STORYMIRROR

Himalini Hota

Inspirational

4  

Himalini Hota

Inspirational

ବିଚରା ଶୂନଟି

ବିଚରା ଶୂନଟି

2 mins
234

ଶୂନ ବୋଲି ଗୋଟିଏ ଖୁସି ବାସିଆ ପିଲା ଥିଲା।ସେ ସବୁବେଳେ ହସୁଥିଲା ଓ ମଜା କରୁଥିଲା, ଥଟ୍ଟା କରୁଥିଲା ।ଆଜି କିନ୍ତୁ ତା'ର ସେହି ହସହସ ମୁହଁ ଆଉ ଦେଖାଯାଉନାହିଁ ।ହସ ହସ ମୁହଁଟି ଆଜି ତାର ଦୁଃଖରେ ମଳିନ ହୋଇ ପଡ଼ିଥିଲା ।ଶୂନ ଖୁସି ନହେବାର କାରଣ ... ତାକୁ ସମସ୍ତେ ନେଇ ନିଜର ଫାଇଦା ଉଠେଇ ତାକୁ ବୋକା ବନେଇ ଦେଇଥିଲେ।

ଅନ୍ୟ ତା’ର ସାଥୀମାନେ ତାକୁ କହିଲେ -- ତୁମେ ଏମିତି କ'ଣ ହୋଇଯାଇଛ କି?ଶୂନ ମାନେ ତ କିଛି ନୁହେଁ !ଦିନସାରା ବସି ଏହି କମେଣ୍ଟଟିକୁ ଶୂନ ଭାବିବାକୁ ଲାଗିଲା।ସାଙ୍ଗମାନଙ୍କ ଆକ୍ଷେପ ରେ ତାର ଆଖିରୁ ଧାର ଧାର ହୋଇ ଲୁହ ବୋହିବାକୁ ଲାଗିଲା ।ତାର ସାଥୀମାନେ ଯାହା କହୁଛନ୍ତି ତାହା ସତ ବୋଲି ସେ ଧରିନେଲା।କାରଣ ଲୋକମାନେ ପ୍ରଥମ ଜନ୍ମ ଜୟନ୍ତୀ ଦ୍ୱିତୀୟ ଜନ୍ମ ଜୟନ୍ତୀ ତ ପାଳନ କରନ୍ତି କିନ୍ତୁ କେବେ କେହି ଶୂନ ଜନ୍ମ ଜୟନ୍ତୀ ପାଳନ କରନ୍ତି ନାହିଁ।

ଏଣୁ ଶୂନ ମନମାରି ବସିରହିଲା ପରେ ସେ ଅଙ୍କ ଦୁନିଆ ଆଡେ ବୁଲିଗଲା।କାହା ସହ କଥାବାର୍ତ୍ତା କଲା ନାହିଁ କି ହସିଲା ନାହିଁ।ଦେଖିଲା ଗୋଟିଏ ପଡ଼ିଆରେ ଅନ୍ୟ ସାଙ୍ଗମାନେ ଦୌଡ଼ ପ୍ରତିଯୋଗିତାରେ ମସଗୁଲ୍ ଅଛନ୍ତି।ତାଙ୍କ ଦୁନିଆର ସମସ୍ତେ ଖୁସୀ ଓ ଆନନ୍ଦରେ ଖେଳୁଛନ୍ତି।ଶୂନ ତାଙ୍କ ଆଡେ ନଜର ଦେଲାନାହିଁ।ଏତିକିବେଳେ ଜଣେ କେହି ଶୂନ ଆଡ଼କୁ ଆସିଲା ଓ ତା ପିଠିରେ ଥାପଡ଼୍ ମାରି କହିଲା,ଶୂନ ଭାଇ ...ମୋ ସାଥିରେ ଆସ।ଶୂନ ଦେଖିଲା ଆଠ ନମ୍ବର ଭାଇ ତାକୁ ଡାକୁଛି।

"ନା ନା ଶୂନ ଭାଇ ତୁମେ ମୋ ସହ ଆସ "ନଅ ନମ୍ବର କହିଲା।ଦେଖୁଦେଖୁ ଶୂନ ଚାରିପଟେ ଅନ୍ୟମାନେ ମଧ୍ୟ ଭିଡ଼ ଜମେଇଦେଲେ।ସମସ୍ତେ ଶୂନକୁ ଡାକୁଥିଲେ ନିଜ ସହିତ ରହିବା ପାଇଁ।ଶୂନ ବୁଝିପାରିଲା ନାହିଁ ହଠାତ୍ ସେ କାହିଁକି ଲୋକପ୍ରିୟ ହୋଇପଡିଛି।ଶୂନକୁ ପରେ ସମସ୍ତେ ଖେଳ ପଡିଆକୁ ଟାଣିଲେ।ଉପସ୍ଥିତ ଲୋକ ଏହା ଦେଖି ହସିଲେ।ଶୂନ ଆଖି ବୁଲେଇ ଦେଖିଲା ସମସ୍ତେ ତାକୁ ଦେଖି ହସୁଛନ୍ତି।ପ୍ରଥମେ ପ୍ରଥମେ ତ ସିଏ କିଛି ବୁଝି ପାରୁନଥିଲା କିନ୍ତୁ ତା ପରେ ସେ ବୁଝିଲା ରହସ୍ୟ ଟି କ'ଣ?ଯଦି ସେ ନଅ ପାଖରେ ଠିଆ ହେଉଛି ତାହେଲେ ତାର ଗୁଣ ଦଶ ଗୁଣ ବଢିଯାଉଛି ଅର୍ଥାତ୍ ନବେ ହୋଇଯାଉଛି।ଯଦି ଚାରି ପାଖରେ ଠିଆ ହେଉଛି ତେବେ ଚାଳିଶି ହୋଇଯାଉଛି।ଶୂନ ତାପରେ ଗୋଟିଏ ବଡ଼ ହସଟିଏ ହସିଲା। ପଡିଆରେ ଆଉ ଯେତେ ଥିଲେ ସମସ୍ତେ ତା ସହ ତାଳ ଦେଇ ହସିଲେ ।ସମସ୍ତେ ଏଥର ଅନୁଭବ କଲେ ଶୂନର ମୂଲ୍ୟ କେତେ ଅଧିକ। ତାକୁ ଛାଡିଦେଲେ ଆଉ ସମସ୍ତଙ୍କର ମୂଲ୍ୟ କେତେ ହୀନ ହୋଇଯାଏ ।ବିଚରା ଶୂନ ର ଦୁଃଖ ଦୂର ହେଲା।ଆଉ ଏବେ ସିଏ ଖାଲି ଖିଲି ଖିଲି ହୋଇ ହସିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational