STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Romance Tragedy Fantasy

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Romance Tragedy Fantasy

ଫୁଲେଇ ଶ୍ରାବଣୀ

ଫୁଲେଇ ଶ୍ରାବଣୀ

6 mins
389



       ଆଦ୍ୟ ଆଷାଢ଼ର ପହିଲି ଛୁଆଁ ର ଆଭାସ ହେଉଛି , ଝିପ୍ ଝିପ ବରଷା ହେଉଛି , ଟୁପୁରୁ ଟାପୁର୍ ବର୍ଷାର ଛିରି ଛିରୀ ଶବ୍ଦ , କାଚ କାନ୍ଥର କାନଭାସ ରେ ଥିବା ଫୋଟ ଚିତ୍ରକୁ ଭିଯାଇ ଦେଉଛି ।  ଗାଁ କୁ ଆସିଛି ଶ୍ରାବଣୀ । ସବୁବର୍ଷ ଭଳି ଏବର୍ଷ ମଧ୍ୟ ଗାଆଁ ରେ ନାଚଗୀତ ର ମହକ ପୁରି ଉଠିଛି । ଦୋଲୋଗୋବିନ୍ଦ ରଥରେ ବସି ଗ୍ରାମ ଭ୍ରମଣ କରି ଆସିଛନ୍ତି । ଶିବ ବିବାହ ସରିବା ପରେ ପ୍ରଭୁ ମୁକ୍ତେଶ୍ଵର ଓ ମାତା ପାର୍ବତୀ ଗାଁ ରେ ବିରାଜମାନ ଅଛନ୍ତି । ଥାଟ ପଟୁଆର ରେ ଗାଁ ସାରା ଖୁସିର ଲହରୀ ଖେଳିଯାଇଛି । ଝିଅ ମାନେ ଶାଶୁଘରୂ , ବାପ ଘରକୁ ଆସିଛନ୍ତି । ଦୋଳ ମଣ୍ଡପରେ ଭକ୍ତଙ୍କ ଭିଡ଼ । ସେ ଭିତରେ ଶ୍ରାବଣୀ ଙ୍କ ଆଖି ଖୋଜୁଛି କିଛି । ମନ୍ କହୁଛି ,ହେ ଶ୍ରାବଣୀ ଚାଲ , ପୁଣି ଫେରିଯିବା ଟିକେ ସେଇ କଦମ୍ବ ଗଛର ମୂଳକୁ ଯେଉଁଠି ଦିନେ ତୁ ତୋର ସେଇ ଶ୍ୟାମ ଙ୍କୁ ମନ୍ ଦେଇଥିଲୁ । କେମିତି ଏଇ ମନ୍ , "ପୁଣି ଫେରିଯିବାକୁ ଇଛା"।


          ହୋ ହlଲ୍ଲା ମଧ୍ୟରେ ଏକ କରୁଣ ସଙ୍ଗୀତର ମୂର୍ଚ୍ଚନା । ମନକୁ , ହୃଦୟକୁ ଛୁଇଁ ଦେଇ ଯାଉଛି । ନୃତ୍ୟାଙ୍ଗନା ରୂପରେ , ନୃତ୍ୟ କରୁଛନ୍ତି ଶିବାଙ୍ଗୀ ।ନିଖୁଣ ଅଭିନୟ । ଝରି ଯାଉଛି ଆଖିର ଲୁହ । ଶିବାଙ୍ଗୀ କାନ୍ଦି କହୁଛନ୍ତି । କଣ ପାଇଁ ? , କଣ୍ ପାଇଁ ? ଏମିତି କରିଲେ ପ୍ରଣୟ । କାହିଁକି ଏତେବଡ଼ ତ୍ୟାଗ , ପୁଣି ଏଇ ଶ୍ରାବଣୀ ପାଇଁ ! ଯେଉଁ ଶ୍ରାବଣୀ ଦିନେ , ନିଶlର୍ଦ୍ଧ୍ ରାତ୍ରୀରେ ସେଇ କଦମ୍ବ ଗଛର ମୂଳରେ ପ୍ରତିଶ୍ରୁତି ଦେଇଥିଲା ,ତାର ସେଇ ଶ୍ୟାମଙ୍କୁ । କିନ୍ତୁ ତା ଜୀବନର ଡଙ୍ଗା ସମୟ ସ୍ରୋତରେ ଆଗକୁ ବଢ଼ି ଯାଇଛି । ମରି ଯାଇଛି ତୁମ ଶ୍ରାବଣୀ , " ପ୍ରଣୟ" କଣ ପାଇଁ ତୁମେ ଅମୁଲ୍ୟ ଜୀବନକୁ ଏମିତି ଖେଳି ଗଲ । ଏମିତି ନୁହେଁ କି ଏ ଆଖି ଆଗରେ ଚେହେରା ଆସୁନି ।ଏମିତି ବି ନୁହେଁ ଏ ଚେହେରାକୁ ବହୁତ ଆଖି ଦେଖୁନି , କିନ୍ତୁ ଏ ଭିଡ଼ ଭିତରେ ତୋଅରି ଚେହେରାକୁ ଏ ଆଖି କାହିଁକି ଖୋଜେ କେଜାଣି ? ତାର ମୁଁ ଉତ୍ତର ପାଉନି ।  ଚାଲ୍ ନା ପ୍ରଣୟ, ଚାଲ୍ ନା ଗୋଟେ ନିରୋଳା ଜାଗାରେ ଭେଟ ହେବା । ଏ ରାଗ , ଅଭିମାନ ବହୁତ ହେଇଗଲା , ଚାଲ ନା ପ୍ରଣୟ , ଗୋଟିଏ ନିରୋଳା ଜାଗାରେ ଟିକେ ପ୍ରେମ କରିବା ଟିକେ ମନ ଖୋଲି ହସିବା , ଟିକେ ମନ ଖୋଲି କାନ୍ଦିବା , ତୁମର କୋଳରେ ମୁଣ୍ଡ ଗୁଂଜୀ ମୁଁ , ମୋ ଆଖିର ସବୁ ଅଶ୍ରୁ ଗୁଡlକୁ ଝରାଇ ମୋ ହୃଦୟର ସବୁ କୋହକୁ ଭେଟି ଦେଇ ଦିଅନ୍ତି ।


ସମୟ ସ୍ରୋତରେ ଜୀବନର ଡ଼ଙ୍ଗା

ଯାଉଅଛି ଭାସି ଭାସି

କେତେବେଳେ ଭାସେ କେତେବେଳେ ଵୁଡେ

କାଳ ଭଉଁରୀରେ ଫସି ।

ଅତୀତର ସ୍ମୃତି ଅତୀତର ଗୀତି

   ଗୌରବ ମୟ ସେ ତିଥି

ପୁଣି ଫେରିଯିବାକୁ ଇଛା ହେଉଛି

କି ବନ୍ଧନ କି ପ୍ରିତୀ ।

ପ୍ରଣୟ ବିଭୋର ଚକୋର ଚାକୋରି

ଭାବନାରେ ଭିଜି ଥିଲେ

ଶ୍ରାବଣୀ ର ଧାରା ବାହି ନେଇଗଲା

ସବୁ ସ୍ମୃତି ହଜିଗଲା ।


     ନୀରବୀ ଯାଇଥିଲେ ପ୍ରଣୟ । ଶବ୍ଦର ମୂର୍ଚ୍ଛାନରେ , କଣ ବା କହିବେ । ସେଦିନ ଥିଲା କିଛି ଅଲଗା , କିନ୍ତୁ ସେଦିନ ଓ ଆଜି ମଧ୍ୟରେ ଅନେକ ତଫlତ ଅଛି । ଶ୍ରାବଣୀ ଙ୍କ ଆକାଂକ୍ଷା ବଢ଼ି ଚାଲିଲା । କଣ ଚାଲିଛି ଏଠି , ଆଜିର ନାଟକ କଣ ? ପରିବେଷଣ ହେବ କଣ ? କିଏ ଏହି ବହିର ନାଟ୍ୟକାର ? କିଏ ଏହି ନାଟକର ନିର୍ଦ୍ଦେଶକ ? ମୋତେ ଏମିତି କାହିଁକି ଲାଗୁଛି , କାହିଁକି ମୋ ମନ ବିଚଳିତ ହେଉଛି । କେଉଁଠାରୁ ଆସୁଛି ଏହି କରୁଣ ରସ ମୟ ସ୍ୱର । କିଏ ଏହି ନାଟକର ନାୟିକା । ସେ କେମିତି ଜାଣିଲା ମୋ ହୃଦୟର କଥା । କଣ୍ ତାହାଲେ ଏ ବହିର ନାଟ୍ୟକାର ଶ୍ରୀ ପ୍ରଣୟ କୁମାର ଦାସମହାପାତ୍ର !


      ରାତ୍ରୀ ପ୍ରାୟ ୧୦ ଟା ବାଜିଲାଣି । ମୁହଁରେ ସାଲୁ ବାଲୁ କଳା ମଚ ମଚ ଦାଢ଼ି । ମଝିରେ କିଛି ଧଳା ଦାଢ଼ି ଚିକ୍ ଚୀକ୍ କରି କହୁଛି , ପ୍ରଣୟ କୁମାର ଦାସମହାପାତ୍ର ଆଉ କେତେ ଦିନ ଏମିତି ଏକକିତ୍ଵ ଜୀବନ ଅତିବାହିତ କରିବ । ହୃଦୟର ସବୁ କୋହକୁ ଜାବୁଡ଼ି ଧରି ସ୍ମିତ ହସ ଦେଇ । ଧୀର ସହଜ ଗତିରେ ଆସିଲେ ପ୍ରଣୟ କୁମାର ଦାସମହାପାତ୍ର , ହାତରେ ସେଦିନ ଭଳି ଥାଏ ଗୋଟିଏ ହତାଘଣ୍ଟା , ପ୍ଲେନ ଫିକା ଗୋଲାପି ରଙ୍ଗର ସାର୍ଟ । ବାବା ମୁକ୍ତେଶ୍ଵର ଗଣନାଟ୍ୟ ର ଷ୍ଟେଜ ଉପରେ ଆସି ଛିଡା ହେଇଥିଲେ ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ପ୍ରଣୟ କୁମାର ଦାସମହାପାତ୍ର । ହାତରେ ମାଇକ୍ରୋ ଫୋନ୍ । ଆରମ୍ଭ ହେଇଥିଲା କାର୍ଯ୍ୟକ୍ରମ ସୂର୍ ଝଙ୍କାର . ବାଜି ଉଠିଥିଲା ବାଦ୍ୟଯନ୍ତ୍ର । ମାଁ ଙ୍କ ଚରଣ ବନ୍ଦନା ହେଇଥିଲା ।


      ବନ୍ଧୁଗଣ ଶୁଭ ସନ୍ଧ୍ୟା ।


ଆଜିର ଶୁଭ ଅବସର ରେ । ପାବନ ଭୂମି ରେ ,ବାବା ମୁକ୍ତେଶ୍ଵର ଦେବଙ୍କ ଆନୁକୁଲ୍ୟରେ , ବାବା ମୁକ୍ତେଶ୍ଵର ଗଣନାଟ୍ୟ ର ପ୍ରଥମ ରଜନୀରେ , ଛୋଟ ମୋଟ କଳାକାର ମାନଙ୍କୁ ନେଇ , ପରିବେଷଣ କରିବାକୁ ଯାଉଛି ମହାନ୍ ସାମାଜିକ ନାଟକ


"ଫୁଲେଇ ଶ୍ରାବଣୀ " 


ନାଟକ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଆପଣଙ୍କ ପ୍ରିୟ ଶ୍ରୀ ପ୍ରଣୟ କୁମାର ଦାସମହାପାତ୍ର


"ଫୁଲେଇ ଶ୍ରାବଣୀ "" ନାଟକର ମୁଖ୍ୟ ନାୟିକା ଶ୍ରାବଣୀ ଚରିତ୍ରରେ ଅଭିନୟ କରୁଛନ୍ତି ମିସ୍ ଶିବାଙ୍ଗୀ । ତେବେ ଆସନ୍ତୁ ଟିକେ ମନର କଥା ହୋଇଯିବା !


      କଣ ବନ୍ଧୁଗଣ ,ଆପଣ ମାନେ କେବେ ପ୍ରେମ୍ କରିଛନ୍ତି ।କେତେ ମିଠା ଆଉ କେତେ ଖଟା କହିଲେ । ଛାଡନ୍ତୁ ମୁଁ କହିଦେଉଛି ଆପଣ ଅନୁମାନ କରିବେ । ପ୍ରେମିକା ଟି ଦିନେ କହୁଛି ହେ ଶୁଣିଲ ଶୁଣିଲ , ତୁମକୁ କଣ ଲାଗୁନି , ଆଜିକାଲି ତୋ ମନ ଆଉ ମୋ ମନ ଭିତରେ ବହୁତ ଦୁର୍ଘଟଣା ଘଟୁଛି । ଦେଖ ତ ପ୍ରେମ ବୋଧେ ହlତକଡି ପକାଇବାକୁ ଅପେକ୍ଷା କରିଛି ତେବେ ଆସନ୍ତୁ ସୁର୍ ଝଙ୍କାର ର ଶେଷ ଗୀତଟି ଶୁଣି ଆରମ୍ଭ କରିବା ଆମର , ସାମାଜିକ ନାଟକ

" ଫୁଲେଇ ଶ୍ରାବଣୀ "


      ନାଟକ ମଞ୍ଚସ୍ଥ ହେଲା । ଅନେକ ବର୍ଷ ପରେ ଘରକୁ ଆସିଛନ୍ତି ଶ୍ରାବଣୀ । ପାଠ ପଢା ସାରିବା ପରଠାରୁ କେବେ ଦେଖା ହେଇନି କି ସାକ୍ଷାତ୍ ,ନା କେବେ ଫୋନ୍ ମଧ୍ୟ ଆସିଛି । ସେଦିନ ସେଇ କ୍ଷୀଣ ଚନ୍ଦ୍ର ଆଲୋକରେ ହଜି ଯାଇଥିଲା ଅନେକ ସ୍ୱପ୍ନ । କଣ ଗରିବ ହେବା ଭୁଲ୍ ? କଣ ଗରୀବର ପ୍ରେମ କରିବାର ଅଧିକାର ନାହିଁ ! ତେବେ କାହିଁକି ସେଇ ଧନୀ ଘରର ବାପ , ମାଆ ମାନେ ମନା କରୁନାହାନ୍ତିଁ ତାଙ୍କର ଅଲିଅଳି ଝିଅକୁ । କହିନାହାନ୍ତି କାହିଁକି ପ୍ରେମ କରିବୁ ତ ଚାକିରୀଆ , ଧନୀ ଘର ର ପୁଅକୁ । କାହିଁକି ବରବlଦ୍ କରୁଛନ୍ତି କାହାର ଜୀବନ । ଏମିତି ଅନେକ ପ୍ରଶ୍ନ ଆସୁଛି ଶ୍ରାବଣୀଙ୍କ ମନରେ । କlଷ୍ଟିଂର ପ୍ରଥମ ଦୃଶ୍ୟ ଦେଖି ସେ ନିଜକୁ ଧିକ୍କାରିଛନ୍ତି । ସାମ୍ନାରେ ଦେଖିଲେ ଆଜି ମଧ୍ୟ ପୂର୍ବ ଭଳି ସେଇ କଥା ପ୍ରଣୟଙ୍କର । ଜୀବନରେ କିଛି ବଦଳି ନାହାଁନ୍ତି । ହଁ ବଦଳିଛି ଯଦି କିଛି ସେ ହେଉଛି ଫ୍ରେଞ୍ଚ୍ କଟ ଦାଢ଼ି ଆଉ ବୟସ । ସାହି ପଡିଶା ଘର ଝିଅକୁ ପଚାରିଲେ , କଣ ଏଇ ପ୍ରଣୟ ବାବୁଙ୍କ କେତୋଟି ଛୁଆ , ଆଜିବି ସେମିତି ଦେଖା ଯାଉଛନ୍ତି , ଠିକ୍ ଦୀର୍ଘ ୧୩ ବର୍ଷ ପରେ ଯେମିତି ଦେଖା ଯାଉଥିଲେ । ପିଲାଟି ଏସବୁ ଶୁଣି କହିଲେ , ଦିଦି ଜଣେ କିଏ ଝିଅ ଭଲ ପାଉଥିଲେ ପ୍ରଣୟ ଭାଇଙ୍କୁ । ସେ ବିବାହ କରିବା ପରଠାରୁ , ସେ ଏ ଗାଁ ମାଟି ଛାଡ଼ି ଦେଇଥିଲେ । ଆଜିବି ସେ ବିବାହ କରିନାହାନ୍ତି । ଅବିବାହିତ ଅଛନ୍ତି । ସେ ଏବେ ଜଣେ ବଡ଼ ନାଟ୍ୟକାର ତଥା ନିର୍ଦ୍ଦେଶକ ଭାବରେ ପରିଚିତ । ଆମ ଗ୍ରାମର କିଛି ପିଲାଙ୍କ ମୋହ ତଥା ଜନ୍ମ ମାଟିକୁ ଭଲ ପାଆନ୍ତି ବୋଲି , ତାଙ୍କ୍ ଡାକରା ରେ ସେ ପୁଣି ଫେରି ଆସିଛନ୍ତି । ସବୁ କିଛି ଶୁଣିବା ପରେ ଶ୍ରାବଣୀ ଙ୍କ ଆଖିରୁ ଲୁହ ର ବନ୍ୟା ଛୁଟୁଛି । ଏକା ନିଶ୍ଵାସରେ ସେ ଦୌଡ଼ି ଚାଲିଗଲେ ପ୍ରଣୟଙ୍କ ପାଖକୁ । ପାଦ ଧରି କ୍ଷମା ପ୍ରାର୍ଥନା କରି କହିଲେ ଚାଲ ନା ପ୍ରଣୟ ,"ପୁଣି ଫେରିଯିବାକୁ ଇଛା" ହେଉଛି ସେଇ ଦୀର୍ଘ ୧୫ ବର୍ଷ ତଳକୁ । ସେଇ କଦମ୍ବ ଫୁଲ ଗଛର ଛାଇ ପାଖକୁ ।


        ପ୍ରଣୟ , ଖୁସୀରେ ଝୁମି ଉଠିଲେ । କହିଲେ ଆରେ ଶ୍ରାବଣୀ , କେବେ ଆସିଲ , କେମିତି ଅଛ ?? ସମୟର ସ୍ରୋତରେ ଜୀବନ ଡ଼ଙ୍ଗା ଟି ଠିକ୍ ଚାଳୁଛି ତ ..! ଏମିତି ସଦାବେଳେ ଖୁସୀରେ ରୁହ । ସକାଳ ପlହିବ , ମୁଁ "ପୁଣି ଫେରିଯିବାକୁ ଇଛା" କରିଛି । ଯାହା ହେଉ ଦେଖା ହେଇଗଲା , ଏଇ ବୋଧେ ପ୍ରଭୁଙ୍କ ଆଶୀର୍ବାଦ ମୋ ପାଇଁ । ସବୁ ଶୁଣି ଶ୍ରାବଣୀ କହିଲେ , ପ୍ରଣୟ ତୁମେ , ଏବେ ମଧ୍ୟ


କଣ ?


ତୁମେ

ଅକ୍ଷତ ଅଛ ! ଆଇ ମିନ୍ ଟୁ ସେ , ବ୍ୟାଚଲର । ଏଇଟା କିନ୍ତୁ ଠିକ୍ କରିନ ପ୍ରଣୟ ।


କଣ ଆଉ କରିଥାନ୍ତି । ବିଶ୍ଵବିଦ୍ୟାଳୟର ମେଧାବୀ ଛାତ୍ର ଜଣେ ଗରିବ , ଆଉ ଗରିବ ମାନଙ୍କର ହକ ନାହିଁ ପ୍ରେମ କରିବାକୁ । ଓଡ଼ିଆ ରେ ପି. ଜି କରିବା ପରେ ମଧ୍ୟ ଚାକିରୀ ମିଳିଲା ନାହିଁ । ମୁଁ ଆଜି ମଧ୍ୟ ସେଇ ଗରିବ । ତେଣୁ କାହା ଜୀବନ ନଷ୍ଟ କରିବା ଅପେକ୍ଷା ଅବିବାହିତ ରହିବା ଠିକ୍ ବୋଲି ଭାବିଲି ।


କିନ୍ତୁ ପ୍ରଣୟ । ଏମିତି ନୁହେଁ କି ଏ ଆଖି ଆଗରେ ଚେହେରା ଆସୁନି ।ଏମିତି ବି ନୁହେଁ ଏ ଚେହେରାକୁ ବହୁତ ଆଖି ଦେଖୁନି , କିନ୍ତୁ ଏ ଭିଡ଼ ଭିତରେ ତୋଅରି ଚେହେରାକୁ , ଏ ଆଖି କାହିଁକି ଖୋଜେ କେଜାଣି ? ତାର ମୁଁ ଉତ୍ତର ପାଉନି ।  ଚାଲ୍ ନା ପ୍ରଣୟ , ଚାଲ୍ ନା ଗୋଟେ ନିରୋଳା ଜାଗାରେ ଭେଟ ହେବା । ଏ ରାଗ , ଅଭିମାନ ବହୁତ ହେଇଗଲା , ଚାଲ ନା ପ୍ରଣୟ , ଗୋଟିଏ ନିରୋଳା ଜାଗାରେ ଟିକେ ପ୍ରେମ କରିବା ଟିକେ ମନ ଖୋଲି ହସିବା , ଟିକେ ମନ ଖୋଲି କାନ୍ଦିବା , ତୁମର କୋଳରେ ମୁଣ୍ଡ ଗୁଂଜୀ ମୁଁ , ମୋ ଆଖିର ସବୁ ଅଶ୍ରୁ ଗୁଡlକୁ ଝରାଇ ମୋ ହୃଦୟର ସବୁ କୋହକୁ ଭେଟି ଦେଇ ଦିଅନ୍ତି । ଆଉ ତୁମେ ମୋ ଲୁହକୁ ପୋଛି କୁହନ୍ତ ଏଇ ଦେଖରେ ମୋ

" ଫୁଲେଇ ଶ୍ରାବଣୀ"ଙ୍କୁ

"ପୁଣି ଫେରିଯିବାକୁ ଇଛା"ନାଁ ମୁଁ କରିବି ନା ତୁମେ ।




Rate this content
Log in

Similar oriya story from Romance