Priyadarsini Das.

Inspirational

3  

Priyadarsini Das.

Inspirational

ରୂପା ଝିଅ

ରୂପା ଝିଅ

3 mins
197


ଆଜି କାଲି ର ସମୟ ରେ ଆମେ ଗୋଟିଏ ସନ୍ତାନ ଠୁ ଅଧିକ କେବେ ବି ଆଶା ହିଁ କରୁନେ ......।


ସେଥି ମଧ୍ୟରୁ ବହୁତ୍ କମ ଲୋକ ଙ୍କୁ ଦେଖିବାକୁ ମିଳେ ଯେଉଁମାନେ କି ସେଇ ଗୋଟିଏ ପିଲା ଝିଅ ହେଉ ବୋଲି ଆଶା କରନ୍ତି ....।


କିନ୍ତୁ ମୁଁ ଆଶା କରିଥିଲି , ଖାଲି ଆଶା ନୁହେଁ ମଙ୍ଗଳା ଙ୍କ ଠାରେ ମାନସିକ ବି କରିଥିଲି କି ହେ ମଙ୍ଗଳା ମୋତେ ଝିଅ ଟେ ହିଁ ଦେବ ....।

କାହିଁକି କେଜାଣି ପୁଅ ଠୁ ବେଶୀ ମୋତେ ଝିଅ ପସନ୍ଦ ...।


କିନ୍ତୁ ମୋ ଶାଶୁ ଙ୍କ ର ଇଚ୍ଛା ଆଉ ସ୍ଵପ୍ନ ଥିଲା ଅଲଗା ....।ଯେହେତୁ ମୋ ବଡ଼ ଜା ଙ୍କ ର ବି ଗୋଟିଏ ଝିଅ ଆଉ ମୋର ଝିଅ ପାଇଁ ତାଙ୍କର ମନ ଦୁଃଖ ଥାଏ ....।


ସବୁବେଳେ ତାଙ୍କର ନିଜର ବଂଶ ଚିନ୍ତା , ଆଜି ବି ମୋତେ କହନ୍ତି ଆଉ ଗୋଟେ ପିଲା ହେଲେ କଣ ଅସୁବିଧା ...?

ଆମେ କଣ ଅନ୍ଧାର ରେ ମରିବା , ଏ ବଂଶ ଆଗକୁ କେମିତି ଯିବ ....। ଏ ସବୁ ସମ୍ପତି କିଏ ଖାଇବ ....?


ମୁଁ ବି ହସି କରି ଉତ୍ତର ଦେଇ ଦିଏ ବୋଉ ଆପଣ ଗଲା ବେଳେ ମୁଁ ଆପଣଙ୍କୁ ଗୋଟେ ଏମେରଜେନ୍ସି ଲାଇଟ୍ ଟେ ଦେଇଦେବି , ସେଇଟା ଧରି କି ଯିବେ , ଅନ୍ଧାର ରେ କାହିଁକି ଯିବେ .....।


ଆଉ ରହିଲା ସମ୍ପତି ଖାଇବା କଥା , ସମ୍ପତି କୁ ଖାଇ ହୁଏ କି? ....।


ମାେ ଝିଅ ର ସ୍ନେହ , ବ୍ୟବହାର ରେ ସେ ବହୁତ୍ ଖୁସି ହୁଅନ୍ତି , ହେଲେ ବି ମନ ରେ ସେଇ ପୁଅ ର ଉକୁଣୀ ଟେ ସବୁବେଳେ ଥାଏ , ଯାହା କି କେତେବେଳେ କେତେବେଳେ ମୋ କାନ ପାଖରେ ଟୁକ୍ କରି ଫାଟି ଯାଏ .....।


ଏ ତ ଗଲା ଘର କଥା , 

ବାହାର ଲୋକ ଙ୍କ ର ତ କେତେ କଥା ......।


---- ଗୋଟିଏ ଆଖି , ଆଖି ନୁହେଁ ....

ଗୋଟିଏ ଛୁଆ , ଛୁଆ ନୁହେଁ .....।


--------- କି ଯୁଗ ହେଲା ଲ ବାପା ଏମାନେ ଗୋଟେ ଠୁ ବେଶୀ ଛୁଆ ପାଳିବେନି ଲୋ ବାପ ....। CS କଥା ଶୁଣିଲେ ତ ୧୦ ହାତ ଦୂର ରୁ ଡେଇଁ ପଡିବେ ....। ତା ସହ ପୁଣି ପୁଅ ଜନ୍ମ ହେଲେ କୁଆଡେ ଲକ୍ଷୀବନ୍ତ ନହେଲେ ଆଉ କିଛି ....।


------ ବଂଶ ତ ବୁଡିଗଲା ମହାନ୍ତି ଘର ..., କରଣ ଘର ବୋଲି ଆଉ ଆଗକୁ ପୁଅ ଟେ ହିଁ ରହିଲାନି....। ଏମିତି କେଜାଣି କେତେ କଥା ଶୁଣିବାକୁ ମିଳେ ...।


ମୁଁ ସେ ସବୁ କୁ କାନ ଦିଏନି ବରଂ ପ୍ରଶ୍ନ କରେ କି ଆପଣ ବି ତ ଝିଅ , ତେବେ ଆପଣ ଜନ୍ମ ସମୟ ରେ କେତେ ଜଣ କାନ୍ଦି ଥିଲେ ....।


ସେଇ ଲାଗି ମୋତେ ବହୁତ୍ ଜଣ ଖରାପ ଭାବନ୍ତି ....। ମୁଁ ତ ଭାବେ ପିଲା ଟିକୁ ଆମେ ବଡ଼ କରେଇବା କି ସେମାନେ , ଅଯଥା ରେ ଉପରେ ପଡ଼ି କାହିଁକି କେଜାଣି କୁହନ୍ତି....।


କିନ୍ତୁ ସେଇ ବିଶେଷ ବ୍ୟକ୍ତି ମାନଙ୍କୁ ମୁଁ ଆଜି ମୀରା ଙ୍କ ର ଫଟୋ ଟି ଦେଖେଇବାକୁ ଚାହୁଁଚି ...।


ଦେଖେଇବାକୁ ଚାହୁଁଛି ଆମ ରୂପା ଝିଅ କୁ ....।

ଯିଏ କି ଜଣେ ଝିଅ ହୋଇ ଆମ ଦେଶ କୁ ପ୍ରଥମ ପଦକ ଆଣି ଦେବାରେ ସମର୍ଥ ହୋଇଛି ....।


କିନ୍ତୁ ସେ ମୂର୍ଖ ମାନେ ଏ କଥା କୁ ବୁଝି ପାରିବେ କି ନାହିଁ କିଏ ଜାଣିଛି .....।


କିଏ ଜାଣିଛି କେବେ ଏ ଲୋକ ଙ୍କ ର ଚିନ୍ତାଧାରା ପରିବର୍ତ୍ତନ ହେବ ....।


କେବେ ସେମାନେ ବି ଭାବି ପାରିବେ କି ଝିଅ କଉ ଗୁଣ ରେ କମ୍ ନୁହେଁ ....।


ବରଂ ଶିକ୍ଷା ଠୁ ଆରମ୍ଭ କରି ସବୁ କ୍ଷେତ୍ର ରେ ଝିଅ ହିଁ ଆଗୁଆ ହୋଇଥାଏ ....।


ଯଦି ମୀରା ବି ଝିଅ ବୋଲି କଉ କଣ ରେ ଲୁଚି ରହି ଥାନ୍ତେ ତାହେଲେ ବୋଧେ ଆମକୁ ଆଜି ଏ ରୂପା ମିଳି ନ ଥାନ୍ତା ଏ ରୂପା ଝିଅ ଠୁ ....।


ଖାଲି ମୀରା ନୁହେଁ ସବୁ ଝିଅ ଚମକିବା ଦରକାର୍ .....।


ଅନ୍ନ ପ୍ରାସନ୍ନ ରେ ଆମେ ଯେତେବେଳେ ରୂପା ଗିନା , ରୂପା ଚାମଚ ରେ ଝିଅ କୁ ଅନ୍ନ କୁ ଛୁଆଁଇ ଥାଉ , ସେତେବେଳ ଠୁ ଆମେ ଝିଅ ର ଭବିଷ୍ୟତ କୁ ଚମକେଇବା ର ଚିନ୍ତା କରି କର୍ତ୍ତବ୍ୟ କରିବା କଥା ....।


ହଁ କିଛି କ୍ଷେତ୍ର ରେ ପିଲା ର ଆଗ୍ରହ ବି ଆବଶ୍ୟକ .....।


କିନ୍ତୁ ପୁରୁଣା ଯେଉଁ କଥା ଅଛି କି 

ଜଣେ ନାରୀ ସବୁ ବେଳେ " ପ " ଉପରେ ନିର୍ଭର କରେ ...।


ଯେମିତି କି --- ପିତା 

          ପତି

          ପୁତ୍ର .....।


ଆମକୁ ସେ ଚିନ୍ତାଧାରା ପରିବର୍ତ୍ତନ କରିବା ଆବଶ୍ୟକ .....। ଝିଅ ଟିକୁ ସକ୍ଷମ କରେଇବା ନିହାତି ଜରୁରୀ ତା ସହ ଯେଉଁ କିଛି ଜଣ ଝିଅ ହେଲେ ମନ ମାରି ବସନ୍ତି , ସେମିତି କରିବା ତ ଆଦୌ ଉଚିତ ନୁହେଁ ....।


ପୁଣି କିଛି ଘରେ ଏମିତି ହୁଏ କି ପୁଅ କୁ ଚାହୁଁ ଚାହୁଁ ୩/୪ ଟି ଝିଅ ହୋଇଥିବ ଆଉ ସେ ଝିଅ ଙ୍କୁ ଠିକ୍ ଭାବରେ ପାଠ ବି ପଢେଇ ପାରନ୍ତିନି ଆଉ ଶେଷ ରେ ଯାହା ସହ ଦେଖିଲେ ହାତ କୁ ଦି ହାତ କରେଇ ମୁକ୍ତ ହୋଇଯାନ୍ତି ....।


ମୋତେ ଲାଗୁଛି ଏ ଚିନ୍ତାଧାରା ର ପରିବର୍ତ୍ତନ ଆବଶ୍ୟକ .....।


ତାହେଲେ ଯାଇ ଆମ ପରିବାର , ଆମ ରାଜ୍ୟ , ଆମ ଦେଶ ଏମିତି ଚମକି ପାରିବ , ଯେମିତି ଆଜି ରୂପା ଝିଅ ପାଇଁ ରୂପା ପାଇ ରୂପା ଭଳି ଆମ ଦେଶ ଚମକି ଉଠିଛି .....।


Rate this content
Log in

Similar oriya story from Inspirational