Barsha rani Nanda

Fantasy

3  

Barsha rani Nanda

Fantasy

ପିଲାଦିନର ସାଥି

ପିଲାଦିନର ସାଥି

5 mins
268


ସାଥି ଆଜି ମିଳିଗଲା ମୋ ପିଲାଦିନର।

କୁହନ୍ତି ପରିବାର ପରେ ଦ୍ବିତୀୟ ପରିିିବାର ହେଲେ ଆମ ସାଙ୍ଗ ସାଥି।ସାଙ୍ଗ ସାଥି ନଥିଲେ ଜୀବନରେ ମଜା ହିଁ ନାହିଁ। କିଛି ଖଡୁସ୍ ସାଙ୍ଗ ମଧ୍ୟ ଜୀବନରେ ନିହାତି ଆବଶ୍ୟକ କାହିଁକିନା ତୁମକୁ ଦୁଃଖରେ ଦେଖିଲେ ଏମାନେ ଜମା ସହି ପାରନ୍ତିନି।ସାଙ୍ଗ ପାଇଁ ନିଜ ଜୀବନ ସେମାନେ ବାଜି ଲଗେଇ ଦିଅନ୍ତି‌।ଆଉ କିଛି ସାଙ୍ଗ ଅଛନ୍ତି ତୁମକୁ ଦେଖୁଥିବେ ଆଉ ତୁମ ହଜିଲେ କି ଗଲେ ତାଙ୍କର କିଛି ଫରକ୍ ପଡେନି। ସମସ୍ତଙ୍କ ଜୀବନରେ ଜଣେ ଦି ଜଣ ଏମିତି ସାଙ୍ଗ ବି ଥାଆନ୍ତି ଆମ ମନ ଭିତରେ ଏବେ କ'ଣ ଚାଲିଛି ସେମାନେ କହି ଦିଅନ୍ତି। ଆଉ କିଛି ଅସୁବିଧା ଥିଲେ ଦୂର କରନ୍ତି।ଆମ ଜୀବନ ବିଷୟରେ ଆମକୁ ଠିକ୍ ରେ ଜଣା ନଥାଏ କିନ୍ତୁ ସେମାନେ ବହୁତ ସହଜରେ ଆମ ଜୀବନ କୁ ବୁଝି ଥାଆନ୍ତି।ମୁଁ ତ କହିବି ଏମାନେ ସାଙ୍ଗ ନୁହନ୍ତି ଏମାନଙ୍କ ସାଙ୍ଗରେ ଯେମିତି ଆମର ପୂର୍ବ ଜନ୍ମର ସମ୍ପର୍କ ଯୋଡି ହୋଇଛି। କିନ୍ତୁ ମୋ ଜୀବନରେ ଏମିତି ସାଙ୍ଗ ନାହାନ୍ତି ଯିଏ ମତେ ଭଲ ଭାବରେ ବୁଝି ପାରିବ। ଏମିତି ସାଙ୍ଗ ନଥିଲେ କ'ଣ ହେଲା ମୋ ସାଙ୍ଗ ବି କିଛି କମ୍ ନୁହନ୍ତି।ମୋର ଅସୁବିଧା ସମୟରେ ଗୋଟିଏ ମେସେଜ୍ ରେ ସେମାନେ ଆସି ମୋ ପାଖରେ ଠିଆ ହୁଅନ୍ତି।ବହୁତ ଭଲ ପାଇବା ଦିଅନ୍ତି ସମସ୍ତେ। ଜୀବନରେ ଆଉ କିଛି ଦରକାର ନାହିଁ ବାସ୍ ଏତିକି ହିଁ ଦରକାର।କଥା ଛଳରେ ମୁଁ କହି ପକାଏ ତୁମ ମାନଙ୍କ ପରି ସାଙ୍ଗ ଭାଗ୍ୟରେ ଥିଲେ ମିଳେ। ବହୁତ ଧନ୍ୟବାଦ ସମସ୍ତଙ୍କୁ କିନ୍ତୁ ତା'ର ପ୍ରତି ଉତ୍ତର ମତେ ମିଳେ ନିଜ ଲୋକ ଙ୍କୁ କେବେ ଧନ୍ୟବାଦ କୁହାଯାଏନି।କିଛି ଖଡୁସ୍ ଦୋସ୍ତ୍ ମୋର ବି ଅଛନ୍ତି।ମୋର ମନଦୁଃଖ କରିବା ତାଙ୍କର ଜମା ପସନ୍ଦ ନୁହେଁ।ଆରେ ଆମେ ମାନେ ଥାଉ ଥାଉ ମନଦୁଃଖ କଣ।ମୋର ଗୋଟେ ଗୁଣ କିନ୍ତୁ ମୁଁ କଣ କରେ କାହା ପାଖକୁ ବି ଯାଏନି।ଘରେ ବସି ମେସେଜ୍ କରୁଥିବି କିନ୍ତୁ କାହା ଘରକୁ ଯିବା ପାଇଁ ମୁଁ ଚେଷ୍ଟା କରେନି ସେଥିପାଇଁ ବହୁତ ଲୋକ ଠୁ ବହୁତ କଥା ବି ଶୁଣିବାକୁ ପଡେ। ଏମିତି କଥା ବି ଶୁଣେ ତୁ ଯଦି ଆମ ଘରକୁ ନ ଆସିଛୁ ତାହେଲେ ପର ଥର କୁ ଆଉ ଆମକୁ ଡାକିବୁନି ହେଲା।ଆମେ ଖାଲି ଯିବୁ ଆଉ ତୁ ? ଆରେ ଆରେ ରହରେ ଏଥର ମୁଁ ନିଶ୍ଚୟ ଯିବି।ସେଇ ଯିବା ପାଇଁ ଲଗ୍ନ କେବେ ବାହାରିବ ସେଇଟା ମତେ ଜଣା ନାହିଁ।ଆମର ଦି ଘର ଛାଡ଼ି କି ସେଇ ଚଣ୍ଡୀ ସେଇ ମୋର ସାଙ୍ଗ ତୁ ଘରେ ବସି କି ମେସେଜ୍ କରୁଥା ହେଲା ଆମ ଘର ତ କୋଷେ ବାଟ। ବିଶ୍ଵାସ କରିବନି ଏମିତି ବି ହୁଏ ପାଞ୍ଚ ଛଅ ଦିନ ଯାଏଁ ଆମ ପାଖ ଲୋକ ମତେ ଦେଖିବାକୁ ପାଆନ୍ତିନି ଘରୁ ବାହାରିଲେ ସିନା ମତେ ଦେଖିବେ। ମୁଁ ତ କାମବ୍ୟସ୍ତ ଲୋକ ଘର ଭିତରେ ଶୋଉଥିବି,ଖାଉଥିବି ଆଉ ମୋବାଇଲ୍ ଟାକୁ ଧରି ଖେଞ୍ଚୁ ଥିବି। ଏମିତି ରେ ମୋର ଦିନ ସରିଯାଏ।ଦିନେ ସକାଳୁ ନିଦ ଭାଙ୍ଗି ନଥାଏ ଜଣେ ସାଙ୍ଗ ର ଫୋନ୍ ଆସିଲା ମୁଁ ତ ନିଦରେ ଅଛି ଟିକେ ଆଖି ଖୋଲିଲି ଫୋନ୍ ଉଠେଇଲି ତାକୁ ବହେ ଗାଳି କଲି। କାହିଁକି ଗାଳି କଲି ତା'ର କାରଣ ଅଛି ଗୋଟିଏ କଥା ମତେ ନିଦ ହେଇଥିଲା ସିଏ ଉଠେଇ ଦେଲା ପୁଣି କହୁଛି ଭୁଲି ଗଲୁଣି ବିଶ୍ଵାସ କରିବନି ଆଗ ଦିନ ସନ୍ଧ୍ୟାରେ ତାକୁ ଫୋନ୍ କରିଛି।ଏତିକି ଗାଳି ଖାଇଲା ପରେ ଆଉ କିଏ ଫୋନ୍ କରି ନଥାନ୍ତା ବୋଧେ ପୁଣି ତାପର ଦିନ ଫୋନ୍ କଲା କ'ଣ ହେଲା ଫୋନ୍ କରିଛୁ ପଚାରିଲି କହୁଛି 'ହାପି ବର୍ଥ ଡେ' ସତରେ ମୋର ମନେ ହିଁ ନଥିଲା ଯେ ସେଦିନ ମୋର ଜନ୍ମଦିନ।ୟାକୁ ହିଁ କୁହନ୍ତି ସାଙ୍ଗ।ମୋର ଜଣେ ସାଙ୍ଗ ଥିଲା ଯେତେବେଳେ ଆମର ଅଷ୍ଟମ ହେଲା ଆମେ ମିଶିକି ଦିଜଣ ଯାଉ ଆମ ବେଳେ ସାଇକେଲ ନଥିଲା ସମସ୍ତଙ୍କର।ଆମ ବାଡିପଟେ ବିଲ ଅଛି ସେଇ ବିଲ ହିଡରେ ଚାଲି ଚାଲି ଆମେ ସ୍କୁଲ ଯାଉ ।ବିଲ ପଟେ ଗଲେ ଟିକେ ଶୀଘ୍ର ପହଞ୍ଚି ହୁଏ ଆଉ ରାସ୍ତା ପଟେ ଗଲେ ଟିକିଏ ବେଶି ବାଟ ପଡେ ବୋଲି ପ୍ରାୟ ପୁଅ ଝିଅ ବିଲ ହିଡରେ ଚାଲି ଚାଲି ଯାଆନ୍ତି।ବହୁତ କମ୍ ଜଣ ସାଇକେଲ ରେ ଯାଉଥିଲେ ମୁଁ କେବେ କେବେ ଆମ ପଛ ଆଡୁ ବିଲ ଦେଇ ପଳାଏ କେବେ କେମିତି ବାପା ସାଇକେଲ ରେ ନେଇ ଛାଡ଼ି ଦିଅନ୍ତି।ନଅ ଟା ବାଜିଗଲେ ଆରମ୍ଭ କରିବେ ସ୍କୁଲ ଯିବା ହିଡରେ ଲାଇନ୍ ହେଇ ଚାଲିକି ଯାଉଥିବେ ସବୁ। ମୁଁ ପୁରା ଛୋଟ ଝିଅ ଟିଏ ଭଳିଆ ଦିଶୁଥିଲି ହାଇସ୍କୁଲ ରେ ପଢୁଛି କହିଲେ କିଏ ବିଶ୍ଵାସ କରୁ ନଥିଲେ।ସେଇ ଆମ ଘର ପାଖର ଆଉ ଜଣେ ସାଙ୍ଗ ସିଏ ଆଉ ମୁଁ ଏକା ସାଙ୍ଗରେ ଯିବୁ। ବହୁତ ବାଟ ହୁଏ ବୋଲି ଖାଇବା ଛୁଟିରେ ଘରକୁ ଆସେନି ମାମା ଟିଫିନ୍ ଦେଇଥାନ୍ତି ସେଠି ହିଁ ଖାଇଦିଏ ଆହୁରି ବି ବହୁତ ପିଲା ସ୍କୁଲରେ ରାନ୍ଧିବା ଭାତ ଖାଆନ୍ତି ମୁଁ କିନ୍ତୁ ଯାହା ନେଇଥାଏ ଖାଇଦିଏ।କ୍ଲାସ୍ ଭିତରେ ହିଁ ଖାଏ ସିଏ ବି ଭାତ ନେଇ ଆସେ ମୋ ସାଙ୍ଗରେ ଖାଏ। ମୁଁ ବହି ବ୍ୟାଗ୍ ଧରିକି ଟିଫିନ୍ ଧରିଲେ ବହୁତ ହାତ କାଟେ ବୋଲି ମୋ ଟିଫିନ୍ ଆଉ ପାଣି ବୋତଲ୍ ଥାଏ ସେ ବ୍ୟାଗ୍ ଟା ସିଏ ପ୍ରତିଦିନ ଧରିକି ଯାଏ ପୁଣି ଧରିକି ଆସେ। ବେଳେ ବେଳେ ମୋ ଟିଫିନ୍ ଆଉ ବହି ବ୍ୟାଗ୍ ଦିଟା ଯାକ ଧରେ ପୁଣି ତାର ବହି ବ୍ୟାଗ୍ ଟା ଧରେ।ଦିନେ ଛୁଟି ହେଲା ହିଡରେ ଆସିଲା ବେଳେ ମୋ ଗୋଡ଼ ମୋଡି ହେଇଗଲା ମୁଁ ଚାଲି ପାରିଲିନି ସିଏ ଭଲ ଟିକେ ଡେଙ୍ଗା ଥିଲା ନା ମତେ କାଖ କରିକି ଅଧା ଦୂର ଯାଏଁ ଆଣିଲା ତାପରେ ଦିଜଣ ଏମିତି ଟିକେ ବସି ବସି ଘରେ ପହଞ୍ଚିଲୁ।ପ୍ରାୟ ଦିନ ମୋର ଦେଖିକି ସିଏ ବି ଖାଇବା ପାଇଁ ନେଇଥିବ କିନ୍ତୁ ଖାଇବନି ମାମା ଯାହା ଦେଇଥାନ୍ତି ସେଥିରେ ମୁଁ ଅଧା ଖାଏ କାଢିକି ବାକି ଆସିଲା ବେଳେ ଦୁଇଟି ବିଶାଳ ମହୁଲ ଗଛ ପଡେ ସେଠି ବସିକି ଦିଜଣ ତାର ମୋର ଯାହା ଅଛି ମିଶେଇ ଅଧା ଅଧା ଖାଇଦେଉ ପାଣି ପିଇ ଧିରେ ଧିରେ ଫେରୁ। ସ୍କୁଲ ପଛଆଡେ କେନ୍ଦୁ ଗଛ ଥାଏ ଖାଇବା ଛୁଟିରେ ସେଠି ଯିଏ ଥିବେ ସବୁ ସାଙ୍ଗ ହେଇକି କେନ୍ଦୁ ଆଉ ବରକୋଳି ଆଣିକି ଆସିବେ ମୋର କିନ୍ତୁ ଏସବୁ କାମରେ ଜମା ମନ ନାହିଁ।ସେଇ ସାଙ୍ଗ କ'ଣ କରିବ ମୋ ଟିଫିନ୍ ବ୍ୟାଗ୍ ରେ ସବୁ ନେଇକି ଆସିବ ସେ ଏକା ଖାଏନି ମିଶିକି ଦିଜଣ ଖାଇବୁ।ଆଉ ଜଣେ ସାଙ୍ଗ ବି ଥିଲା।ପଢା ସମୟରେ ଯେଉଁ ଖଟି ଚାଲେ ମଝିରେ ମଝିରେ କଣ ଟିକେ ଟିକେ ଖାଇବା ଚାଲିଥାଏ ସିଏ ହେଲା ସେଇ ସାଙ୍ଗ। ବବୁଲ ଗମ୍ ଖିଆ ସାଙ୍ଗ।ଯେତେ ପ୍ରକାର ବବୁଲ୍ ଗମ୍ ଅଛି ସବୁ ଆଣିଥିବ ସ୍କୁଲ କୁ।ସିଏ ତ ଖାଇବ ପୁଣି ମତେ ଜବରଦସ୍ତି ଖୁଆଇବ। ଦିନେ ସେଇ ବବୁଲ୍ ଗମ୍ ପାଇଁ ସାର୍ ଙ୍କ ଠୁ ଶୁଣିଲି ଭଲକି। ସ୍କୁଲ ଆସିଲା ମାନେ ମତେ ଅଧା ବବୁଲ୍‌ ଗମ୍ ଦେବ ବୋଧେ ଡବାଟା ଯାକ ସିଏ ନେଇ ଆସୁଥିଲା।ଯେତେ ପ୍ରକାର ବବୁଲ୍ ଗମ୍ ଆଣିଥିବ ମୋ ବ୍ୟାଗ୍ ରେ ଭରିଦେବ‌। କିନ୍ତୁ ତା ବ୍ୟବହାର ରେ ଏବେବି କିଛି ବଦଳିନି ମତେ ଏମିତି ହିଁ ଲାଗେ। ଏବେ ବି ସେଇ ଖାଇବାକୁ ନେଇ ଜବରଦସ୍ତି କରେ ନ ଖାଇଲେ ଏଥର ଆଉ ମୁଁ ତମ ଘରକୁ ଯିବିନି ଏମିତି ବ୍ଲାକ୍ ମେଲ୍ କରେ ମତେ।ଆମ ଶ୍ରେଣୀ ରେ ମନିଟର୍ ଜଣେ ବି ଥିଲେ ଏବେ ସିଏ ଚାକିରୀ ପାଇକି ତାଙ୍କ ପଦବୀରେ। କିନ୍ତୁ ସାଙ୍ଗ ସମସ୍ତେ ଯେମିତି ଥିଲେ ଏବେ ବି ସେମିତି ହିଁ ଅଛନ୍ତି।ସେଇ ସାଙ୍ଗ ସାଥି ଜୀବନ ବହୁତ ଖୁସି ଥିଲା।ବେଳେ ବେଳେ ବହୁତ ମନେ ପଡେ ସମସ୍ତଙ୍କ କଥା।ସମୟର ପରିବର୍ତ୍ତନ ଯିଏ ଯେଉଁ ଆଡେ ରହିଲେ ସବୁ ସମୟରେ ଭେଟ ବି ହେଇପାରେନି। ଯାହା ର ନଂ ଅଛି ଫୋନ୍ ମାଧ୍ୟମରେ ଯୋଗାଯୋଗ ଅଛି କିନ୍ତୁ ସେଇ ଖୁସି ଟା ଆଉ କ'ଣ ମିଳିବ। ଯିଏ ଯାହା ର ପଦ ପଦବୀ ରେ କିଏ ଚାକିରି କରୁଛି କିଏ ବିଜ୍ ନେସ୍ ଆଉ ଝିଅ ମାନେ ପ୍ରାୟ ବାହା ହୋଇ ଶାଶୁ ଶ୍ଵଶୁର ଙ୍କ ସେବାରେ ଲାଗିଛନ୍ତି। କିନ୍ତୁ ସମସ୍ତେ ମନେ ପକାନ୍ତି ଆଉ ଏତେ ଭଲ ପାଇବା ଦିଅନ୍ତି ସତରେ ସାଙ୍ଗ ସାଥି ସେଥିପାଇଁ ହିଁ ଜୀବନରେ ଦରକାର।ବହୁତ ମନେ ପଡେ ସମସ୍ତଙ୍କ କଥା।ଦଶହରା ସମୟରେ ସମସ୍ତେ ଆସନ୍ତି ସମସ୍ତଙ୍କ ସାଙ୍ଗରେ ଭେଟ ହୁଏ। ବହୁତ ଖୁସି ଲାଗେ ଲାଗେ ଯେମିତି ପିଲାଦିନ ଟା ପୁଣି ଫେରି ଆସିଛି।ଖିଆ ପିଆ ମଜା ମସ୍ତି ସାଙ୍ଗରେ ଫଟୋ ବି ଉଠେ । ସେତେବେଳେ ସମୟ ଥିଲା ସାଙ୍ଗସାଥୀ ଥିଲେ କିନ୍ତୁ ବାପା ମା ଦେଇଥିବା ସ୍ବଳ୍ପ ପଇସା ରେ ହିଁ କାମ ଚଳୁଥିଲା। ଏବେ ସମସ୍ତେ ରୋଜଗାର କଲେ କାହା ପାଖରେ ସମୟ ନାହିଁ କି ସେଇ ସାଙ୍ଗ ବି ଆଉ ପାଖରେ ନାହାନ୍ତି ସମସ୍ତେ ତାଙ୍କ କାମରେ ବ୍ୟସ୍ତ। କିନ୍ତୁ ଯେତେବେଳେ ସବୁ ସାଙ୍ଗ ସାଙ୍ଗରେ ଏକାଥରେ ଭେଟ ହେଇ ଯାଏ ମୋର ମନେପଡେ ସେଇ ଗୀତ

"ସାଥି ଆଜି ମିଳିଗଲା ମୋ ପିଲାଦିନର" । ଏଇ ଖରାପ ପରିସ୍ଥିତି ସମୟରେ ଯିଏ ଯେଉଁଠି ବି ଅଛ ଭଗବାନ କରନ୍ତୁ ବହୁତ ଭଲ ରେ ଥାଅ। ସମସ୍ତେ ଖୁସି ରେ ରୁହ।ତୁମ ମାନଙ୍କୁ ଭଲ ପାଉଥିବା ତୁମର ଏଇ ସାଙ୍ଗକୁ ଯେମିତି ଭୁଲି ନଯାଅ।


Rate this content
Log in

Similar oriya story from Fantasy