STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

କର୍ମ ହିଁ ଶ୍ରେଷ୍ଠ

କର୍ମ ହିଁ ଶ୍ରେଷ୍ଠ

2 mins
228


     ବୁଢୀ ଲୋକଟିଏ । ବର୍ଷା ହେଉ କି ଖରା ,ସବୁଦିନ କିଛି ନା କିଛି ପସରା ମେଲେଇ ବସେ ଆମ ଛକ ପାଖରେ ।କେବେ ଜାମୁକୋଳୀ ବିକେ ତ କେବେ ପିଜୁଳି । ଚାଲିବାକୁ ଦେହରେ ବଳ ନାହିଁ, ତଥାପି ସବୁଦିନ ଆସେ ବିକିବାକୁ ।ବସ୍ କୁ ଅପେକ୍ଷା କରିଥିବା ସମୟରେ ସବୁଦିନ ଦେଖେ ତାକୁ । ହେଲେ କେବେ କିଛି କିଣି ନାହିଁ ।


        ଦିନେ ବହୁତ୍ ଜୋର୍ ବର୍ଷା ହେଉଥାଏ ।ଛକ ପାଖରେ ଯେଉଁ ଗଛ ମୂଳରେ ସିଏ ବସେ ସେଇଠି ପୂରା ଓଦା । ବସି ନ ପାରି ଛିଡା ହୋଇଥାଏ ସେ ଗୋଟିଏ ଥଳି ଧରି ।


         ପାଖକୁ ଗଲି ,ଯାଇ ପଚାରିଲି "ମାଉସୀ କଣ କଥା ?" ଆଜି ପରା ଏତେ ବର୍ଷା, କାହିଁକି ଘରୁ ବାହାରୁ ଥିଲ । ଆଉ ସବୁଦିନ କଣ ଏ ପସରା ନ ମେଲେଇଲେ ହେବନି କି ?"


    ମାଉସୀ ଜଣକ ହସି ପକେଇଲେ ।କହିଲେ "ମା ଲୋ ଗୋଟିଏ ବୋଲି ମୋର ପୁଅ ।ବାହାରେ ଚାକିରୀ କରିଛି ।ଭାବିଥିଲି ଭଲ ଘରଟେ ବନେଇ କି ମୋତେ ରଖିବ ।ହେଲେ ବାହା ହେଲା ପରେ ଖାଲି ଘର ଡିହ ଟିକୁ ଛାଡି ସବୁ ବିକିଦେଲା ଆଉ ସହରରେ ଘରଟେ କିଣି ରହୁଛି ।ମୁଁ ସେ ସହରିଆ ବାଗ ଜାଣି ନାହିଁ ବୋଲି ତାକୁ ଖରାପ ଲାଗେ ମୋତେ ମା ର ପରିଚୟ ଦେବାକୁ । ମୋତେ ନେଇ ବୃଦ୍ଧାଶ୍ରମରେ ରଖିକି ପଳେଇଲା । ମୁଁ କାହିଁକି ରହିଥାନ୍ତି ସେଇଠି । ଖସି କି ପଳେଇ ଆସିଲି ଗାଁ କୁ ।ସେଇ ଝୁପୁଡି ଘରେ ରହେ ଆଉ ବାଡି ରେ ଯାହା ହୁଏ ଆଣି ବିକି ଦେଇ ନିଜେ ଚଳେ ।"


       ମାଉସୀ ର ଏ କଥା ଶୁଣି 200 ଟଙ୍କା ମାଉସୀ ଆଡେ ବଢେଇ କହିଲି -"ମାଉସୀ ଲୋ ଆଜି ତ ଏତେ ବର୍ଷା, ତୋ ପିଜୁଳି ନେଇ ଘରକୁ ଚାଲି ଯା ଆଉ ଏଇ ଟଙ୍କା ନେ ।"


     ମାଉସୀ ଜଣକ କହିଲା ମୁଁ କଣ ଭିକାରୀ ,? ତୁ ମୋତେ ପଇସା ଦେଉଛୁ ।ମୋର ବି ଗୋଟିଏ ମାନ ଅଛି ।ମୁଁ ମରିଯିବି ପଛେ କାହା ଦାନରେ ଚଳିବିନି ।ତୁ ଯଦି ମୋ ଠୁ କିଣିବୁ ତାହେଲେ କିଣ ।"

      ପଚାରିଲି ପିଜୁଳି କେତେ ଟଙ୍କା । କହିଲା ବାଡି ପିଜୁଳି ବହୁତ ମିଠା ।କିଲୋ 20ଟଙ୍କା । ଦରକାର ନ ଥିଲେ ବି 4kg ପିଜୁଳି କିଣିଲି ଆଉ 100 ଟଙ୍କା ଦେଲି । ମାଉସୀ 20 ଟଙ୍କା ଫେରେଇ ଦେଲେ ଆଉ କହିଲେ ଆଜି ପାଇଁ ହୋଇଗଲା ।ତାପରେ ପଳେଇଲେ ।


      ମୁଁ ସେଇଦିନ ହିଁ ପ୍ରକୃତରେ ବୁଝିଲି ସ୍ବାଭିମାନ କ'ଣ । ଏତେ ବୁଢୀ ଲୋକ ଯଦି ତାଙ୍କର ସ୍ବାଭିମାନକୁ ନେଇ ଚଳି ପାରୁଛନ୍ତି ତାହେଲେ ସାଧାରଣ ସବଳ ଜନତା କାହିଁକି ନୁହେଁ ?

ଏମିତି ସ୍ବାଭିମାନ ନେଇ ,ଲାଞ୍ଚ ନ ନେଇ ସଠିକ୍ ଭାବରେ ସମସ୍ତେ ତାଙ୍କର କାମ କରିଲେ ଏ ଦେଶ ବଦଳିଯିବ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy