STORYMIRROR

Himalini Hota

Inspirational

4  

Himalini Hota

Inspirational

ସେହି ଭୂଲ ପାଇଁ

ସେହି ଭୂଲ ପାଇଁ

6 mins
324

ସେ ଦିନ କଲେଜ ବାହାରୁ ବାହାରୁ ଟିକେ ବିଳମ୍ବ ହୋଇଯାଇଥିଲା ମୋର ଏ ବୋଉ ପାଇଁ ।,ସବୁ ଦିନ କେଚର କେଚର ହବl ତାର ଯେମିତି ଗୋଟିଏ ଜନ୍ମ ଗତ ଅଭ୍ୟାସ ।କଲେଜ ବାହାରିବାକୁ ତରବର ହେଉଥିବି ତାର ଗାଳି ଆରମ୍ଭ ହୋଇଯାଏ ଜିଦ ଧରି ବସିପଡିବ ଖାଇବା ଜିନିଷ ଥାଳିରୁ ସରିଲା ପରେ ଯାଇ ଉଠିବୁ । କାରଣ ମୋର ଟିକେ ଖରାପ ଅଭ୍ୟାସ ପିଲା ବେଳୁ, ଖାଇବା ଯେତେ ଭଲ ହେଇଥିଲେ ବି ଖାଇବା ବେଳେ ଖିଟ ପିଟି କରିବା, ଆଉ ସବୁବେଳେ ଖାଇଲା ବେଳେ ଏଇଟା ଭଲ ହେଇନି ସେଇଟା ଲୁଣ ପଡିନି କହି ଖୁଣ ବାହାର କରିବା।ଠାକୁରଙ୍କ ବେଲ ପତ୍ର ଖଣ୍ଡିଆ ହୋଇଯିବ ସିନା ମୋର ଖାଇବା ସମୟରେ ବୋଉ ସହ ଝଗଡା କେବେ ବନ୍ଦ ହୁଏନି । ଅଧା ଖାଇ କି ହିଁ ଉଠେ ସବୁବେଳେ। ଆଉ ଏଇ ଗୁଣ ପାଇଁ ଉତ୍ତମ ମଧ୍ୟମ ମଧ୍ୟ ଖାଏ। ସେଦିନ ମଧ୍ୟ ବୋଉ ଓ ମୋ ଭିତରେ ହୋଇଥିଲା ଖିଟ ପିଟ ଯୁଦ୍ଧ ,ଆଉ ଏ ନଖାଇବା ଚକ୍କରରେ ଛୋଟ କାଟିଆ ଉତ୍ତମ ମଧ୍ୟମ ମୋ ଉପରେ ହେବା ଯୋଗୁଁ ସେଦିନ କଲେଜ ଯିବାରେ ମୋର ବିଳମ୍ବ ହୋଇ ଯାଇଥିଲା । ଆଉ ସାଙ୍ଗ ମାନେ ସବୁ ଯେଝା ବାଟରେ ପଳେଇ ଯାଇଥିଲେ। ରାଗ ଫଣ ଫଣ ହୋଇ ମୁଁ ବାହାରିଥିଲି ଘରୁ। କଲେଜ ଠାରୁ ଘରର ଦୂରତା ପ୍ରାୟ ଦୁଇ କିଲୋମିଟର ଭିତରେ । ଦୁଇ କିଲୋମିଟର ରାସ୍ତା ମତେ ଏକଲା ଚାଲି ଚାଲି ଯିବାକୁ ପଡ଼ିବ । ଅବଶ୍ୟ ଅଭ୍ୟାସ ହୋଇ ଯାଇଥିଲା ଚାଲିବା କଷ୍ଟ ଟା ଯେତେ ବାଧୁନଥିଲା କିନ୍ତୁ ଏକଲା ଯିବା କଥା ଭାବି ଭାରି ବିରକ୍ତ ଲାଗୁଥିଲା ମତେ। ଲାଗୁଥିଲା ପ୍ରଥମ କ୍ଲାସ ଟା ମିସ ହବ ମୋର । ମନେ ମନେ ବୋଉ ଉପରେ ଭାରି ରାଗ ଲାଗୁଥାଏ ଓ ତାର ସପ୍ତ ପୁରୁଷକୁ ବି ଗାଳି ଦେବାକୁ ଇଚ୍ଛା ହେଉଥାଏ । କଣ ଦରକାର ଥିଲା ମୋର ମନ ପସନ୍ଦ ଜିନିଷ ନ ବନେଇ ଏମିତି ଖାଇବାକୁ ବାଧ୍ୟ କରିବା । ଏମିତି ଅନ୍ୟମନସ୍କ ହୋଇ ଅଧ କିଲୋମିଟର ରାସ୍ତା ଯାଇଛି କି ନାହିଁ ଦେଖିଲି ରାସ୍ତାରେ ପ୍ରବଳ ଗହଳି କିଏ ଜଣେ ସେ ଗାଁ ପାଖାପାଖି ବ୍ୟକ୍ତି କାର୍ଗିଲ ଯୁଦ୍ଧରେ ଶହିଦ ହୋଇଥିଲେ ବୋଧେ, ତାଙ୍କର ମୃତ ଦେହ ଆସୁଥିଲା  ଶହିଦ ଅଶୋକ ଦାସ ଅମର ରହେ ସ୍ଲୋଗାନରେ ଚତୁର୍ଦ୍ଦିଗ କମ୍ପି ଉଠୁଥିଲା। ଭିଡ଼କୁ ଅତିକ୍ରମ କରିବା ପାଇଁ ସାଇଡ ହୋଇ ଯିବା ସମୟରେ ଏତେ ଗହଳି ବଢି ଯାଇଥିଲା ସେହି ଭିଡ଼ ଭିତରେ ମୁଁ ଫସି ଯାଇଥିଲି କଷ୍ଟେ ମଷ୍ଟେ ଭିଡ଼ ଭିତରୁ ବାହାରିବା ପାଇଁ ଚେଷ୍ଟା କରୁଥିଲି ଠିକ ଏହି ସମୟରେ କାହାର ଗୋଟିଏ ହାତ ମୋ ହାତରେ ବାଜିଲା ଆଉ ସେ ହାତ ମତେ ଏକ ରକମ ଟାଣି ଟାଣି ସେହି ଭିଡ଼ ମଧ୍ୟରୁ ବାହାର କରି କଲେଜ ରାସ୍ତା ଆଡେ ମୁହଁlଇଲା। ଓଃ ଗୋଟିଏ ନିଶ୍ଵାସ ମାରିଥିଲି ଆଉ ତାକୁ ଧନ୍ୟବାଦ ମଧ୍ୟ ଜଣେଇଥିଲି । ସେ ଥିଲା ମୋ ସହ ପାଠୀ ସଂଜୀବ। ଭିଡ଼ରୁ ବାହାରିବା ପରେ ଟିକେ ତାଗିଦ ଭରା ସ୍ୱରରେ ସେ ମତେ କହିଥିଲା ତତେ ଦେଖା ଯାଉ ନଥିଲା କି ? ଝିଅ ପିଲା ଟା ହୋଇ ସେ ଭିଡ଼ରେ କାହିଁକି ପଶିଥିଲୁ । ମୁଁ କହିଥିଲି ନା, ରେ ହଠାତ୍ ଏପରି ଗହଳି ବଢିଥିଲା ଯେ ମୁଁ ନ ଚାହିଁ ବି ଭିଡ଼ ଭିତରେ ଫସି ଯାଇଥିଲି । ସେ ଆଉ କିଛି ନ କହି, କଣ ପାଇଁ ନା କାହିଁକି ଗୋଟିଏ ଲୟରେ ମତେ ଅନେଇ ରହିଥିଲା । ମୁଁ ଅନୁଭଵ କରି ପାରିଥିଲି ଓ ସାଙ୍ଗେ ସାଙ୍ଗେ ତାକୁ ପଚାରିଥିଲି ଏଇ ଇ କଣ ହେଲା ଏମିତି କାହିଁକି ଅନେଇଛୁ ଶୁଣେ ?ତାକୁ ବୋଧେ ଲାଜ ଲାଗିଥିଲା କି କଣ ତଳକୁ ମୁଣ୍ଡ ପୋତି ,ମୁଣ୍ଡ ଟା କୁ ହଲେଇ ନାହିଁ କିଛି ନାହିଁ ,ଚାଲେ କଲେଜ ଯିବା କହି ସେ ଆଗେଇ ଥିଲା ।

ବାପାଙ୍କର ଟ୍ରାନ୍ସଫର ଯୋଗୁଁ ମୋର ବର୍ଷର ଅଧା ବେଳକୁ ଟ୍ରାନ୍ସଫର ବେସିସ ରେ ସେହି କଲେଜରେ ନାଁ ଲେଖାଯାଇଥିଲା। ସେହି ବର୍ଷ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଥିଲା ମୋର । ପଢା ପଢି ଭଲ ଯୋଗୁଁ ମୋ ସହପାଠୀ ମାନେ ସମସ୍ତେ ବହୁତ ଶୀଘ୍ର ମୋ ସହ ସାଙ୍ଗ ହୋଇ ଯାଇଥିଲେ ।ଏ ଯୋଉ ସହପାଠୀ ଜଣକ ସେ ଭିଡ଼ ମଧ୍ୟରୁ ମତେ ବାହାରକୁ ଆଣିଥିଲା ସେ ବି ଭଲ ପଢୁଥିଲା ଶ୍ରେଣୀରେ ତେଣୁ ତାର ମୋର ଟିକେ ଭଲ ଦୋସ୍ତି ହୋଇ ଯାଇଥିଲା।ମତେ କୋଉ ସହପାଠୀଙ୍କୁ ସମ୍ମାନ ଦେଇ ହେ ,ହା ତମେ ସମ୍ବୋଧନ କରି ଡାକିବାକୁ ବିଲକୁଲ ପସନ୍ଦ ନଥିଲା ତେଣୁ ମୁଁ ସବୁ ସାଙ୍ଗ ମାନଙ୍କୁ ତୁ ,ତା ସମ୍ବୋଧନ କରି ଡାକେ। ଅବଶ୍ୟ କିଏ କିଏ ଖରାପ ଭାବୁଥିଲେ ମତେ ମୋର ଏ ତୁ ତା କରି ଡାକିବାର ବ୍ୟବହାର ପାଇଁ । କିନ୍ତୁ ମୁଁ ଯେମିତି ସେମିତି ହିଁ ଥିଲି କାହାର ଖରାପ ଭାବିବା ନ ଭାବିବା ମୋ ଉପରେ କିଛି ଫରକ ପକେଇ ପାରୁ ନଥିଲା । ମୋ ମତରେ ସାଙ୍ଗକୁ କାହିଁକି ହେ, ହା ସମ୍ବୋଧନ କରି ଡାକିବ ଯେ ? ତୁ ,ତା ରେ ହିଁ ପ୍ରକୃତ ସ୍ନେହ ଥାଏ ।

  ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଟା ମୋର ବହୁତ ଭଲ ଭାବରେ କଟି ଯାଇଥିଲା।ପରୀକ୍ଷା ସମୟ ବି ଆସିଯାଇଥିଲା , ପରୀକ୍ଷା ରେ ମୁଁ କଲେଜରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲି ତା ପର ଠାରୁ କଲେଜ ରେ ମୋର ଆହୁରି ସମ୍ମାନ ବଢିଯାଇଥିଲl । ଯେଉଁ ମାନେ ମତେ ଜାଣି ନଥିଲେ ରିଜଲ୍ଟ ବହାରିବା ପରେ ସମସ୍ତେ ମୋ ସହ ସାଙ୍ଗ ହେବା କୁ ଚେଷ୍ଟା କରିଥିଲେ ।ଦିନକର କଥା ସେଦିନ ନୋଟ ନେବା ପାଇଁ ସେ (ସଂଜୀବ ) ଆମ ଘରକୁ ଆସିଥିଲା ।ଆମ ଘର ଟିକେ ରକ୍ଷଣ ଶିଳ ହେଲେ ମଧ୍ୟ ଯେହେତୁ ତାକୁ ମୁଁ ଗୋଟିଏ ଭଲ ବନ୍ଧୁ ଦୃଷ୍ଟି ରେ ଦେଖୁଥିଲି ,ଆଉ ସେ ବି ମୋ ପରି ଭଲ ପାଠ ପଢୁଥିଲା ତାର ମୋର ସବୁବେଳେ ଗୋଟେ ଦୁଇ ମାର୍କ ଭିତରେ ପ୍ରଥମ ଦ୍ୱିତୀୟ ହେଉ। ଘରେ ସମସ୍ତ ଙ୍କୁ କହି ରଖି ଥିଲି ଯେହେତୁ ତା ବିଷୟରେ ,ତେଣୁ ଆମ ଘରକୁ ଆସିବାରେ ତାର କୌଣସି ପ୍ରତିବନ୍ଧକ ନଥିଲା। ପ୍ରାୟ ସମୟ ନୋଟ ନେବା ଆଉ ଦେବା ପାଇଁ ଘରକୁ ଆସିଯାଏ ସେ । ସେ ହିସାବରେ ସେ ମତେ ନୋଟ ଦେଇ ଚାଲି ଯାଇଥିଲା । ସନ୍ଧ୍ୟା ସମୟରେ ଯେତେବେଳେ ମୁଁ ସେହି ନୋଟ ବାହାର କରି ପଢିବାକୁ ବସିଥିଲି ସେତେବେଳେ ସେହି ନୋଟ ଭିତରୁ ଗୋଟେ କାର୍ଡ ପାଇଥିଲି ।ସୁନ୍ଦର କାର୍ଡ ଟିଏ ,ମୋ ପ୍ରତି ସମ୍ବୋଧନ କରାଯାଇ ଲେଖା ଯାଇଥିଲା ।ଅବଶ୍ୟ କିଛି ଖରାପ ଲେଖା ଯାଇ ନଥିଲା। ଥିଲା ଗୋଟିଏ ବନ୍ଧୁତ୍ୱ ର ସୁନ୍ଦର କୋଟେସନ । କେବଳ ଗୋଟିଏ ଜାଗାରେ ଗୋଟିଏ ଛୋଟିଆ ପାନ ପତ୍ର ଚିନ୍ହ ବ୍ୟତୀତ ଆଉ ବାକି ଲେଖା ସବୁ ବହୁତ ସୁନ୍ଦର ଥିଲା। ସେ ପାନ ପତ୍ର ଚିନ୍ହ ଟି ବି ଏତେ ଛୋଟ ଥିଲା ଯେ ଜଣେ କେହି ଗଭୀର ଭାବେ ଲକ୍ଷ୍ୟ କଲେ ହିଁ ଜାଣି ପାରିବ। ନଚେତ କିଛି ଡିଜାଇନ ଭାବି ଛାଡ଼ିଦେଵ।ସେହି ଚିନ୍ହ କୁ ଦେଖି ମତେ କାହିଁ ସେଦିନ ଟିକେ ଅଡ଼ୁଆ ଅଡ଼ୁଆ ଲାଗିଥିଲା। ତାର ସେ ଗହଳି ଭିତରେ ମତେ ଅନେଇକି ରହିବାର କଥା ମୋ ମନକୁ ଭାସି ଆସିଥିଲା କିନ୍ତୁ ତା ଆଡୁ ମୁଁ କିଛି ଅଲଗା ବ୍ୟବହାର ପୂର୍ବରୁ କେବେ ଲକ୍ଷ୍ୟ କରି ନଥିଲି । ବହୁତ ଭଲ ଭାବରେ କଥା ହେଉଥିଲା ସିଏ ମୋ ସହ ,ଠିକ ଗୋଟେ ଭଲ ସାଙ୍ଗ ପରି ।କେବଳ ମୋ ସହ ନୁହେଁ ମୋର ଅନ୍ୟ ସବୁ ସାଙ୍ଗ ସହ ବି ସେ ଅନୁରୂପ ଭାବେ ସାଙ୍ଗ ହେଉଥିଲା ତେଣୁ ସନ୍ଦେହ କରିବାର କୌଣସି ଅବକାଶ ନ ଥିଲା। କିନ୍ତୁ ସେ କାର୍ଡ ଦେଖିବା ପରେ କେଜାଣି କାହିଁକି ସେଦିନ ମତେ ବହୁତ ରାଗ ଲାଗିଥିଲା ତାର ଉପରେ, । କଣ ପାଇଁ ସେ ଏମିତି କରିଥିଲା ତାକୁ ପଚାରିବାକୁ ସ୍ଥିର ବି କରିଥିଲି ।ତା ପରଦିନ କଲେଜ ରେ କମ୍ପଲସରି କ୍ଲାସ ରେ ସବୁ ପିଲାଙ୍କ ସାମ୍ନା ରେ ତାର ସେହି ହରକତ ବିଷୟରେ ତାକୁ ଡାକି ପଚାରିଥିଲି ଆଉ ଏତେ ଜୋର ରେ ରାଗି କି ଚିଲେଇଥିଲି ସେ ଏକ ରକମ କାନ୍ଦ କାନ୍ଦ ହୋଇ ଯାଇଥିଲା ଆଉ ସମସ୍ତ ଙ୍କ ସାମ୍ନାରେ ମତେ ସରି ବି ମାଗିଥିଲା।ତଥାପି ବି ମୋର ରାଗ କମି ନଥିଲା ତାର ସେହି ଦୁଃସାହସ ପାଇଁ ବlଡେଇବl ପାଇଁ ହାତ ବି ଉଠେଇ ଦେଇ ଥିଲି କିନ୍ତୁ ଅନ୍ୟ ସହପାଠୀ ମାନଙ୍କ ହସ୍ତକ୍ଷେପ ଯୋଗୁଁ ମୁଁ ନିଜ ସିଟ କୁ ଆସିଥିଲି।ଆଉ ସେ ବି ତା ସିଟ କୁ ।ତା ପରଠୁ ତାର ମୋର କଥା ବାର୍ତା ରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା।ଏମିତି ରେ କିଛି ଦିନ କଟି ଯାଇଥିଲା ମୁଁ ଲକ୍ଷ୍ୟ କରିଥିଲି ସେ ଘଟଣା ପରଠାରୁ ସେ ପୁରା ଗୁମ ସୁମ ହୋଇ ଯାଇଥିଲା ।ବାସ କେତେଟା କ୍ଲାସ ଆଟେଏଣ୍ଡ କରି ଦେଇ ଚାଲି ଯାଉଥିଲା ସେ ।ମୁଁ ସିନା ମୋର ଏପରି ରୂପ ଦେଖେଇ ଥିଲି କିନ୍ତୁ ତାର ଏପରି ସବୁଦିନ ଗୁମ ସୁମ ଚେହେରା ଦେଖି ମତେ ବି ନିଜକୁ କାହିଁକି ଭାରି ଖରାପ ଲାଗିଥିଲା।ଗୋଟେ ଭଲ ପାଠ ପଢ଼ୁଥିବା ପିଲା ଟା ଅସମ୍ଭବ ଭାବେ ମୋ ପାଇଁ ନିରବ ହୋଇ ଯାଇଥିଲା ସେହି ଘଟଣା ପରେ ସେ ଆଉ କାହା ସାଙ୍ଗରେ କଥା ହେଉ ନଥିଲା କହିଲେ ଚଳେ । ସେତେବେଳେ ସିନା କେହି ମତେ  ମୋ ରାଗ କୁ ଦେଖି କିଛି କହି ନଥିଲେ କିନ୍ତୁ ମୁଁ ଅନୁଭବ କରିଥିଲି ମୋର ଭଲ ସାଙ୍ଗ ମାନେ ବି ମୋର ତାର ପ୍ରତି ସେହି ବ୍ୟବହାର ପାଇଁ ଧୀରେ ଧୀରେ ଦୁରେଇ ବାକୁ ଲାଗିଥିଲେ ।ମୋର ଅବଶ୍ୟ ଭୂଲ ଥିଲା ଭଲ ସାଙ୍ଗ ଯେହେତୁ ସିଏ ମୋର ଥିଲା ,ମୁଁ ତାକୁ ବାହାରକୁ ଡାକି ପଚାରି ପାରିଥାନ୍ତି ସେ କଣ ପାଇଁ ଏମିତି କରିଥିଲା ଜାଣି ପାରିଥାନ୍ତି ।ଏମିତି ଛୋଟିଆ କଥା କୁ ଇସୁ କରି ସର୍ବ ସମ୍ମୁଖରେ ତାକୁ ଅପମାନ କରିବା ମୋର ଆଦୌ ଉଚିତ ନଥିଲା। କାହିଁକି ଯେ ମୁଁ ଏପରି କରିଥିଲି ?ନିଜକୁ ଭାରୀ ଦୋଷୀ ଲାଗୁଥିଲା ମତେ ।କଲେଜ ରେ ବି ଏହି ଘଟଣା ପରେ ମତେ ସମସ୍ତେ ଗର୍ବୀ ଝିଅ ବୋଲି ଭାବି ଦେଇଥିଲେ । ସେ କିନ୍ତୁ ଥିଲା ତା ତରଫରୁ ସମ୍ପୂର୍ଣ୍ଣ ନିରବ ନା ମତେ କିଛି କହିଥିଲା । ନା ମତେ କ୍ଷମା ମାଗିବା ପାଇଁ ସୁଯୋଗ ଦେଇଥିଲା। ଯୁକ୍ତ ତିନି ପ୍ରଥମ ବର୍ଷ ଏଇ ଝଗଡା ମୁହଁ ଫୁଲା ରେ କଟି ଯାଇଥିଲା।ମୁଁ ମୋ ଈଗୋ ରେ ଥିଲି ।ସେ ତାର ଚୁପ ଥିଲା।ତାର ମୋର ଡିପାର୍ଟମେଣ୍ଟ ଅଲଗା ଥିବାରୁ କେବଳ ମାସ କ୍ଲାସ ରେ ଦେଖା ହୁଏ ।କିନ୍ତୁ ସେ ଘଟଣା ପର ଠାରୁ କେତେବେଳେ ଯଦି ସାମ୍ନା ସାମ୍ନି ହୋଇ ଯାଉଥିଲା ସେ ବାଟ ଭାଙ୍ଗି ଚାଲି ଯାଉଥିଲା।ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବେଳକୁ କଲେଜ ରେ ନୂଆ ନୂଆ କମ୍ପୁଟର ଶିକ୍ଷା ଆସିଥିଲା କେତେ ଜଣ କମ୍ପୁଟର ଶିକ୍ଷା ରେ ନାମ ଲେଖେଇଥିଲେ ।ମୋର ବି କମ୍ପୁଟର ଶିଖିବା ପାଇଁ ଭାରି ଇଚ୍ଛା ଥିଲା କିନ୍ତୁ ସେ ଯେହେତୁ ନାମ ଲେଖେଇଥିଲା ସେହି ପାଠ୍ୟକ୍ରମ ରେ ତେଣୁ ମୁଁ ଇଛା ଥିବା ସତ୍ତ୍ୱେ କମ୍ପୁଟର ଶିଖିବାକୁ ଯାଇ ନଥିଲି।କାରଣ ମୁଁ ଯଦି ନାଁ ଲେଖାଏ ସେ ଆଉ ପଢ଼ିବନି ବୋଲି ଶୁଣିଥିଲି । ମନ ତ ମୋର କହୁଥିଲା ତାକୁ କ୍ଷମା ମାଗିବା ପାଇଁ ।କିନ୍ତୁ ଯେହେତୁ ତାକୁ ଏତେ ଅପମାନ କରିଥିଲି ନିଜ ତରଫରୁ ଯାଇ କ୍ଷମା ମାଗି କଥା ହେବାକୁ ସଂକୋଚ ଲାଗୁଥିଲା ମତେ ।କି ଅନ୍ୟ ସାଙ୍ଗ ଆଗରେ ମୋ ମନ କଥା କହି ମୋର ଈଗୋ ନଷ୍ଟ କରିବାକୁ ବି ମୁଁ ଚାହୁଁନଥିଲି ।ଏ ଭିତରେ ଗୋଟିଏ ଛୁଟି ସମୟରେ ମୋ ବାପା ଙ୍କର ଆଉ ଗୋଟିଏ ଜାଗା କୁ ବଦଳି ଅର୍ଡର ଆସିଯାଇଥିଲା ଏବଂ ମୁଁ, ଆଉ ତାକୁ ମୋ ଭୂଲ ପାଇଁ କ୍ଷମା ବି ମାଗି ବାକୁ ବି ସୁଯୋଗ ପାଇ ନଥିଲି ଆଉ ସେ କଲେଜ ଛାଡି ଚାଲି ଯାଇଥିଲି ।କଲେଜ ଛାଡି ଆସିବl ପରେ ମୁଁ ଶୁଣିଥିଲି ମୁଁ ଆସିବା ପରେ ସେ ମତେ ମନେ ପକେଇ ଅନ୍ୟ ସାଙ୍ଗ ମାନଙ୍କ ଆଗରେ ବହୁତ କାନ୍ଦି ଥିଲା ବୋଲି ।ଏବେ ବି ବହୁତ ଦୁଃଖ ହୁଏ ମୋର ଯଦି ତା ପ୍ରତି କିଛି ଇମୋସନଲ ଅଟlଚମେଣ୍ଟ ନଥିଲା ମୁଁ ଧୀରେ ସୁସ୍ଥରେ କହି ପାରିଥାନ୍ତି କିନ୍ତୁ ଏପରି ବ୍ୟବହାର ମୋର ତା ପ୍ରତି କରିବା ଉଚିତ୍ ନଥିଲା । ଜାଣିନି ସେ ମତେ କ୍ଷମା କରିଥିବ କି ନାହିଁ ଆଉ ସେହି ଭୂଲ ପାଇଁ ମୁଁ ଆଜି ବି ବହୁତ ଅନୁତପ୍ତ ।



Rate this content
Log in

Similar oriya story from Inspirational