Himalini Hota

Tragedy

4  

Himalini Hota

Tragedy

କିଛି ଅଭୁଲା ସ୍ମୃତି

କିଛି ଅଭୁଲା ସ୍ମୃତି

9 mins
237


ଏଇ ସଞ୍ଜୁ ଆଜି କଣ ଆମ ଜୀବନ ର ଶେଷ ଦେଖା ।ଆଉ କଣ ଜୀବନରେ ଆମର ଆଉ କେବେ ଦେଖା ହୋଇ ପାରିବନି ।ତୋ ଠାରୁ ଅଲଗା ହୋଇ ଯେ ମୁଁ କେମିତି ବଞ୍ଚିବି ଏଇ କଥା ଚିନ୍ତା କଲା ବେଳକୁ ମୋ ହୃଦୟ ଟା କୋରି ବିଦାରି ହୋଇଯାଉଛି , ମୋ ମନ କୁ ମୁଁ ବୁଝେଇ ପାରୁନି ରେ । କେମିତି ବଞ୍ଚିବି ତୋ ବିନା କହ ? ସଞ୍ଜୁ ଗୋଟେ କଥା ମୋ ମନ କୁ ଆସୁଛି କହିବି ? ହଁ କହ ଅନୁ  ମତେ ମୋ ଜୀବନ ହାରି ଦେବାଜୁ ଇଚ୍ଛା ହେଉଛିରେ ।ଆଖିରେ ଆଖିଏ ଲୁହ ଓ ହୃଦୟରେ ମେଞ୍ଚାଏ କୋହ ଭରି କହୁଥିଲା ଅନୁ ।ଆଉ ନିରବ ରେ ଶୁଣୁଥାଏ ସଞ୍ଜୁ । ସଞ୍ଜୁ ଓରଫ ସଞ୍ଜୟ ଦାସ ବୁଝାଉଥାଏ ଅନୁ କୁ ଆଲୋ ହେ ହୁଣ୍ଡି , ମୋ ଧନ .. କେବେ ବି ଭାବେନା ଯେ ଆମେ ଦୁହେଁ ଅଲଗା ହୋଇ ଯିବା ବୋଲି ଜୀଵନ ଟା ଆମର ଏଠାରେ ଶେଷ ହୋଇ ଗଲା  ନିଜ ମନକୁ ପଚାରିଲୁ ଜୀଵନ ହାରିଦେଲେ କଣ ସବୁ ସମସ୍ୟା ର ସମାଧାନ ହୋଇଯିବ ?? ଆମେ ଯେଉଁ ଜୀଵନ ପାଇଛେ ତାହା ସବୁଠାରୁ ବହୁତ ମୂଲ୍ୟବାନ ।ତୁ କେତେ ସ୍ୱାର୍ଥପର ହେଇଯାଉଛୁ ଏଇ କଥା ଭାବି ।ଥରେ ଚିନ୍ତା କରି ଦେଖିଲୁ ନିଜ ମା,ବାବା ଙ୍କ କଥା।କେତେ କଷ୍ଟରେ ତତେ ଏଡୁ ଟିଏ ରୁ ଏଡ଼େ ଟିଏ କରିଛନ୍ତି ଆଉ ତୁ ଏ ମିଛ ପ୍ରେମ ପଛରେ ପଡି ଏମିତି ନିଷ୍ପତ୍ତି ନେଉଛୁ । ମିଛ ପ୍ରେମ !! ଏଇ ତୁ କାହା ପ୍ରେମ ମିଛ ବୋଲି କହିଲୁ ? ତୁ ଆଜି ଯାଏଁ ତାହାଲେ ମତେ ଏତିକି ହିଁ ବୁଝିଛୁ।ଛାଡେ ତୋ ଉପରେ ଭରସା କରିବା ହିଁ ମୋର ଭୁଲ ଥିଲା। ହେ ହୁଣ୍ଡି ଛାଡେ ତୁ ବୁଝି ପାରିବୁନି ମୋ କଥା କେବେ ,କହୁଥିଲା ସଞ୍ଜୁ । ଏ ଜନ୍ମ ରେ ହୁଏତ ଈଶ୍ୱର ତୋ ସାଙ୍ଗରେ ମତେ ରହିବାକୁ ଆମ ଭାଗ୍ୟ ରେ ଲେଖିନାହାନ୍ତି ।ଯଦି ଆମ ପ୍ରେମ ସତ ହୋଇଥାଏ ମୋର ଦୃଢ଼ ବିଶ୍ୱାସ ପର ଜନ୍ମ ରେ ଆମେ ନିଶ୍ଚୟ ଏକାଠି ହେବା ।

ହଁ ତୁ ତ ବେଶୀ ଜାଣିବା ର ପିଲା ଟା ...ମତେ ବୁଦ୍ଧି ଶିଖେଇଲା ଆସିକି ... କହିଲା କଣ ନା ପର ଜନ୍ମ ରେ ଏକାଠି ହେବା !! ଛେନା ଗୁଡ଼ ନା ...ପ୍ରଥମ ରେ ତୁ ମତେ କହିଲୁ ୟା ପୂର୍ବ ଜନ୍ମ ରେ ତୁ କଣ ଥିଲୁ ?? କହି ପାରିବୁ ?ଉତ୍ତର ଦେ ? ଉତ୍ତର ନାହିଁ ନା ତୋ ପାଖରେ ? ମୁଁ ଜାଣିଛି ...ତୁ କିଛି ବି ଉତ୍ତର ଦେଇ ପାରିବୁ ନାହିଁ । ତ ... କେମିତି କହିଦେଲୁ ପରଜନ୍ମରେ ଏକାଠି ହେବା ବୋଲି ?

ଆଲୋ ମା ,ମୋ ହୁଣ୍ଡି ଲୋ.. ମୋ ବେକାର ଜୀଵନ କଥା ତ ତୁ ଜାଣିଛୁ ତା ଛଡା ତାକୁ ଛାଡିଦେଲେ ବି ଆମେ ଦୁଇଜଣ ସମ ବୟସ୍କ ଓ ସହପାଠୀ ବି। କଣ କରି ପାରିବି ମୁଁ ତୋ ପାଇଁ କହ ?ଏ ବେକାର ଜୀବନ ରେ ମୁଁ ତ ଯେତିକି କଷ୍ଟ ପାଉଛି ପରିବାର ଉପରେ ବୋଝ ହୋଇ ତତେ ନେଇ ପୁଣି ମୋ କଷ୍ଟ ରେ କେତେ ଭାଗୀ ଦାର କରେଇବି ।ମୋ ପାଠ ସରି ମୁଁ କିଛି କରି ନିଜ ଗୋଡ଼ ରେ ଠିଆ ହୋଇ ସକ୍ଷମ ବେଳକୁ ହିଁ ତୋ ବାବା ମା ତୋର ,ଅନ୍ୟ କାହା ସହ ବାହାଘର ଠିକ କରି ଦେଇଥିବେ ।ତେଣୁ ଆଗକୁ ଯାଇ ଉଭୟ କାନ୍ଦିବା ଅପେକ୍ଷା ମୁଁ ଚାହେଁ ତୁ ତୋ ପିଲାଳିଆମୀ ଛାଡି ତୋ ବାପା ମା ଙ୍କ କଥା ମାନି ଛାଡ଼ ,ଆଉ କିଛି ଆଗକୁ କହି ପାରି ନଥିଲା ସଞ୍ଜୁ । ଏମିତି କହି ଅନୁ କୁ ବୁଝେଇ ଦେଉଥିଲା ସିନା ଆଖିରୁ ତାର ଧାର ଧାର ହୋଇ ଲୁହ ଗଡି ଓଠ କୁ ସ୍ପର୍ଶ କରୁଥିଲା ଆଉ କୋହ ଟା ବି ଭର୍ତ୍ତି ହୋଇ ହୃଦୟ ଟାକୁ ବିଦୀର୍ଣ୍ଣ କରି ପକାଉଥିଲା । ନିଜ ମନକୁ ନିଜେ ପ୍ରଶ୍ନ କରୁଥିଲା ସଞ୍ଜୁ ? କଣ ଅନୁ କୁ କହିଲା ଭଳି ମୋ ପ୍ରେମ ମିଛ ? ପ୍ରହେଳିକା ? ।ଯଦି ବା ମୋର ତାକୁ ପାଇବାକୁ ଇଛା ନଥିଲା ମୁଁ କାହିଁକି ଏଇ ରାସ୍ତାରେ ଏତେ ଆଗେଇ ଆସିଥିଲି ! କାହିଁକି ଏତେ ମାନ ଅପମାନ ସହିଥିଲି ?ଅସ୍ପଷ୍ଟ ସ୍ୱର ରେ ବୁଝାଉଥିଲl ପୁଣି ଅନୁ କୁ ଜୀଵନ ଟା ବହୁତ ଲମ୍ବା ଲୋ ମୋ ହୁଣ୍ଡି , ଆଗକୁ ଚାଲିବାକୁ ଲମ୍ବା ରାସ୍ତା ଅଛି ।ବୋଧେ ଈଶ୍ୱର ତୋ ହାତ ଧରି ଏତିକି ବାଟ ହିଁ ଚାଲିବାକୁ ମୋ ପାଇଁ ଲେଖିଥିଲେ। ଏତିକି ରେ ଭାଙ୍ଗି ପଡିଲେ ହବ ।ହୁଏତ ଆଗକୁ ଯାଇ ଗୋଟିଏ ସୁନେଲି ଭବିଷ୍ୟତ ତତେ ଅପେକ୍ଷା କରି ଥାଇ ପାରେ ।କଣ କହିଲୁ ସଞ୍ଜୁ ସୁନେଲି ଭବିଷ୍ୟତ !! ସେଇଟା ପୁଣି କଣ? ତତେ ହରେଇ ମୁଁ କେମିତି ଭଲରେ ରହିପାରିବି ବୋଲି ତୁ ଭାବି ଦେଲୁ । ଯଦି ତୋର ଇଚ୍ଛା ନାହିଁ ସିଧା ସିଧା କହୁନୁ । କହୁନୁ ଯେ ମୋର ସତସlହାସ ନାହିଁ ପରିବାର ଲୋକଙ୍କ ସାମ୍ନା ରେ, ତୋର ମୋର ଭଲ ପାଇବା ବିଷୟରେ ସତ କହିବାକୁ ।

ମୋର ସମ୍ପୂର୍ଣ୍ଣ ସାହସ ଅଛି ଅନୁ .... କିନ୍ତୁ ଥରୁଟିଏ ଚିନ୍ତା କଲୁ ନିଜକୁ ମୋ ଜାଗାରେ ରଖି .. ମୁଁ ଯଦି ଏବେ ମୋ ପରିବାର ଆଗରେ ଆମ ବିଷୟ ରେ କହିବି ତା ହେଲେ କଣ ହେବ ...ପରୀକ୍ଷା ସରିବାର ଦିନ ଦୁଇଟା ହେଇନି ପୁଅ କହୁଛି ବାହା ହେବ । ଗୋଟିଏ ବି ମାଡ଼ ତଳେ ପଡିବନି ପୁରା ସେକି ଦେଇ ଯିବେ ମତେ ସମସ୍ତେ ।ଆଉ ମୋ ବୋକାମି ପାଇଁ ଉପହାସ ମଧ୍ୟ କରିବେ ।ତୁ କଣ ଚାହୁଁ ମୋ ସହିତ ଏପରି ହେଉ ।ଆଉ ରହିଲା ତୋ କଥା ମୁଁ ଯଦି ବା ତୁମ ଘରକୁ ଯାଇ କହେ ଯେ ତୁମ ଝିଅ କୁ ମୁଁ ଜୀଵନ ଠୁଁ ବଳି ଅଧିକା ଭଲ ପାଏ ଆଉ ତାକୁ ବାହା ହେବାକୁ ଚାହୁଁଛି ।ତୋ ବାବା କଣ ଉତ୍ତର ଦେବେ ମତେ? ନିଜେ ଭାବେ ? । ବିନା ଵାକ୍ୟ ବାଣ ର ପ୍ରୟୋଗ ରେ ସିଧା ମାମୁଁ ଘରକୁ ପଠେଇଦେବେ ମୋର ପାଗଳାମି କଥା ର ଜବାବ ଦେଇ ।ତେଣୁ ଏହି କଥା କୁ ଏଇଠି ହିଁ ସମାଧି ଦେ । ଏବେ ସମୟ ବହୁତ ହେଲାଣି ମତେ ବିଦାୟ ଦେ ,ଆଉ ଗୋଟେ ପ୍ରତିଶ୍ରୁତି ବି ଦେ ,ଯେ ଆଉ ଦିନେ ବି କେବେ ଏଇ ଅମଙ୍ଗଳିଆ କଥା ମନ ଭିତରେ କୁ ଆଣିବୁ ନାହିଁ ।ବାସ ତୁ ଯୋଉଠି ରହ ଆଉ ଯେମିତି ବି ରହ ବହୁତ ଖୁସୀ ରେ ରହ ଏତିକି ମୋର ଈଶ୍ୱର ଙ୍କ ନିକଟରେ କାମନା । ବିଦାୟ ଦେ ...ଏଥର ମତେ ,ମୋ ଧନ ବସ ସମୟ ହୋଇଗଲା ।ତିରିଶ କିଲୋମିଟର ରାସ୍ତା ଅତିକ୍ରମ କରି ଘରକୁ ଗଲା ବେଳକୁ ହୁଏତ ରାତି ହୋଇଯାଇପାରେ ।ଘରେ ପହଞ୍ଚି ପୁଣି ନାନା ପ୍ରଶ୍ନ ବାଣ ର ସମ୍ମୁଖୀନ କରିବାକୁ ପଡିବ ମତେ ଏତେ ସମୟ ଯାଏଁ କୋଉଠି ଥିଲି ବୋଲି ।

ଏଇ ଥିଲା ଗୋଟିଏ ହତାଶିଆ ପ୍ରେମିକ ,ସଞ୍ଜୟ ଓରଫ ସଞ୍ଜୟ ଦାସ ର ନିଜର କଥା ଯିଏ କି ଆସିଥିଲା ନିଜ ପ୍ରେମିକା ସହ ଶେଷ ସାକ୍ଷାତ ପାଇଁ ,ଦୀର୍ଘ ଚାଳିଶ କିଲୋମିଟର ରାସ୍ତା ଅତିକ୍ରମ କରି ଶେଷ ପରୀକ୍ଷା ର ଦିନ ରେ ।ଦୁଇ ଜଣ ଙ୍କର ଡିପାର୍ଟମେଣ୍ଟ ଅଲଗା ଥିବାରୁ ଆଉ ପରୀକ୍ଷା ଅଲଗା ଅଲଗା ଦିନରେ ଥିବାରୁ ଏତିକି ସମ୍ଭବ ହୋଇ ପାରିଥିଲା ,ନ ଚେତ ଏଇ ଶେଷ ସାକ୍ଷାତ ଟିକକ ବି ହୋଇ ପାରି ନଥାନ୍ତା ।ଅନୁ ସହ ସାକ୍ଷାତ ପାଇଁ କମ ପରିଶ୍ରମ କରିବାକୁ ପଡୁ ନଥିଲା ତାକୁ ।ମିଛ ରେ ସେହି କଲେଜ ର ଛାତ୍ର ବୋଲି ଅନୁ କଲେଜ ର ସମସ୍ତ ଙ୍କୁ କହିବାକୁ ପଡିଥିଲା ତାକୁ । ଅବଶ୍ୟ କଲେଜ ର ପ୍ରେସିଡେଣ୍ଟ ଆଗରେ ଯେତେବେଳେ ଏଇ କଥା ଜଣା ପଡିଥିଲା, ଆଉ ପ୍ରିନ୍ସିପାଲ ଙ୍କ ପାଖକୁ ନେବା ପାଇଁ ତାକୁ ଧମକ ଦିଆ ଯାଇଥିଲା, ତାର ସେହି ମିଛ ପାଇଁ କେରିୟର ବର୍ବାଦ କରାଯିବା ର ଧମକ ବି ଦିଆ ଯାଇଥିଲା ସେଥିପାଇଁ କମ ପlମ୍ପଡ଼ ବେଲିବାକୁ ପଡି ନଥିଲା ତାକୁ ।ସେମାନଙ୍କ ଗୋଡ଼ ହାତ ଧରି କ୍ଷମା ମାଗିବାକୁ ପଡିଥିଲା କମନ ରୁମ ସବୁ ଛାତ୍ର ଙ୍କ ସାମ୍ନା ରେ , ଆଉ କୁକୁଡ଼ା ଅବତାର ହୋଇ ଦୁଇ ଘଣ୍ଟା ଠିଆ ହେବାକୁ ପଡିଥିଲା ସର୍ବ ସମ୍ମୁଖରେ । ଆଉ ନିଜ ପ୍ରେମିକା ଅନୁ କୁ ଟିକେ ଦେଖିବା ପାଇଁ ଏପରି ଭୂଲ କରିଛି ବୋଲି କାନ ଧରି ବସ ଉଠ ହୋଇ ବି ସେ ସ୍ୱୀକାର କରିଥିଲା ।ପ୍ରେସିଡେଣ୍ଟ ଯୋଉ ପିଲା ଟା ହୋଇଥିଲା ଭାରି ଦୟାଳୁ ସ୍ଵଭାବ ର ଥିଲେ ବୋଧେ, ତାର ଦୁଃଖ ଶୁଣିବା ପରେ ଦଣ୍ଡ ଦେଇ ସାରି ଗୋଟିଏ ବିଚାର କରିଥିଲେ ସମସ୍ତେ .. (ପ୍ରେସିଡେଣ୍ଟ,ଜେନେରାଲ ସେକ୍ରେଟେରୀ, ଆଉ ଅନ୍ୟ ମାନେ )ଆଉ ତା ନାଁ ରେ ପ୍ରିନ୍ସିପାଲ ଙ୍କ ଆଗରେ କିଛି ଅଭିଯୋଗ ନ କରି ଛାଡି ଦେଇଥିଲେ  । ଆଉ ସେ ଦିନ ଠାରୁ କଲେଜ ସରିବା ଯାଏଁ ବିନା ପ୍ରତିବନ୍ଧକ ରେ ଯେବେ ଚାହିଁବ କଲେଜ ଆସି ଅନୁ ସହ ଦେଖା କରିପାରିବ ଆଉ ତାକୁ କେହି କିଛି କହିବେନି ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସେତେବେଳ କୁ ତାକୁ ଅନ୍ୟ ମାନଙ୍କ ତା ପ୍ରତି ବିଚାର ଶୁଣି ନିଜକୁ ଭୂମି ପୁତ୍ର ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ଙ୍କ ପରି ଅନୁଭବ ହେଉଥିଲା ।ଗୋଟେ ଥର ରେ ବିଜୁ ବାବୁ ଦୁଇ ଦୁଇ ଟି ଦେଶରେ ନାଗରିକତା ପାଇଲା ପରି ସେ ବି ସପ୍ତାହ ର ଛଅ ଦିନ କଲେଜ ଦିନରେ , ତିନି ଦିନ ନିଜ କଲେଜ ରେ ଆଉ ତିନି ଦିନ ଅନୁ ର କଲେଜ ରେ ଯାଇ ପାଠ ପଢି ପାରିଥିଲା ବିନା ପ୍ରତିବନ୍ଧକ ରେ ।ଏପରିକି ସେଠାକାର ଅଧ୍ୟାପକ ଓ ଅଧ୍ୟାପିକା ମାନେ ମଧ୍ୟ ପ୍ରେସିଡେଣ୍ଟ ଙ୍କର ଅନୁରୋଧ ଅନୁଯାୟୀ ତାକୁ କିଛି କହୁ ନଥିଲେ । ଏହି ପରି ସୁଖ ଦୁଃଖ ରେ ତିନି ବର୍ଷ କଟି ଯାଇଥିଲା ।ଏ ଭିତରେ ଉଭୟଙ୍କ ପ୍ରେମ ର ଗଭୀରତା ବି ବଢି ଚାଲିଥିଲା । ସେହି ତିନିଦିନ କୁ ଉଭୟେ ଆତୁରତା ର ସହିତ ଅନେଇ ବସୁଥିଲେ ସାକ୍ଷାତ ପାଇଁ ।ଏଠି ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠୁଥିବ ସଞ୍ଜୁ ର ଏହି ତିନି ଦିନିଆ କଲେଜ ପ୍ରସଙ୍ଗ କୁ ନେଇ ଘଟଣା କଣ ଜାଣିବାକୁ ଓ ଅନୁ ସହ ତାର କେମିତି ଭେଟ ହୋଇଥିଲା ଜାଣିବା ପାଇଁ ଆମକୁ ଯିବାକୁ ପଡ଼ିବ ତିନି ବର୍ଷ ପଛକୁ ।

ବ୍ରହ୍ମପୁର ବଡ଼ ମେଡ଼ିକାଲ ର ଚକ୍ଷୁ ବିଭାଗ  ମା ଙ୍କ ସହ ଆସିଥାଏ ସଞ୍ଜୁ, ମା ଙ୍କର ଆଖି ପରୀକ୍ଷା ପାଇଁ। ସେଠାକୁ ଗଲା ପରେ ଜଣା ଗଲା ମା ଙ୍କ ର ଆଖି ର ଅସ୍ତ୍ରୋପଚାର ହେବ କିନ୍ତୁ ସୁଗାର ଲେବଲ ଅଧିକା ରହୁ ଥିବାରୁ ଓ ରକ୍ତ ଚାପ ବି ଅଧିକା ରହୁଥିବାରୁ ପ୍ରଥମେ ଇନସୁଲିନ ଦେଇ ତାଙ୍କୁ କିଛି ଦିନ ସେଠାରେ ଶଯ୍ୟା ରେ ଅଵଜେରଭେସନ ରେ ରଖାଯିବl ପରେ ହିଁ ଅସ୍ତ୍ରୋପଚାର କରାଯିବ।ଆଉ ସେଥିପାଇଁ ପ୍ରାୟ ଆଠ ଦିନ ଖଣ୍ଡେ ହସ୍ପିଟାଲରେ ରହିବାକୁ ପଡିବ ।ଆଖି ଅପରେସନ ପାଇଁ ଆଠ ଦିନ ରହିବାକୁ ପଡିବ ପୁଣି ହସ୍ପିଟାଲ ରେ ?ଭାରି ବିରକ୍ତ ଲାଗୁଥିଲେ ମଧ୍ୟ ରହିବାକୁ ହୋଇଥିଲା ତାକୁ ।ସରକାରୀ ହସ୍ପିଟାଲ ର ରୂପ ରେଖ କଥା ତ ଛାଡ଼ନ୍ତୁ ପୁଣି ଅନ୍ତଃ ବିଭାଗ ରେ ଅପରିଷ୍କାର କଥା ଭାବିଲା ବେଳକୁ ଘୃଣା ରେ ନାସିକା କୁଞ୍ଚନ ହେଇ ଯାଉଥିଲା ତାର ।କାହିଁକି ବେସରକାରୀ ଡାକ୍ତର ଖାନା ନେଇ ଗଲାନି ଭାବି ବି ବେଶୀ ବିରକ୍ତ ଲାଗୁଥାଏ । କିନ୍ତୁ ବାପା ଙ୍କ ନିର୍ଦ୍ଦେଶ କ୍ରମେ ଭଲ ଡାକ୍ତର ଚିହ୍ନା ଅଛନ୍ତି ବୋଲି ସେ,ଆସିଛି ମାନେ ରହିବାକୁ ପଡିବ ଯେମିତି ହେଲେ ବି ଭାବି ରହିଯାଇଥିଲା ସିନା ଭୀଷଣ ବିରକ୍ତ ଲାଗୁଥାଏ ତାକୁ ।ଦୁଇଦିନ ସେଠାରେ ଜାହି ତାହି ରହିବା ପରେ ପାଖ ବେଡ଼ କୁ ଆସିଥିଲେ ଆଉ ଜଣେ ରୋଗୀ । ଯିଏ କି ଡିସିଆର ଅସ୍ତ୍ରୋପଚାର ହୋଇ ଆଡ଼ମିଟ ହୋଇଥିଲେ । ତାଙ୍କ ସହ ଦେଖା ରଖା ପାଇଁ ଆସିଥିଲେ ଗୋଟିଏ ସୁନ୍ଦର ଝିଅ ।ପ୍ରଥମେ କିଏ ଜଣେ ସମ୍ପର୍କୀୟ ଆସି ଏ ବାପା ଝିଅ ଙ୍କୁ ଅସ୍ତ୍ରୋପଚାର ପରେ ଛାଡି ଦେଇ ଚାଲି ଯାଇଥିଲେ ।ଝିଅ ଟି ବୋଧେ ହସ୍ପିଟାଲ କାମ ରେ ନୂଆ ଆସିଥାଏ ,ଭାରି ଡରୁଆ ଡରୁଆ ଲାଗୁଥାଏ। ଅସ୍ତ୍ରୋପଚାର ପରେ ପ୍ରାୟ ମେଡ଼ିସିନ ସବୁ ସରକାରୀ ସ୍ତରରୁ ମିଳୁଥିଲେ ମଧ୍ୟ ରୋଗୀ ର ଖାଇବା , ଆଉ କେତେକ ଜରୁରୀ ଔଷଧ ବାହାରକୁ ଯାଇ ଆଣିବାକୁ ହେଉଥାଏ ।ସେଦିନ ଏମିତି ହୋଇଥିଲା ରାତି ଆଠ ଟା କି ନଅ ଟା ହେବ ଗୋଟିଏ ବିଶେଷ ଇଞ୍ଜେକ୍ସନ ରୋଗୀ କୁ ଦେବା କୁ ଅଵଶ୍ୟକ ପଡିବାରୁ ଜଣେ ସେବୀକା ଆସି ସେହି ଝିଅ ଟି ହାତରେ (ବାହାରୁ ମେଡ଼ିକାଲ ଷ୍ଟୋର ରୁ ଇଞ୍ଜେକ୍ସନ ଆଣି ବାକୁ) ପ୍ରେସକ୍ରିପସନ ଦେଇ ଚାଲି ଯାଇଥିଲେ । କିନ୍ତୁ ଝିଅ ଟି ସେ ଇଞ୍ଜେକ୍ସନ କୋଉଠି ମିଳେ ସେ ବିଷୟରେ ଜାଣିନଥିବାରୁ , ପୁଣି ଏତେ ରାତିରେ ବାହାରକୁ ଏକୁଟିଆ ଯିବାକୁ ସାହସ କରୁନଥାଏ ।ସଞ୍ଜୁ ର ମା ଝିଅ ଟି ର ଏହିପରି ମାନସିକ ଅବସ୍ଥା କୁ ଲକ୍ଷ୍ୟ କରି ସଞ୍ଜୁ କୁ ତା ସହ ସାଙ୍ଗ କରେଇ ଦେଇ କହିଥିଲେ ଦେଖେ ମା ବାହାର ଜାଗା ଏକୁଟିଆ ଯିବା ଭଲ ନୁହେଁ ତୁ ସଞ୍ଜୁ ସହ ଯାଇ ନିରାପଦ ରେ ତୋ ଆବଶ୍ୟକ ଜିନିଷ ନେଇ ଆସି ପାରିବୁ ।ବାପା ଙ୍କ ଅନୁମତି ନେଇ ସେହି ରାତିରେ ସଞ୍ଜୁ ସହ ଯାଇ ଆବଶ୍ୟକୀୟ ଇଞ୍ଜେକ୍ସନ ନେଇ ଆସିଥିଲା ସେ । ସେଇଠି ଉଭୟଙ୍କ ର ବନ୍ଧୁତା ର ଆରମ୍ଭ ହୋଇଥିଲା । ଉଭୟ ଙ୍କର ମାନେ ସଞ୍ଜୁ ଆଉ ଅନୁ ର ।ପାଖ ବେଡ଼ ରେ ଥିବା ସେହି ରୋଗୀ ଙ୍କର ଝିଅ ଥିଲା ଅନୁ ।ଏକାଠି ଜିନିଷ ପତ୍ର ନେବା ଆଣିବା କରିବା ସମୟରେ ,ବୟସ ବି ସମାନ ଥିବାରୁ  ଉଭୟଙ୍କ ମନରେ ବି କିଛି କିଛି ହେବା ସ୍ବାଭାବିକ ଥିଲା କିନ୍ତୁ କେହି କାହାକୁ ନିଜର ମନର କଥା କହି ପାରି ନଥିଲେ ।ଆଗରୁ ସିନା ସଞ୍ଜୁ କୁ ବିରକ୍ତ ଲାଗୁଥିଲା ରହଣି ,କିନ୍ତୁ ହସ୍ପିଟାଲ ରେ ଅନୁ ସହ ପରିଚିତ ହେବା ପରେ ମେଡ଼ିକାଲ ରହଣି ସମୟ ସବୁ ଖୁବ ଭଲ ଭାବରେ ଅତିବାହିତ ହୋଇଯାଇଥିଲା । ଏ ଭିତରେ ସଞ୍ଜୁ ମା ଙ୍କର ବି ଅସ୍ତ୍ରୋପଚାର ହୋଇଯାଇଥିଲା । କିନ୍ତୁ ଏହି ପ୍ରେମ ର ଅନୁଭବ ସେତେବେଳେ ହୋଇଥିଲା ଯେତେବେଳେ ରୋଗୀ କୁ ଘରକୁ ନେଇ ଯିବାର ସମୟ ଆସିଥିଲା । ପ୍ରଥମ ଥର ପାଇଁ ଘରକୁ ଫେରିବା ବେଳେ ଉଭୟ ଉଭୟଙ୍କ ସାମ୍ନା ରେ କାନ୍ଦି ପକେଇଥିଲେ । ଓ ମନlସୁ ଥିଲେ ଆଉ କିଛି ଦିନ ମେଡ଼ିକାଲ ରହଣି ସମୟ ର ଅବଧି ବଢି ଯାଇଥାନ୍ତା କି ?ୟାକୁ ହିଁ କଣ କୁହାଯାଏ ପ୍ରେମ ? ହଁ ବୋଧେ ସେମିତି କିଛି ହୋଇଥିଲା । ନ ହେଲେ ଗୋଟେ ଅଜଣା ଅଶୁଣା ଅଳ୍ପ ଦିନର ସମ୍ପର୍କ ପାଇଁ କାହିଁକି ଉଭୟ ଲୁହ ଝରେଇ ଥାନ୍ତେ ।ସେ ଯାହା ବି ହେଉ ଭଙ୍ଗା ହୃଦୟ ନେଇ ଯିଏ ଯାହାର ଘରକୁ ଫେରିଥିଲେ ଫୋନ ନମ୍ବର ଆଦାନ ପ୍ରଦାନ ହୋଇ ।ତା ପରେ ଫୋନ ରେ କଥା ବାର୍ତ୍ତା ବି ଚାଲିଥିଲା।କିନ୍ତୁ ସବୁ ସମ୍ପର୍କ ବନ୍ଧୁତା ଭିତରେ ହିଁ ସୀମିତ ଥିଲା । କେହି କାହାକୁ ନିଜ ନିଜ ମନର କଥା ସେତେବେଳ ସୁଦ୍ଧା କହି ପାରିନଥିଲେ ।

ଗୋଟିଏ ପୁଅ ସହ ଗୋଟିଏ ଝିଅ ର ବନ୍ଧୁତା ର ଅନ୍ୟ ନାମ ଯେ ପ୍ରେମ ଅର୍ଥାତ ସେମାନଙ୍କ ର ଏହି ବନ୍ଧୁତା ପ୍ରେମ ର ରୁପ ନେଇଥିଲା ସେତେବେଳେ, ଯେତେବେଳେ ସଞ୍ଜୁ ଅନୁ କୁ ଭେଟିବା ପାଇଁ ଅନୁ ର କଲେଜ ଯାଇଥିଲା ଚାଳିଶ କିଲୋମିଟର ରାସ୍ତା ଅତିକ୍ରମ କରି ।କଲେଜ ସାମ୍ନା ରେ ସଞ୍ଜୁ କୁ ଦେଖି ନିଜ ଆଖି କୁ ବିଶ୍ୱାସ କରି ପାରିନଥିଲା ଅନୁ ।ତା ପାଇଁ କଣ ସତରେ ଆସିଛି ସଞ୍ଜୁ ସେ କିଏ ?ସଞ୍ଜୁ ପାଇଁ ସେ କଣ ? ହଁ କିଏ ଜଣେ କହିଥିଲେ ପ୍ରେମ ହେଉଛି ଅନ୍ଧ, ଚାଳିଶ କିଲୋମିଟର ରାସ୍ତା କଣ ଦରକାର ପଡ଼ିଲେ ସାତ ଦରିଆ ଓ ତେର ନଈ ମଧ୍ୟ ପାର କରି ଆସିଯିବ ପ୍ରେମକ ଜଣକ ପ୍ରେମିକା କୁ ଭେଟିବା ପାଇଁ ।ଏ ତ ଥିଲା ମାତ୍ର ଚାଳିଶ କିଲୋମିଟର ର ଦୂରତା !!!ଉଭୟ ଉଭୟଙ୍କୁ ସେହି ଦିନ ନିଜର ମନ ର କଥା କହିବା ପରେ ପ୍ରେମ ର ଗଭୀରତା ବିଭିନ୍ନ ପ୍ରକାର ଘାତ ପ୍ରତିଘାତ କୁ ଅତିକ୍ରମ କରି ବଢି ଚାଲିଥିଲା।କଲେଜ ରେ ସମସ୍ତେ ଏଥର ସଞ୍ଜୁ କୁ ଦ୍ୱିତୀୟ ଭୂମି ପୁତ୍ର କହି ଚିଡାଉ ଥିଲେ ଆଉ ସେ ବି ନିଜକୁ ଏହି ସମାଲୋଚନା ଯୁକ୍ତ ଉପାଧିରେ ଗର୍ବିତ ଅନୁଭବ କରୁଥିଲା ।

ତା ପର ର ଘଟଣା ବଳୀ ତ ଆମେ ପୂର୍ବ ରୁ ଜାଣିସlରିଛେ ।ଏବେ ଦେଖିବା ସେହି ଶେଷ ଦେଖା ପରେ ଉଭୟଙ୍କର କଣ ହୋଇଥିଲା ...

ସବୁ ପ୍ରେମ କାହାଣୀ ର ଅନ୍ତ ତ ଖୁସୀ ରେ ନ ଥାଏ ।ଏ କ୍ଷେତ୍ର ରେ ବି ଠିକ ସେମିତି ହୋଇଥିଲା । କଲେଜ ରେ ଯେହେତୁ ସମସ୍ତେ ସଞ୍ଜୁ ଆଉ ଗୋଟିଏ ଗାଁ ରୁ ଅନୁ କୁ ଭେଟିବାକୁ ଆସୁଛି ବୋଲି ଜାଣିଥିଲେ କଥା ଟି କାନ କୁ କାନ ହୋଇ ଅନୁ ବାପା ଙ୍କ କାନ କୁ ଆସି ଯାଇଥିଲା । ଏ କଥା ଶୁଣିବା ପରେ ଅନୁ ବାପା ଙ୍କ ରାଗ ଆଉ ଦେଖେ କିଏ !! ରାଗ ରେ ପଞ୍ଚମ ଅନୁ ର ବାପା ଅନୁ କୁ ଡାକି ଘଟଣା ର ସତ୍ୟତା ସମ୍ବନ୍ଧରେ ପଚାରିଥିଲେ ।ଯେହେତୁ ସଞ୍ଜୁ କୁ ଜୀଵନ ଠାରୁ ବି ଅଧିକ ଭଲ ପାଉଥିଲା ଅନୁ ନିର୍ଭୟ ରେ କଥା ଟି ସତ ଆଉ ସେ ଭବିଷ୍ୟତ ରେ ଯେତେ ବିଳମ୍ବ ହେଲେ ବି ତାକୁ ହିଁ ବିବାହ କରିବ ବୋଲି ରୋକଠୋକ ବାପା ଙ୍କୁ ଶୁଣାଇ ଦେଇଥିଲା ।ରକ୍ଷଣଶୀଳ ପରିବାର ରେ ଝିଅ ବାପା ମୁହଁ ଉପରେ ଜବାବ ଦେବା ର ପରିସ୍ଥିତି କେତେ ଯେ ଭୟଙ୍କର ହୋଇ ଥାଇ ପାରେ ଅନୁମାନ କରି ପାରୁଥିବେ । ଠିକ ସେହିପରି ହୋଇଥିଲା ପରିଣାମ ସଦୃଶ ଅନୁ କୁ ପ୍ରବଳ ମାଡ଼ ବାଜିବା ସହ ଗୃହ ବନ୍ଦୀ କରି ରଖାଯାଇ ପ୍ରସ୍ତାବ ଦେଖା ରେ ଲାଗିପଡିଥିଲେ ପରିବାର ଲୋକେ।ସମୟ ତ କାହାକୁ ଅପେକ୍ଷା କରେନା ସେ ତାର ଅବିରାମ ଗତି ରେ ଚାଲିଥାଏ ।ଆଉ ସେତେବେଳେ ସଞ୍ଜୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ଚାଲି ଯାଇଥିବା ଯୋଗୁଁ ଅନୁ ସହ ଯାହା ବି ହୋଇଥିଲା ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା ।ଅନୁ ବିଚାରୀ କରିବ ବା କଣ ।ଯାହା ଉପରେ ଆଶା ଭରସା ଥିଲା ସେ ତ ଆଗତ ବିପଦ ର ଆଶଙ୍କା ରଖି ପ୍ରଥମ ରୁ ହିଁ ନାସ୍ତି ବାଣୀ ଶୁଣେଇ ସାରିଥିଲା ।ଆଉ ଭରସା କରିବ ବା କାହାକୁ ତେଣୁ ବାପା ମା ଙ୍କ ର ଇଛା କୁ ସମ୍ମାନ ଦେଇ ଅନିଚ୍ଛା ସତ୍ତ୍ୱେ ବିବାହ କରିନେଇଥିଲା ତାଙ୍କ ପସନ୍ଦର ପାତ୍ର ସହିତ । ।ଏହି ଭଳି ଭାବେ ଗଢି ଉଠିଥିବା ଗୋଟିଏ ସୁନ୍ଦର ପ୍ରେମ କାହାଣୀ ର ଅନ୍ତ ହୋଇଯାଇଥିଲl ସିନା "ଦ୍ୱିତୀୟ ଭୂମି ପୁତ୍ର"ବୋଲି ସମାଲୋଚନା ମୂଳକ ଉପାଧି ପାଇଁ ସଞ୍ଜୁ ର ପ୍ରେମ , ସମସ୍ତ ଙ୍କ ମନ ଭିତରେ ଘର କରି ରହିଯାଇଥିଲା ।



Rate this content
Log in

Similar oriya story from Tragedy