STORYMIRROR

Himalini Hota

Fantasy Inspirational

3  

Himalini Hota

Fantasy Inspirational

ପିକନିକ

ପିକନିକ

4 mins
114

ସେଦିନ ଥିଲା ନଭେମ୍ବର ମାସ ର ଏକ ମଧ୍ୟାହ୍ନ। ସବୁ ଦିନ ପରି ସେଦିନ ମଧ୍ୟ କଲେଜ ଖୋଲାଥାଏ। 3 ଦ୍ୱିତୀୟ ବର୍ଷ ର କଥା, କ୍ଳାସ ର ତୃତୀୟ ପିରିୟଡ଼ ରେ ସାର ଆମକୁ ପିକନିକ ଯିବା କଥା କହିଲେ।( ସାଧାରଣତଃ ଶୀତ ଋତୁରେ ସ୍କୁଲ କଲେଜ ୟୁନଭରସିଟିରେ ପିକନିକ ଯିବା ଉପରେ ଜୋର ସୋର ରେ ଆଲୋଚନା ଚାଲି ଥାଏ)। ସାର୍ ଆମକୁ ୪/୫ ଯାଗା ବିଷୟରେ କହିଲେ।ଆମେ ସେଥିମଧ୍ୟରୁ ଗୋଟିଏ ଯାଗା ସ୍ଥିର କରି‌ ଆମ ସିଦ୍ଧାନ୍ତ ଶୁଣାଇ ଥିଲୁ।

ଆମ ସ୍ଥିରୀକୃତ ଜାଗା ର‌ ନାମ ଥିଲା ବାଙ୍କେଶ୍ଵରୀ। (ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ)। ପୂର୍ବରୁ ଆମେ ସେହି ଜାଗା ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ ଥିଲୁ। ତଥାପି ଆମେ ଯାହା ଶୁଣିଥିଲୁ ବ୍ରହ୍ମପୁର ଠାରୁ ଅନତି ଦୂରରେ ଚିକିଟି ରୋଡ ରେ ଗଲେ ଏକ ଗ୍ରାମ ପଡ଼େ, ସେହି ଗ୍ରାମର ‌ନିକଟରେ ଥିବା ଏକ ପାହାଡ ଉପରେ ଏହି ବାଂକେଶ୍ୱରୀ ଦେବୀ ଙ୍କ ମଂଦିର ଅବସ୍ଥିତ।

ଅନ୍ୟ ସାର‌ ମାନଙ୍କ ଠାରୁ ଶୁଣି ଥିଲୁ ଏହି ସ୍ଥାନଟି ପ୍ରାକୃତିକ ଦୃଶ୍ୟ ରେ ପରିପୂର୍ଣ। ଆମେ ଯିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।୧୮ ତାରିଖ ଶନିବାର ୨୦୦୧ ଦିନ ପିକନିକ ଯିବା ପାଇଁ ସ୍ଥିରୀକୃତ ହେଇଥିଲା। ଯଦିଓ ପିକନିକ ଯିବା ପାଇଁ ଆମ ସମସ୍ତଙ୍କ ମନ ଅତ୍ୟନ୍ତ ଖୁସି ଥିଲା କିନ୍ତୁ ମୋର ବେଷ୍ଟ ଫ୍ରେଣ୍ଡ୍ ଯାଉ ନ ଥିବାରୁ ମୋ ମନ ବହୁତ ଦୁଃଖ ଥିଲା।ସେ ଯାହା ବି ହେଉ ୧୮ ତାରିଖ ଦିନ ଭୋର ୪ ଟା ସମୟରେ ଆମେ ସବୁ ଗୋଟିଏ ଜାଗାରେ ଏକତ୍ରିତ ହୋଇ ଥିଲୁ।ଆମ ବସ୍ ଆସି ପହଁଚି ଥିଲା‌ ପ୍ରାୟ ୫ ଟା ବେଳେ, ଏବଂ ସମସ୍ତେ ବସ୍ ରେ ବସିବା ପରେ ବସ୍ ଗନ୍ତବ୍ୟ ପଥରେ ଅଗ୍ରସର ହୋଇଥିଲା।

ବସ୍ ଚାଲି ଥାଏ। ପ୍ରାୟ ୧୧ /୧୧.୩୦ ସମୟରେ ଗାଡ଼ି ପହଞ୍ଚିଲା ସେହି ଗ୍ରାମରେ ଯେଉଁ ଠାରେ ମା ବାକେଂଶ୍ଵରୀ କଂ ପୀଠ ଅବସ୍ଥିତ। ଆମେ ସେଠାରେ ପହଁଚି ଲୁ ସିନା ପାହାଡ଼ ଉପରେ ଥିବା ଦେବୀଙ୍କ ପୀଠ ନିକଟକୁ ଯିବା ପାଇଁ ରାସ୍ତା ଜାଣି ନଥିଲୁ। ବହୁତ କଷ୍ଟରେ ଜଣେ ବ୍ୟକ୍ତି ଆମକୁ ପାହାଡ଼ ଚଢି ରାସ୍ତା ଦେଖେଇ ବା କୁ ରାଜି ହୋଇଥିଲେ। ବ୍ୟକ୍ତି ଜଣଙ୍କ ଆଗରେ ଚାଲିଲେ। ତାଙ୍କ ପଛରେ ଆମେ ସମସ୍ତେ ଆମର ଜିନିଷ ପତ୍ର ନେଇ ଚାଲିଲୁ। ପାହାଡ଼ ତଳ ଖେତ ରେ ‌‌ଧାନଗଛ ଗୁଡିକ ରେ ସୂର୍ଯ୍ୟ ଙ୍କର ସୁନେଲି କିରଣ ପଡି ଅତ୍ୟନ୍ତ ମନୋହର ଦେଖାଯାଉଥାଏ।

ବିଲ ରାସ୍ତା ରେ ପ୍ରାୟ କିଲୋମିଟର ଖଣ୍ଡେ‌ ଚାଲିବା ପରେ ଆମେ ପହଞ୍ଚିଲୁ ସେହି ପାହାଡ଼ ନିକଟରେ। ପାହାଡ଼ ର ବନ୍ଧୁର ପଥରେ ଚାଲିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ସାଂଗ ମାନଙ୍କ ଗହଣ ରେ ଗଲାବେଳେ ସେହି କଷ୍ଟ ଆଦୋୖ ଧରାପଡେ ନାହିଁ। ସେହି ପାହାଡ଼ ରେ ମନ୍ଦିର କୁ ଯିବା ପାଇଁ ସିଡି ମଧ୍ୟ ନଥିଲା। ପଥର ଚଢି ଯିବା କଥା।ଆଗ ପିଲାଙ୍କୁ ଦେଖି ଚାଲି ବା କଥା। ସଠିକ ରାସ୍ତା ମଧ୍ୟ ଜଣା ପଡୁ ନଥିଲା। ଏପଟେ ଖରା ର ମାତ୍ରା ମଧ୍ୟ ବଢ଼ି ଚାଲୁଥାଏ। ସାଂଗ ରେ ନେଇ ଥିବା ଥଣ୍ଡା ପାନୀୟ ଓ ପାଣି ମଧ୍ୟ ସରି ଯାଇଥିବା ରୁ ଆମେ ଭୋଗ ପାଇଁ ନେଇ ଥିବା ଏପଲ ଓ କଦଳୀ ଖାଇଦେଇଥିଲୁ। ବହୁତ ହାଲିଆ ହୋଇ ଯାଇଥିବାରୁ ଆଉ ଆଗକୁ ନଯାଇ ସେଠାରେ ରୋଷେଇ କରି ଖାଇ ଫେରିଯିବୁ ବୋଲି ସାର୍ ଙ୍କୁ କହିଥିଲୁ। କିନ୍ତୁ ନିକଟରେ ଝରଣା ର କୁଳୁକୁଳୁ ନାଦ ଶୁଣା ଯିବା ରୁ ମା ଙ୍କ ପୀଠ ନିକଟତର ହୋଇଗଲା ବୋଲି ସାର୍ ଆମକୁ ଉତ୍ସାହିତ କରି ଆଗକୁ ଚାଲିବାକୁ କହିଲେ।ଆମ ଗୋଡ଼ ଆଉ ଆଗକୁ ଚଳୁନଥାଏ। ପାହାଡ଼ ର ପଥର ଗୁଡିକ ଗୋଡ଼ରେ ବାଜି କେତେ ଜଣଙ୍କ ପାଦ‌ ଖଣ୍ଡିଆ ଖାବରା ହୋଇଯାଇଥାଏ।କ୍ରମେ ଝରଣା ନିକଟତର ହେଲା ଏବଂ ସେଠାରେ ଆମେ ପାଣି ପିଇ ତୃଷ୍ଣା ନିବାରଣ କରି ପଛରେ ଆସୁଥିବା ସାଂଗ ମାନଙ୍କ ପାଇଁ ପାଣି ପଠାଇ ଆଗକୁ ଚାଲିଲୁ। ହଠାତ୍ ମଦିଂର ର ଘଣ୍ଟି ଆମ କଣ୍ଣ ଧ୍ୱନିତ କଲା।ଆମ ଖୁସି ର ସୀମା କହିଲେ ନ ସରେ।ଆମ ଆଗରେ ଚାଲୁଥିବା ପିଲା ମାନେ ପହଞ୍ଚି ଯାଇଥିଲେ। ତେଣୁ ଆମେ ମଧ୍ୟ ଖିପ୍ର ଗତିରେ ଆଗେଇ ଚାଲିଲୁ।(ଅତିଶୟ କ୍ଳାନ୍ତି ରେ ପାଦ ଚଳୁନଥିବା ସତ୍ୱେ)। ଶେଷରେ ଆମେ ସେହି ପୀଠ ନିକଟରେ ପହଞ୍ଚି ଥିଲୁ।

ଚତୁର୍ଦ୍ଦିଗ ରେ ପର୍ବତ ଜଂଗଲ ପରିବେଷ୍ଠିତା ହୋଇ ମଝିରେ ଦେବୀ ବାଙ୍କେଶ୍ୱରୀ ଅବସ୍ଥାନ କରିଛନ୍ତି। ଝରଣା ରେ ହାତମୁହଁ ଧୋଇ ମା ଙ୍କ ନିକଟରେ ପ୍ରଣତି ବାଢି ଆମେ ବୁଲାବୁଲି କଲୁ ସେତେବେଳକୁ ପ୍ରାୟ ସାଢେ଼ ଗୋଟାଏ ବାଜି ଯାଇଥାଏ। ପାହାଡ଼ ଚଢା କ୍ଳାନ୍ତି ସାଂଗକୁ ଭୋକ ର ମାତ୍ରା ମଧ୍ୟ ବଢ଼ି ଚାଲିଥାଏ।ସେପଟେ ରୋଷେୟା,ପିଅନ ରୋଷେଇ ଆରମ୍ଭ କରିଦେଇଥିଲେ। ଗ୍ୟାସ ସାଂଗ କୁ ଦୁଇ ଟି କର ଚୁଲି ଲାଗିଥିବା ରୁ ରୋଷେଇ ଶୀଘ୍ର ଶୀଘ୍ର ହୋଇ ଯାଇଥିଲା। ପାହାଡ଼ ଉପରେ ଥିବା ରୁ ୩.୩୦ ସମୟ‌ ବେଳକୁ ଥଣ୍ଡା ଆରମ୍ଭ ହୋଇଯାଇଥିଲା। ତେଣୁ ଶୀଘ୍ର ଶୀଘ୍ର ଭୋଜନ ସମାପ୍ତି କରି ତଳକୁ ଓହ୍ଲାଇବା ପାଇଁ ସାର୍ ନିର୍ଦେଶ ଦେଲେ।କାରଣ ପାହାଡ଼ ଉପର ହୋଇ ଥିବାରୁ ଭାଲୁ,ସାପ ,ହେଟା ବାହାରିବା ର ଆଶଙ୍କl ଥିଲା। ତେଣୁ ଭୋଜନ ସମାପ୍ତି କରି ଜଲଦି ଜଲଦି ତଳକୁ ଓହ୍ଲାଇ ଲୁ।

"ଚଢିବା ର କଷ୍ଟ ଓହ୍ଲାଇ ବା ରେ ନଥାଏ।”।

ଆମେ ବସ୍ ନିକଟରେ ପହଞ୍ଚିଲା ବେଳକୁ ସାଢ଼େ ପାଞ୍ଚଟା ବାଜି ସାରିଥାଏ। କିନ୍ତୁ ପାହାଡ଼ ରୁ ଓଲ୍ହାଇ ତଳକୁ ଆସି ଦେଖିଲୁ ସିନିଅର ଭାଇ ଦୁଇ ଜଣ ଗାଏବ ଥିଲେ ।ସାର ମାନେ ବ୍ୟସ୍ତ ହୋଇ ପଡିଲେ ଏପଟେ ରାତି ର ଅନ୍ଧାର କୁ ସେପଟେ ସ୍ୱାନ ସ୍ବlପଦ ବହୁଳ ଜଙ୍ଗଲ । ବହୁତ ସମୟ ଅପେକ୍ଷା କରିବା ପରେ ବି ସେ ଦୁଇଜଣ ନ ଆସିବାରୁ ଚାରି ଜଣ ସାର ଆଉ ଦୁଇଜଣ ସେଠିକା ବାସିନ୍ଦା ମିଶି ନିଆଁ ହୁଳା ଧରି ତାଙ୍କୁ ଖୋଜିବାକୁ ବାହାରିଲେ ସେହି ଜଙ୍ଗଲିଆ ରାସ୍ତାରେ ।ଜଙ୍ଗଲୀ ଜନ୍ତୁ ଙ୍କ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ସେମାନେ ଟର୍ଚ୍ଚ ଲାଇଟ ସହ ନିଆଁ ହୁଳା ଧରିଥିଲେ ।ବାଟ ଯାକ ଭାଇ ଦୁହିଁଙ୍କ ନାମ ଧରି ଡାକି ଡାକି ଚାଲୁଥାନ୍ତି ।ହଟାତ ସେମାନଙ୍କ ର କର୍ଣ ଗୋଚର ହେଲା ଭାଇ ଦୁଇଜଣଙ୍କ କ୍ରନ୍ଦନ ସ୍ୱର ।ଜଙ୍ଗଲିଆ ପାହାଡିଆ ରାସ୍ତା ରେ ବାଟ ବଣା ହୋଇ ତଳକୁ ଓଲ୍ହାଇ ନ ପାରି ଭାଇ ଦୁଇଜଣ କାନ୍ଦୁଥାନ୍ତି ଅଧର୍ଯ୍ୟ ହୋଇ।ଅନ୍ଧାର କୁ ସେମାନେ ବାଟ ଖୋଜି ପାଉ ନଥାନ୍ତି । ସାର ମାନଙ୍କ ଡାକ ଶୁଣି ସେମାନଙ୍କ ମନରେ ଜୀବନ ପଶିଲା ।ଏବଂ ସାର ଭାଇ ଦୁଇ ଜଣ ଙ୍କୁ ଧରି ସୁରକ୍ଷିତ ଭାବରେ ନେଇ ତଳକୁ ଆସିଲେ।କାଳେ କିଛି ଅଘଟଣ ହୋଇଥିବ ଭାବି ଅନ୍ୟ ପିଲାମାନେ ଭୟ ରେ ଥରୁ ଥାନ୍ତି ।ଭାଇ ଦୁଇଜଣ ଙ୍କୁ ଦେଖିବା ପରେ ସମସ୍ତ ଙ୍କ ଦେହ ରେ ଜୀବନ ପଶିଲା । ସମସ୍ତେ ଏକତ୍ରିତ ହୋଇ ଠାକୁରାଣୀ ଙ୍କୁ ସୁମରଣା କରି ବସ୍ ଛାଡ଼ିବା ବେଳକୁ ପ୍ରାୟ ସାଢେ ସାତ ବାଜି ଯାଇଥାଏ। ପୂର୍ବରୁ ଆମର ୫/୬ ଜାଗା ବୁଲି ବାକୁ ଯିବା ର ପ୍ରୋଗ୍ରାମ ଥିଲା। କିନ୍ତୁ ବାଙ୍କେଶ୍ୱରୀ ଠାରେ ବିଳମ୍ବ ହେବାରୁ ଆମର ସବୂ ପ୍ରୋଗ୍ରାମ ବଦଳାଯାଇଥିଲା। ଶେଷରେ ସ୍ଥିର ହୋଇ ଥିଲା ଭୈରବୀ ଓ ଗୋପାଳ ପୁର ଯାଇ ନିଜ ଗ୍ରାମ କୁ ଫେରି ଯିବୁ।10 ଟା ବେଳେ ଭୈରବୀ ପୀଠ ରେ ବସ୍ ରଖି ମନ୍ଦିର କୁ ଗଲା ବେଳେ ମନ୍ଦିର ଶୀତ ରାତି ଯୋଗୁଁ ବନ୍ଦ ହୋଇଯାଇଥାଏ। ତେଣୁ ଗୋପାଳ ପୁରରେ ଅଳ୍ପ ସମୟ ଗାଡି ରଖି ଆମେ 11 ରେ ବସ୍ ରେ ବସିଥିଲୁ। ବସ୍ ଆମ ଗ୍ରାମରେ ପହଞ୍ଚି ଲା ବେଳକୁ 2.30 ବାଜି ଯାଇଥିଲା।ସମସ୍ତେ ନିଜ ନିଜ ଗୃହକୁ ପ୍ରତ୍ୟାବର୍ତନ କରିଥିଲୁ।

ଏ ଥିଲା ମୋର ପିକନିକ ଅନୁଭୂତି।

ବାସ୍ତବରେ ବାଙ୍କେଶ୍ଵରୀ ଦେବୀ ଙ୍କ ନାମ କରଣ ଅଂକାବଂକା ରାସ୍ତା କୁ ନେଇ ହୋଇଛି ବୋଲି ଅନୁମାନ କରିହୁଏ।



Rate this content
Log in

Similar oriya story from Fantasy