PRABHAS KUMAR MOHAPATRA

Drama

3  

PRABHAS KUMAR MOHAPATRA

Drama

ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁ

ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁ

6 mins
200



କାହାଣୀଟିର ଚରିତ୍ରମାନେ ହେଉଛନ୍ତି ବାପା, ମା, ଭାଇ, ଭଉଣୀ, ଶିକ୍ଷକ,ମୁଢିଖିଆ ଜେଜ ଓ ସାଙ୍ଗ l


ଚରିତ୍ର ମାନଙ୍କ ନାମ


ପୁଅ ଟିର ନାମ - ବିକାଶ

ଝିଅ ଟିର ନାମ - ମୀରା

ଜେଜ ଙ୍କ ନାମ - ମୁଢି ଖିଆ 

ସାଙ୍ଗର ନାମ - ଅବିନାଶ

କାହାଣୀ ଟିର ଆରମ୍ଭ ହୁଏ ବଡି ଭୋର ରୁ


ବିକାଶ / ମୀରା - (ନିଦରୁ ଉଠି )କରାଗ୍ରେ ବାସତେ ଲକ୍ଷ୍ମୀ, କର ମଧେ ସରସ୍ବତୀ, କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ l 

ପ୍ରାର୍ଥନା କରି ସାରି ବିକାଶ ଓ ମୀରା ମୁଣ୍ଡିଆ ମରିବେ ମା କୁ l 


ମା - ହଉ ହେଲା ତୁମେ ଦୁହେଁ ନିଈତି ଉଠି ପ୍ରଥମେ ମୋତେ ମୁଣ୍ଡିଆ ମାରୁଛୁ l ମୁଣ୍ଡିଆ ଗୋଟେ ଦିନ ନ ମାରିଲେ ହେବନି l


ବିକାଶ - ମା ମା ଆମ ସାର କହିଥିଲେ ତୁ ଜାଣିନୁ ବୋଧେ l ସେ କହୁଥିଲେ l ମା, ବାପା ଆମର ପ୍ରକୃତ ଠାକୁର ସେ ଆମକୁ ସୃଷ୍ଟି କରିଛନ୍ତି l ତେଣୁ ତାଙ୍କୁ ପ୍ରଥମେ ମୁଣ୍ଡିଆ ମାରିବ l ତେଣୁ ଆମେ ତତେ ପ୍ରଥମେ ମୁଣ୍ଡିଆ ମାରୁ l ବାପାତ ଆମେ ଉଠିଲା ବେଳକୁ ବିଲକୁ ପଳେଇ ଥାନ୍ତି l ତେଣୁ ତତେ ଆଗ ମୁଣ୍ଡିଆ ମାରୁ ଲୋ ମା l


ମା - ହଉ ହେଲା ହେଲା ତୁମ ମୁଣ୍ଡିଆ ମାରିବା ସେତିକି ଥାଉ l ଯାଅ ଯାଅ ଗାଧୁଆ ପାଧୁଆ ସାରିଦିଅ l ମୁଁ ଯାଉଛି ତୁମ ପାଇଁ ଆଳୁ ବାଇଗଣ ପୋଡି ଦେଉଛି l ତୁମେ ଆସିଲେ ଦୁହେଁ ପଖାଳ ଖାଇ ସ୍କୁଲ ଯିବ l


ବିକାଶ / ମୀରା - ହଉ ହଉ ମା ଆମେ ଯାଉଛୁ l

ଗାଧେଇ ଆସି ଦୁହେଁ ଗୋଟେ ବେଲାରେ ପଖାଳ ଖାଇବେ l

ମୀରା - ଭାଇ ଭାଇ ଟିକେ ଜଲଦି ଖାଉନୁ ସେପଟେ ଅବିନାଶ ଭାଇ ଆସିଯିବେ l


ମୁଢିଖିଆ ଜେଜ ର ( କେମ୍ପେଇ କେମ୍ପେଇ )ପ୍ରବେଶ 

ବିକାଶ - ମା ମା ଦେଖିଲୁ କିଏ ଆସିଛନ୍ତି,ଆସ ଦେଖିବୁ ଆସେ ଆସେ କିଏ l

ମା - କିଏ କିରେ?

ବିକାଶ - ମୁଢିଖିଆ ଜେଜ l


ମୁଢି ଖିଆ ଜେଜ - ଏକଚ୍ୟୁଏଲି କଥା କଣ କି ମୁଁ ସାନ ବେଳେ କୁଆଡେ ପ୍ରବଳରୁ ଅତି ପ୍ରବଳ ମୁଢି ଖାଉଥିଲି, ମୋ ବୋଉ କହୁଥିଲା ମୁଁ କୁଆଡେ ଗୋଟେ ଦିନରେ ଗୋଟେ ଟିଣ ମୁଢି ଖାଇ ଉଡେଇ ଦେଉଥିଲି, ତେଣୁ ମୋ ନା'ଟା ମୋ ବୋଉ ସରଧାରେ ମୁଢି ଖିଆ ରଖିଥିଲା l ସେଥିରେ ମୋର କିଛି ବି ଭୂମିକା ନାହିଁ l ସବୁ ମୋ ବୋଉର ଦୟା ବୁଝିଲ ବିକାଶର ମା l 


ବିକାଶ - ହଉ ହେଲା ମୁଢି ଖିଆ ଜେଜ ସବୁ ତୁମ ବୋଉଙ୍କ ଦୟା ଆଉ....


ମୁଢିଖିଆ ଜେଜ - ହଇରେ ଏଡିକି ବକଟ ପିଲା ମୋତେ ତୁ ଖତେଇ ହଉଛୁ l ଦଉଛି ରହ l


ବିକାଶ - କଣ ଦବ ଚକଲେଟ, ନା ବିସ୍କୁଟ ଜେଜ l ଦଉନ ଜଲଦି ଦିଅ l


ମୁଢି ଖିଆ ଜେଜ - ନାଇଁ ରେ ତୋ ପିଠିରେ ରଳା ଦେବି l


ବିକାଶ ର ମା - କାଇଁ ମଉସା ତାଙ୍କ ପଛରେ ପଡିଛ କହିଲ l ପିଲାଙ୍କ ସାଙ୍ଗରେ ବି ତୁମେ ପିଲା ହେଇ ଯାଉଛ l


ଅବିନାଶ ସ୍କୁଲ ବେଗ ଧରି ପ୍ରେବଶ କରିବ 


ଅବିନାଶ - ବିକାଶ, ବିକାଶ ଆସେ ଜଲଦି l


ମୁଢି ଖିଆ - ବୁଝିଲ ବିକାଶର ମା କାଇଁ ଏ ଗୁଡାକୁ ସ୍କୁଲ ପଠାଉଛ କହିଲ l ପାଠ ତ ଯାହା ପଢୁଥିବେ ବାଗ ଢଙ୍ଗରୁ ଜଣା ପଡି ଯାଉଛି l ହେଲେ ଚାଷ ବାସରେ ଲଗେଇଦେଲେ ବଡ଼ ହେଲେ ହୁଏତ ଏ ଗୋଟେ ବଡ଼ ଚାଷୀ ହୋଇ ବାହାରିବ l ତା ଛାଡ ଏ ମୁଢି ଖିଆ ଏମାନଙ୍କ ଭିଅରେ କିଛି ଦେଖି ପାରୁନି l


ବିକାଶ - ବୁଝିଲ ମୁଢି ଖିଆ ଜେଜ ତମକୁ କିଛି ଦିସିବନି l ଦିସିବ ବା କେମିତି ତୁମକୁ ପରା ଅଶି ଛୁଇଁଲାଇ l


ମୁଢି ଖିଆ ଜେଜ - ତୁ ଟୋକା ସ୍କୁଲ ଯାଉଛୁ ନା, ମୋ ମୋ ଠେଙ୍ଗାଟା କୁଆଡେ ଗଲା....


ବିକାଶ - ଜିଭ କାଢି ଖୋତେଇ ହେଇ ସ୍କୁଲ ଚାଲିଯିବ l


ବାପା ର ପ୍ରବେଶ - ଶୁଣୁଛ ବିକାଶର ମା ମୁଁ ଯାଉଛି l ଗାଧୋଇବାକୁ ଦେହ ସାରା ମୋର କାଦୁଅ ଲାଗିଛି l ତୁମେ କଣ ଟିକେ ଶୀଘ୍ର ଖାଇବା କରି ରଖିଥାଅ ମୁଁ ଆସିଲେ l ଖାଇ ଶୀଘ୍ର ବିଲକୁ ପଳେଇବି l ନଚେତ ସେ ବୁଲା ଷଣ୍ଢଟି ସବୁ ଫସଲକୁ ଖାଇଦେବ l ତାକୁ ଜମାରୁ ବି ପରିହଉନି l

ମା - ହଉ ହଉ l


ଶିକ୍ଷକଙ୍କ ଶ୍ରେଣୀରେ ପ୍ରବେଶ 


ବିକାଶ / ମୀରା / ଅବିନାଶ - ସାର ନମସ୍କାର 

ଶିକ୍ଷକ - ନମସ୍କାର

 ଆଜି ଆମେ ପାଠ ପଢିବାନି ଆଜି ଆମେ ସମସ୍ତେ ଗପ କରିବା


ବିକାଶ / ଅବିନାଶ / ମୀରା - ୟା ହୁ ମଜା ଆସିଯିବ l ପାଠ ପଢି ପଢି ଆମ ମୁଣ୍ଡଗା ଟିଣ ହେଇ ଗଲାଣି l ସାର ଷ୍ଟାର୍ଟ କରିବା



ଶିକ୍ଷକ -ହଉ ପିଲାମାନେ କହିଲ ତୁମେ ବଡ଼ ହେଲେ କିଏ କଣ ହେବ l


ବିକାଶ - ସାର ଆମେତ ଗରିବ ଲୋକ ଏତେ ପଇସା କାହିଁଯେ ଆମେ କଣ ହେବା ପାଇଁ ଚିନ୍ତା କରିବା l


ଅବିନାଶ - ହଁ ସାର ବିକାଶ ଠିକ କହୁଛି l ଆମେ ସିନା ସ୍ବପ୍ନ ଦେଖୁ କିନ୍ତୁ ତାହା କେବଳ ବଡ଼ ଘର ର ଲୋକ ମାନଙ୍କ ପିଲାଙ୍କ ପୁରଣ ହୁଏ ଆମ ପରି ଗରିବଙ୍କ ନୁହେଁ l


ଶିକ୍ଷକ - ଆଛା ହଉ ଏମିତି କଥା ତାହାଲେ l ଶୁଣ ମୁଁ ଗୋଟେ କାହାଣୀ କହୁଛି l ଏପିଜେ ଅବଦୁଲ କାଲାମ , ବି ତୁମ ପରି ଗରିବ ଥିଲେ ସେ ପେପର ବିକି ପାଠ ପଢୁଥିଲେ ଜାଣିଛ l ସେ ପାଠ ଏମିତି ପଢିଲେ ଯେ ଦେଶର ପ୍ରଥମ ନାଗରିକ ଅର୍ଥ ରାଷ୍ଟ୍ରପତି ବନିଗଲେ l ଆଉ ସେତିକି ନୁହଁ ସେ ଜଣେ ବହୁତ ବଡ଼ ବୈଜ୍ଞାନିକ ମଧ୍ୟ ହୋଇଥିଲେ l ତାଙ୍କୁ ସମସ୍ତେ ମିସାଇଲ ମ୍ୟାନ ବୋଲି ଡାକୁଥିଲେ l


ବୁଝିଲୁ ମୀରା ତୋ ପରି ଦିନେ ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବି ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଜୀବନରେ ଅନେକ କଷ୍ଟ ତାଙ୍କ ଜୀବନରେ ଆସିଛି l ତଥାପି ସେ ଭାଗୀ ନଥିଲେ ଆଉ ଆଜି ସେ ଦେଶର ମହାମହିମା ରାଷ୍ଟ୍ରପତି ବୁଝିଲ l


ହଉ ଏବେତ କୁହ କିଏ କଣ ହେବାକୁ ଚାହୁଁଛି l


ବିକାଶ - ସାର ମୁଁ ଜଣେ ଟିଚର ହେବାକୁ ଚାହୁଁଛି l ଆଉ ମୁଁ ବଡ଼ ହୋଇ ମୋ ପରି ଅନେକ ଗରିବ ପିଲାଙ୍କୁ ମାଗଣା ପାଠ ପଢ଼େଇବାକୁ ଚାହୁଁଛି l


ଶିକ୍ଷକ - ଆଉ ଅବିନାଶ ତୁମେ


 ଅବିନାଶ -ସାର ମୁଁ ଜଣେ ଭଲ ଡାକ୍ତର ହେବାକୁ ଚାହୁଁଛି l କାରଣ କାରଣ କଣ ଜାଣନ୍ତି sir ମୋ ବାପା ଙ୍କ ପାଖରେ ପଇସା ନଥିଲା ବୋଲି ମୋ ବୋଉ ଟି ବିଚରା ମୋ ଆଖି ଆଗରେ ମରିଗଲା l ତେଣୁ ମୁଁ ଚାହୁଁଛି ମୁଁ ବଡ଼ ହୋଇ ଗୋଟେ ଭଲ ଡାକ୍ତର ହେବି ଆଉ ମୋ ବୋଉ ପରି ଅନେକ ବୋଉଙ୍କୁ ଭଲ କରିବି l


ଶିକ୍ଷକ - ଆଉ ମୀରା ତୁମେ କଣ ହେବ l


ମୀରା - ସାର ମୁଁ ବଡ ହେଲେ ଗୋଟେ ବଡ଼ ପୋଲିସ ହେବି l ମୋତେ ଯେଉଁମାନେ ଖେଡ଼ି ଖେଡ଼ି କହି ଚିଡ଼ଉନାହାନ୍ତି l ଆଉ ଯଉଁମାନେ ଝିଅ ମାନଂ ଙ୍କ ସହ ଖରାପ ବ୍ୟବହାର କରୁଛନ୍ତି ସେମାଙ୍କୁ ବହେ ନାଦିବି l ତେବେ ଯାଇ ମୋ ମନ ଶାନ୍ତି ହେବ l ଆରେ.... ମୋତେ ସେମାନେ କଣ ଭାବୁଝନ୍ତି କି ଟିକେ ପୋତଳି ହେଲି ବୋଲି ଯାହା ନାଇଁ ତାହା କହିଯିବେ ଆଉ ମୁଁ ଚୁପ ରହିଥିବି l ନାଇଁ ନାଇଁ ମୁଁ ଥରେ ପୋଲିସ ହେଇଯାଏ ସବୁ ସୁଝି ଦେବି ବୁଝିଲେ ସାର ରେ l 


ଶିକ୍ଷକ - ହଉ ହେଲେ ହେଲା

କିନ୍ତୁ ସେଥିପାଇଁ କଣ କରିବାକୁ ପଡିବ ଜାଣିଛ l


ବିକାଶ /ଅବିନାଶ /ମୀରା - କଣ ସାର 


ଶିକ୍ଷକ - ସେଥିପାଇଁ ତୁମକୁ ବହୁତ ପଢିବାକୁ ପଡିବ l ତେବେ ଯାଇ ତୁମେ ତୁମ ଲକ୍ଷସ୍ଥଳ ରେ ପହଂଚି ପାରିବ l ଆଉ ଶୁଣ ପ୍ରଥମେ ତୁମ ମନରୁ ଗରିବ ଚିନ୍ତାଧାରାକୁ କାଢ଼ି ଫୋପାଡ଼ି ବାକୁ ପଡିବ ବୁଝିଲ l ତୁମେ ପଢିବ, ବଢିବ, ଶ୍ରେଷ୍ଠ ହେବ l


ବିକାଶ / ଅବିନାଶ / ମୀରା - ଆଜ୍ଞା ସାର ଆମେ ପଢ଼ିବୁ, ବଢ଼ିବୁ , ଆଉ ଶ୍ରେଷ୍ଠ ବି ହବୁ l 


ବିକାଶ /ଅବିନାଶ / ମୀରା - ବସିକି ବହୁତ ପାଠ ପଢିଲେ l


କିଛି ଦିନ ପରେ 


ବିକାଶ -ମା ମା, ଦେଖିଲୁ ମୁଁ ଟିଚର ହେଇଗଲି l


ମୀରା - ମା ମା ଦେଖି ଦେଖି ମୁଁ ଗୋଟେ ବଡ଼ ପୋଲିସ ଅଫିସର ହେଇଗଲି l


 ଅବିନାଶ - ବିକାଶ ବିକାଶ କୁଆଡେ ଗଲୁ l ଦେଖ ଦେଖ ମୁଁ ଡାକ୍ତର ହେଇଗଲିରେ l

ଏଇ ବାରିପଦା ବଡ଼ ମେଡିକାଲ ରେ କାଲିଠୁ ମୁଁ ରୋଗୀମାନଙ୍କୁ ଦେଖିବିରେ l

ମୀରା - ଆଉ ମୁଁ ବି ଗୋଟେ ବଡ଼ ପୋଲିସ ଅଫିସର ହେଇଗଲି ଭାଇ 


ବିକାଶ - ମୁଁ ବି ମାଷ୍ଟର ହେଇ ଗଲିରେ l 

ମୀରା /ବିକାଶ /ଅବିନାଶ -ଡିଙ୍ଗା ଚିକା ଡିଙ୍ଗା ଚିକା l ସେ ମୁଢି ଖିଆ ଜେଜ କହୁଥିଲେ ଆମ ଦେଇ ଶାଗ ବି ସିଝିବେନି l ଓଃ ମୁଢି ଖିଆ ଜେଜ କୁଆଡେ ଗଲ ଦେଖ ଦେଖ ଶାଗ କଣ ଆଳୁ ସିଝିଗଲା ଦେଖିବ ଆସ ଆସ l

ମୁଢି ଖିଆ ଜେଜ - କଣ ଟା ଏମିତି ତାଡି ପକେଇଲକି l

 ମୀରା - ଦେଖ ଜେଜ ଦେଖ ମୁଁ ପୋଲିସ, ଭାଇ ମାଷ୍ଟର, ଆଉ ଅବିନାଶ ଭାଇ ଡାକ୍ତର ହେଇ ଗଲେ l

ମୁଢିଖିଆ ଜେଜ - ( ମନେ ମନେ କହି ହେଉଥିବ )ମୁଁ ଏଇଠୁ ଖସେ ନଚେତ ଏମାନେ ମୋ ଇଜତ ମହତ ସବୁ ଆଜି ସାରିଦେବେ l

ତିନିଜଣ -କୁଡେ଼ ଯାଉଛ ରୁହ ରୁହ ମିଠା ଖାଇକି ଯିବ l


ବିକାଶ - ଆରେ ଆମେ ଆଜି ଯାହା ପାଇଁ ସମସ୍ତେ ଏଇଠି ପହଞ୍ଚିଛୁ l ଚାଲ ତାଙ୍କୁ ଟିକେ ଦେଖା କରି ଆଶୀର୍ବାଦ ନେଇ ଆସିବା l

ଅବିନାଶ -ହଁ ଚାଲ ଚାଲ l


ଶିକ୍ଷକଙ୍କ ପାଖକୁ ଗଲେ -ସାର ବୁଢା ହେଇ ଗଲେଣି ଖୁ ଖୁ ହେଇ ବସି କାଶୁଥିବେ l


ବିକାଶ /ଅବିନାଶ / ମୀରା - ସାର ଆମେ ଭିତରକୁ ଆସି ପାରିବୁ l

ଶିକ୍ଷକ - କିଏ ଆସ କବାଟ ଖୋଲା ଅଛି l ଆସ


ବିକାଶ /ଅବିନାଶ / ମୀରା - ସାର ପ୍ରାଣମ


ଶିକ୍ଷକ - କିଏ ଚିନ୍ହି ପାରୁନି l


ବିକାଶ - ସାର ମୁଁ ବିକାଶ ଆପଣଙ୍କ ଛାତ୍ର l ତଳ ଗାଁ ମହେଶ୍ୱର ବାବୁ ଙ୍କ ପୁଅ ଆଉ ସେ ମୋ ଭଉଣୀ ମୀରା ଆଉ ସେ ମୋ ସାଙ୍ଗ ଅବିନାଶ


ଶିକ୍ଷକ - ଆରେ.. ଆରେ.. କଣ କରିବି କୁହ ବୟସ ହେଲାଣି ଚିହିଁ ପାରୁନି ତୁମେ ମାନେ ବିତ ବହୁତ ବଡ଼ ହେଇ ଗଲଣି l ଛୋଟ ଥିଲ ତୁମକୁ ମୁଁ ପାଠ ପଢାଉ ଥିଲି l ଯା ହଉ ତୁମେ ଆସିଛ l ବସ l କୁହ କଣ ଖାଇବ

ବିକାଶ - ନାଇଁ ସାର ଆପଣ ପ୍ରଥମେ ପାଟି ଖୋଲିଲେ

ଖାଲନ୍ତୁ ନା l


ବିକାଶ -ସାର ଆପଣଙ୍କ କଥା ମାନି ସେ ଦିନ ଆମେ ଆଜି ନିଜ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିଛୁ l

ମୁଁ ଆମ ଗାଁ ସ୍କୁଲ ରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଛି l

ମୀରା -ଆଉ ମୁଁ ପୋଲିସ ହେଇ ପାରିଛି l

ଅବିନାଶ -ସାର ମୁଁ ଆଜି ଗୋଟେ ଡାକ୍ତର ଆପଣଙ୍କ ପାଇଁ ହେଇ ପାଇଛି l

ଶିକ୍ଷକ - ନାଇରେ ପାଗଳା ମାନେ ସବୁ ତୁମ ଇଛାଶକ୍ତି, ଅଧ୍ୟବସାୟ, ଆଉ କଠିନ ପରିଶ୍ରମ ରେ ହେଇ ପାରିଛି l ମୁଁ ତ କେବଳ ଖାଲି ତୁମକୁ ବାଟ ଦେଖେଇଛି l 


ସେଦିନ କହିଥିଲି ଆଜିବି କହୁଛି ସମସ୍ତେ ମିଶିକି କୁହ l



Rate this content
Log in

Similar oriya story from Drama