Priyadarsini Das.

Tragedy

3  

Priyadarsini Das.

Tragedy

ମୋର ଭଗବାନ ମୋ ବାପା

ମୋର ଭଗବାନ ମୋ ବାପା

2 mins
283


 

ଏ ଆଲୁଅ ୧୯୪୮ ମସିହାର ଜାନୁଆରି ୩୦ର ପ୍ରାର୍ଥନା ସଭାରେ ନାଥୁରାମଙ୍କ ଦ୍ବାରା ଲିଭିଥିବା ଆଲୁଅ ନୁହେଁ । ବରଂ ମୋ ଜୀବନର ପଥକୁ ଦିପ୍ତୀମନ୍ତ କରୁଥିବା ଉଜ୍ଜଳ ଆଲୁଅ ଟି ପରିପକ୍ୱ ସମୟ ଆସିବା ପୂର୍ବରୁ ଏକ ଆକସ୍ମିକ ବାତାବର୍ତ ର ପ୍ରଭାବରେ ଚିର ଦିନ ପାଇଁ ଲିଭିଗଲା । ସେଦିନ ଥିଲା ୨୦୧୬ ମସିହାର କାର୍ତିକ ମାସର ପ୍ରଥମ ସୋମବାର ।ଦୁଇ ଦିନ ବାପାଙ୍କ ପାଖରେ ରହିବା ପରେ ମୁଁ school ପାଇଁ ଝିଅକୁ ଧରି ବାହାରି ଆସିଥିଲି ।ବାପାଙ୍କ ଦେହ ଭଲ ନ ଥାଏ । କିଡ଼ିନୀ failure ପାଇଁ ୪ ଥର dialysis ପରେ ବାପା ଘରକୁ ଆସିଥାନ୍ତି ।କିନ୍ତୁ ସୋମବାର ସକାଳେ ବାପା ନିଜେ ଉଠି ବସିଲେ ।ମୋତେ କେତେ କଥା ବି କହିଲେ ।ମୁଁ ଭାବିଲି ବାପା ମୋର ଭଲ ହୋଇଗଲେ ।ତଥାପି ଆସିବା ସମୟରେ ମନ ଟେକୁ ନ ଥାଏ ।


   କଣ କରିବି ?ଦ୍ବିଧା ଭିତରେ ରହି ଭାବିଲି ବିଦ୍ୟାଳୟ କୁ ଆଗେ ଯାଏ ।ତାପରେ ୨ଦିନ ଛୁଟି ନେଇ ପଳେଇ ଆସିବି ।ଏଇଆ ଭାବି ଚାଲି ଆସିଲି । first class ଟି କରୁଥିଲି ।ହଠାତ୍ ଭାଇ ମୋତେ ଫୋନ୍ କରି ଡାକ୍ତରଙ୍କ ନମ୍ବରଟି ମାଗିଲା ।କିଛି କହିଲାନି ।


    ମୁଁ ଭାବିଲି ଦେହ ଜୋର ଖରାପ ହେଲା ।ଆମ୍ବୁଲାନ୍ସ କୁ call  କରିବାରେ ଲାଗିଲି ।କିନ୍ତୁ ସେତେବେଳେ ଯେ ବାପା ଆଉ ନ ଥିଲେ ଏ କଥା ମୁଁ ଜାଣି ନଥିଲି । ପୁଣି ଫୋନ୍ ଆସିଲା ।ସେପଟୁ କେହି ଜଣେ କହିଲେ ଶୀଘ୍ର ଆସ । ମୁଁ ମୋର ସ୍ବାମୀ ଙ୍କୁ ପଚାରିଲି "ବାପାଙ୍କ ଦେହ ଜୋର ଖରାପ ହେଲା କି" ?


ସେ କହିଲେ ହଁ ।ଆଉ ତାପରେ ଆମେ ବାହାରିଗଲୁ ।ରାସ୍ତା ସାରା ଭାବୁଥାଏ ବାପାଙ୍କୁ ଏବେ ଗାଡି କରି ଭୁବନେଶ୍ବର ର ସେ ଡାକ୍ତର ପାଖକୁ ନେଇଯିବା । କାହିଁକି ବା ଭାବିଥାନ୍ତି ବାପା ଆଉ ନାହାଁନ୍ତି ବୋଲି ।କେହି କଣ କେବେ ତା ବାପାଙ୍କର ନଥିବା କଥା ଭାବିପାରେ ଯେ ମୁଁ ଭାବିଥାନ୍ତି । ଘରେ ପହଞ୍ଚି ଦେଖେ ତ ବାପା ଚିର ନିଦ୍ରା ରେ ।ସେମିତି ରାଜା ପରି ଚେହେରା ଜଳି ଉଠୁଥାଏ ।ଟିକିଏ ବି ମଳିନ ପଡି ନ ଥାଏ ତାଙ୍କର ସେ ଚେହେରା । ମା'ଙ୍କ ହୃଦୟ ଫଟା କାନ୍ଦ ମୁଁ ସହି ପାରୁ ନଥାଏ ।ବାପାଙ୍କୁ କେତେ ନେହୁରା ହେଉଥାନ୍ତି ମା "ମୋ ପାଖକୁ ଫେରିଆସ" ।


  ବାପା ଶୋଇଥାନ୍ତି ମୃତ୍ୟୁର ଶେଯରେ ଆଉ ମୁଁ ଜୀବନ୍ତ ଥାଇ ମରିବା ପରି ଲାଗୁଥାଏ।ଯଦି ପୁରାଣରେ କିଛି ଗପ ଥାଆନ୍ତା ଝିଅ ଯାଇ ଯମଠୁ ଫେରେଇପାରେ ବାପାର ଜୀବନ।ତାହେଲେ ବୋଧେ ମୁଁ ପାରିଥାନ୍ତି ।ହେଲେ ସେତିକି ସୁ-କନ୍ୟା ନ ଥିଲି ମୁଁ। 


ଶୁଭୁ ନ ଥାଏ ବାପାଙ୍କୁ  ଆମର କାନ୍ଦ । କିଏ ଆଉ ବୁଝିବ ମାଙ୍କ କଥା ?

କାହା ପାଖରେ ମା କରିବେ ଅଳି ?

ମିଛିମିଛିକା ଗାଳି ଆଉ କାହାକୁ କରିବେ ମା ?

ଛୋଟ ଭାଇ ଟିର ହାତ କିଏ ଧରି ବାଟ ଚଲେଇବ ?

ହେଲେ ଏ ସବୁ ପ୍ରଶ୍ନର ଉତ୍ତର ବାପା ମୋତେ ଦେଲେ ନାହଁ ।


"ସମସ୍ତେ କହିଲେ ପୁଣ୍ୟବାନ୍ ବ୍ୟକ୍ତି ଥିଲେ ବୋଲି ଆଜି ପରି କାର୍ତ୍ତିକ ମାସର ସୋମବାର ଭଳି ପବିତ୍ର ଦିନରେ ଠାକୁରଙ୍କ ଶରଣକୁ ଗଲେ "

ହେଲେ ଆମ ପରିବାରର ମୁଖ୍ୟ ଅଙ୍ଗ ଚିର ଦିନ ପାଇଁ ହଜିଗଲେ ।ଆମ ମୁଣ୍ଡ ଉପରୁ ଆଶୀର୍ବାଦର ସେ ହାତ ହଜିଗଲେ । ଆମକୁ ବିପଦରୁ ବଞ୍ଚାଇବା ହିରୋ ଆକାଶ ର ତାରା ହୋଇଗଲେ ।


   ମୋତେ ସୁପଥ ଦେଖାଉଥିବା ,ଅନ୍ଧାରରୁ ରକ୍ଷା କରୁଥିବା ସେ ଉଜ୍ଜଳ ଆଲୁଅ ଆଉ ଜଳିବ ନାହିଁ ।ଲିଭିଗଲା ଏ ଜନମ ପାଇଁ ।


   ଆଉ ସେଇ ଦିନ ମୋ ପଥପ୍ରଦର୍ଶକ "ଆଲୁଅ ଲିଭିଗଲା" । ମୋ ଭଗବାନ ତାରା ବନିଗଲେ..।



Rate this content
Log in

Similar oriya story from Tragedy