STORYMIRROR

Himalini Hota

Inspirational

4  

Himalini Hota

Inspirational

ଭାଲୁ ପିଲା

ଭାଲୁ ପିଲା

4 mins
238

ବାବା ଙ୍କ ସହ ଯାଉଥାଏ କୁର୍ତ୍ତମ ଗଡ ସ୍କଲରେ ସ୍କଲାର ଶିପ ଏକଜାମ ଦେବା ପାଇଁ। ଫୁଲବାଣୀରେ ପହଞ୍ଚିଲା ବେଳକୁ ଭୋର ୪ ଟା। ବସଷ୍ଟେଣ୍ଡରେ ଠିଆ ହୋଇଥାଉ ବାପା ଝିଅ।ନିଦ ପ୍ରବଳ ଲାଗୁଥାଏ। ଫୁଲବାଣୀରୁ ବସ ଧରିଲେ ଆମେ କୁର୍ତ୍ତମ ଗଡ଼ ଯିବୁ ,ଏକଜାମ ଥାଏ ଦିନ ନଅ ଟାରେ।

ଏ ସମୟରେ ବସ ଷ୍ଟେଣ୍ଡରେ କୋଳାହଳ ଶୁଭିଥିଲା। ଯେହେତୁ ମତେ ସାଥିରେ ନେଇ ଆସିଥାନ୍ତି  ବାବା କୋଳାହଳ  ଭିତରେ  ପଶିବାକୁ ଉଚିତ ମନେ କରିନଥିଲେ । ସେଠାକାର ଗୋଟେ ସ୍ଥାନୀୟ ଲୋକକୁ ପଚାରି ବୁଝିଥିଲେ ଘଟଣା ସମ୍ବନ୍ଧରେ ଲୋକଟି କହିଥିଲା । ଆଜ୍ଞା ଭାଲୁ ପିଲା ଆସିଛି। ସେଥିପାଇଁ ତାକୁ ଦେଖିବା ପାଇଁ ଏତେ ଭିଡ଼ ଚାଲିଛି। ମୁଁ ବୁଝିଲି ମାଳ ଡିଙ୍ଗର ଏ ରିଆ ତ ଭାଲୁ ଛୁଆଟିକୁ କିଏ ଜଙ୍ଗଲ ରୁ ପାଇଥିବ,ଆଉ ତାକୁ ସାଙ୍ଗରେ ନେଇ ଅlସୁଥିବ।ତେଣୁ ଛୋଟ ଭାଲୁ ଛୁଆକୁ ଦେଖିବା ପାଇଁ ହୁଏତ ଲୋକ ଭିଡ଼ ଜମେଇଛନ୍ତି। ମୋର ଭାବନାକୁ ଭୁଲ ପ୍ରମାଣିତ କରି ଲୋକଟି ବାବାଙ୍କୁ କହିଥିଲା ଜଙ୍ଗଲର ଭାଲୁ ଛୁଆ ନୁହେଁ ଆଜ୍ଞା ମଣିଷ ଭାଲୁପିଲା ଆସିଛି। ସେଥିପାଇଁ ତାକୁ ଦେଖିବାକୁ ବସ ପାଖରେ ଏତେ ଭିଡ଼ ଜମିଛି। ବାବାଙ୍କର ବି କୌତୁହଳ ଜାତ ହେଲା ଏଇ ମଣିଷ ଭାଲୁ ପିଲା କଣ ଜାଣିବା ପାଇଁ ? କାରଣ ୟା ପୂର୍ବରୁ ଆମେ ମଣିଷ ଭାଲୁ ପିଲା ବିଷୟରେ ସେମିତି କିଛି କଥା ଶୁଣି ନଥାଉ । ସମସ୍ତେ କୁହା କୁହି ହେଉଥାନ୍ତି ବାପା ଭାଲୁ ଆଉ ପୁଅ ଭାଲୁ ଆସିଛନ୍ତି ବସରେ। ମୁଁ ବି ବାବାଙ୍କୁ କହିଥିଲି ଆମେ ବି ଟିକେ ଦେଖିବାକୁ ଯିବା। ତା ପୂର୍ବରୁ ମୁଁ କେବଳ ନନ୍ଦନ କାନନ ରେ ଭାଲୁ ଦେଖିଥିଲି। ଭାଲୁ ପିଲା ଦେଖିବାକୁ ମନରେ ପ୍ରବଳ ଉତ୍କଣ୍ଠା। ବାବାଙ୍କ ସହ ବସ ପାଖକୁ ଗଲା ପରେ ଦେଖିଲି ୨ ଟା ଲୋକ । ଇତିହାସ ବହିରେ ପଢିଥିବା ଆଦିମ ମଣିଷ ପରି ଲାଗୁଥାନ୍ତି। ଗୋଟିଏ ବଡ଼ ଲୋକ ଆଉ ଗୋଟିଏ ପିଲା ସେ ଲୋକର ପୁଅ ପୁରା ଦେହ ମୁହଁ ଲମ୍ବା ଲୋମରେ ଭର୍ତ୍ତି ଠିକ ଭାଲୁ ପରି। ମୁହଁ ଭାଲୁ ପରି ହେଲେ ମଧ୍ୟ ଲାଗୁଥାଏ ଅଧା ଭାଲୁ ଅଧା ମଣିଷ ପରି ଗଢ଼ଣ । ମୁଣ୍ଡର ଚୁଟି କାଟି ସାଇଜ କରିଥାନ୍ତି । ବାପା ଭାଲୁଟି ଗୋଟିଏ ମସିଆ ଧୋତି ପିନ୍ଧିଥାଏ ଯାହାକି ଆଣ୍ଠୁ ଲୁଚୁ ନଥାଏ । କାନ୍ଧରେ ବି ଅନୁରୂପ ଭାବେ ଗାମୁଛା ଟିଏ ପକେଇଥାଏ । ପୁଅ ଟି ବି ହାଫ ପେଣ୍ଟ ସହ ସାର୍ଟ ଟି ଏ ପିନ୍ଧି ଥାଏ ଓ ହାତରେ ଗୋଟିଏ ଜରି ର ବ୍ୟାଗ। କୁଇ ଭାଷା ରେ କଥା ହେଉଥାଏ ବାପା ଭାଲୁ ଟି। ଲୋକ ଗହଳି ଦେଖି ଭାଲୁ ପିଲା ଟି ଟିକେ ଭୟ ପାଇଯାଇଥାଏ ବୋଧେ , ବାପାର ଧୋତିଟିକୁ ହାତରେ ଜାବୁଡି ଧରି ତାରି ମଙ୍ଗକୁ ପାଟିରେ ଚୋବେଇ ଚୋବେଇ ବାପା ପଛରେ ଜୁଳୁ ଜୁଳୁ ହୋଇ ଚାହିଁ ଠିଆ ହୋଇ ରହି ଥାଏ।ଆଉ ତା ବାପା କୁ ତା ସ୍ଥାନୀୟ ଭାଷାରେ କିଛି କହୁଥାଏ । ବାପାଟି ବି ତାକୁ କିଛି କହି ବୁଝାଉଥାଏ । ଉଭୟଙ୍କ ର ଆଖି ଦୁଇଟିକୁ ଦେଖିଲେ ଭାଲୁ ପରି ଲାଗୁଥାଏ।କିଏ କିଏ ବସ ଯାତ୍ରୀ ଭାଲୁ ପିଲା ଟିକୁ ଶ୍ରଦ୍ଧା ରେ ବିସ୍କୁଟ ପକେଟ ଟେ ଚକଲେଟ ଟିଏ ଧରେଇ ଦେଉଥାନ୍ତି ।ପିଲା ଟି ଖୁସୀ ହୋଇ ରଖୁଥାଏ ସେ ସବୁକୁ ଏକାଠି କରି ଧରିଥିବା ବ୍ୟାଗରେ । ସେମାନଙ୍କୁ ପଚାରିବା ରେ ଜଣାଗଲା ସେମାନେ ବାଲିଗୁଡା ନିକଟବର୍ତ୍ତୀ ଗୋଟିଏ କନ୍ଧ ସୌରା ଗ୍ରାମ ,ବାଟା ଗୁଡାର ବାସିନ୍ଦା।ଦିନ ବେଳା ଆସିଲେ ଲୋକମାନେ ଗହଳି ହୋଇ ବ୍ୟତି ବ୍ୟସ୍ତ କରିପକାଉଛନ୍ତି ବୋଲି ରାତିରେ ବାହାରି ଆସିଥିଲେ ଫୁଲବାଣୀ,କିଛି କାମ ରେ ବାପା ,ପୁଅ । ସେମାନଙ୍କ ରୂପ ସାଧାରଣ ମଣିଷ ଠାରୁ କାହିଁକି ଭିନ୍ନ ପଚାରିବାରୁ ବାପା ଭାଲୁ ଟି କହିଲା ଯେ ସେମାନେ ବଣ ଡିଙ୍ଗର ରୁ କେନ୍ଦୁ ପତ୍ର ,କେନ୍ଦୁ ଜାଳେଣି ସଂଗ୍ରହ କରି ହାଟ ରେ ବିକ୍ରି କରି ଜୀବିକା ନିର୍ବାହ କରିବା ଲୋକ। ମା ତାର ଦିନେ କେନ୍ଦୁ ପତ୍ର ଆଣିବା କୁ ଜଙ୍ଗଲ କୁ ଯାଇଥିଲା। କେନ୍ଦୁ ପତ୍ର ଯାହା ବିଡ଼ି ତିଆରି ପାଇଁ ଆବଶ୍ୟକ ହୁଏ ଜଙ୍ଗଲ ଭିତରେ ରେ କେନ୍ଦୁ ଓ କେନ୍ଦୁପତ୍ର ସଂଗ୍ରହ କରୁ କରୁ କେତେବେଳେ ସନ୍ଧ୍ୟା ହୋଇଯାଇଥିଲା ଓ ସେ ଜଙ୍ଗଲ ମଝି କୁ ପଳେଇ ଯାଇଥିଲା ଜଣା ପଡି ନଥିଲା ।ତା ସାଙ୍ଗ ରେ ଯାଇଥିବା ତା ସାଥି ମାନେ ବହୁତ ପଛରେ ରହିଯାଇଥିଲେ ।ଜଙ୍ଗଲୀ ଜନ୍ତୁ ଙ୍କ ଭୟ ବିଶେଷ କରି ବାଘ ଓ ଭାଲୁ ହାତୀ ର ଭୟ ବେଶୀ ଥିଲା ସେତେବେଳେ । ସନ୍ଧ୍ୟା ଉପକ୍ରମ ଦେଖି ତରବର ରେ ଜଙ୍ଗଲ ରୁ ଘର କୁ ଫେରୁ ଫେରୁ ଗୋଟିଏ ବିଶାଳ କାୟ ଭାଲୁ ହାବୁଡ଼ ରେ ପଡ଼ି ଯାଇଥିଲେ ତାର ମା ଟି ।ଭାଲୁ ଟି ବି ଗର୍ଜନ କରି ମାଡି ଆସିଥିଲା ତା ମା ଉପରକୁ । ଦୌଡ଼ି ପଳେଇବାକୁ ତ ଉପାୟ ନ ଥାଏ । ସାମ୍ନା ରେ ବିରାଟ ଭାଲୁ କୁ ଦେଖି ଭୟ ରେ ମା ତାର ମୂର୍ଚ୍ଛା ଯାଇଥିଲା। ତା ପରେ ମା ତାର ଆଉ କିଛି ଜାଣି ନାହିଁ । ସେ ଘଟଣା ପରେ ପରେ ତାର ଜନ୍ମ । ଅଧା ଭାଲୁ ଓ ଅଧା ମଣିଷ ପରି ଚେହେରା ହୋଇଥିବାରୁ ସମସ୍ତେ ତାକୁ ଭାଲୁ ପିଲା ବୋଲି ଡାକିଲେ ।ତା ପରି ତା ପୁଅ ବି ସେମିତି ହେଲା।ପିଲା ମୁଣ୍ଡ ରେ ମୋର ସେତେବେଳ କୁ କିଛି ପସୁନଥାଏ।ସମସ୍ତ ଙ୍କ ପରି ମୁଁ ବି ସେ ଲୋକ ଟିକୁ ଭାଲୁ ର ପିଲା ବୋଲି ଭାବିଥିଲି ।କିନ୍ତୁ ଏବେ ଜଣା ପଡିଥିଲା ସେ ଲୋକ ଟି ଓ ତା ପୁଅ କୌଣସି ଭାଲୁ ର ପିଲା ନଥିଲେ। ତାହା ଏକ ରୋଗ ଥଲା ଯାହା ଭାଲୁ ବାପା ଟି ମାତୃ ଗର୍ଭ ରୁ ପୀଡିତ ଥିଲା।ସେ ରୋଗ ର ନା ହେଉଛି Hypertricosis (were wolf Syndrom)ସେହି ରୋଗ ଅନୁସାରେ ମଣିଷ ଯଦି ସେ ରୋଗ ରେ ପୀଡିତ ହୁଏ ଦେହ ଓ ମୁହଁସାରା ଲମ୍ବା ବାଳ ରହିବ ।ଆଉ ସେ ଭାଲୁ ପରି ଦେଖାଯିବ। ଯେହେତୁ ଭାଲୁ ହାବୁଡ଼ରେ ପଡିବା ପରେ ଭାଲୁ ଛୁଆଟିର ବାପା ଜନ୍ମ ହୋଇଥିଲା ତେଣୁ ଜନ ସମାଜ ମଧ୍ୟରେ ସେ ବ୍ୟକ୍ତି ଟି ଭାଲୁ ପିଲା ନାଁ ରେ ପରିଚିତ ହୋଇଥିଲା।ଆଉ ନାନା ଉପହାସ ର ଶିକାର ବି ହୋଇଥିଲା ।ଶିକ୍ଷିତ ବ୍ୟକ୍ତି ମାନେ ସିନା ଏଇ ରୋଗ ବିଷୟରେ ଜାଣି ପାରିବେ ସେହି ସମୟରେ ଆଦିବାସୀ କନ୍ଧ ମାନେ ବା ଏ ରୋଗ ବିଷୟରେ ଜାଣିବେ କିପରି ।


Rate this content
Log in

Similar oriya story from Inspirational