Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Priyadarsini Das.

Tragedy


3  

Priyadarsini Das.

Tragedy


ମା

ମା

2 mins 489 2 mins 489


ମା ଡାକ କୁଆଡେ ମଧୁର , ମହୁ ଠୁ ବି ମିଠା , ଅମୃତ ସମାନ ।


ହଁ ହୋଇଥିବ ...


ସେଇ ମାନଙ୍କ ପାଇଁ ଯାହାର ମା ଥିବ । କିନ୍ତୁ କେହି କେହି ବୋଧେ ସେଇ ଡାକ ଟେ ଡାକିବାକୁ ପାଆନ୍ତି ନାହିଁ । ମୁଁ ବି ଜାଣିନି ମା କଣ କି ମା ର ଡାକ କଣ । ଯେବେ ଠୁ ମନେ ଅଛି , ଯାହା ଜାଣିଛି କିଛି ପିଲାଙ୍କ ସହ ପଲିଥିନ୍ ଗୋଟାଏ କି କାହା ଦୋକାନ ରେ ବାସନ୍ ମାଜେ ।


ବାସ୍ ସେଇ ଟା ମୋ ଦୁନିଆ ।


ମୁଁ ନିଜେ ଜାଣିନି ମୋତେ କିଏ ପାଇଲା , କେଉଁଠୁ ପାଇଲା କି କେମିତି ପାଇଲା । ବାସ୍ କେହି ଜଣେ କହିଥିଲେ ମୋ ନାମ ଲାଲି ହେଲେ ସେ ନାମ ବି କିଏ ଦେଲା ମୁଁ ଜାଣିନି ।


ଯେବେ ବି କେଉଁଠି ଯଦି ମା ସହ ତା ପିଲାକୁ ଦେଖେ କେଜାଣି ମୋ ମନରେ ବି ଟିକେ ଈର୍ଷା ଭାବ ଜାତ ହୁଏ।


 ମୁଁ ବି ଡାକିଛି ମା କିନ୍ତୁ କେତେବେଳେ ?


ଯେତେବେଳେ ଏ ପେଟ ଭୋକର କଷ୍ଟ ସହି ନ ପାରେ ସେତେବେଳେ ମୁଁ ବି ଯାଇ କାହା କବାଟ ଆଗରେ ହାତ ପତେଇ କହିଛି ,ମା ଲୋ ଗୁଣ୍ଡେ ଖାଇବାକୁ ଦେ ନ ହେଲେ କିଛି ଟଙ୍କା ଦେ


ପ୍ରତି ବଦଳରେ ମୋତେ ଶୁଣିବାକୁ ମିଳେ ହେଶ୍ ଯା , ଚାଲି ଆସିଲେ କୁଆଡୁ , ଖାଲି ମାଗିବାକୁ କାମ ଧନ୍ଦା କିଛି କରିବାର ନାହିଁ ଯେତେବେଳେ ଦେଖ ଚାଲି ଆସିଲେ । ସେତେବେଳେ ମା ଡାକ ର ମମତା ମୋ ପାଇଁ ବିଷ ପରି ଲାଗେ ସତ କିନ୍ତୁ ମୁଁ ବି ବୁଝି ପାରେ ସେ ଲୋକ ଙ୍କ ର ମନ ର ଭାବନା । କଣ କରିବେ ସେମାନେ ଖାଲି ତ ମୁଁ ନୁହେଁ ମୋ ପରି ଆହୁରି ଅନେକ ଯାଉଥିବେ , ମାଗୁଥିବେ ।


କେତେ ଜଣଙ୍କୁ ବା ସେମାନେ ଦେବେ ?


କିଏ ବି ହୁଏତ ବିନା ମଜ୍ ବୁରି ରେ ମାଗୁଥିବ ପୁଣି କିଏ ମୋ ପରି ମଜ୍ ବୁର୍ ହୋଇ । ତେଣୁ ସେମାନଙ୍କୁ କହି କିଛି ଲାଭ ନାହିଁ ।


ବୋଧେ ସେ ସବୁ କଷ୍ଟ ପାଇଥିଲି ବୋଲି ମୁଁ ଏବେ ଏକ ଅନାଥାଶ୍ରମର ପିଲାଙ୍କୁ ଜଗୁଛି ।


ପ୍ରତି ବଦଳରେ କେବେ ବି ପଇସା ମାଗେନି ଖାଲି ପେଟକୁ ଦୁଇ ଗୁଣ୍ଡା ଖାଇବାକୁ ମିଳିଲେ ଚଳିଲା ।


ମୁଁ ଏଇ ଠି ପାଲଟିଛି କେତେ ପିଲା ର ମା । ପ୍ରାୟ ପ୍ରତି ଦିନ କିଛି ପିଲା ରାସ୍ତା କଡ଼ରୁ ତ କେବେ କୁକୁର ମୁହଁରୁ କି କେବେ ଅଳିଆ ଗଦାରୁ ମିଳନ୍ତି ।


ତାଙ୍କୁ ଆମେ ପାଳୁ ।


କେଜାଣି କାହାକୁ ମା ହେବାକୁ ଏତେ କଷ୍ଟ ଲାଗୁଥିଲା ଯେ ନିଜ ପିଲାକୁ ଫିଙ୍ଗି ଦେଉଛି ।


ହୁଏତ କିଏ ବିବାହ ଆଗରୁ ମା ହୋଇଥିବ ପ୍ରେମରେ ଅବା ପ୍ରତାରଣାରେ କି କିଏ ଯଦି କନ୍ୟାଟିଏ ଜନ୍ମ ଦେଇଥିବ ଆଉ ଘର ଲୋକ ଆଣି ତାକୁ ଫିଙ୍ଗି ଥିବେ ଅଳିଆ ଗଦାରେ କି ଏମିତି ବହୁତ୍ କିଛି ର ପରିଣାମ ସ୍ବରୂପ ଯେଉଁ ପିଲା ପାଆନ୍ତି ନାହିଁ ବାପା କି ମା ର ସ୍ନେହ ତାକୁ ଆମେ ଆଣୁ ଆଉ ମୁଁ ତ ସେମାନଙ୍କୁ ଭର୍ ପୂର୍ ମା ର ସ୍ନେହ ଦିଏ ।


ଯେଉଁ ମମତା ଟିକ କ ମୁଁ ପାଇନି , ବାଲ୍ୟକାଳ କଣ ଜାଣିନି କି ଲୁହ ପୋଛିବାକୁ ପଣତ ପାଇନି ହୁଏତ ଏ ଅନାଥଙ୍କ ପାଇଁ ସେତକ ନ କମୁ ।

ସେଇ ଭାବନା ନେଇ ଆଜି ମୁଁ ସମସ୍ତଙ୍କର ଲାଲୀ ମା ।


ଆଉ ଆଜି ମୁଁ ଜାଣି ପାରେ ସତରେ ମା ଡାକ ବହୁତ୍ ମଧୁର ।

ସେ ଡାକରେ ପେଟ ପୁରି ଯାଏ ।


ଛାତିର ସବୁ କୋହ ବାଷ୍ପ ହୋଇଯାଏ ।


ସତରେ ମା ନ ହୋଇ ବି ମୁଁ ଆଜି ବହୁତ୍ ପିଲାର ମା , ଆଉ ଏ ଅସହାୟଙ୍କ ମା ହେବାରେ ଯେଉଁ ଆନନ୍ଦ ତାହା ସତରେ ଆଉ କେଉଁ ଆନନ୍ଦ ଠୁ ବହୁ ଉଚ୍ଚରେ ।




Rate this content
Log in

More oriya story from Priyadarsini Das.

Similar oriya story from Tragedy