ଫୁଲ୍
ଫୁଲ୍
ଭାରୀ ଅଝଟି ସେ ଝିଅ ଟି ।କାହାରି କଥା ଶୁଣେନି , ମନ କୁ ଯାହା ଆସେ ସେଇଆ କରେ ।ନାମ ତାର ମାନୀ ।
କିନ୍ତୁ କେବେ କିଛି ପ୍ରାୟତଃ ଭୁଲ କରେନି ।ବାପା ମା ର ଗୋଟିଏ ବୋଲି ଝିଅ ବୋଲି ଭାରୀ ଅଲିଅଳି ସେ।ଯାହା କୁହେ ସବୁ ହାଜର ।
ନିଜେ ନିଜର ସବୁ ନିଷ୍ପତି ନିଏ ଏବଂ ଠିକ୍ ନିଏ ବୋଲି ବାପା ବି କେବେ ଆକଟ କରନ୍ତିନି ।
କିନ୍ତୁ ଘରୁ ବାହାରେ ରହି ପାଠ ପଢ଼ିବା ସମୟେ ରେ ମାନସ କୁ ପସନ୍ଦ କରିଲା ।
ସିଧା ସିଧା କଥା ମାନୀ ର ।ତେଣୁ ଏତେ ବଙ୍କା ତେଢା ନ କହି ସିଧା ଗୋଟିଏ ଫୁଲ ର ତୋଡା ଟେ ହାତରେ ଧରି ପହଞ୍ଚିଲା ମାନସ ପାଖରେ ।
...ମୁଁ ମାନୀ , ତୁମକୁ ପସନ୍ଦ କରେ ।ତୁମେ ବି ମୋତେ ପସନ୍ଦ କର କି ...?
କିଛି ବ୍ୟସ୍ତ ନାହିଁ ନିଜର ସମୟ ନିଅ ଆଉ ଭାବି ଚିନ୍ତି ତୁମର ଉତ୍ତର ମୋତେ ଜଣେଇବ । ଏଇ ନିଅ ମୋ ଫୋନ ନମ୍ବର ।
ଏତିକି କହି ମାନୀ ପଳେଇଲା ।
...ମାନସ କହୁଥାଏ ଆରେ କି ଅଜବ ଝିଅ .. ଅପେକ୍ଷା ବି କରିଲାନି ତ ।
ତା ପରଦିନ ମାନସ ଫୋନ କରିଲା ମାନସ କୁ ଆଉ ନିଜର ଭଲ ପାଇବା କଥା ବି ଜଣେଇ ଲା ...
ଦୁହେଁ ବହୁତ ଖୁସି ଥାନ୍ତି ।ତା ସହ ପାଠ ପଢା ବି ଚାଲିଥାଏ ।
ଦିନେ ଥେସିସ ପ୍ରେପରେସନ କାମ ସରିଲା ପରେ ମାନୀ canteen
ଆଡେ଼ ଚାଲିଥାଏ ।ଗୋଟିଏ ଜାଗା ରେ ମାନସ ର କଥା ଶୁଣି ଅଟକି ଗଲା ।
ମାନସ ର ସାଙ୍ଗ ମାନେ କହୁଥାନ୍ତି କି ଭାଗ୍ୟବାନ ରେ ତୁ ଧନୀ ଘର ସୁନ୍ଦର ଝିଅ କୁ ତୁ ଆଗକୁ ବାହା ହେବୁ ।କାସ୍ ଆମର ବି ସେମିତି କେହି ଥାନ୍ତା କି ।
ମାନସ ଉତ୍ତର ରେ କହୁଥାଏ କି
ଆରେ ନା ସେମିତି କିଛି ନୁହେଁ । ମାନୀ ବହୁତ୍ ଧନୀ ଘରର ।ତେଣୁ ତା ପାଇଁ ମୋତେ କିଛି ଖର୍ଚ୍ଚ କରିବାକୁ ପଡେନି ବରଂ ମୋ ପାଇଁ ସେ ଖର୍ଚ୍ଚ କରେ ।କେତେ ଥର ମୋ ହଷ୍ଟେଲ ଖର୍ଚ୍ଚ ସେ ଦେଉଛି ।ଆଉ ସବୁଠୁ ବଡ଼ କଥା ହେଲା ସେ ଭାରି talented ।
ଏଇ ଯେଉଁ ଥେସିସ ପାଇଁ ମୋତେ କେତେ କଣ ପରିଶ୍ରମ କରିବାକୁ ପଡିଥନ୍ତା କିନ୍ତୁ ମୋ ପାଇଁ ସେ କାମ ବି ସେ ହିଁ କରୁଛି ।ବିନା ପରିଶ୍ରମ ରେ ଡକ୍ଟରେଟ ଟା ବି ପାଇଯିବି ।ତା ବଦଳରେ ଟିକିଏ time ତା ସହ ବସି ଗପିଦେଲେ ସରିଲା ।
ଖାଲି ଏଇ ପଢା ସରିଲା ଆଉ ସିଏ ଗୋନ ।
ମାନୀ ଏ ସବୁ ଶୁଣି ବିଶ୍ୱାସ କରି ପାରି ନଥିଲା ।
ତଥାପି ନିଜେ ଶୁଣି ଛି ନ ମାନିବା କେମିତି ।
ତାରି ଭିତରେ ତାକୁ କିଛି ଦିନ ଲାଗିଲା ନିଜକୁ ନିଜ ଭିତରୁ ଷ୍ଟ୍ରଙ୍ଗ୍ କରିଲା ।ମାନସ କୁ ଜାଣିବାକୁ ଦେଲାଣି କି ସିଏ ସବୁ ସତ ଜାଣିଛି ବୋଲି । ମାନୀ କୁ ମୋହୋରା କରି ମାନସ ନିଜର ସବୁ କିଛି ବିନା କଷ୍ଟ ରେ ପାଇବାକୁ ଚାହୁଁଥିଲା ଆଉ ତାର ଜବାବ୍ ମାନୀ ଠିକ୍ ସମୟରେ ଦେବ ବୋଲି ଭାବୁଥାଏ ।
ମାନସ ଗାଆଁ କୁ ଯାଇଥାଏ ।ସିଧା ଦେଢ଼
ମାସ ପରେ ଆସି ପରୀକ୍ଷା ଦେବ ଆଉ ସବୁ ଆସି assignments ଡିପୋଜିଟ୍ କରିବ କହି ଯାଇଥାଏ ।
ସେଦିନ ଥାଏ ଏପ୍ରିଲ୍ ୧ ତାରିଖ ।
ସକାଳୁ ସକାଳୁ ମାନୀ WhatsApp କରିଲା ମାନସ କୁ
.... ସବୁ କିଛି ଖତମ୍ ହୋଇଗଲା ...
.....ମୋର ସବୁ ଭାବନା ତୁମ ପାଇଁ ମରିଗଲା.....
ମାନସ ଭାବୁଥାଏ କି ଝିଅ ଟା ଯଦି ଅପ୍ରିଲ୍ ଫୁଲ୍ ବନେଇବାର ଥିଲା ତାହେଲେ କିଛି ଭଲ idea ଟେ ଆପାତତଃ ଭାବିଥନ୍ତା ।
ଏ କଥା ଭାବି ସେ message କୁ ସେ ଇଗ୍ନୋର କରିଦେଲା ।
ଦେଢ଼ ମାସ ପରେ ମାନସ ଆସି ପହଁଚିଲା ଆଉ ସିଧା ମାନୀ ଠୁ notes ଆଣିବାକୁ ଗଲା ।
ମାନୀ ଦେଖା କରି କହିଲା ଠିକ୍ ଅଛି canteen ରେ ମୋର ଅପେକ୍ଷା କରିଥିବ , ଆଉ ଅନ୍ୟ ସାଙ୍ଗ ଙ୍କୁ ବି ଡାକି ଥିବ । କିଛି ଦିନ ପରେ exam ଆସୁଛି , କିଛି discussion କରିବା ।
ମାନସ ମଧ୍ୟ ସେଇଆ କରିଲା ।
Canteen ରେ ଅପେକ୍ଷା କରିଥାଏ ।
ମାନୀ ଆସି ପହଞ୍ଚିଲା ।
ମାନସ ମାନୀ କୁ କହୁଥାଏ ...
ଆରେ ମାନୀ ସେ ଦିନ କଣ ତୁମ ମୁଣ୍ଡ କାମ କରୁ ନ ଥିଲା । ଏମିତି ଫୁଲ୍ ବନାଉ ଥିଲା ।
ହଉ ଛାଡ଼ ସେ ସବୁ ଆଗ ମୋର notes ଆଉ ସେ ଥେସିସ paper ସବୁ ଦେଲ ।
ସବୁ ଯାକ ପେପର କୁ ଧରି ଛିଡା ହେଲା ...
ଆଉ କହିଲା.....
ସେଇଟା ମୋର ଫୁଲ୍ ମେସେଜ ନଥିଲା ।
ପ୍ରକୃତରେ ସବୁ ଶେଷ ହେଲା , ଆଉ ସେ ଦିନ ନୁହେଁ ତାର ବହୁତ୍ ଦିନ ଆଗରୁ । ଯେଉ ଦିନ ତୁମେ ଏଇ ଠିକ୍ ଏଇ ଜାଗା ରେ ମୋତେ ଏତେ ଦିନ ଧରି ଫୁଲ୍ ବନେଇବାର କଥା ତୁମ ସାଙ୍ଗ ମାନଙ୍କୁ କହୁଥିଲ , ଠିକ୍ ସେଇ ମୁହୁର୍ତ୍ତରୁ ସବୁ ସରିଯାଇଥିଲା ।ଖାଲି ନିଜକୁ ସେତିକି ମଜ୍ବୁବୁତ୍ କରିବା ପାଇଁ ମୁଁ ଟିକିଏ ସମୟ ନେଇଥିଲି ।
ମାନସ ଭାବୁଥାଏ ଏ କେମିତି
ଜାଣିଲା ଏ ସବୁ ।
ପୁଣି ମାନୀ କହୁଥାଏ .....
ତୁମର ମୋତେ , ମୋ ଭାବନା ସହ ଖେଳିବାଟା ହୁଏତ ପ୍ଲାନ୍ କରି ଫୁଲ୍ ବନେଇବା ଥିଲା କିନ୍ତୁ ମୋର ଭଲ ପାଇବା ସତ ଥିଲା ।
ଯାହା କି ପ୍ରକୃତରେ ଶେଷ ହେଇ ଯାଇଛି ।
ଧରି ଥିବା ସବୁ ପେପରକୁ ଛିଣ୍ଡାଇ ମାନସ ର ମୁହଁ କୁ ଫିଙ୍ଗି ସେ ଜାଗା ଛାଡ଼ି ଚାଲିଗଲା ।
କିଛି ଦିନ ପରେ ମାନସ ଦଉଡ଼ି ଦଉଡ଼ି ଆସି ମାନୀ କୁ ପ୍ରେମ ନିବେଦନ କରିଲା ।କିନ୍ତୁ ମାନୀ ର ଆଉ ବିଶ୍ୱାସ ନଥିଲା ।ଆଗରୁ ଯେଉଁ ହୃଦୟ ର ରଙ୍ଗ କୁ ଫିକା କରେଇ ଥିଲା ସେଇଥିରେ ଆଉ ବିଶ୍ୱାସ ନଥିଲା ।
ମାନୀ କହି ଚାଲିଗଲା ମୁଁ ଆଉ ଫୁଲ୍ ହେବାକୁ ଚାହୁଁନି ।
ମୋତେ ଆଉ ପ୍ରେମ ନିବେଦନ କରି ପୁଣି କାନ୍ଦ ଦିଅନି ।
ମାନୀ ଟିକିଏ ଦୂରେଇ ଛିଡ଼ା ହେଇ ଥାଏ ଆଉ ସେ ମାନସ ସେମିତି ଆଣ୍ଠେଇ ଥାଏ .........। କାହିଁକି ନା ଏଥର ଆଉ ମାନୀ ଫୁଲ୍ ହେବାର ଚାନ୍ସ ହିଁ ନଥାଏ