ଭୁଲ୍ କାହାର
ଭୁଲ୍ କାହାର
କଣ କରିବି ?
କହିବି କି ନାହିଁ ? ଯଦି କହିବି ତେବେ କାହାକୁ କହିବି ?
ଏମିତି ମନରେ ଗୁଣୁ ଗୁଣୁ ହେଉଥାଏ ଲୀନୁ ।
ଲୀନୁ କଲେଜ ଯାଉଛି ନୂଆ କରି । ତା ଘରଠୁ 6 କି .ମି. ଦୂର କଲେଜଟା । 2 ବିଜ୍ଞାନରେ ନାମ ଲେଖାଇଛି ।ବହୁତ୍ ସୁନ୍ଦର ଦେଖିବାକୁ ।ଭଲ ପଢେ ବୋଲି ତା ବାପା ତାକୁ ବିଜ୍ଞାନରେ ଭର୍ତ୍ତି କରିଛନ୍ତି ।
ସେଇ ସମୟରେ ଲୀନୁର ଅତି ପ୍ରିୟ ସାଙ୍ଗ ମୋନା ଆସିଲା ।
ମୋନା- କି ରେ ପାଗଳୀଙ୍କ ପରି କଣ ଏକା ଏକା କହୁଥିଲୁ ? କଣ ହୋଇଛି ? ଦେହ ଭଲ ନାହିଁ କି ?
ଲୀନୁ - ନା'ରେ ଦେହ ଭଲ ଅଛି ।
ମୋନା - ତା ହେଲେ ଏକୁଟିଆ କଣ କହୁଥିଲୁ ?
ଲୀନୁ -କିଛି ନାହିଁ ରେ ।
ମୋନା - ଦେଖ୍ ମୋତେ ଲାଗୁଛି ତୁ ମୋତେ କିଛି ଲୁଚେଇ ରଖୁଛୁ । କଣ ହୋଇଛି କହ ।
ଲୀନୁ ମନେ ମନେ ଭାବୁଥାଏ କଣ କରିବି ?
କହିଦେବି ..... ?
ମୋନା - ପୁଣି କଣ ଭାବୁଛୁ ଯେ ,କହୁନୁ ।କଣ ହୋଇଛି ?
ଲୀନୁ - କହିବି କି ?
ମୋନା - ହଁ ରେ କହ ।କଣ ହେଲା ?
ଲୀନୁ - ଗୋଟିଏ ବଡ କଥାରେ । ଭାବୁଛି ତୋତେ କେମିତି କହିବି ?
ମୋନା - ଆରେ ଡର୍ ନି । କହ ।
ଲୀନୁ -ଚାଲ୍ ସେପଟକୁ ତୋତେ କହିବି ।ତୁ କାହାକୁ କହିବୁନି ।
ମୋନା -ହଉ ଚାଲ୍ ।
ସେଇ ସମୟରେ ପଛରୁ ଡାକ ଶୁଭିଲା ।ଲୀନୁ ....... ଲୀନୁ ଦେଖେ ତ ପଛ ପଟେ ତାଙ୍କ ଅଧ୍ୟାପକ । ଡରି ଡରି ମୋନାକୁ କହିଲା ତୁ ଯା । ମୁଁ ଆସୁଛି ସାର୍ ଙ୍କ ପାଖରୁ । ଯାଇ ପହଞ୍ଚିଲା ସାର୍ ଙ୍କ ପାଖରେ ।
ଅଧ୍ୟାପକ ପଚାରିଲେ କଣ କହୁଥିଲୁ ତାକୁ ? ଭୁଲି ଗଲୁ କି ? ଆଗକୁ ପରୀକ୍ଷା ଆସୁଛି । ପ୍ରାକ୍ଟିକାଲ୍ ରେ ତୋତେ ସବୁଠୁ ବେଶୀ ନମ୍ଵର୍ ଦେବି କହିଛି ।ଆଉ ପରୀକ୍ଷାରେ ବି ହେଲ୍ପ କରିବି । ଆଣ୍ ମୋ ପାଇଁ ଗୋଟେ ଗ୍ଲାସ୍ ପାଣି ।
ଲୀନୁ ବି ଯାଇ ପାଣି ଆଣିଲା ।ପାଣି ଗ୍ଲାସ୍ ନେବା ବାହାନାରେ ଲୀନୁର କୋମଳ ହାତଟି ଉପରେ ହାତ ବୁଲାଇ ଆଣିଲେ । ଲୀନୁ ଅସହଜ ହୋଇ ହାତଟିକୁ ଉଠାଇ ନେଲା ।ଆଉ ରୁମ୍ ରୁ ବାହାରକୁ ଯିବାକୁ ଲାଗିଲା ।ପଛରୁ ଡାକ ଦେଲେ ଅଧ୍ୟାପକ ,ଯଦି କାହାକୁ କିଛି କହିଛୁ ତେବେ ତୋତେ କେହି ବି ପାସ୍ କରେଇ ପାରିବେନି ।
କିଛି ନ କହି ଲୀନୁ ପଳେଇଲା । ରାତିରେ ଠିକ୍ ରେ ଶୋଇ ପାରୁ ନ ଥାଏ ।ଭାବୁଥାଏ ଯାହା ବି ହେଉ କାହାକୁ ଜଣକୁ କହିବି ।ଏମିତି ବ୍ୟବହାରଟା କିଛି ଭଲ ଲାଗୁନି ।
ଗୋଟିଏ ଝିଅ ପାଖରେ ଏମିତି ଶକ୍ତିଟେ ଅଛି ,ସେ ଶକ୍ତିରେ ସେ ଜାଣିପାରେ ସାମନା ପୁରୁଷ ଜଣକ ତାକୁ କେଉଁ ଦୃଷ୍ଟିରେ ଦେଖୁଛି ?ହାତର ଛୁଆଁରୁ ଜାଣି ପାରେ କି ଏ ଛୁଇଁବା କେଉଁ ମନୋଭାବର ।ତେଣୁ ଲୀନୁ ଭଲ କରି ଜାଣି ପାରୁଥାଏ କି ଏ ସବୁଦିନ ହାତକୁ ଛୁଇଁବାଟା କେବେ ଟି ଜଣେ ଶିକ୍ଷକର ତାର ଛାତ୍ରୀ ପାଇଁ ନୁହେଁ । ନିହାତି ଭାବରେ ଅନ୍ୟ ପଟକୁ ଇଶାରା କରୁଛି ।
ହେଲେ କହିବ କାହାକୁ ? ମନରେ ତାର ଭାରି ଡର । ସବୁଦିନ ଚେଷ୍ଟା କରେ ମୋନାକୁ କହିବ କିନ୍ତୁ ସେ ସଇତାନ୍ ସବୁବେଳେ ନଜର ପକାଇ ଥାଏ ।କେତେବେଳେ ବି କହି ପାରେନା ।
ଘରେ ମା'ଙ୍କୁ କହିବ ଭାବେ ,ହେଲେ ଡର ଥାଏ କି କୁଆଡେ ମା ଯଦି ଆଉ କଲେଜ୍ ନ ଛାଡିବେ । ପ୍ରତି ମୁହୂର୍ତ୍ତ ଡରୁଥାଏ ।
ସବୁଦିନ କଲେଜ୍ ଯିବା ସମୟରେ ତାର ବହୁତ୍ ଡର ।କେଜାଣି ସେ ସଇତାନ୍ ର ମନରେ କଣ ଚାଲିଥିବ ?ଏବେ ସିନା ଖାଲି ହାତ ଛୁଇଁ ଦେଉଛନ୍ତି ,କେତେବେଳେ ହାତ ଛିଞ୍ଚାଡି କେତେବେଳେ କେମିତି ଖସି ଆସୁଛି ହେଲେ ଆଗକୁ କଣ ହେବ ?ସବୁବେଳେ ଡର ।
ଦିନେ ମୋନା କୁ ଗାର୍ଲସ କମନ୍ ରୁମ୍ କୁ ଡାକିଲା ଲୀନୁ ।ବହୁତ୍ ସାହସ କରି ସେ ପର୍ଯ୍ଯନ୍ତ ସବୁ କଥା କହିଲା ତାକୁ ।କେମିତି ସବୁଦିନ ସେ ଅଧ୍ୟାପକ ତାର ହାତ ଛୁଇଁ ଦେଉଛନ୍ତି ।ତାକୁ ଠିକ୍ ଲାଗୁନି ।
ମୋନା ବୁଝାଇଲା ଲୀନୁକୁ, ଦେଖ୍ ଲୀନୁ ।ଶିକ୍ଷକ ଆମ ପାଇଁ ଗୁରୁ ।ଆମେ ସମ୍ମାନ ଦେବା ।ତା ମାନେ ନୁହେଁ ଯେ ଏମିତି ଅତ୍ୟାଚାର ସହିବା ।ଆରେ ଯେଉଁ ଶିକ୍ଷକ ଛାତ୍ରୀଙ୍କୁ ଏପରି ଆଚରଣ କରୁଛି ସେ ତ କେବେ ବି ଗୁରୁ ପଦବାଚ୍ଯ ନୁହେଁ । ସବୁଠାରୁ ବେଶୀ ସମ୍ମାନ ମିଳେ ଗୁରୁଙ୍କୁ ।ଆଉ ଏ ତ ଗୁରୁ ନାମରେ କଳଙ୍କ ।ଏହିପରି କେତେକ ଗୁରୁଙ୍କ ଖରାପ ବ୍ୟବହାର ପାଇଁ ଆଜି ସମ୍ପୂର୍ଣ୍ଣ ଗୁରୁ ଜାତି ନିନ୍ଦିତ ।
ତୁ ଆଜି ଯା ଲୀନୁ ।ଆଉ ଯଦି କିଛି ବି ଖରାପ ବ୍ୟବହାର କରନ୍ତି ,ତୋ ସହ ସିଧା ଟାଣିକରି ଆଣିବୁ ବାହାରକୁ ।ତା ପରେ ମୁଁ ଅଛି ।
ମୋନା ଠୁ ଏ କଥା ଶୁଣି ଲୀନୁ ମନରେ ସିଂହ ପରି ବଳ ଆସିଗଲା ।ବହୁତ ସାହସର ସହ ଗଲା କ୍ଲାସ୍ କରିବାକୁ ।
ସବୁଦିନ ପରି କ୍ଲାସ୍ ସରିବା ପରେ ଲୀନୁକୁ ପାଣି ମାଗିଲେ ସେ ଅଧ୍ୟାପକ ।ଲୀନୁ ପାଣି ଆଣିଲା ।ଆଉ ପାଣି ନେବା ବାହାନାରେ ପୁଣି ଲୀନୁର ହାତକୁ ଆଉଁସୁଥିଲେ ଅଧ୍ୟାପକ ।ଲୀନୁ କିନ୍ତୁ ସେତେବେଳେ ହାତ ଛାଟିଲା ନାହିଁ ଆଗପରି ।କାରଣ ମୋନା ଠୁ ତାକୁ ମିଳିଛି ସାହସ ,ଆଜି କିଛି କରିବ ,ନିହାତି କରିବ । ମନର ଡରକୁ ବହୁ କଷ୍ଟରେ ଦୂରେଇ ପାରିଛି ।
ଲୀନୁ ହାତ ନ ଉଠେଇବା ଦେଖି ,ଅଧ୍ୟାପକ ଜଣକ କଣ ଭାବିଲେ କେଜାଣି ମୋବାଇଲ୍ ବାହାର କରିଲେ ଏବଂ ଲୀନୁର ପାଖକୁ ଟିକିଏ ଘୁଞ୍ଚି ଯାଇ କିଛି ଫଟୋ ଦେଖାଇବାକୁ ଲାଗିଲେ ।ତାପରେ ଗୋଟିଏ ଖରାପ ଫଟୋ ଦେଖେଇବା ମାତ୍ରେ... ଲୀନୁ ଦେହରେ ଆସିଗଲା ସାତ ସିଂହର ବଳ । ଟାଣି ଆଣିଲା ରୁମ୍ ବାହାରକୁ ସେ ଅଧ୍ୟାପକଙ୍କୁ ।
ବାହାରେ ଥିଲା ମୋନା ।
ଟାଣି ଟାଣି ନେଇଗଲେ ପ୍ରିନ୍ସପାଲ୍ ଙ୍କ ରୁମ୍ କୁ ।ପ୍ରିନ୍ସପାଲ୍ ଙ୍କୁ ସବୁ କଥା କହିଲେ । ଏ କଥା କଲେଜ୍ ରେ ଖେଳିଗଲା । ଆଉ 4ଟି ଝିଅ ଦୌଡି ଆସିଲେ ଏବଂ ସେମାନେ ମଧ୍ୟ ସେହି ସମାନ ଅଭିଯୋଗ ଆଣିଲେ ସେ ଅଧ୍ୟାପକଙ୍କ ନାମରେ ।
ଅଧ୍ୟାପକ ଉଚିତ୍ ବିଚାର କରିବାର ପ୍ରତିଶୃତି ଦେଲେ । ଲୀନୁ କହୁଥାଏ ସାର୍ ଆପଣଙ୍କ ପରି ଏମିତି ନ୍ୟୁନ କାମ କରୁଥିବା କିଛି ଶିକ୍ଷକ ସମୁଦାୟ ଶିକ୍ଷକ ସମାଜ ପାଇଁ କଳଙ୍କ । ନିଜକୁ ସୁଧାରି ଦିଅନ୍ତୁ । ଛାତ୍ର ଛାତ୍ରୀ ଆପଣଙ୍କୁ ଦେବତା ବୋଲି ପୂଜା କରନ୍ତି । ସେହି ସ୍ଥାନରେ ରହିଥାନ୍ତୁ । ନିଜର ଝିଅ ବୟସ ସମାନ ଛାତ୍ରୀଙ୍କ ପ୍ରତି ଏପରି ମନୋଭାବ ଆଣିଲେ କିପରି ? ମୁଁ ତ ଡରି ଯାଇଥିଲି ,କଣ କରିବି ଜାଣି ପାରୁନଥିଲି ।ଭାଗ୍ୟ ଭଲ ମୋର ସାଙ୍ଗ ମୋତେ ସାହସ ଦେଲା । ଆଉ ଆଜି ମୁଁ ଆପଣଙ୍କର ଏ ଚେହେରା ସମସ୍ତଙ୍କ ସାମନାକୁ ଆଣି ପାରିଲି ।
ପ୍ରିନ୍ସପାଲ୍ ଲୀନୁକୁ ବୁଝେଇ ପଠେଇ ଦେଲେ ।
ଘରକୁ ଯାଇ ମୋନା... ଲୀନୁର ବାପା ମା'ଙ୍କୁ ସବୁ କଥା କହିଲା ।ଲୀନୁର ବାପା ମା ମୋନାକୁ ଧନ୍ୟବାଦ ଦେଉଥାନ୍ତି କି ମୋନା ତୁ ସିନା ଆମ ଝିଅ ମନରୁ ଡରକୁ ଦୂରେଇ ପାରିଲୁ ବୋଲି ସେ ଏତିକି କରି ପାରିଲା । କିନ୍ତୁ ମନେ ରଖ ସେ ଜଣେ ଶିକ୍ଷକ ଏପରି ହେଲେ ବୋଲି ତୁମେ ସମସ୍ତଙ୍କୁ ସେମିତି ଭାବିବନି । ସମ୍ମାନ ଦେବ ଏବଂ ତା ସହ ନିଜ ପାଇଁ ସଜାଗ ଥିବ । କଲେଜ୍ ହେଉ ଅବା ବାହାରେ ମନରୁ ଡରକୁ ଦୂରେଇ ସବୁବେଳେ ଚାରିପଟର ସବୁ ମଣିଷକୁ ଠିକ୍ ଭାବରେ ପରଖୁ ଥିବ ।
ପ୍ରକୃତରେ ମନରେ ପ୍ରଶ୍ନ ଆସେ ...ଭୁଲ୍ କାହାର ...?
(କୌଣସି ଶିକ୍ଷକ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ କରିବା ମୋର ଉଦ୍ଦେଶ୍ୟ ନୁହେଁ ।ଗୋଟିଏ ଖବର ପଢି କିଛି ଲେଖିଲି ।ତଥାପି ଯଦି ଆଘାତ ପହଞ୍ଚାଏ ତେବେ କ୍ଷମା କରିବେ )