ଅସମାହିତ ପ୍ରଶ୍ନ
ଅସମାହିତ ପ୍ରଶ୍ନ
ମୃତ୍ୟୁ ପରେ ବି କଣ କିଛି କ୍ଷଣ ପାଇଁ ଆତ୍ମା ଜୀବିତ ରହିଥାଏ ? ନା ଥିଲା ଏ ମୋର ମନର ଭ୍ରମ । ଏ ଯାଏଁ ବି ମୁଁ ଏ ପ୍ରଶ୍ନ ର ସଠିକ ଉତ୍ତର ପାଇ ପାରି ନଥିଲି । କି ମୋ ସ୍ୱାମୀ ଙ୍କ ମୋବାଇଲ କୁ ଆସିଥିବା ସେ ଶେଷ କଲ କୁ ଭୁଲି ପାରି ନ ଥିଲି । ବେଳେ ବେଳେ ଭାବେ ନା ମ ଏ କେମିତି ସମ୍ଭବ ହୁଏତ ଏଇଟା ମୋ ମନର ଭ୍ରମ ହୋଇ ଥାଇପାରେ କିମ୍ବା ତାଙ୍କ ପରିବାର ର ଅନ୍ୟ କେହି କଲ କରି କହିଥିବ । କିନ୍ତୁ ନା ମୁଁ ପୁରା ହୋସ ରେ ତାଙ୍କ ସହ ସେଦିନ କଥା ହୋଇଥିଲି । ଅନ୍ୟ କେହି ବାହାର ଲୋକ ହୋଇଥିଲେ କଥା ଟି ଅଲଗା ହୋଇଥାନ୍ତା ମୁଁ ସ୍ୱର ବାରି ପାରି ନଥାନ୍ତି ।କିନ୍ତୁ ସେ ଥିଲେ ମୋ ସ୍ୱାମୀ ଙ୍କ ଅନ୍ତରଙ୍ଗ ବନ୍ଧୁ ।ଉଭୟ ପରିବାର ଭିତରେ ଭଲ ସମ୍ପର୍କ ବି ଥାଏ । ସେ ହିସାବରେ ତାଙ୍କ ସ୍ୱର ସହିତ ମୁଁ ସମ୍ପୂର୍ଣ୍ଣ ପରିଚିତ ଥାଏ। ସେଦିନ ଦିନ ଥିଲା ସୋମ ବାର । ପିଲାମାନେ ସ୍କୁଲ ଗଲା ପରେ ଦୁଇଘଣ୍ଟା ଶୋଇ ପଡିବା ଥିଲା ମୋର ନିତିଦିନିଆ ଅଭ୍ୟାସ । ଦିନ ଦୁଇଟା ପାଖା ପାଖି ହେବ ଜୋର ନିଦ ଟା ଲାଗିଛି ହଟାତ ସ୍ୱାମୀ ଙ୍କର ମୋବାଇଲ ଟା ବାଜି ଉଠିଲା। ଫୋନ ଉଠାଇଥିଲି ସେପଟୁ ଉତ୍ତର ଆସିଥିଲା ହେଲୋ ସୂର୍ଯ୍ୟ । ମୁଁ କହିଲି ହଁ କୁହ ? ଭାଉଜ ସୂର୍ଯ୍ୟ ଭାଇ ନାହାନ୍ତି କି ? ମୁଁ ତାଙ୍କ ସାଙ୍ଗ ପ୍ରକାଶ କହୁଛି । ମୁଁ କହିଥିଲି ହଁ ସେ ନାହାନ୍ତି । ହଉ ଭାଉଜ ସେ ଆସିଲେ କହିଦେବ ପ୍ରକାଶ ତାଙ୍କୁ ଖୋଜୁଥିଲା ବୋଲି , ଆଉ କିଛି ଜରୁରୀ କଥା ଥିଲା ବୋଲି ବି ଜଣେଇଦେଵ । ମୁଁ ହଁ କହି ଫୋନ କାଟି ଥିଲି । ପ୍ରକୃତରେ ସ୍ୱାମୀ ମୋର ଘରେ ଥିଲେ । ମଧୁମେହ କୁ ଉଚ୍ଚ ରକ୍ତ ଚାପ ତା ସାଙ୍ଗ ରେ ସବୁବେଳେ ରାତି ଅନିଦ୍ରା କୁ ମୁଁ ତାଙ୍କର ଯିଏ ବି ସାଙ୍ଗ ଫୋନ କଲେ କାଳେ ନିଦରେ ବାଧା ଆସିଲେ ସ୍ୱାସ୍ଥ୍ୟ ଖରାପ ହେବ ଭାବି ସେ ନାହାନ୍ତି ବୋଲି ମିଛ ରେ କହିଦିଏ। ନିହାତି ଆବଶ୍ୟକ ନ ହେଲେ ନିଦ ମଝିରେ ତାଙ୍କୁ କେବେ ବି ଉଠାଏ ନାହିଁ।ସେଦିନ ବି ସେମିତି ହୋଇଥିଲା ତାଙ୍କୁ ମୁଁ ଉଠାଇ ନଥିଲି । ୟା ଭିତରେ ତିନି ଚାରି ଘଣ୍ଟା ବିତି ଯାଇଥିଲା । ସେ ଉଠିବା ପରେ ମୁଁ ତୁମ ସାଙ୍ଗ ପ୍ରକାଶ କଲ କରିଥିଲା କଣ ଜରୁରୀ ଅଛି କଥା ହୋଇଯାଅ ବୋଲି କହିଥିଲି ସେ ବି ହଁ ପରେ କଥା ହେବି କହି କିଛି କାମ ରେ ବ୍ୟସ୍ତ ରହି ଅଫିସ ଚାଲି ଯାଇଥିଲେ ବୋଧେ , ଆଉ କଥା ହୋଇ ନଥିଲେ ପ୍ରକାଶ ସହ । ଅଫିସରେ ପହଞ୍ଚିବା ପରେ ସାଙ୍ଗେ ସାଙ୍ଗେ ମୋ ପାଖକୁ କଲ ଆସିଥିଲା ମୋ ସ୍ୱାମୀଙ୍କର । ମୁଁ ଫୋନ ଉଠେଇଥିଲି । ସେପଟୁ ତାଙ୍କର କୋହ ଭରା କଣ୍ଠ ସ୍ୱର ଶୁଣା ଯାଉଥିଲା । ବାଷ୍ପରୁଦ୍ଧ କଣ୍ଠ ରେ ସେ କହୁଥିଲେ ପ୍ରକାଶ ଆଉ ନାହିଁ ଆଜି ଦିନ ବାର ଟା ରେ ନିଜ ଗୋଦାମ ଘର ଭିତରେ ସେ ଆତ୍ମହତ୍ୟା କରିଛି। ମୁଁ ଥମ କରି ବସି ପଡ଼ିଥିଲି । ଆଉ କହିଥିଲି କିନ୍ତୁ ମୁଁ ଯେ ତାଙ୍କ ସହ ପାଖା ପାଖି ଦିନ ଦୁଇଟା ବେଳକୁ କଥା ହେଇଛି ।ଆଉ ତୁମକୁ ବି କହିଛି ତାଙ୍କ କଲ ଆସିଥିଲା ବୋଲି ସେ ତୁମକୁ କିଛି ଜରୁରୀ କଥା ବାର୍ତା ପାଇଁ ଖୋଜୁଥିଲେ ବୋଲି । ସେ ବିଶ୍ୱାସ କରି ହିଁ ନ ଥିଲେ ।କହିଲେ ସେ ତ ଦିନ ବାର ଟା ରୁ ମରି ସlରିଲାଣି ତୁମ ସହ କେତେବେଳେ କଥା ହୋଇଥିଲା ?ଆଉ ମତେ ଖୋଜୁଥିଲା ବୋଲି ବି କହୁଥିଲା ।ତୁମ ର ନିଦ ବାଉଳl ହେଇଥିଵ। ନ ଚେତ ଆଉ କିଏ କହିଥିବ । ହଁ ହୁଏତ ଆଉ କିଏ ବି କହି ଥାଇ ପାରେ କିନ୍ତୁ ନମ୍ବର ପ୍ରକାଶ ର ହିଁ ଥିଲା ।ମୋର ପାଖରେ ଯେହେତୁ କୌଣସି ଠୋସ ପ୍ରମାଣ ନ ଥିଲା ଅଗତ୍ୟା ମୁଁ ମନର ଭ୍ରମ ଓ ନିଦ ବlଉଳା ଭାବି ଚୁପ ରହିଥିଲି। ପ୍ରକାଶ ଓ ମୋ ସ୍ୱାମୀ ଥିଲେ ବାଲ୍ୟ ବନ୍ଧୁ । ଗୋଟେ ସାଥିରେ ସ୍କୁଲ ଆଉ କଲେଜ ଜୀବନ କଟେଇଥିଲେ । କଲେଜ ପରେ ପ୍ରକାଶ ତାଙ୍କ ବାପା ଙ୍କ ର ବ୍ୟବସାୟ ସମ୍ଭାଳିଥିଲେ ବିବାହ କରିଥିଲେ ଗୋଟିଏ ସୁନ୍ଦରୀ ତରୁଣୀ କୁ । ହସଖୁସିରେ ପରିବାର ଆଗେଇ ଥିଲା କୋଳ ମଣ୍ଡନ କରିଥିଲେ ଦୁଇ ପୁଅ । କିଛି ତ ଅସୁବିଧା ନଥିଲା ଘରେ , ହଟାତ ଘଟଣା ଏମିତି କଣ ହେlଇଥିଲା ଯେ ପ୍ରକାଶ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।ମନରେ ମୋର ବିଭିନ୍ନ ପ୍ରଶ୍ନ ଛନ୍ଦି ହୋଇ ପଡୁଥାଏ । ଆଉ ଘରେ ସ୍ଥିର ଭାବରେ ରହି ପାରିନଥିଲି । ସ୍ୱାମୀଙ୍କ ସହ ତାଙ୍କ ଘର କୁ ଚାଲି ଯାଇଥିଲି । ସେଠାକାର ପରିସ୍ଥିତି ଏମିତି ଥିଲା ଯାହା ମୋର କଳ୍ପନା ର ବାହାରେ ଥିଲା । ମୁଁ ଭାବିଥିଲି ସ୍ୱାମୀ ଯେହେତୁ ଅସମୟ ରେ ମୃତ୍ୟୁ ବରଣ କରିଛନ୍ତି ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ବେହୋସ ହୋଇ ଯାଉଥିବେ । ମୁଁ ଟିକେ ଧର୍ଯ୍ୟ ହରା ଲୋକ କେମିତି ତାଙ୍କ ସ୍ତ୍ରୀ ଙ୍କୁ ପ୍ରବଧନା ଦେବି ବୋଲି ଵ୍ୟସ୍ତ ହୋଇ ଯାଉଥାଏ ।କିନ୍ତୁ ସେଠାରେ ପହଞ୍ଚି ସେମିତି କିଛି ମୁଁ ଲକ୍ଷ୍ୟ କରି ପାରି ନଥିଲି । ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଲୋଟିବେ କଣ ଅସମ୍ଭବ ଭାବରେ ନିରବ ଥିଲେ ।ଅଶ୍ରୁ ର ଲେସ ମାତ୍ର ଚିନ୍ହ ନ ଥିଲା ତାଙ୍କ ଆଖିରେ । କେବଳ ମୁହଁକୁ ଘୋଡେଇ ବସିଥିଲେ ଯାହା । ପିଲା ଦୁଇଟି କିନ୍ତୁ ପାପା ପାପା କହି କାନ୍ଦି କାନ୍ଦି ଗଡି ଯାଉଥାନ୍ତି । ମୁଁ ଭାବିଲି ହଁ ଶକ୍ତ ଆଘାତ ମନରେ ଲାଗିଥିବା ହେତୁ ବୋଧେ ତାଙ୍କ ସ୍ତ୍ରୀ ନିରବ ହୋଇ ଯାଇଛନ୍ତି । ସେ ଯାହା ହେଉ ଶେଷ ଦର୍ଶନ ପାଇଁ ପ୍ରକାଶ ଙ୍କୁ ଦେଖିବାକୁ ଗୋଦାମ ଘର ଆଡ଼େ ଆଗେଇଲି ।ମୃତ ଦେହ ତ ସେତେବେଳେ କୁ ବାହାରକୁ ଅଣା ସାରିଥାଏ ଲୋକ ମାନେ ଟୁପୁରୁ ଟପୁରୁ ହେଉଥାନ୍ତି , ପ୍ରକାଶ ର ଗୋଡ଼ ତ ପଙ୍ଖା ରେ ଝୁଲିଲl ବେଳେ ତଳେ ଲାଗିଥିଲା ସେ ମରିଲା କେମିତି ?ମସ୍ତିଷ୍କ ଭିତର ଟା ମୋର କଣ ହେଇ ଯାଉଥାଏ ।ସତ କଥା ତ ଏ କେମିତି ସମ୍ଭବ ? ଯଦି ପଙ୍ଖା ରେ ଝୁଲି ଥିଲେ ଆଉ ଗୋଡ଼ ଯଦି ତଳକୁ ଲାଗିଥିଲା ତା ହେଲେ ତ ମୃତ୍ୟୁ ସମ୍ଭବ ନୁହେଁ । ଏଇଟା ନିଶ୍ଚୟ ଗୋଟିଏ ସୁପରିକଳ୍ପିତ ହତ୍ୟା କାଣ୍ଡ ।ଏମିତି ମନ ଭିତରେ ଅସମାହିତ ପ୍ରଶ୍ନ କୁ ଧରି ରଖି ସେଦିନ ଶୁଖିଲା ମନରେ ଘରକୁ ଫେରି ଥିଲି।ମନ ଭିତର ଟା ରହସ୍ୟ ମୟ ହୋଇ ଉଠୁଥାଏ ।ବାରମ୍ବାର ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଚେହେରା ମନର ପରିଧି ମଧ୍ୟକୁ ଭାସି ଆସୁଥାଏ । ଏ ସବୁ କଣ ହୋଇଗଲା କେମିତି ହୋଇଗଲା ମୋ ସ୍ୱାମୀଙ୍କରର ଆଖିରୁ ତ ଲୁହ ଶୁଖୁ ହିଁ ନ ଥାଏ । ମୃତ ଦେହ ବ୍ୟବଚ୍ଛେଦ ପରେ ପ୍ରକାଶ ଙ୍କର ଅନ୍ତିମ ସତ୍କାର ସାରି ଆସି ସେ ତାଙ୍କ ବନ୍ଧୁଙ୍କର ପିଲା ବେଳ ଠାରୁ ସେ ଯାଏଁ ସବୁ କଥା ମନ ପକେଇ କେବଳ ଭୋ ଭୋ କାନ୍ଦୁଥାନ୍ତି। ଆଉ ପରୋକ୍ଷରେ ମତେ ଗାଳି ଦେଉଥାନ୍ତି ।କାହିଁକି ମୁଁ ସେ କଲ ଆସିବା ସମୟରେ ତାଙ୍କୁ ଉଠେଇଲିନି କହି ସମସ୍ତ ରାଗ ମୋ ଉପରେ ସୁଝାଉଥାନ୍ତି । ସେ ଯଦି କଲ ଟି କୁ ଉଠେଇ ଥାନ୍ତେ କିଛି ତ ହେଲେ ଜାଣି ପାରିଥାନ୍ତେ । ମତେ ନିଜକୁ ଭାରି ଦୋଷୀ ଦୋଷୀ ଲାଗୁଥାଏ । ଏ ଘଟଣାର ପ୍ରାୟ ଛଅ ମାସ ପରେ ଏକ ରୋଚକ ତଥ୍ୟ ଶୁଣି ମୁଁ ତାଯୁବ ହୋଇଯାଇଥିଲି । ତାହା ହେଲା ପ୍ରକାଶଙ୍କ ସ୍ତ୍ରୀ ପ୍ରକାଶ ଙ୍କ ସାନ ଭାଇ ସାଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରି ଛନ୍ତି ।କଥା ଟା ଶୁଣି ମୋ ମଥା ଘୁରେଇ ଦେଲା ।ରହସ୍ୟ ତାହା ହେଲେ ଏଇଠି ଥିଲା । ସେଥିପାଇଁ ସ୍ୱାମୀଙ୍କର ଅକାଳ ମୃତ୍ୟୁ ପରେ ସ୍ତ୍ରୀ ଆଖିରୁ ଲୁହ ଝରୁ ନଥିଲା । ସେଥିପାଇଁ ଘଟଣା ଟିକୁ ଉଚ୍ଚ ଉତ୍କୋଚ ଦେଇ ଆତ୍ମହତ୍ୟାର ରୂପ ଦେଇ ଦବେଇ ଦିଆ ଯାଇଥିଲl ଓ ସବୁ ନିରବ ନିରବ ରେ କାର୍ଯ୍ୟ କରାଯାଇଥିଲା। ଆଉ ସବୁ ଠାରୁ ଦୁଃଖ ର କଥା ଏଇଆ ଥିଲା ଯେ ଅତି ଭଲ ବନ୍ଧୁ ହୋଇ ମଧ୍ୟ ମୋ ସ୍ୱାମୀ ଏସବୁ ବିଷୟରେ ଟେର ସୁଦ୍ଧା ପାଇ ପାରି ନଥିଲେ । ହୁଏତ ଲୋକ ଲଜ୍ଜ୍ୟା ଓ ଅପମାନ ଭୟରେ ପ୍ରକାଶ କିଛି କହି ନଥାଇ ପାରି ନଥିଲେ ।
କିମ୍ବା ସ୍ତ୍ରୀ ର ଏପ୍ରକାର କାରନାମା ବିଷୟରେ ନ ଜାଣିଥାଇ ବି ପାରନ୍ତି ।ସେ ତ ପ୍ରାୟ ନିଜ ବ୍ୟବସାୟ କାର୍ଯ୍ୟ ରେ ପ୍ରାୟ ସମୟ ବାହାରେ ,ଏ ବିଷୟରେ ସୁରାକ ବି ନପାଇ ଥାଇ ପାରନ୍ତି ।ଆଉ ଯୋଉ ଦିନ ଦିଅର ଭାଉଜ ଙ୍କ ଚୋରା ପୀରତି ର କାରନାମା ବିଷୟରେ ପର୍ଦ୍ଦା ଫାସ ହୋଇଯାଏ ତାଙ୍କ ଆଗରେ ,ସେଦିନ ସେ ନିଜ ଜୀଵନ ଠୁଁ ହାତ ଧୋଇ ବସନ୍ତି । ଆଉ ସେହି ଜାଣିବା ତାଙ୍କର ମୃତ୍ୟୁ ର କାରଣ ବନିଯାଏ। ଆଉ ରହିଲା ଏ ଫୋନ କଲ ଯଦି ସେ ବାରଟାକୁ ମୃତ୍ୟୁ ବରଣ କରିଥିଲେ ଦୁଇଟା କୁ ମୋ ପାଖକୁ ପ୍ରକାଶଙ୍କ ନମ୍ବରରୁ କଲ ଆସିଥିଲା କେମିତି ? ସେ ପୁଣି ପ୍ରକାଶଙ୍କ କଣ୍ଠ ସ୍ୱରରେ ।ହୁଏତ ତାଙ୍କ ସାନ ଭାଇ ସୁ ଚିନ୍ତିତ ଯୋଜନା କରି ଏ ସବୁ କାଣ୍ଡ ଭିଆଇ ଥାଇ ପାରନ୍ତି । ଆଜି ଯାଏଁ ମୋ ମନରେ ରହିଥିବା ସବୁ ଅସମାହିତ ପ୍ରଶ୍ନର ସମାଧାନ ଦିଅର ଭାଉଜଙ୍କ ବିବାହ ପରେ ହୋଇଯାଇଥିଲା। କିନ୍ତୁ ଦୁଃଖର ବିଷୟ ଦୋଷୀ ନିଜର କ୍ଷମତା ଓ ଶକ୍ତି ବଳରେ ବିଜୟ ଲାଭ କରିଥିଲା ଆଉ ଏହି ପରକିୟା ପ୍ରୀତି ପାଇଁ ଗୋଟିଏ ନିରୀହ ଜୀଵନ ବଳି ପଡିଥିଲା । ଏହି ସବୁ ସତ୍ତ୍ୱେ ବି ତାଙ୍କ ମୃତ୍ୟୁ ପରେ ମୋ ସ୍ୱାମୀ ଙ୍କ ପାଖକୁ ଆସିଥିବା ସେହି ଶେଷ କଲ ମୋ ମନ ଭିତରେ ଏବେ ବି ଅସମାହିତ ପ୍ରଶ୍ନ ହୋଇ ରହିଯାଇଥିଲା।
