Priyadarsini Das.

Inspirational

3  

Priyadarsini Das.

Inspirational

ଚାକର

ଚାକର

3 mins
407



ଆମେ ସବୁ ତ ସମୟ ର ଚାକର ।

ଭଗବାନ ଙ୍କ ର ଚାକର ।କିନ୍ତୁ ଚାକର ଶବ୍ଦ ଟି ଆମ କାନକୁ ବହୁତ୍ ଖଟକେ ।ମନ ଘୃଣ୍ୟ ଭାବନା ଜାତ ହୁଏ ।ନିକଟ ରେ ରାୟ ବାବୁ ନିଜର ୨୦ ବର୍ଷ ର ଚାକିରୀ ଛାଡ଼ି , ଘରେ ପରିବା ଚାଷ ଆରମ୍ଭ କରିଲେ ।ନିଜ ବାପା ଙ୍କ ର ଥିବା ବଡ଼ ବାଡ଼ି ରେ ଅର୍ଗାନିକ ଚାଷ ଆରମ୍ଭ କରିଲେ ।


ତା ସହ ପୋଖରୀ ଟିଏ ଖୋଳି ଭାକୁର ମାଛ ଚାଷ ବି କରିଲେ । କାହିଁକି ନା ସେ ଜାଣିବାକୁ ପାଇଲେ କି ବଜାର ରେ ଭାକୁର ମାଛ ର ଚାହିଦା ବହୁତ୍ ଅଧିକ ।


ତା ସହ କୁକୁଡ଼ା ଚାଷ ଆଉ ଗୋ ପାଳନ ବି ଆରମ୍ଭ କରିଲେ ।କିନ୍ତୁ ତାଙ୍କର ଏ କାମ ଦେଖି ଘରେ କେହି ବି ଖୁସି ନାହାନ୍ତି ।ବାପା , ମା କହୁଛନ୍ତି ଆରେ ତୁ ଏଇ ଚାଷ କରିବୁ ବୋଲି ଆମେ କଣ ତୋତେ ପାଠ ପଢେଇ ଥିଲେ ।ସେ ପଟେ ପୁଅ , ଝିଅ କହୁଥାନ୍ତି , ବାପା , ଆମ ସାଙ୍ଗ ଆଉ ଶିକ୍ଷକ ଙ୍କୁ ଆମେ କଣ କହିବା ?

କି ଆମ ବାପା ଜଣେ ଚାଷୀ । ସେ ପଟେ ସ୍ତ୍ରୀ ର ମୁହଁ ହାଣ୍ଡିଟେ ପରି ହୋଇଥାଏ।

ସ୍ତ୍ରୀ କହୁଥାନ୍ତି ତୁମେ ଯଦି ଏ ଚାଷ କରିବାର ଥିଲା ମୋତେ ବାହାଘର ଆଗରୁ କହିଲନି ।ମୁଁ ତୁମକୁ ବାହା ହୋଇ ନଥାନ୍ତି ।ଚାକିରୀ ଦେଖେଇ ଏବେ ଚାଷୀ ।ଯଦି ମୋତେ କେହି ପଚାରିବେ ମୋ ସ୍ବାମୀ କ'ଣ କରନ୍ତି ?


ମୁଁ କ'ଣ କହିବି ?


କି ମୋ ସ୍ବାମୀ ଜଣେ ଚାଷୀ ।

କେହି ରାୟ ବାବୁଙ୍କ ମନ କଥା କେବେ ବି ପଚାରନ୍ତି ନାହିଁ ।ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାଙ୍କୁ ଯେବେ ଫୋନ କରି ପଚାରିଲେ କାହିଁକି ଚାକିରୀ ଛାଡିଲୁ ?ରାୟ ବାବୁ ତାଙ୍କ ବନ୍ଧୁ ଙ୍କୁ ବୁଝାଇବାକୁ ଲାଗିଲେ ଦେଖ ତୁ ତ ଜାଣିଛୁ ମୁଁ କାହାକୁ ମୋ ମନ କଥା ସହଜ ରେ କହେନା , କେବଳ ତୋତେ ହିଁ କହେ ।


ମୁଁ ନିତି ଆମ ଘର ର ଚାକର କୁ ଦେଖୁଥାଏ ,

ସେ ବହୁତ୍ କଷ୍ଟ କରେ , ନିଜ କାମ ରେ କେବେ ବି ହେଳା କରେନି

ସମୟ ର ବି କେବେ ଖିଲାପ କରେନି ।


ତଥାପି ମୋ ସ୍ତ୍ରୀ ତାକୁ ଗାଳି କରେ , ସ୍ତ୍ରୀ ର ଯଦି ମୁଡ୍ ଭଲ ନାହିଁ ସବୁ ଯାକ ରାଗ ତା ଉପରେ ସୁଝେଇ ଦିଏ , ସେ ବିଚରା କାମ ଚାଲିଯିବା ଡର ରେ କେବେ ବି କିଛି କହେନି ।


ମୁଁ ଭାବିଲି ମୋ ହାଲତ ବି ତ ସେଇ ଭଳିଆ ।


ଚାକିରୀ _ ଚାକର + ଈ 


ଯେତେ କଷ୍ଟ କରି ଅଫିସ ରେ କାମ କରିଲେ ବି ଉପର ଅଫିସର କେବେ କି ସନ୍ତୁଷ୍ଟ ହୁଅନ୍ତି ନାହିଁ , 

ଫାଇଲ ପରେ ଫାଇଲ ଆଖି ଆଗରେ ଗାଦି ହୋଇଯାଏ ।


ମନ ରେ ପରିବାର କୁ ସମୟ ଦେବାର ଇଚ୍ଛା ଥିଲେ ବି , କୁଆଡେ ବୁଲିବାକୁ ଯିବାର ଇଚ୍ଛା ଥିଲେ ବି ମୁଁ ନିରୁପାୟ ଥାଏ ।


ଘର ଲୋକ ଙ୍କୁ ସମୟ ଦେଇ ପାରେନି ବୋଲି ତ ବାପା , ମା ,ସ୍ତ୍ରୀ ,ପିଲା ସମସ୍ତଙ୍କର ଅଭିଯୋଗ କି ମୁଁ ସମୟ ଦଉନି ।


କିନ୍ତୁ ମୋ ଅବସ୍ଥା କେହି ବୁଝନ୍ତିନି ।


ତେଣୁ ଭାବିଲି କାହା ଅଧୀନରେ ଚାକର ହୋଇ କାହିଁକି ରହିବି , 

ନିଜେ ମୁନିବ ହୋଇ ବଞ୍ଚିବି ।


ଏତେ ବଡ଼ ବାଡି ପଡ଼ିଛି ଏଇ ସବୁ ଚାଷ କରିବି ଘର ଲୋକ ଙ୍କ ପାଖରେ ରହିବି ତାଙ୍କୁ ସମୟ ଦେବି ।


ନିଜର ମାଲିକ ନିଜେ ହୋଇ ବଞ୍ଚିବାର ଯେଉଁ ଆନନ୍ଦ ସେଇଟା ଆଉ କଉଠୁ ମିଳିବନି ।


ବନ୍ଧୁ ଜଣଙ୍କ ରାୟ ବାବୁ ଙ୍କ ଚିନ୍ତାଧାରା କୁ ସମ୍ମାନ ଦେଲେ


କିନ୍ତୁ ଏବେ ବି ରାୟ ବାବୁ ଦୁଃଖିତ


କାରଣ ପଚାରିବାରୁ କହିଲେ


ବୋଧ ହୁଏ ମୋ ଘର ଲୋକ ଙ୍କୁ ମୁଁ ଚାକର ହୋଇ ରହିବା ଟା ବେଶି ପସନ୍ଦ ଥିଲା ।


ମୋତେ ତାଙ୍କ ପାଖରେ ଦରକାର , ଏଇଟା ତାଙ୍କ ର ମିଛ କଥା ଥିଲା ?


କ'ଣ ମୁଁ ନିଜର ମାଲିକ ହେବା ଟା ତାଙ୍କୁ ପସନ୍ଦ ନୁହେଁ ?


ନା ଆଉ କେଉଁଠି ଚାକର ହେବା ତାଙ୍କୁ ବେଶୀ ପସନ୍ଦ ?


Rate this content
Log in

Similar oriya story from Inspirational