Himalini Hota

Horror Inspirational

4  

Himalini Hota

Horror Inspirational

ମୃତ୍ୟୁ ଏକ ରହସ୍ୟ

ମୃତ୍ୟୁ ଏକ ରହସ୍ୟ

6 mins
401


ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଏ ପୃଥିବୀ ପୃଷ୍ଠ ରେ ଜନ୍ମ ନେଇଛେ ମାନେ ମୃତ୍ୟୁ ସୁନିଶ୍ଚିତ ।ଏହା ଧ୍ରୁଵ ସତ୍ୟ ।ଧନୀ,ଗରିବ,ରାଜା,ରଙ୍କ କେହି ଏ ମୃତ୍ୟୁ ର ପଞ୍ଝା ରୁ ମୁକ୍ତି ପାଇନଥାନ୍ତି ।କଥାରେ ଅଛି" ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ"।ମୃତ୍ୟୁ ଦେବତା କାହାକୁ ମଧ୍ୟ ଛାଡ଼ନ୍ତି ନାହିଁ। ଯାହାର ଉଦାହରଣ ଆମେ ସତ୍ୟ, ଦ୍ଵାପର,ତ୍ରେତୟା ଯୁଗ ର ପୁରାଣ ପୃଷ୍ଠା ରୁ ଅବଲୋକନ କରି ଜାଣିପାରିବl। ସ୍ୱୟଂ ସୃଷ୍ଟି କର୍ତ୍ତା ଏହି ଯୁଗ ମାନଙ୍କ ରେ ମାନବ ଅବତାର ନେଇ ମଧ୍ୟ ଏହି ମୃତ୍ୟୁ ର ପଞ୍ଝା ରୁ ଛାଡ଼ ପାଇ ପାରି ନ ଥିଲେ, ଅର୍ଥାତ ଦେହ ତ୍ୟାଗ କରି ଥିଲେ।ଆମେ ତ ଛାର ମଣିଷ ଆମେ ବା ଆଉ କୋ ଗାଈ ର ଗୋବର ଯେ ଛାଡ଼ ପାଇଯିବା । ତେଣୁ ଏହା ଧ୍ରୁଵ ସତ୍ୟ ଯେ ଆମେ ସମସ୍ତେ ନିଜ ନିଜ ସମୟ ସରିଯିବା ପରେ ଏହି ଧରା ପୃଷ୍ଠ ରୁ ବିଦାୟ ନେଇ ଚାଲିଯିବା । ସମସ୍ତେ ଜାଣୁ ପ୍ରତିଦିନ ଆମର ଜୀବନର ନାଶ ବା ଅନ୍ତ ହେବାରେ ଲାଗିଛି, ଜୀଵନ ଆମର କ୍ଷଣ ଭଙ୍ଗୁର ,କେତେ ବେଳେ କେମିତି ମୃତ୍ୟୁ ଆସି ଆମକୁ କୋଳେଇ ନେଇ ଯିବ ସେ କଥା ବି କେହି କହିପାରିବlନି, ତଥାପି ଆମର ଗର୍ବ ଅହଙ୍କାର ଓ ଅହଂ ଭାବ ର ବିନାଶ ହୁଏ ନାହିଁ। କି ଆମେ ଜାଣିଶୁଣି ଆମର ଗର୍ବ ଅହଙ୍କାର କୁ ତ୍ୟାଗ କରି ପାରୁ ନାହୁଁ।


ମୋର ମନରେ ସବୁବେଳେ ଜିଜ୍ଞାସା ଜାତ ହୁଏ ଏ ମୃତ୍ୟୁ ର ରହସ୍ୟ ସମ୍ପର୍କରେ । ମାନେ ମଣିଷ ଯେତେବେଳେ ମୃତ୍ୟୁ ମୁଖରେ ପଡେ ସେତେବେଳେ ତାକୁ କେମିତି ଅନୁଭବ ହେଉଥିବ?ମରିବା ପରେ ଆତ୍ମା କୁଆଡେ ଯାଏ ?ମୃତ୍ୟୁ ପରେ ସେ ଆତ୍ମା ନିଜର ସ୍ଥୁଳ ଶରୀର ତ୍ୟାଗ କରି ସେହି ପରିଜନ ଙ୍କ ଗହଣରେ କିଛି ଦିନ ରୁହେ ନା ନିଜ ଅନନ୍ତ ଶାନ୍ତି ପଥର ଯାତ୍ରା ରେ ଚାଲିଯାଏ ?ଏମିତି ବହୁତ କିଛି ପ୍ରଶ୍ନ ମୋ ମନକୁ ବିଚଳିତ କରି ପକାଏ।ବେଳେ ବେଳେ ବିଭିନ୍ନ ପ୍ରକାର ଉଦ୍ଭଟ କଳ୍ପନା ମୋ ମନରେ ଜାଗ୍ରତ ହୁଏ ।ଏଇ ଯେମିତି ମତେ କିଛି ଗୋଟେ ଶକ୍ତି ଠାକୁର ଦିଅନ୍ତେ କି ମୋର ମୃତ୍ୟୁ ସମୟ ନିକଟ ହେବା ମାତ୍ରେ କାଗଜ କଲମ ଧରି ବସିକି କେମିତି ଅନୁଭବ ହେଉଛି ଲେଖିଥାନ୍ତି।


କିନ୍ତୁ ସତରେ କଣ ତାହା ସମ୍ଭବ । ଶୁଣିଥିଲି ଆଉ ଦେଖିଛି ବି ମୃତ୍ୟୁ ସମୟ ନିକଟ ହେବା ମାତ୍ରେ ହାତ ଗୋଡ଼ ଓ ସମଗ୍ର ଶରୀର ରୁ ଶକ୍ତି ଆପେ ଆପେ ଲୋପ ପାଇଯାଏ ଧୀରେ ଧୀରେ ସମସ୍ତ ଇନ୍ଦ୍ରିୟ ଦୁର୍ବଳ ହୋଇ ଯାଆନ୍ତି। ଶରୀର ଅବସ ହୋଇଯାଏ । କେତେ ଜଣ ଙ୍କର ନିୟର ଡେ଼ଥ ଏକ୍ସପ୍ରିୟନ୍ସ ରୁ ପଢ଼ିଥିଲି ବି ଯଦି ଜଣେ ଜୀବନରେ ବହୁତ ପାପ କର୍ମ କରିଥାଏ,ତାହାହେଲେ ତାର ଆତ୍ମାଏ ଶରୀର ଛାଡି ଗଲା ବେଳକୁ ବହୁତ କଷ୍ଟ ହୋଇଥାଏ। ଯମ ଦୂତ ମାନେ ଭୟଙ୍କର ରୁପ ଧାରଣ କରି ଆସି ଥାନ୍ତି ତାକୁ ନେବା ପାଇଁ । ସେ ମୃତ୍ୟୁ ବରଣ କରିବାକୁ ବହୁତ ଭୟ କରିଥାଏ ।ତେଣୁ ଯମ ଦୂତ ମାନଙ୍କୁ ଦେଖିବା ମାତ୍ରେ ସେ ବାଉଳି ଚlଉଳି ହୁଏ ।ଛାଟି ପିଟି ହୁଏ।ସେମାନଙ୍କ ସହ ଯିବା ପାଇଁ ଆଦୌ ପ୍ରସ୍ତୁତ ହୁଏ ନାହିଁ।


ଯମ ଦୂତ ମାନେ ତାକୁ ଜବରଦସ୍ତ ନେଇଥାନ୍ତି । ଇଛା ନ ଥାଇ ଯିବାକୁ ବାଧ୍ୟ ହେଉଥିବାରୁ ତାର ଆତ୍ମା ଶରୀର ତ୍ୟାଗ କଲା ବେଳେ ବହୁତ କଷ୍ଟ ପାଇଥାଏ।

କିନ୍ତୁ ଜଣେ ପୂଣ୍ୟ ବାନ ବ୍ୟକ୍ତି ଯେଉଁମାନେ କି ଏ ଜନ୍ମ ମୃତ୍ୟୁ ର ରହସ୍ୟ ସମ୍ପର୍କରେ ଅବଗତ ଥାନ୍ତି ଓ ଜୀଵନ କାଳ ମଧ୍ୟରେ ଅଧିକାଂଶ ସମୟ ଠାକୁର ଙ୍କ ନାମ ଜପ ,ଧ୍ୟାନ ,ଦାନ ପୁଣ୍ୟ ରେ ଅତିବାହିତ କରିଥାନ୍ତି ସେମାନଙ୍କ ର ଶରୀର ରୁ ଜୀଵନ /ଆତ୍ମା ବାହାରି କି ଗଲା ବେଳେ ଆଦୌ କଷ୍ଟ ହୁଏ ନାହିଁ ।ଦେବ ଦୂତ ମାନେ ଆସନ୍ତି ସେହି ପୁଣ୍ୟାତ୍ମା କୁ ନେବl ପାଇଁ।ଏବଂ ସେ ଆତ୍ମା ଦେବ ଦୂତ ମାନଙ୍କ ସହ ଖୁସୀ ଖୁସୀ ଅନନ୍ତ ପଥର ଯାତ୍ରାରେ ଚାଲିଯାଏ । କାରଣ ସେମାନେ ଜାଣିଥାନ୍ତି ଶରୀର ତ୍ୟାଗ କଲା ପରେ ସେମାନେ ଏ ପାପ ପଙ୍କିଳ ଜୀଵନ ରୁ ମୁକ୍ତି ପାଇ ଶାନ୍ତି ର ଉଜ୍ଜ୍ୱଳ ଆଲୋକ ର ବଳୟ ଭିତରେ ପ୍ରବେଶ କରିବେ ଯୋଉଠି କି କେବଳ ଶାନ୍ତି ହିଁ ଶାନ୍ତି।


ଆମ ମାନଙ୍କ ମଧ୍ୟରୁ ଅନେକ ଲକ୍ଷ୍ୟ କରିଥିବା ଆମର ନିକଟ ସମ୍ପର୍କୀୟ ମାନଙ୍କ କ୍ଷେତ୍ରରେ (ଆସନ୍ନ ମୃତ୍ୟୁ ପୂର୍ବରୁ) ସେମାନେ ଭୟ କରିଥାନ୍ତି ବେଶୀ ।କେହି କେହି ତ ଭୟରେ କୁହନ୍ତି ଭୟଙ୍କର ଲୋକ ସବୁ ଆସନ୍ତି ସେମାନଙ୍କ କୋଠରୀ କୁ । ଆଉ ସେମାନେ ଚିଲ୍ଲେଇ କହନ୍ତି ହେଇ ଆସିଗଲା ମତେ ନେଇ ଯିବ। କିଏ କିଏ କହନ୍ତି ଭୟଙ୍କର ଭୂତ ମୁଖା ଲୋକ ସବୁ କାନ୍ଥ ଭିତରେ ଲୁଚି ରହୁଛନ୍ତି ଯେତେ ବେଳେ ସୁନ ସାନ ହୁଏ ଚାଲି ଆସନ୍ତି ଆଉ ଭୟ ଭିତ କରେଇବାକୁ ଚେଷ୍ଟା କରନ୍ତି । ଏ ସବୁ କେବଳ ଶୁଣା କଥା । ମୁଁ ବିଶ୍ୱାସ କରେ । ଅପଣ ମାନଙ୍କ ଭିତରୁ କେହି ବିଶ୍ୱାସ କରିବେ କି ନ କରିବେ ତାହା ଆପଣ ଙ୍କ ଉପରେ ନିର୍ଭର । 


ମୋର ଗୋଟେ ପ୍ରତ୍ୟକ୍ଷ ଅନୁଭୂତି ଅଛି ଏଇଟା କୁ ନେଇ ।ଯେଉଁ ସମୟ ର କଥା କହୁଛି ସେତେବେଳେ କୁ ମୁଁ ଛୋଟ ।ପଞ୍ଚମ ଶ୍ରେଣୀ ରେ ପଢୁଥାଏ।ମୋ ଅଜା ଙ୍କ ର ଶେଷ ସମୟ ର କଥା ..ସେ ପେଷା ରେ ଜଣେ ଡାକ୍ତର ଥିଲେ । ମରିବା ବୟସ ତ ତାଙ୍କର ହେଇ ନଥିଲା ମୋ ମାଇଁ ଙ୍କର ଅଚାନକ ମୃତ୍ୟୁ ତାଙ୍କୁ ମାନସିକ ଭାବେ ଦୁର୍ବଳ କରିଦେଇଥିଲା। ସେ ଜଣେ ଡାକ୍ତର ହୋଇ ମଧ୍ୟ ମାଇଁ ଙ୍କ ଅକସ୍ମାତ ମୃତ୍ୟୁ କୁ ଦେଖି ଧର୍ଯ୍ୟ ଧରି ପାରିନଥିଲେ ।ଆଉ ସେହି କଥା କୁ ଭାବି ଭାବି ସେ ଧୀରେ ଧୀରେ ଦୁର୍ବଳ ହୋଇ ମୃତ୍ୟୁ ବରଣ କରିଥିଲେ ।ମୃତ୍ୟୁ ର ଅଳ୍ପ ଦିନ ପୂର୍ବର କଥା  ---- ଖାଇବା ପିଇବା ଛାଡି ସେ ବହୁତ ଦୁର୍ବଳ ହୋଇ ଯାଇଥିବାରୁ ଆମେ ସବୁ ଯାଇଥାଉ ତାଙ୍କୁ ଦେଖିବା ପାଇଁ । ସେ ମତେ ପାଖକୁ ଡାକି କହିଥିଲେ ଝାମ୍ପି ...ଅଜା ମତେ ଗେଲରେ ଝାମ୍ପି ଡାକନ୍ତି । ତତେ କଣ ମୋ ବ୍ୟତୀତ ଏ ଘରେ ଆଉ କିଏ ଥିଲା ପରି ଲାଗୁଛି କି ?ମୁଁ ଚାରିଆଡେ ଅନେଇ କି , ଆଉ ଭୟ ରେ କହିଲି କାହିଁ ନାହିଁ ତ ଅଜା । ସେ କହିଲେ ଭୟ କରୁଛୁ କି ?ମୁଁ କହିଥିଲି ହଁ । କହିଲେ ଭୟ କରେନା ମତେ ଲାଗୁଛି ମୋ ବୋଉ ଆଉ ବଡ଼ ଭାଇ ମୋ ପାଖରେ ଅଛନ୍ତି ଆଉ ନନା ବି କହୁଛନ୍ତି ବିଦ୍ୟା ଆସେ ପଳେଇବା ତୋର ଏଥର କାମ ସରିଗଲା ।


ମତେ ସେତେବେଳେ କୁ ଏ କଥା ଶୁଣି ବହୁତ ଭୟ ଲାଗିଥିଲା ।ମତେ ଲାଗୁଥିଲା ଅଜା ଙ୍କର କିଛି ମସ୍ତିଷ୍କ ବିକୃତି ଘଟିଛି ବୋଧେ ଏମିତି କାହିଁକି କହୁଛନ୍ତି । ମୁଁ କହିଲି ବୋଉ କୁ ଡାକିବି କି ଅଜା ତୁମକୁ ବୋଧେ କିଛି ଭଲ ଲାଗୁନି ତାକୁ କହିଵ ....ସେ କିନ୍ତୁ ମତେ ହାତ ଧରି କହିଥିଲେ ନା ନା ତୋ ବୋଉ କୁ କି ଆଈ କୁ ଏସବୁ କହନା । ସେମାନେ ବିଶ୍ବାସ କରିବେନି ଆଉ ମତେ ପାଗଳ ଭାବିବେ । ତୁ କେବଳ ମୋ ପାଖରେ ହିଁ ରହ କୁଆଡେ ଯାଅନା ।ମୁଁ ଲକ୍ଷ୍ୟ କରୁଛି ତୁ ମୋ ପାଖରେ ବସିଥିଲେ ସେମାନେ କେହି ମୋ ପାଖକୁ ଆସୁନାହାନ୍ତି କି ବିରକ୍ତ କରୁ ନାହାନ୍ତି । କିନ୍ତୁ ତୁ ପଳେଇଲା ପରେ ମୋ ଖଟ ପାଖରେ ବସି ମତେ ବିରକ୍ତ କରୁଛନ୍ତି । ତୋ କାମ ସରିଗଲା .. ଚାଲେ ପଳେଇବା କହୁଛନ୍ତି । ମତେ ତାଙ୍କର ଏସବୁ କଥା ଶୁଣି ବହୁତ ଭୟ ଲାଗେ ମୁଁ ତାଙ୍କୁ ସେହି କୋଠରୀ ରେ ଏକଲା ଛାଡି ପଳେଇବାକୁ ଛଟ ପଟ ହୁଏ । ଆଉ ଅନୋ ନ ପାୟ ହୋଇ ଅଜା ସେ ସମୟରେ ସବୁଦିନ ମତେ ଦଶ ଟଙ୍କା ଲାଞ୍ଚ ଦିଅନ୍ତି ଆଉ ମୋ ହାତ ଧରି ଅନୁନୟ ବିନୟ ହୋଇ କହନ୍ତି, ଝାମ୍ପି ..ମତେ ଏକଲା ଛାଡି କୁଆଡେ ଯାଅନା ମତେ ଏମାନେ ନେଇଯିବେ । ମତେ ବିଲକୁଲ ଏମାନଙ୍କ ସହ ଯିବାକୁ ଇଚ୍ଛା ନାହିଁ । ଏତେ ବଡ଼ ଡାକ୍ତର ଯିଏ କି ଜୀବନ କାଳ ମଧ୍ୟରେ ବହୁତ ରୋଗୀ ଓ ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ତାଙ୍କ ପାଟିରୁ ଏଭଳି ଡର କଥା ଶୁଣି ମତେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ସେତେବେଳେ । କେବଳ ତାଙ୍କ କଥା ନୁହେଁ ମୁଁ ଅନ୍ୟ କେତେ ଜଣ ଙ୍କ ଠାରୁ ବି ସେହି ସମାନ କଥା ଶୁଣିଛି ଯାହାକୁ ନେଇ କି ମୁଁ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛି ଯେ ପ୍ରକୃତରେ ଆସନ୍ନ ମୃତ୍ୟୁ ପୂର୍ବରୁ ଏମିତି କିଛି ଘଟେ । ନିଜେ ନ ମଲେ ତ ସ୍ୱର୍ଗ ଦେଖି ହବନି ନା, ତେଣୁ ମୁଁ ବି ଜୋର ଦେଇ କହି ପାରୁନି ଏ କଥା କେତେ ମିଛ ଆଉ କେତେ ସତ । ଆଉ ମୋର ବହୁତ ଇଛା ଏ ବିଷୟରେ ଅଧିକ କିଛି ଜାଣିବା ପାଇଁ ।ଆଉ ନିଜ ର ମୃତ୍ୟୁ ସମୟରେ ଅଭିଜ୍ଞତା ବିଷୟରେ ନିଜେ କିଛି ଲେଖିକି ସମସ୍ତ ଙ୍କୁ ଜଣେଇବା ପାଇଁ । ମୋର ଏ ସ୍ୱପ୍ନ ପୂରଣ ହେବକି ନାହିଁ ତ ମତେ ଜଣା ନାହିଁ କିନ୍ତୁ ଆଶା ରଖିଛି ।ମୋର ଆଶା ଅଛି ଠାକୁର ମୋ ଆଶା ନିଶ୍ଚୟ ପୂରଣ କରିବେ । ଅଜା ଙ୍କ ମୃତ୍ୟୁ ସମୟରେ ତ ମୁଁ କିଛି ବୁଝି ପାରୁ ନଥିଲି କିନ୍ତୁ ମୋ ଜେଜେ ଙ୍କ ମୃତ୍ୟୁ ସମୟରେ (ତାଙ୍କ ମୃତ୍ୟୁ ବୟସlଧିକ୍ୟ କାରଣରୁ ଥିଲା) ମୁଁ ତାଙ୍କୁ ଏ ବିଷୟରେ ପଚାରିଥିଲି କି ତାଙ୍କୁ କଣ ଅଲଗା ଅନୁଭବ ହେଉଛି କି ?ସେ ମତେ ଯାହା କହିଥିଲେ ମୁଁ ୟା ପୂର୍ବରୁ ମୋର ଆଉ ଗୋଟେ ଲେଖା "ମୃତ୍ୟୁ ର ଛାୟା "ରେ ଲେଖିଛି । ସେ ସବୁ କୁ ଅନୁଧ୍ୟାନ କଲେ ଜଣା ପଡୁଛି ଯେ ଏ ଯମଦୂତ ,ପ୍ରେତାତ୍ମା ,ଏସବୁ ଅଛନ୍ତି । ଛୋଟ ବେଳୁ ମୋର ଏ ସବୁ ବିଷୟରେ ଜାଣିବାରେ ବହୁତ ଆଗ୍ରହ । ଏବେ ବୁଝି ପାରୁଛି କିଛି କିଛି ,ବିଭିନ୍ନ ବହି ଏ ସମ୍ବନ୍ଧରେ ପଢିବା ପରେ । କିନ୍ତୁ ଯେତିକି ଜାଣିଛି ସେସବୁ କିଛି ନାହିଁ ବହୁତ କମ । ମୋର ବହୁତ ଇଚ୍ଛା ଆହୁରି ବହୁତ ବହି ଏ ମୃତ୍ୟୁ ର ରହସ୍ୟ ଉପରେ ସଂଗ୍ରହ କରି ପଢିବା ପାଇଁ । କିନ୍ତୁ ସୁଯୋଗ ପାଇ ନାହିଁ ଆଗକୁ ଯାଇ କିନ୍ତୁ ମୁଁ ମୋ ସ୍ୱପ୍ନ କୁ ସାକାର କରିବା ପାଇଁ ଚେଷ୍ଟା କରିବି । ଶୁଣିଥିଲି ଗରୁଡ଼ ପୁରାଣ ରେ ଏ ସବୁ ଜନ୍ମ ମୃତ୍ୟୁ ର ରହସ୍ୟ ବିଷୟରେ ସବିସ୍ତାରେ ବର୍ଣ୍ଣନା କରାଯାଇଛି। କିନ୍ତୁ ସମୟ ର ଅଭାବ ଯୋଗୁଁ ପଢିପାରିନି ।ଆଗକୁ ଯାଇ ପଢିବି ବୋଲି ଆଶା ରଖିଛି।



Rate this content
Log in

Similar oriya story from Horror