Himalini Hota

Inspirational

3  

Himalini Hota

Inspirational

ମୃତ୍ୟୁର ଛାୟା

ମୃତ୍ୟୁର ଛାୟା

3 mins
192


ଇଂରାଜୀ ରେ ଗୋଟିଏ କଥା ପ୍ରଚଳିତ ଅଛି --- coming events cast their shadow before ଅର୍ଥାତ ଭବିଷ୍ୟତର ଘଟଣା ବଳୀ ଘଟିବା ଆଗରୁ ତାର ସୂଚନା ପୂର୍ବରୁ ଦେଇଥାଏ।ଏଇ କଥାଟି ମଧ୍ୟ ମୃତ୍ୟୁ ସମ୍ପର୍କରେ ପ୍ରଯୁଜ୍ୟ ହୋଇଥାଏ।ଅର୍ଥାତ ଆସନ୍ନ ମୃତ୍ୟୁ ବିଷୟ ଟି ମଧ୍ୟ କେତେ କ୍ଷେତ୍ରରେ ଲୋକଙ୍କୁ ଜଣା ପଡିଯାଇଥାଏ ବୋଲି ଅନେକ କହିଥାନ୍ତି। ଅବଶ୍ୟ ସବୁ ସମୟ ରେ ଯେ ବର୍ତ୍ତମାନ ଉପରେ ଭବିଷ୍ୟ ଘଟଣା ବଳୀର ଛାୟା ପାତ ହୋଇଥାଏ ତାହା ନୁହେଁ ।ସମୟ ସମୟରେ ମାତ୍ର ହୋଇଥାଏ।ଏ ବିଷୟରେ କେହି କିଛି ହେଲେ ନିଶ୍ଚିତ ତାର ସହିତ କହି ପାରିବ ନାହିଁ।କେହି କେହି କହିପାରନ୍ତି ଏହା ସମ୍ପୂର୍ଣ୍ଣ ମିଛ ସେ ସବୁ କିଛି ନୁହେଁ ଯଦି ବା କୋଉଠି କେମିତି ଘଟିଥାଏ ବା ଘଟୁଥାଏ ତେବେ ସେ ସବୁ ନିହାତି ଗୋଟିଏ ଆକସ୍ମିକ ଯୋଗାଯୋଗ ବ୍ୟତୀତ ଆଉ କିଛି ନୁହେଁ।ଅତ୍ୟାଧୁନିକ ବିଜ୍ଞାନ ଏ ବିଷୟରେ ବହୁ ଗବେଷଣା କରି ବହୁତ ଆଶ୍ଚର୍ଯ୍ୟକର ଫଳ ବାହାର କରିଛି।


କେହି ବିଶ୍ୱାସ କରନ୍ତୁ ଅବା ନ କରନ୍ତୁ ମୁ କିନ୍ତୁ ଏ ବିଷୟକୁ ବହୁତ ବିଶ୍ୱାସ କରେ ।ବହୁତ ବହି ମଧ୍ୟ ମୁ ଏ ବିଷୟ ରେ ପଢ଼ିଛି।


ଏ କଥାକୁ ନେଇ କିଛି ଉଦାହରଣ ମୁ ଦେଉଛି ।


ମୋ ଜେଜେ ସେ ଦୀର୍ଘ ଦିନ ଧରି ଆସ୍ତମା ରୋଗ ରେ ପୀଡିତ ହୋଇ କଷ୍ଟ ପାଉଥିଲେ। ଦିନେ ସେ ଶୋଇଥାନ୍ତି ଖରାବେଳେ ଆସ୍ତମାର ମେଡ଼ିସିନ ଖାଇ ହଟାତ ତାଙ୍କୁ ଅନୁଭବ ହେଲା ଗୋଟେ ଉଜ୍ଜ୍ବଳ ଆଲୋକ ରେ ଦୁଇ ଜଣ ସୁନ୍ଦର ଦେବଦୂତ ଆସିଲେ ଏବଂ ତାଙ୍କୁ କହିଲେ ତୋର ସମୟ ସରିଗଲା ଏଥର ତତେ ଯିବାକୁ ହେବ ଆମ ସହ ।ଜେଜେ ବି ସମ୍ମୋହିତ ହେଲା ଭଳି ସେ ଦୁଇ ଜଣଙ୍କ ସହ ଚାଲିଲେ ।ଏତେ ସୁନ୍ଦର ପରିବେଶ ସେ ଆଗରୁ କେବେ ଦେଖି ନଥିଲେ ।ସେମାନଙ୍କ ସହ ଚାଲିଥାନ୍ତି ଶୂନ୍ୟ ଶୂନ୍ୟ ରେ ।ବହୁତ ରାସ୍ତା ଅତିକ୍ରମ ପରେ ଏକ ବିରାଟ ସ୍ଵର୍ଣ ରତ୍ନ ଖଚିତ ପ୍ରାଚୀର ଦେଖା ଗଲା ଦ୍ୱାର ଦେଶ ରେ ପ୍ରହରୀ ସେ ଉଜ୍ଜଳ ବ୍ୟକ୍ତି ଦୁଇଜଣ ଦ୍ୱାର ଖୋଲିବାକୁ ଆଦେଶ ଦେଲେ ପ୍ରହରୀଙ୍କୁ ।ପ୍ରହରୀ ଦ୍ୱାର ଉନ୍ମୁକ୍ତ କରନ୍ତେ ଉଜ୍ଜଳ ଦେବ ଦୁତ୍ ଦୁଇଜଣ ଭିତରକୁ ପ୍ରବେଶ କଲେ କିନ୍ତୁ ଜେଜେ ଯିବାକୁ ଯେତେ ଚେଷ୍ଟା କଲେ ବି ପ୍ରବେଶ କରି ପାରିଲେ ନାହିଁ ।ସେମିତି ଠିଆ ହୋଇ ରହିଲେ ଦ୍ୱାର ଦେଶ ରେ ।କିଛି କ୍ଷଣ ପରେ ଦେବ ଦୁତ ଦୁଇ ଜଣ ଆସି କହିଲେ କ୍ଷମା କରିବ ତୁମର ସମୟ କାଳ ସମାପ୍ତ ହୋଇ ନାହିଁ ଆଜି କାର୍ତ୍ତିକ ଦଶମୀ ଠିକ ଦୁଇ ମାସ ପରେ ଏଇ ଦିନ ଆମେ ତୁମକୁ ପୁଣି ଥରେ ନେବାକୁ ଆସିବୁ ।ବର୍ତ୍ତମାନ ତୁମେ ଚାଲିଯାଅ ।ଜେଜେ ଙ୍କର କିନ୍ତୁ ଏତେ ସୁନ୍ଦର ପରିବେଶ ଛାଡି ଆସିବାକୁ ବିଲକୁଲ ଇଛା ନ ଥିଲା ।ସେ ଅମଙ୍ଗ ହୁଅନ୍ତେ ପ୍ରହରୀ ଦୁଇ ଜଣ ତାଙ୍କୁ ଠେଲି ଦେଲେ ଏବଂ ଜେଜେ ଙ୍କର ନିଦ୍ରା ଭଗ୍ନ ହେଲା।


ସେ ଉଠିଲା ପରେ ବାବା,ବୋଉ ,ଜେଜେ ମା ସମସ୍ତଙ୍କ ଆଗରେ ଏହି ଘଟଣାର ବର୍ଣ୍ଣନା କଲେ।ସେତେବେଳେ ତ ଆମେ କେହି ବିଶ୍ୱାସ କରିନଥିଲୁ କିନ୍ତୁ 2 ମାସ ପରେ ସେଇ ଏକା ତିଥି ଏକା ସମୟରେ ଯେତେବେଳେ ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲେ ଆମେ ବିଶ୍ୱାସ କରିବାକୁ ବାଧ୍ୟ ହେଲୁ।


ଆଉ ଗୋଟିଏ ଉଦାହରଣ ମୁ ଦେଇପାରେ।


ଆମ ଗାଁର ଜଣେ ସମ୍ପର୍କୀୟ ଦେଠେଇ ,ଯିଏ କି ଗର୍ଭବତୀ ଥିଲେ ।ପ୍ରସବ ବେଦନା ୨ ଦିନ ହେଲା ଚାଲି ଥାଏ । କିନ୍ତୁ ସେ ମେଡିକାଲ ଯିବାକୁ ଭୟ କରୁଥିବାରୁ ଦଦେଇ ମାନେ ବଡ଼ ବାପା ଘରକୁ ଜଣେ ଧାଈକୁ ଆଣି ତାଙ୍କ ସେବା ଶୁଶ୍ରୁଷା କରୁଥାନ୍ତି।ପ୍ରସବର ଦିନକ ପୂର୍ବରୁ ରାତିରେ ଦଦେଇଙ୍କୁ ସ୍ୱପ୍ନ ହେଲା ତାଙ୍କର ଛୋଟ ଝିଅଟିଏ ଜନ୍ମ ହେଇଛି ଏବଂ ଦେଠେଇ ଜଣଙ୍କ ପ୍ରସବ ବେଦନା ସହି ନ ପାରି ମୃତ୍ୟୁ ବରଣ କରିଛନ୍ତି ।ଦଦେଇଙ୍କ ନିଦ ଭାଙ୍ଗିଗଲା ।ହାଉଳି ଖାଇ ଦୌଡ଼ି କି ଦେଠେଇଙ୍କ ପାଖକୁ ଗଲେ ଦେଖିଲେ ଦେଠେଇ ଶୋଇଛନ୍ତି ,ଧାଈ ମାଆଟି ମଧ୍ୟ ପାଖରେ ଶୋଇଥାଏ।ମନର ଭ୍ରମ ଭାବି ଦଦେଇ ଶୋଇବାକୁ ଗଲେ ।ଆଗରୁ ତାଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ତେଣୁ ଦେଠେଇଙ୍କର ଏକା ଜିଦ ସେ ମେଡିକାଲ ଯିବେନି ସବୁ ଛୁଆ ଘରେ ଜନ୍ମ ହେଇଛନ୍ତି ଏ ଛୁଆ ବି ଘରେ ହେବ।


ସକାଳ ହେଲା ସୁନ୍ଦର ଝିଅଟିଏ ଜନ୍ମ ନେଲା କିନ୍ତୁ ଦେଠେଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ବେଳକୁ ବେଳ ଅସୁସ୍ଥ ହୋଇ ପଡିଲେ ।ସେ ସମୟରେ ଗାଡି, ବସ ବ୍ୟବସ୍ଥା ଆଜିକା ସମୟ ପରି ଏତେ ନ ଥିଲା ଗାଡି ଯୋଗାଡ଼ କରି ତାଙ୍କୁ ନେଉ ନେଉ ବାଟରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା।।ପରେ ଦଦେଇ କାନ୍ଦି କାନ୍ଦି ପୂର୍ବ ରାତିର ସ୍ୱପ୍ନ ବିଷୟରେ ସମସ୍ତଙ୍କୁ କହିଥିଲେ ।ସେତେବେଳେକୁ ଆଉ କିଛି ନଥିଲା।


ଏମିତି ବହୁତ ଘଟଣା ମୁଁ ବହୁତ ବହିରୁ ପଢ଼ିଛି ସବୁ ତ ଲେଖିବା ସମ୍ଭବ ନୁହେଁ। ଭବିଷ୍ୟତର ଘଟଣା ବଳି ଘଟିବା ଆଗରୁ ଛାୟାପାତ କରିଥାଏ କି ନାହିଁ, ବିଶେଷତଃ ମୃତ୍ୟୁ ଆସିବା ଆଗରୁ ତାର ଆଗମାନୀ କାହାରି କାହାରି ପାଖରେ ଘୋଷଣା କରିଥାଏ କି ନାହିଁ -ଏ ବିଷୟଟିର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।ବ୍ୟକ୍ତି ଗତ ମାନସିକତା ତଥା ରୁଚି ଓ ବିଶ୍ୱାସ ଅନୁସାରେ ଆମେ ଏ ତଥ୍ୟକୁ ମାନି ବା କି ନ ମାନିବା ନିଜ ଉପରେ ନିର୍ଭର କରେ।



Rate this content
Log in

Similar oriya story from Inspirational