ଖାଇବାକୁ ମନା କରୁଥିଲା ଆଜି ସେ ମଦ ପିଇ ପାରିଲା କେମିତି! ଆଚର୍ଯ୍ୟ ଲାଗିଲେ ବି କଥାଟି ସତ l ମଦ ପିଉଛି ଝିଅ....!


Rate this content
Log in

Similar oriya story from Inspirational