Himalini Hota

Tragedy

3.4  

Himalini Hota

Tragedy

ଖରା ଛୁଟି ର ଅନୁଭୂତି

ଖରା ଛୁଟି ର ଅନୁଭୂତି

4 mins
178


ଖରା ଛୁଟି ସରିବା ଉପରେ ଆଉ ମାତ୍ର କୋଡିଏ ଦିନ ବାକି ଥାଏ ।ଏବେକା ଖରାଦିନ ପରି ସେହି ସମୟରେ ଏତେ ଛୁଟି ଘର କାମ ଦିଆ ଯାଉନଥିଲା ,ଫୁଲ ମସ୍ତି ପରୀକ୍ଷା ସରିବା ପରେ ଆମେ କରୁଥିଲୁ।ଜେଜେବାପା ଗାଁ ନ ହେଲେ ଅଜା ଘର ଗାଁ ରେ ଏ ଛୁଟି ସମୟ ତକ କଟୁଥିଲା ଖେଳି ବୁଲି, ମଜା ମଜଲିସ କରି, ଭାରି ସୁନ୍ଦର ଥିଲା ସେ ସମୟ। ଗୋଟିଏ ବର୍ଷ ବାବା ଙ୍କ ଛୁଟି ନ ଥିବାରୁ ଆମେ ଗାଁ କୁ ଯାଇପାରିନଥାଉ ।

ସେହି ବର୍ଷ ର ଘଟଣା ରାତି ପ୍ରାୟ ଦଶ ଟା ହେବ ବାବା ଥାନା ରୁ ବ୍ୟସ୍ତ ହୋଇ ଘରକୁ ଆସିଥିଲେ।ହାତରେ ଥାଏ ଟେଲିଗ୍ରାମ ଖଣ୍ଡେ ,ଆମେ ତିନି ଭାଇ ଭଉଣୀ ଶୋଇ ଯାଇଥାଉ।ଭାଇ ତ ବହୁତ ଛୋଟ ଥାଏ ବୋଧେ ଦୁଇ କି ତିନ ବର୍ଷ ର ହେଇଥିବ ତାକୁ ଧରି ଆମ ମାନଙ୍କ ବୟସ ମତେ ଏଗାର ,ସାନ ଭଉଣୀ ସାତ ବର୍ଷ ର ହୋଇଥାଏ।ବାବା ସମସ୍ତ ଙ୍କୁ ଉଠାଇ ପ୍ରସ୍ତୁତ କରି ଅଜା ଘର ଗାଁ କୁ ସାଙ୍ଗେ ସାଙ୍ଗେ ବାହାରିବାକୁ ବୋଉ କୁ କହିଲେ। କାରଣ ଟେଲିଗ୍ରାମ ରେ ଲେଖା ହୋଇଥାଏ ,"ଫାଦର ଇନ ଲ ସିରିଓସ କମ ସୁନ" ହଟାତ ରାତି ଅଧିଆ ଏପରି ଟେଲିଗ୍ରାମ ରେ ବାବା ,ବୋଉ ଭାରି ବ୍ୟସ୍ତ ହୋଇପଡିଥାନ୍ତି ।ଅଜା ମୋର ଡାକ୍ତର ଥିଲେ ହଟାତ ଏମିତି କଣ ଅସୁବିଧା ହୋଇଗଲା ଯେ କିଛି ବି ବୁଝି ପାରୁ ନ ଥାଉ କେହି ।

ସେହି ରାତା ରାତି ଆମେ ସମସ୍ତେ ବାହାରିଥିଲୁ ବହୁତ ତରବର ହୋଇ ।କାରଣ ଟେଲିଗ୍ରାମ ଆମ ପାଖରେ ପହଞ୍ଚିଲା ବେଳକୁ ଚାରିଦିନ ହୋଇସାରିଥାଏ । ସେତେବେଳେ ଫୋନ ର ବ୍ୟବସ୍ତା ନ ଥିଲା ।ପରିବାର ଲୋକଙ୍କ ଖବର ଚିଠି ପତ୍ର ଦ୍ୱାରା ନ ହେଲେ ନିହାତି ଏମେରଯେନସି ହେଲେ ଟେଲିଗ୍ରାମ ଦ୍ୱାରା ମିଳୁଥିଲା ।ସେଥିପାଇଁ ବାବା ବହୁତ ଵ୍ୟସ୍ତ ହୋଇପଡିଥିଲେ,

ଚାରି ଦିନ ଭିତରେ କ'ଣ ସୁବିଧା ଅସୁବିଧା ହେଇଯାଇଥିବ ଭାବି।ଆମେ ସେତେବେଳେକୁ ଫୁଲବାଣୀ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ରେ ଥାଉ ।କନ୍ଧ ସୌରା ଗାଁ ଯାତାୟତ ର ବ୍ୟବସ୍ଥା ବି ବହୁତ ଖରାପ ଥାଏ ସେତେବେଳେ କୁ।ଚିଠି ବି ଜଦି କିଏ ପଠେଇଥିବ ତା ହେଲେ ପ୍ରାୟ କୋଡିଏ ଦିନ ପରେ ମିଳୁଥିଲା।ଥରେ ଜଣେ ସମ୍ପର୍କୀୟ ଙ୍କ ମୃତ୍ୟୁ ର ପନ୍ଦର ଦିନ ପରେ ଆମେ ଜାଣିଥିଲୁ ।ସେ ହିସାବରେ ବହୁତ ବ୍ୟସ୍ତ ହୋଇ ଅଖିଆ ଅପିଆ ରାତା ରାତି ରାସ୍ତା ଉପରକୁ ଆସିଥିଲୁ ସମସ୍ତେ ଏବଂ ଯୋଗ କୁ ଗୋଟେ ମାଲବାହୀ ଟ୍ରକ ମିଳିଥିଲା ତା ସାହାଯ୍ୟ ରେ ଆମେ ପହଞ୍ଚି ଥିଲୁ ଅଜା ଘର ନିକଟବର୍ତ୍ତି ସହର ରେ ପ୍ରାୟ ଭୋର ଚାରିଟା ସମୟରେ।ସହର ଠାରୁ ପ୍ରାୟ ସାତ କିଲୋମିଟର ଭିତରକୁ ଅଜା ଙ୍କ ଗ୍ରାମ।ଦିନ ବେଳା ହୋଇଥିଲେ ରିକ୍ସା କି ଗାଁ ର କେଉଁ ସମ୍ପର୍କୀୟ ମାମୁଁ ଙ୍କ ସାଙ୍ଗରେ ସାଇକେଲ ରେ ଯାଇଥାନ୍ତୁ।ଭୋର ବେଳା କେହି କୁଆଡେ ନଥାନ୍ତି ।ବାବା କହିଥିଲେ ଚାଲି ଚାଲି ସବୁ ଚାଲ ।ଭାରି ବ୍ୟସ୍ତ ଥାନ୍ତି ସେ।ପ୍ରାୟ ଦେଢ଼ ଘଣ୍ଟା ଅନ୍ଧାର ରାତି ରେ ଚାଲିବା ପରେ ଆମେ ପ୍ରାୟ ସାଢ଼େ ପାଞ୍ଚ କି ଛଅ ଟା ବେଳକୁ ଭୋର ଭୋର ଗାଁ ମୁଣ୍ଡରେ ପହଞ୍ଚିଥିଲୁ । ଅଜା ସେତେବେଳେ କୁ ଫୁଲ ଡାଲା ଟିଏ ଧରି ବଗିଚା ଭିତରୁ ବାହାରୁ ଥାନ୍ତି । ଆମକୁ ଦେଖି ବଡ଼ ହସ ଟିଏ ହସି ଦେଲେ। ତା ପରେ    ବାପ ରେ     ବାବା ଙ୍କର ଅଜା ଙ୍କୁ ସେ ଅବସ୍ଥାରେ ଦେଖି  ରାଗ ଆଉ ଦେଖେ କିଏ?ପ୍ରଚଣ୍ଡ ରାଗ ରେ କମ୍ପୁଥାନ୍ତି । କାରଣ ତାଙ୍କ ଦେହ ଅସୁସ୍ଥ ବୋଲି ଆମେ ରାତା ରାତି ବହୁତ କଷ୍ଟ ରେ ଆଉ ବ୍ୟସ୍ତତା ଭିତରେ ଆସିଥାଉ। ପିଲା ତିନଟି କୁ ଧରି ରାତି ଅଧରେ ପଞ୍ଜାବୀ ଟ୍ରକ ରେ ଆସିବା ଯେ କେତେ କଷ୍ଟ ଆଉ ବିପଦ ପୂର୍ଣ୍ଣ ତାହା ଜଣେ ଅନୁଭବୀ ହିଁ ବୁଝି ପାରିବ । କେବଳ ଦେହରେ ପୋଲିସ ପୋଷାକ ଥିଲା,ବୋଲି ସେ ସାହସର ସହିତ ଘରୁ ବାହାରିଥିଲେ ପରିବାର ନେଇ । ପୁଣି ଝିଅ ପିଲା ଙ୍କୁ ନେଇ ରାତି ଅଧରେ ଟ୍ରକ ରେ ସେ ଦୁର୍ଗମ କଳିଙ୍ଗା ଘାଟି ରାସ୍ତା ଦେଇ ବାହାରିବା ଯେ କେତେ ଯେ ବିପଦ ପୂର୍ଣ୍ଣ ଆଉ ତାଙ୍କର ସେ ରାଗିବା ଟା ବି କେତେ ଦୂର ଯୁକ୍ତି ଯୁକ୍ତ ସେତେବେଳେ ଆମକୁ କିଛି ଜଣା ନ ପଡୁଥିଲେ ବି ଏବେ ଠିକ ବୁଝି ହେଉଛି।ଅଜା ଙ୍କର ଏପରି କରିବା ପଛରେ ତାଙ୍କର ଆମ ପ୍ରତି ଅନାବିଳ ସ୍ନେହ ମମତା ଥିଲା ।ବାବା କିଛି ଅଜା ଙ୍କୁ କହି ପାରି ନ ଥିଲେ ସିନା ମୁହଁ ଉପରେ , ସମ୍ମାନ ହାନି ହେବ ବୋଲି ,ହେଲେ ବୋଉ ଉପରେ ସବୁ ତକ ରାଗ ସୁଜାଇଥିଲେ ।ବିଚରା ବୋଉ ଟି ଆମର ବାବା ଙ୍କ ରାଗ ଆଗରେ ବଳି ପଡିଥିଲା ।ଆମ ପିଲା ମନରେ ସେସବୁ ଦେଖି କିଛି ଫରକ ପଡୁନଥାଏ।ଆମେ ତ ଅଜା ଙ୍କ ଗାଁ କୁ ଆସିବାକୁ ପାଗଳ ଥିଲୁ।ପ୍ରକୃତରେ ଘଟଣା ଟି ଏମିତି ଥିଲା ଆମେ ସେ ବର୍ଷ ଖରା ଦିନେ ନ ଯାଇଥିବାରୁ ଖରା ଛୁଟି ଅବଧି ସମୟ ବି ଶେଷ ହୋଇଯାଉଥିବାରୁ ଅଜା ଆମର ଝିଅ ଜ୍ୱାଇଁ ଓ ନାତି ନାତୁଣୀ ଙ୍କୁ ଗାଁ କୁ ଡକେଇବା ପାଇଁ ଏମିତି ଗୋଟିଏ ଉପାୟ କରିଥିଲେ । ତା ଛଡା ଅପେରା ଆସିଥିଲା ବି ଗାଁ କୁ, ବଡ଼ ଯାତ୍ରା ଗାଁ ରେ । ସମସ୍ତ ଙ୍କ ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି।ଅପେରା ,ଆଉ ଯାତ୍ରା ନା କହିଲେ ତ ବାବା କେବେ ଆଣିବେନି ଗାଁ କୁ ।ତା ଛଡା ଛୁଟି ସାରିଗଲେ ଆମେ ଆଉ ବର୍ଷେ ଯାଏଁ ଗାଁ କୁ ବି ଯାଇ ପାରିବୁନି।ତେଣୁ ଅଜା କ୍ଲିନିକ ଆସିବା ସମୟରେ ଏକ ମିଛ ଟେଲିଗ୍ରାମ କରି ଦେଇଥିଲେ ବାବା ଙ୍କ ନିକଟକୁ । ସେ କଣ ଜାଣିଥିଲେ ଆମେ ଏ ରାତା ରାତି ଆସିବୁ ବୋଲି । ଅଜା ଙ୍କର ସେ ମିଛ ଟେଲିଗ୍ରାମ ଭିତରେ ତାଙ୍କ ଝିଅ ଜ୍ୱାଇଁ ଙ୍କ ପ୍ରତି ବହୁତ ସ୍ନେହ ଥିଲା ।ସେ ଯାହା ବି ହେଉ ବାବା ଆମକୁ ଛାଡି ତାଙ୍କ କର୍ମ କ୍ଷେତ୍ର କୁ ଚାଲି ଯାଇଥିଲେ । ତାଙ୍କ ଯିବା ପରେ ଆମେ ଅଜା ଘରେ ବହୁତ ମସ୍ତି କରିଥିଲୁ, ।ଅପେରା ଦେଖି ଖାଇ ପିଇ ନଦୀ ରେ ଡେଇଁ ବୁଲି ବହୁତ ମଜ଼ା କରିଥିଲୁ ସେ ବର୍ଷ ର ଖରା ଛୁଟି ।ଦୁଃଖର ବିଷୟ ତା ପର ବର୍ଷ ଖରା ଛୁଟି ବେଳକୁ ଅଜା ଆଉ ନଥିଲେ ଆମକୁ ଆଉ ମିଛ ଅଭିନୟ କରି ଡାକିବା ପାଇଁ। ଗୋଟିଏ ଦୁର୍ଘଟଣା ରେ ଆମ ସମସ୍ତ ଙ୍କୁ ଛାଡି ସେ ଚାଲି ଯାଇଥିଲେ ସବୁଦିନ ପାଇଁ ଅଫେରା ରାଇଜ କୁ ।



Rate this content
Log in

Similar oriya story from Tragedy