Maheswar sahoo

Romance Tragedy

3  

Maheswar sahoo

Romance Tragedy

ପ୍ରେମ ଦେଇଦେଲା ନର୍କ ଯନ୍ତ୍ରଣା

ପ୍ରେମ ଦେଇଦେଲା ନର୍କ ଯନ୍ତ୍ରଣା

10 mins
258



ପ୍ରତି ମୁହୂର୍ତ୍ତରେ ଜଳି ଜଳି ଦିନ କାଟିବାଠାରୁ ମରି ଯିବା ବହୁତ ଭଲ । ଯେଉଁଠି ସମ୍ପର୍କର ଅର୍ଥ ନ ଥାଏ, ଯେଉଁଠି ବଞ୍ଚିବା ପାଇଁ ନିଜକୁ ତିଳ ତିଳ କରି ଜାଳି ଦେବାକୁ ପଡେ, ଯେଉଁଠି ପରିଶ୍ରମ ଥାଏ କିନ୍ତୁ ତାର କୌଣସି ମୂଲ୍ୟ ନ ଥାଏ, ଯେଉଁଠି ଦିନ ରାତି ଏକ କରି ଅନ୍ୟର ସେବାରେ ନିଜକୁ ଅର୍ପଣ କରି ଶେଷରେ ନିଜର ପେଟ ଚାଖଣ୍ଡାକୁ ଗଣ୍ଡେ ଦାନା ମିଳେନାହିଁ କି ନିଜ ଶରୀରର ଅସୁସ୍ଥତାର ମଜା ନିଆ ଯାଏ ତାହା ପରିବାର ନୁହେଁ କେବଳ ନର୍କର ପରିପ୍ରକାଶ ମାତ୍ର ।

   ବାପାଙ୍କର ଅଲିଅଳି ଝିଅ ସୀତା, ବାପା ମାଆ ବହୁତ ଖୋଜା ଖୋଜି କରି ଭଲ ବର ଓ ଭଲ ଘର ଦେଖି ବିବାହ କରାଇଥିଲେ ସୁବ୍ରତ ବାବୁଙ୍କ ସହିତ । ସୁବ୍ରତ ବାବୁ ଜଣେ ଅଧ୍ୟାପକ, ସୁନ୍ଦର ରୂପ ସହିତ ଉତ୍ତମ ଆଚରଣ ମଧ୍ୟ । ସୁବ୍ରତ ବାବୁଙ୍କୁ ଜ୍ୱାଇଁ ରୂପରେ ପାଇ ବାପା ଉତ୍ତମ ବାବୁ, ମାଆ ବୃନ୍ଦାବତୀ ଅତ୍ୟନ୍ତ ଖୁସି ଥିଲେ । ସୀତା ମଧ୍ୟ ଭଲ ସ୍ୱାମୀ ଓ ଶାଶୁ ଶଶୁରଙ୍କ ସହ ବହୁତ ଖୁସିରେ ଦିନ କାଟୁଥାଏ । ନିଜର ସମସ୍ତ ଭଲ ମନ୍ଦ ସୁବ୍ରତ ବାବୁ ସୀତାଙ୍କ ସହିତ ବାଣ୍ଟି ଥାନ୍ତି । ଛୁଟି ଦିନରେ ଉଦ୍ୟାନ ଓ ମନ୍ଦିର ବୁଲାବୁଲି କରି ଦୁହେଁ ବହୁତ ମନୋରଞ୍ଜନ କରନ୍ତି ।

   ସୀତାଙ୍କୁ ସ୍ତ୍ରୀ ରୂପରେ ପାଇ ସୁବ୍ରତ ବାବୁ ବହୁତ ଖୁସି ଥାନ୍ତି । ଆଜି ରବିବାର, ଛୁଟି ଦିନ ସୁବ୍ରତ ବାବୁ ଓ ସୀତା ଦୁଇଜଣ ମନ୍ଦିର ବୁଲିବାକୁ ଯାଇଥାନ୍ତି । ମହାଦେବଙ୍କ ମନ୍ଦିରରେ ସୁବ୍ରତ ବାବୁଙ୍କର ପିଙ୍କି ସହିତ ଭେଟ ହୋଇ ଯାଇଥିଲା । ପିଙ୍କି ହେଉଛି ସୁବ୍ରତ ବାବୁଙ୍କର ପ୍ରଥମ ପ୍ରେମ । ଦୀର୍ଘ ଛଅ ବର୍ଷର ପୁରୁଣା ପ୍ରେମ ଭାଙ୍ଗି ଯାଇଥିଲା କେବଳ ଟିକିଏ ଟିକିଏ କଥାରେ । ସନ୍ଦେହ ରୂପୀ ନିଆଁରେ ଛଅ ବର୍ଷର ସମ୍ପର୍କର ଦଉଡିଟା ପୋଡି ଜଳି ଭସ୍ମ ହୋଇ ଯାଇଥିଲା । ସୁବ୍ରତ ବାବୁଙ୍କ ସହିତ ସୀତାଙ୍କୁ ଦେଖି ଜଳି ଯାଇଥିଲା ପିଙ୍କି । କେହିବି ଜଳିଯିବେ ନିଜ ପ୍ରେମିକକୁ ଅନ୍ୟ ନାରୀ ସହ ଦେଖି । ସୁବ୍ରତ ବାବୁ ଭୟବିତ ହୋଇ ଯାଇଥିଲେ । ନିଜ ସ୍ତ୍ରୀ ସମ୍ମୁଖରେ ପ୍ରେମିକା ! ମହାଦେବଙ୍କର ବିଚିତ୍ର ଲୀଳା । ହେ ଭଗବାନ କେମିତି ଏଠାରୁ ଶାନ୍ତିରେ ବାହାରିବି । ସବ୍ରତ ବାବୁ ଟିକେ ହସି ଦେଇଥିଲେ । ହେଲେ ପିଙ୍କି ରାଗିଯାଇ କହି ପକେଇଲା " ରୂପ ବଦଳେଇବା ତୁମଭଳି ପୁଅ ମାନଙ୍କର ଅଭ୍ୟାସ, ହେଲେ ମୋ ଭଳି ଝିଅଙ୍କର ନୁହେଁ "

ସୁବ୍ରତ ବାବୁ, " ପିଙ୍କି ଏ ମୋ ସ୍ତ୍ରୀ ସୀତା । ଶିକ୍ଷିତା ଓ ଶାନ୍ତ ସରଳ ମଧ୍ୟ ।"

ପିଙ୍କି, " ମୁଁ ତା ଶାନ୍ତ ସରଳକୁ ଧୋଇକି ପାଇବି ନାହିଁ । ମୋତେ କାହିଁକି ଭଲ ପାଉଥିଲ । ଭୀରୁ ମୋ ବାପାଙ୍କ ସାମ୍ନା କରିବାକୁ ସାହସ କଲ ନାହିଁ ଯେ ମୋତେ ଅଧା ବାଟରୁ ଛାଡି ଦେଲ । ମୁଁ କଣ ସରଳ ଶାନ୍ତ ନ ଥିଲି? ମୁଁ କଣ ସୁନ୍ଦର ନ ଥିଲି? ମୋତେ ବିବାହ କଥା ଲୁଚେଇଲ କାହିଁକି । ତିନି ମାସ ହୋଇଗଲା ଫୋନ ବ୍ଲକ କରି ଦେଇଛ । ମେଲ କଲେ ଉତ୍ତର ଦେଉ ନାହଁ । ଫେସବୁକ ହ୍ଵାଟ୍ସଆପ ବି ବ୍ଲକ କରି ରଖିଛ । ମୁଁ ବି ଜଣେ ଝିଅ, ମୋର ବି ଗୋଟେ ହୃଦୟ ଅଛି ! ମୋର ବି ଗୋଟିଏ ମନ ଅଛି ! ମୁଁ ତୁମକୁ ଛାଡି ବଞ୍ଚିବି କେମିତି ??"

ସୁବ୍ରତ ବାବୁ," ଥାଉ ପିଙ୍କି, ମୁଁ ତ ବିବାହ କରି ସାରିଛି ଏବେ କହି କ'ଣ ଲାଭ ଯେ । ମୋ ଖୁସିର ଜୀବନ ଭିତରେ ତୁମର ଏହି ବଜ୍ରବାଣ କଥା ଆଦୌ ଶୋଭା ପାଉନାହିଁ । ତେଣୁ ତୁମେ ତୁମ ବାପା ମାଆଙ୍କ ପସନ୍ଦର ବିବାହ କରି ନିଜର ଜୀବନକୁ ଖୁସିରେ କଟାଅ । ମୁଁ ଆସୁଛି ।"

ପିଙ୍କି," ଆସୁଛି କହିଲେ ଚଳିବ ନାହିଁ । ସହରେ ମୋତେ ଭଲ ପାଇ ଗାଁ ରେ ଯାଇ ଲୁଚି ଲୁଚି ବିବାହ କଲ । ସହରେ ମୋ ଜୀବନ ଯୌବନ ସହିତ ପ୍ରେମ ନାଁ ରେ ଖେଳି ଦେଇ ଖୁସିରେ ରହିବ ଭାବିଛ । ଆମ ଦୁଇ ଜଣଙ୍କ ଭିତରେ ଥିବା କିଛି ଅନ୍ତରଙ୍ଗ ଚିତ୍ର ଫୋଟୋ ମୁଁ ଫେସବୁକରେ ଛାଡି ଦେବୀ । ତୁମର ସମସ୍ତ ଗୁମର ମୁଖା ମୁଁ ବଜାରରେ ନିଲାମ କରେଇ ଦେବୀ । ପିଙ୍କିର ସରଳତାର ସୁଯୋଗ ନେବାର ଚାଲାକି ପଦାରେ ପକେଇ ଦେବୀ । ତୁମ ପରି କମାନ୍ଧ ପୁଅ ମାନେ ଖୋଜି ଥାନ୍ତି ସୁନ୍ଦର ଝିଅ , କେବଳ ଉପଭୋଗ କରିବା ଓ ଚାହା ପିଇ ପ୍ଲାଷ୍ଟିକ ଗ୍ଲାସ ଫୋପାଡ଼ି ଦେଲା ଭଳି ଛାଡି ଦେବା । ମୁଁ ଜଣେ ଝିଅ କିନ୍ତୁ ବେଶ୍ୟା ନୁହେଁ । "

ସୀତା," ନାହିଁ ଭଉଣୀ ତମେ ସେମିତି କିଛି କର ନାହିଁ । ହେଲେ ତମେ ବେଶ୍ୟା ନୁହଁ ଭଉଣୀ । କିଏ କହିଲା ବେଶ୍ୟା ? ତମେ ଜାଣି ନାହଁ କି ଏଇ ଦୁନିଆରେ ପୁଅ ମାନେ କେମିତି । ମୁଁ ମଧ୍ୟ ବାଟରେ ଯେତେବେଳେ ଚାଲିଯାଏ ସେତେବେଳେ ହଜାରେ ଟୋକା କେତେ କ'ଣ କହି ଦିଅନ୍ତି । ପୁଅଟିଏ ସବୁବେଳେ ଝିଅଟିଏକୁ ଅଶ୍ଳୀଳ ମନ୍ତବ୍ୟ ଦେଵ ଏଇଟା ଆମ ଦୁନିଆର ନିୟମ ହେଇଯାଇଛି । ପଛରେ ବହୁତ ପଡିବେ ହେଲେ ଝିଅଟିଏ ନିଜ ଭବିଷ୍ୟତ ନିଜର ବାପା ମାଆ ଓ ନିଜ ପରିବାର କଥା ଭାବିବା ଦରକାର । ବିବାହ ବୟସ ହୋଇ ଗଲେ ବାପା ମାଆ ନିଶ୍ଚୟ ଯୋଗ୍ୟ ବର ଭଲ ଘର ଦେଖି ବିବାହ କରେଇବେ । ହେଲେ ଏଇ ଭୁଲଟା ମୋ ସ୍ୱାମୀଙ୍କର ଯେତିକି ତୁମର ମଧ୍ୟ ସେତିକି । ତୁମେ ଭଲ ପାଇବା ପୂର୍ବରୁ ମୋ ସ୍ୱାମୀଙ୍କର ଘର, ପରିବାର, ଓ ଅଭିଜାତ୍ୟ ବିଷୟରେ ଭାବିଥିଲ କି ? ତୁମେ ଏମିତି କିଛି ଭାବି ନାହଁ ଯାହାକି ଭଲ ପାଇ ବସିଛ । ମୋ ସ୍ୱାମୀ ବହୁତ ନିରୀହ ଶାନ୍ତ ଓ ସରଳ ମଧ୍ୟ । ଏଇ ପରିଚୟ କେବଳ ମୋତେ ଓ ମୋ ବାପାଙ୍କୁ ଜଣା । ତେଣୁ ମୁଁ ମୋ ବାପାଙ୍କ ଚୟନରୁ ବିବାହ କଲି । ହେଲେ ତମେ ମୋ ସ୍ୱାମୀଙ୍କୁ କାହା ପରାମର୍ଶରେ ଭଲ ପାଇଥିଲ । ପୁଣି କହୁଛ ଚିତ୍ର ଫୋଟୋ ଫେସବୁକରେ ଛାଡିବ ହେଲେ ଲାଭ କାହାର ନିଜେ ଚିନ୍ତା କର ଭଉଣୀ । ମୁଁ ତ ବିବାହ କରି ସାରିଛି ତୁମେ ତ ନିଜର ଓ ନିଜ ବାପାଙ୍କର ସମ୍ମାନ ପଦାରେ ନିଜେ ପକେଇବାକୁ ଚାଁହୁଚ । ଏବେ ନିଜେ ଚିନ୍ତା କର କଣ କରିବ ?"

ସୁବ୍ରତ ବାବୁ, "ହଁ ପିଙ୍କି ମୋ ପିଛା ଛାଡି ନିଜ ଭବିଷ୍ୟତ ବିଷୟରେ ଚିନ୍ତା କର ।"

ପିଙ୍କି, "ହେଲୋ ମିଷ୍ଟର, ମୋ ଜୀବନ ଓ ସ୍ୱପ୍ନ ଭାଙ୍ଗିଦେଇ ଭାବୁଛ ଖୁସିରେ ସଂସାର କରିବ । ତମେ ମୋତେ କଥା ଦେଇଥିଲ ବିବାହ କରିବ । ହେଲେ ଧୋକା ଦେଲ ! ଧୋକେବାଜର ଶାସ୍ତି ବହୁତ ମହଙ୍ଗା ଜାଣିବ ସୁବ୍ରତ ବାବୁ । ମୁଁ ତୁମକୁ ନିଶ୍ଚୟ ତମକୁ ବହୁତ ବଡ଼ ଶାସ୍ତି ଦେବୀ । ଏହି ଶାସ୍ତି ତମେ ପାଇବ ଓ ତା ପରେ ଏଇ ଦୁନିଆର ସମସ୍ତ ପୁଅ ମୋ ଭଳି ପିଙ୍କିକୁ ଭଲ ପାଇବା ପୂର୍ବରୁ ହଜାରେବାର ଭାବିବେ, ବୁଝିଲ ଧୋକେବାଜ !!"

   ପିଙ୍କି ରାଗରେ ଫଁ ଫଁ ହୋଇ ଚାଲି ଯାଇଥିଲା । ସୁବ୍ରତ ବାବୁ ଭାଙ୍ଗି ପଡିଥିଲେ ପିଙ୍କିର ଚାଟୁ ବାଣୀ ପାଇଁ । ହେଲେ ସୀତା ବହୁତ ବୁଝେଇ, ସାନ୍ତ୍ୱନା ଦେଇ ଘରକୁ ଫେରିଥିଲେ । 

    ସୁବ୍ରତ ବାବୁ ଜଣେ ଶିକ୍ଷିତ ହୋଇ ପ୍ରେମରେ ଧୋକା ଦେଇଛନ୍ତି । ନାରୀର କୋମଳ ହୃଦୟ ସହିତ ଖେଳିଛନ୍ତି । ପ୍ରେମର ମୂଲ୍ୟ ତାଙ୍କ ପାଇଁ ଫିକା ପଡି ଯାଇଥିଲା ସୀତାଙ୍କ ରୂପରେ । ଆଗ କାଳର ଗାଁ ଏବେ ଗାଁ ଭଳି ନାହିଁ । ସହରରେ ଏମିତି ସୁନ୍ଦରୀ ନଥିବେ ଏବେ ଗାଁଆରେ ରହୁଥିବା ଝିଅଙ୍କ ଭଳି । ଗାଁଆ ମଧ୍ୟ ଏବେ ସହର ସହର ବାସିଲାଣି । ସୁବ୍ରତ ବାବୁ କେମିତି ଭୁଲିଯାଇଥିଲେ ଛଅ ବର୍ଷର ସମ୍ପର୍କକୁ, ସୀତା ଭଳି ସୁନ୍ଦରୀ ଝିଅଟିଏ ଦେଖି । ଛଅ ବର୍ଷର ପ୍ରେମ କରିଥିବା ପିଲା କ'ଣ ପ୍ରେମିକା ଠାରୁ ଟିକେ ସୁନ୍ଦର ଝିଅ ଦେଖିଲେ ବିବାହ କରି ନେବେ ? ଏଇଟା କ'ଣ ପ୍ରେମ !

   ଅନୁତାପର ନିଆଁରେ ଜଳି ଜଳି କିଛି ସମୟ ନିଜକୁ ସ୍ତବ୍ଧ ଓ ଜଡ କରି ଦେଇଥିଲେ ସୁବ୍ରତ ବାବୁ । ଖୋଲି ଦେଇଥିଲେ ବ୍ଲକ ସାରଣୀରୁ ପିଙ୍କିକୁ । ଏବେ ହ୍ଵାଟ୍ସଆପ, ଫେସବୁକ ଓ ମେଲ ଖୋଲି ଦେଇଥିଲେ ପିଙ୍କି ପାଇଁ ସୁବ୍ରତ ବାବୁ । ସବୁଥିରେ ଦେଖିବାକୁ ପାଇଲେ ପିଙ୍କିର ସହ ସହ ମେସେଜ । ମୋତେ ଦେଖା କର ନ ହେଲେ ଦୁଇଦିନ ଭିତରେ ମୋ ମଲା ଶରୀର ଖବର କାଗଜ ଓ ଦୂର ଦର୍ଶନ ରେ ଦେଖିବ । ସୁବ୍ରତ ବାବୁଙ୍କର ଧୋର୍ଯ୍ୟର ସୀମା ରହିଲା ନାହିଁ । ଏବେ ଲୁଚେଇ ଚୋରେଇ କଥା ହେବାକୁ ଆରମ୍ଭ କଲେ । ସୀତା ଦେବୀ ବହୁତ ସରଳ ଓ ନିଷ୍କପଟ ଗୁଣ ସମ୍ପନ୍ନ ସ୍ୱଭାବର ହେଇଥିବାରୁ, ସ୍ୱାମୀଙ୍କ ଦୁଃଖ ସୁଖରେ ସାଥି ହୋଇ ରହୁଥିଲେ । ସୀତା ମଧ୍ୟ ଚିନ୍ତା କରୁଥିଲେ ଯେ ପିଙ୍କି ମଧ୍ୟ ତାଙ୍କ ଭଳି ଜଣେ ଝିଅ । କାହାରି ହୃଦୟ ଭାଙ୍ଗିଲେ ସେ ବହୁତ ଭୟଙ୍କର ହୋଇ ଯାଏ ଏଇ କଥା ମଧ୍ୟ ସୀତାଙ୍କ ମନରେ ରହିଥାଏ । ହେଲେ ସେ ସ୍ୱାମୀଙ୍କୁ ବିଶ୍ୱାସ କରୁଥିଲେ ଯେମିତି ଭଲ ପାଇବା ପ୍ରଥମରୁ ଥିଲା ସେମିତି ଦେଉଥିଲେ । ମଝିରେ ମଝିରେ ଭାବନ୍ତି ସୁବ୍ରତ ବାବୁ ଆଉ ଆଗ ଭଳି ଏତେ ଖୁସି ହେଉ ନାହାନ୍ତି । ସବୁବେଳେ କିଛି ଅନ୍ୟମନସ୍କ ଓ ବ୍ୟସ୍ତ ଥିଲା ଭଳି ବ୍ୟବହାର କରୁଛନ୍ତି । କୌଣସି କଥା କହିଲେ ଚମକିଲା ଭଳି କହୁଛନ୍ତି " ହଁ ହଁ କୁହ କୁହ "। ଏତେ ନିବିଡ଼ ସମ୍ପର୍କ ପିଙ୍କି ସହିତ ଥିଲା ଯଦି ମୋତେ କାହିଁକି ବିବାହ କରୁଥିଲେ । ଏମିତି ଥରେ ଥରେ ତାଙ୍କ ମନରେ ଆସିଥାଏ ହେଲେ ସେତ ବିବାହିତ ଓଡ଼ିଆ ବହୁ । ଯାହାର ହାତକୁ ଶାଶୁ, ଶଶୁର , ନଣନ୍ଦ ଓ ଦେବର ଚାହିଁଛନ୍ତି । ସେ କେମିତି ନିଜ କର୍ତ୍ତବ୍ୟରୁ ଓହରି ବାଟ ବଣା ହୋଇଯିବ । ସେମିତି କିଛି ଭୁଲ କରି ଲୋକ ହସା ହେବ ନାହିଁ ସେ । 

   ବେଳେ ବେଳେ ସୀତା ଭାବନ୍ତି ସ୍ୱାମୀ ତାଙ୍କର ସହରେ ଚାକିରୀ କରନ୍ତି ଓ ଗାଁଆରୁ ସହର ଯିବା ଆସିବା କରନ୍ତି ତେଣୁ ପିଙ୍କି କାଳେ କିଛି କରିବ ତେଣୁ ସବୁବେଳେ ସୁବ୍ରତ ବାବୁଙ୍କୁ ସତର୍କ କରନ୍ତି, ଦେଖିକି ଯିବ ଦେଖିକି ଆସିବ ବୋଲି । 

   ସୀତା ଏବେ ଅନୁଭବ କରି ପାରୁଛି ଯେ ସୁବ୍ରତ ବାବୁ ଆଗ ଭଳି ତାଙ୍କୁ ସ୍ନେହ ଓ ମମତା ଦେଉ ନାହାନ୍ତି । ଛୁଟି ଦିନରେ ଏକୁଟିଆ କୁଆଡେ ପଳେଇ ଯାଉଛନ୍ତି ଯେ ଫେରିବା ବିଳମ୍ବ ହେଉଛି । ଆଗରୁ ନିଜ ସାଥିରେ ଯୁଆଡେ ଗଲେ ବୁଲେଇ ନିଅନ୍ତି ହେଲେ ଏବେ ଏକୁଟିଆ କୁଆଡେ ଯାଉଛନ୍ତି । ଦିନେ ଧୋର୍ଯ୍ୟର ସହ ପଚାରିଲେ ସୀତା, "ତୁମେ ଆଗରୁ କୁଆଡେ ଗଲେ ମୋତେ ନେଇଯାଅ ହେଲେ ଏବେ ଏକୁଟିଆ କୁଆଡେ ଯାଉଛ ଆଉ ବିଳମ୍ବରେ ଫେରୁଛ ଯେ?"

ସୁବ୍ରତ ବାବୁ,"ସୀତା ତମେ କ'ଣ ମୋତେ ସନ୍ଦେହ କରୁଛ?"

ସୀତା," ନାଁ ନାଁ ! ମୁଁ ସନ୍ଦେହ କରିଥିଲେ ସେଇ ଦିନ ମନ୍ଦିରରେ କିଛି ଫଇସଲା କରିଥାନ୍ତି । ମୋ ବାପାଙ୍କୁ ଜଣେଇ ଥାନ୍ତି ହେଲେ ମୁଁ ସେମିତି କିଛି କରି ନାହିଁ କାରଣ ତମ ସମ୍ମାନ ତମ ଇଜ୍ଜତ ମୋର ପରିଚୟ ।"

ସୁବ୍ରତ ବାବୁ,"ସୀତା ମୋ ଜାନୁଟା ପରା, ମୁଁ ଗୋଟେ କଥା କହିବି ହେଲେ ଡର ଲାଗୁଛି , ତମେ ରାଗିଯିବ !"

ସୀତା, "କୁହ ନା ତମେ ମୋ ସ୍ୱାମୀ ପୁଣି ମୋ ସ୍ୱାମୀ କିଛି କହିବ ଆଉ ମୁଁ ରାଗିବି ! "

ସୁବ୍ରତ ବାବୁ,"ସୀତା କେହି ବି ସ୍ତ୍ରୀ ରାଗିବେ । ତମେ ମୋର ମମତାମୟୀ ପ୍ରିୟା, ତମେ ମୋର ପ୍ରିୟତମା, ମୋ ଗେଲ୍ଲୀ ତମେ ।"

ସୀତା, " ହଉ ବେସି ଟେକିକି କୁହନି । ଏତେ ଟେକିଲେ ଖସି ପଡିବି ଯେ । ଖସି ପଡି ମରିଗଲେ ତମର କ'ଣ ହେବ ଯେ ?"

ସୁବ୍ରତ ବାବୁ, " ତମର କିଛି ହେଲେ ମୁଁ ବଞ୍ଚି ପାରିବିନି ସୀତା ହେଲେ !"

ସୀତା,"ହେଲେ କ'ଣ ଯେ । "

ସୁବ୍ରତ ବାବୁ,"ମୁଁ ଯେତେବେଳେ ଏକୁଟିଆ ବସେ ମୋ ମନରେ ବହୁତ ସ୍ୱପ୍ନ ଆସିଥାଏ, ମୋ ପାଖରେ ତମ ଭଳି ଗୋଟେ ସୁନ୍ଦରୀ ଝିଅ ଥାଆନ୍ତା କି ! କେତେ ସ୍ୱପ୍ନ ଦେଖେ ନିଜକୁ ସେଇ ସୁନ୍ଦରୀ ଝିଅଟିର ବାହୁ ବନ୍ଧନରେ ବାନ୍ଧି ହୋଇ ଏକ ଅଜଣା ଖୁସି ପାଆନ୍ତି । ବହୁତ ଦିନ ରାତି ରାତି ଏମିତି ଭାବି ଭାବି ଦିନ ବିତି ଯାଇଛି କିଏ ମୋ ସ୍ୱପ୍ନର ରାଣୀ ମୋ ହୃଦୟରେ ବାସ କରି ମୋ ହୃଦୟ ସ୍ପନ୍ଦନକୁ ମେହେସୁସ କରିବ । ହେଲେ ! "

ସୀତା, " ହେଲେ କ'ଣ ଯେ । ମୁଁ କ'ଣ ସୁନ୍ଦରୀ ନୁହେଁ??କୁହ ! ସେଇଥି ପାଇଁ ଏଇ କିଛି ଦିନ ହେବ ତମେ ମୋତେ ବହୁତ ଅବହେଳା କରୁଛ । ମୋ ଖାଇବା ପିଇବାର କେବେ ତଦାରଖ କରୁନାହଁ । ଯେତେ ସେବା କଲେ ମଧ୍ୟ ଖୁସି ହେଉ ନାହଁ । "

ସୁବ୍ରତ ବାବୁ," କିଏ କହିଲା ତମେ ସୁନ୍ଦରୀ ନୁହେଁ । ତମେ ପରା ମୋ ସହିତ ଗଲା ବେଳେ ପୁରା ଗଳିର ଟୋକା କଣେଇ କଣେଇ ଚାହାଁନ୍ତି । ଆଉ ତମକୁ ଅବହେଳା ମୁଁ କରୁ ନାହିଁ । ମୁଁ ଏବେ ନିରୁପାୟ ହୋଇ ଯାଇଛି । ହେଲେ ! "

ସୀତା, " ପୁଣି ହେଲେ କ'ଣ କୁହ ଖୋଲିକରି କ'ଣ ହେଇଛି ? କ'ଣ ମୋତେ ଲୁଚେଇଛ କୁହ? ଟିକେ ଦେହରେ ରକ୍ତ ଦେଖିଲେ ଯିଏ କାନ୍ଦି ପକାନ୍ତି ଏଇ କିଛି ଦିନ ହେଲା ମୋତେ ଜ୍ୱର ଥଣ୍ଡା, ଖାଦ୍ୟ ରୋଚୁ ନ ଥାଏ ହେଲେ ଟିକେ ବି ପଚାରିଲ ନାହିଁ ଛାଡିଛି କି ! କୁହ କ'ଣ ହେଇଛି ? ମୋର କ'ଣ ଅବହେଳା ହୋଇଛି କୁହ ? "

ସୁବ୍ରତ ବାବୁ, "ସୀତା ସେଇ ଜଉ ପିଙ୍କି, ସେ ପରା ମୋର ପ୍ରଥମ ପ୍ରେମ । ସେ ମୋତେ ବହୁତ ଭଲ ପାଉଥିଲା । ତାକୁ ପାଇ ମୁଁ ବହୁତ ଖୁସି ହେଉଥିଲି । ସେ ଭଲ ପାଇବାକୁ ରାଜି ନ ଥିଲା ହେଲେ ମୁଁ ତା ପଛରେ ବହୁତ ପଡିଲି । ବହୁତ କଲ କରେ ମୁଁ । ସେ ବହୁତ ମନା କରେ ଆଉ କୁହେ ମୋ ବାପା ଆଉ ଭାଇ ବହୁତ ରାଗି ଓ ରାଜନୀତିଆ । ଜାଣି ପାରିଲେ ମୁଣ୍ଡ ଗଣ୍ଡି ଅଲଗା କରିଦେବେ । ହେଲେ ମୋର ପ୍ରେମ ନିବେଦନ ସ୍ୱୀକାର କଲା ନାହିଁ । ତାକୁ ମଧ୍ୟ ଆତ୍ମହତ୍ୟା କରିଦେବି କହିଲି ତା ପରେ ସେ ଧୀରେ ଧୀରେ ମୋ ପ୍ରତି ଆକୃଷ୍ଟ ହୋଇଗଲା । ଆମ ଦୁଇଜଣଙ୍କ ମଧ୍ୟରେ ଫୋନରେ ସମ୍ପର୍କ ଆରମ୍ଭ ହେଲା ଏମିତି ତିନି ବର୍ଷ ଚାଲିଲା । ତାର ଯେତେବେଳେ ଯୁକ୍ତ ଦୁଇର ପ୍ରଥମ ବର୍ଷ ଥିଲା ମୋର ପ୍ରଥମ ପ୍ରେମ ଥିଲା ଆଉ ତାର ଯୁକ୍ତ ତିନି ସରିଲା ଆମ ଭିତରେ ନିବିଡ଼ ସମ୍ପର୍କ ହୋଇଯାଇଥିଲା । ଆମେ ବିବାହ କରିବୁ ଭାବିଲୁ ହେଲେ ମୋର ତା ବାପାଙ୍କ ସହିତ ଦେଖା କରିବାକୁ ସାହସ ନ ଥିଲା । ମୋ ବାପାତ ଗାଉଁଲି ଲୋକ ସେ କ'ଣ ଯାଇ ତା ବାପାଙ୍କ ସହ ଦେଖା କରି କଥା ହେଇ ପାରିବ ଯେ ବାପାଙ୍କୁ କହିବି । ଶେଷରେ ମୋ ମନ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା । କାରଣ ସେ କହୁଥିଲା ମୁଁ ଘର ଛାଡ଼ି ତୁମ ପାଖକୁ ପଳେଇବି ହେଲେ ମୋ ଚାକିରୀ ଯିବ । ମୁଁ ବଦନାମ ହେବି ଓ ତା ବାପା ଭାଇ ମୋତେ ଛାଡିବେ ନାହିଁ ମାରିଦେବେ ଏମିତି ବହୁତ ଭୟ କରେ ମୁଁ । ଦିନେ ପିଙ୍କି ତା ମାମୁଁଙ୍କ ପୁଅ ଗାଡିରେ ବସି ଯାଉଥିଲା । ମୁଁ ଦେଖି ଦେଲି ଆଉ ପଚାରିଲି କିଏ ସେ ଆଉ ସେ କହିଲା ମୋ ଭାଇ । ପୁଣି ଦିନେ ଆଉ ଜଣେ ଟୋକା ଗାଡ଼ିରେ ଦେଖିଲି ସେ କହିଲା ମୋ ଭାଇ ଯେକି ତା ମାଉସୀଙ୍କର ପୁଅ । ଏମିତି ଅନ୍ୟଲୋକଙ୍କ ଗାଡ଼ିରେ ଯିବା ଆସିବା ଦେଖି ମୋର ମନ ଭାଙ୍ଗିବାକୁ ଲାଗିଲା ଓ ଶେଷରେ ସନ୍ଦେହ ବଢି ଚାଲିଲା । କିନ୍ତୁ ସେ ଠିକ ଥିଲା ଯାହା କୁହେ ଠିକ କହେ ହେଲେ ମୋର ସନ୍ଦେହ ଓ ଇର୍ଷା ବଢିଯାଏ କାରଣ ସେ କାହା ଗାଡ଼ିରେ ଯିବା ମୁଁ ପସନ୍ଦ କରେ ନାହିଁ କିନ୍ତୁ ବଢନ୍ତି ଝିଅକୁ କେହି ବାପା ମାଆ ଏକୁଟିଆ ନ ଯିବାକୁ ଦେଇ କାହା ସାଥିରେ ପଠାନ୍ତି ।"

ସୀତା, " ଠିକ ଅଛି ବାବା ତମେ ଏବେ ବାସ କର । ଯେତିକି କହିଲ କହିଲ ଏବେ ତା କଥା ଚିନ୍ତା ଛାଡ଼ । ନିଜ ପରିବାର ଓ ଆମ ଭବିଷ୍ୟତ କଥା ଚିନ୍ତା କର । ଅତୀତକୁ ଭୁଲି ବର୍ତମାନକୁ ଆଦରି ନେଲେ ଜୀବନ ସୁଖ ମୟ ହୁଏ ।"

ସୁବ୍ରତ ବାବୁ ," ହଁ ସୀତା, ତମେ ଯାହା କହିଲ ଠିକ କହିଲ କିନ୍ତୁ ମୁଁ ପରା କିଛି ଭୁଲ କରି ଦେଇଛି । ମୋତେ ଆତ୍ମହତ୍ୟାର ଧମକ ଦେଇ ପିଙ୍କି କୋର୍ଟରେ ବିବାହ କରିସାରିଛି । ତା ବାପା ମାଆ ମଧ୍ୟ ଜାଣି ନାହାଁନ୍ତି । ସୀତା ମୋତେ କ୍ଷମା କରିବ !"

ସୀତା," କହୁ କହୁ ମୋତେ ଜୀବନରୁ ମାରିଦେଲ ! ମୁଁ ବଞ୍ଚୁ ବଞ୍ଚୁ ମରି ଗଲି । ମୁଁ ନିରୀହ ଭାବି ମୋ ଜୀବନ ସହିତ ଖେଳି ଦେଲ । କେହି ସ୍ତ୍ରୀ କ'ଣ ଏଇ କଥା ସହି ପାରିବେ ? କୁହ ସୁବ୍ରତ ବାବୁ ତମେ ପ୍ରେମ କରିଥିଲ ଯଦି ବିବାହ କାହିଁକି କରୁଥିଲ । ମୋର କ'ଣ ଦୋଷ ଥିଲା । ମୋ ବାପାଙ୍କ ପାଖକୁ ହଜାରେ ପ୍ରସ୍ତାବ ଆସୁଥିଲା ହେଲେ ତମକୁ ଶାନ୍ତ, ସିଷ୍ଟ ଓ ଚାକିରିଆ ଭାବି ବିବାହ କରାଇଲେ ହେଲେ ଶେଷରେ ତମେ ମୋତେ ମଧ୍ୟ ଧୋକା ଦେଲ । ଏବେ ମଧ୍ୟ ତୁମର ସାହସ ଅଛି ପିଙ୍କିର ବାପା ମାଆଙ୍କ ପାଖକୁ ଯିବାକୁ ! କୁହ ସୁବ୍ରତ ବାବୁ କୁହ ! ମୋ କଥାର ଉତ୍ତର ଦିଅ ?"

   ମଝି ନଈରେ ଭାସୁଥିଲେ ସୁବ୍ରତବାବୁ । କିଏ ହେବ ନିଜର ନା ପିଙ୍କି ହେବ ନା ସୀତା । ମଝି ନଈରେ ଭାସୁଥିବା ସୁବ୍ରତ ବାବୁଙ୍କ ଜୀବନରେ ଅଜଣା ଝଡ଼ ପହଞ୍ଚି ଯାଇଥିଲା । ଏବେ ସୀତା ମଧ୍ୟ କାନ୍ଦିକାନ୍ଦି ବେହୋସ ହୋଇ ଯାଉଥିଲେ । ସେତେବେଳେ ସିନା ଯୌବନର ମତୁଆଲା ମନ ପାଗଳ କରିଦେଇଥିଲା ପ୍ରେମିକାଟିଏ ପାଇଁ ,ହେଲେ ଏଇ ପ୍ରେମ ଆଜି ତାଙ୍କୁ ଠିଆ କରେଇ ଦେଲା ମଝି ନଈରେ । 

   ସୀତା ନିଜ ଘର ଲୋକଙ୍କୁ କଲ କରି ସମ୍ପୂର୍ଣ ଘଟଣା ବିଷୟରେ ଜଣେଇ ଦେଇଥିଲା । ଘର ଲୋକ ବିଚଳିତ ହୋଇ ଆସି ପହଞ୍ଚିଲେ ସୀତାଙ୍କ ପାଖରେ । ସୁବ୍ରତ ବାବୁଙ୍କ ଠାରୁ ସମସ୍ତ ଘଟଣା ଶୁଣି ଆଇନର ଆଶ୍ରୟ ନେଇଥିଲେ । ପିଙ୍କିକୁ ମଧ୍ୟ ପୋଲିସ ତଦନ୍ତ ପାଇଁ ଡକାଇ ସମସ୍ତ ଘଟଣାର ଆମୂଳ ଚୁଳ ଶୁଣିଥିଲେ । ଏବେ ପିଙ୍କିର ବାପା ମଧ୍ୟ ପୁରାପୁରି ରାଗରେ ଖପ୍ପା । ଜଣେ ମନ୍ତ୍ରୀଙ୍କର ଝିଅ କାହାରିକୁ ନ ଜଣେଇ କୋର୍ଟରେ ଜଣେ ବିବାହିତ ଅଧକ୍ଷଙ୍କୁ ବିବାହ କରିଥିବା ସମ୍ବାଦ ପୁରା ଖବର କାଗଜରେ ବିରୋଧୀ ଘାଣ୍ଟି ପକେଇଥିଲେ । ଏବେ ଦୁଇ ପକ୍ଷଙ୍କର କୋପଦୃଷ୍ଟିରେ ସୁବ୍ରତ ବାବୁଙ୍କ ଜୀବନ ନର୍କର ସମାନ ହୋଇ ଯାଇଥିଲା । ଭଲ ପାଇବା ପାଇଁ ଛଟପଟ ହେଉଥିବା ସୁବ୍ରତ ବାବୁଙ୍କର ଏବେ ଅନୁତାପ ଛଡା କିଛି ନଥିଲା । ନାଁ ସ୍ତ୍ରୀ ପାଖରେ ଥିଲା ନାଁ ପ୍ରେମିକା । ବରଂ ଶତୃ ହୋଇ ଯାଇଥିଲେ ଉଭୟ ପକ୍ଷ । ଯିଏ ଦିନେ ଥାନା କି ନ୍ୟାୟାଳୟ ଦେଖିନଥିଲେ ଏବେ ଥାନା ଓ ନ୍ୟାୟାଳୟ ଦଉଡି ଦଉଡି ଜୀବନ ଯାଉଛି କେହି ଚାହିଁବାକୁ ନାହାନ୍ତି । ତେଣୁ ପ୍ରେମ କରିବା ପୂର୍ବରୁ ଭାବିବା ଉଚିତ ଏହା ସାର୍ଥକ ହେବ କି ନାହିଁ । ନ ହେଲେ ଜୀବନକୁ ତିଳ ତିଳ କରି ଜାଳି ପୋଡି ପାଉଁଶ କରିଦେବା ଛଡା କିଛି ମିଳି ନ ଥାଏ । 


రచనకు రేటింగ్ ఇవ్వండి
లాగిన్

Similar oriya story from Romance