Priyadarsini Das.

Inspirational

3  

Priyadarsini Das.

Inspirational

ଶିକ୍ଷିତା ଝିଅ

ଶିକ୍ଷିତା ଝିଅ

4 mins
309



ଆଜି ସାନୁର ବାହାଘର ...।ତାକୁ ଘରେ ସାନ ହିଁ ଡାକନ୍ତି ।

ଘରେ କୁଣିଆରେ ଭର୍ତ୍ତି ..।

ସେପଟେ ସାନର ବାହାଘର ପାଇଁ ଗୋଟିଏ ବୋଲି ବଡ଼ ଭାଇ ଭାରି ଚଞ୍ଚଳ ....।


ସବୁ ଜିନିଷ ଭର୍ତ୍ତି କରି ବିଦା କରିବ ଭଉଣୀକୁ ...।


ବାପା , ମା ର ଅଲିଅଳି ଝିଅଟେ...।

ବେଦିରେ ବସିଲା , ବିଦା ବି ହେଲା ...।


ଶାଶୁ ଘରର ପ୍ରଥମ ଦିନ ...।


ତାକୁ ଭାରି ଅଡ଼ୁଆ ଲାଗୁଥାଏ , ନୂଆ ବନ୍ଧୁ ନୂଆ ଚେହେରା ....।


ସମସ୍ତେ ଆସି ତାକୁ ଦେଖି ଯାନ୍ତି ଆଉ ସିଏ ସବୁ ସମ୍ପର୍କର ନାମ ସହ ଚେହେରାକୁ ଘୋଷି ହେଉଥାଏ ...।


କୁଆଡେ କିଛି ଭୁଲ୍ ହେଇଯିବନି ତ...।

ପରେ ପୁଣି ଦେଖା ହେଲେ କେମିତି କାହାକୁ ମନେ ରଖିବ ସେ ସେଇ ଫର୍ମୁଲାରେ ଚାଲିଥାଏ ...।


ବାହାଘର ଦ୍ଵିତୀୟ ଦିନ ।

ମେଂଚେ କୁଣିଆ କି ପଡୋଶୀ ସ୍ତ୍ରୀ ଲୋକ ତାକୁ ଜଣା ନାହିଁ , କିନ୍ତୁ ଆସି କିଏ ତାର ନାକ , କିଏ କାନ , କିଏ ଗହଣା , କିଏ ଶାଢ଼ୀ ଏମିତି ସବୁ ଦେଖିବାରେ ଲାଗି ଗଲେ ...।


ସାନକୁ ମନେ ହେଉଥାଏ ସେ ବୋଧେ ଜିରାଫ୍ ଭଳିଆ ଦେଖା ଯାଉଛି ନା ଡାଇନୋସର ଭଳିଆ ...।


ଏମିତି କଣ ମୋତେ ଦେଖୁଛନ୍ତି ...?


ହୁଏତ ନୂଆ ବୋହୂକୁ ଏମିତି ହିଁ ଦେଖା ଯାଏ ....।


ତାପରେ ଆସିଲା ରିସେପସନ୍ ରାତି ...।


ଗୋଟିଏ ଅତ୍ୟାଚାର ଦିନ ଥିଲା ବାହାଘର , ଯେଉଁ ଦିନ ତାକୁ ସେ parlor ବାଲା ପୁରା ଯୋକର ବନେଇଥିଲା , ପୁଣି ଆଜି ଆଉ ଗୋଟେ ଦିନ .....।


କେତେବେଳେ ଫଟୋ ପାଇଁ କିଏ କଣ୍ଢେଇ ଭଳିଆ ପୋଜ୍ ଦେବାକୁ କହିଲାନି ତ କେତେବେଳେ heroine ଭଳିଆ expression ....।


ସତରେ ସାନ ଭାରି ମନେ ମନେ ବିରକ୍ତି ହେଇଗଲାଣି ....।


ମନରେ ଭାବୁଥାଏ ସେ ପି .ଏଚ଼ .ଡି ର ଥେସିସ ପାଇଁ ବି ମୁଁ ଏତେ ହଇରାଣ ହେଇନି .., ଯେତିକି ଏବେ ହେଉଛି ....।


ହଉ ଛାଡ଼ , ବାହାଘର ବୋଧେ ଏମିତି ହିଁ ହୁଏ ....।


କାର୍ଟୁନ୍ ସୋ ଆଉ ଦେଖିବା ଦରକାର୍ ନାହିଁ ଯିଏ ଗୋଟେ ବାହାଘର ଦେଖି ଦେବ ....।


କିନ୍ତୁ ସେଇ reception ପାର୍ଟି ରେ କିଛି ଅଲଗା ପ୍ରକାରର ଆୟୋଜନ ବି ଥାଏ , ଯାହା ବିଷୟରେ ସାନ ଅଜଣା ଥାଏ ....।


ଜଣେ ମାଡ଼ି ଆସୁଥାନ୍ତି ସାନ ଆଡକୁ ପୁରା ଦୃତ ଗତିରେ , ସମ୍ପର୍କ ରେ ସେ ଦିଅର ହେବେ ବୋଧେ ..।


ଭାଉଜ , ଆଜିର ଏ ସମୟରେ ତୁମେ କିଛି କୁହ ...।


ସାନର ଶାଶୁ ଆଉ ଶଶୁର ବି କହୁଥାନ୍ତି କି ବୋହୂ ମା କିଛି କହ , ଆମ ପୁଅକୁ ତ ତୋ ଆଁଚଳରେ ଦେଲୁ , ଆମ ଘରର ତୁ ଏବେ ସର୍ବେ ସର୍ବା ...।


କିଛି କହ ତୋ ମନ କଥା ....।


ସାନ ତ ଆଶ୍ଚର୍ଯ୍ୟ ଥାଏ , ତଥାପି ମନେ ମନେ ଭାବୁଥାଏ , ଏଇତ ଗୋଟେ ମଉକା ମୋତେ ବି ମିଳିଛି ....।


ଭାଷଣ ଦେବା ସାନର ଭାରି ପସନ୍ଦ ! ହାତରେ ମାଇକ ପଡ଼ିଲେ ଘଣ୍ଟା ଘଣ୍ଟା କଥା ଚାଲେ ... ହେଲେ ଏ ତ ଶାଶୁ ଘର , କୁଆଡେ କିଛି ଭାବିବେ କି ...?


ଶାଶୁ ଆସି ସାନ ହାତରେ ମାଇକ ଦେଲେ ...

ଆଉ ବୋହୂ ମା ଙ୍କୁ କିଛି କହିବାର ଅନୁମତି ଦେଲେ ....।


ସାନ ଆରମ୍ଭ କରିବା ଆଗରୁ ତା ମନ ଉଚ୍ଛନ୍ନ , ଏମିତି ଲାଗୁଥାଏ କଉ ଏକ ପ୍ରତିଯୋଗିତାରେ ସେ ଭାଗ ନେଇଛି ....।


ଆରମ୍ଭ କରିଲା ତା ମନ କଥା ....


ଏବେ ଏଇ ସୁନ୍ଦର ଆୟୋଜନରେ ଯେଉଁମାନେ ବି ଅଛନ୍ତି ମୁଁ ସମସ୍ତଙ୍କ ପାଇଁ ନୂଆ....।

ହୁଏତ ମୁଁ କିଛି କହିବା ସମସ୍ତଙ୍କୁ ପସନ୍ଦ ଆସି ବି ନ ପାରେ ,

କାହିଁକି ନା ଆଗରୁ ଝିଅ କି ବୋହୂଙ୍କୁ ଏତିକି ସ୍ୱାଧୀନତା ଦିଆ ଯାଇନି ବୋଧେ ଯେତିକି ମୋତେ ଆଜି ମୋ ଏ ଘରେ ଦେଇଛନ୍ତି .....।


ସେଇ ଲାଗି ମୁଁ ମୋର ମନର କଥା କୁ କହିବି ଭାବୁଛି ....।


ମୋ ନିଜ ଅନୁଭୂତିରୁ କହୁଛି କି ,ଜଣେ ଝିଅକୁ କି ପୁଅକୁ ବାହାଘର ନାମରେ କଣ ଏମିତି କାର୍ଟୁନ୍ ବନେଇବା ଜରୁରୀ ..?

ମେକ୍ ଓପ୍ ର ପାହାଡ଼ ତା ସହ କେତେ ଓଜନର ସେ ଲେହେଂଗା / ଶାଢ଼ୀ , ।

ସାଧାରଣ ଲାଲ୍ ଶାଢ଼ୀ ଟେ ପିନ୍ଧି ବାହାଘର ହୋଇ ପାରିବନି କି ....?


ପୁଣି ଆଜି ର ଆୟୋଜନ , ଲକ୍ଷାଧିକ ଟଙ୍କା ଖର୍ଚ୍ଚ , ସେ ପୁଣି ଆମ ଭାରତ ପରି ଦେଶରେ ...।


ଯେଉଁଠି କି କେତେ ଜ୍ଞାନୀ ପିଲା ପଇସା ପାଇଁ ପାଠ ବି ପଢି ପାରନ୍ତିନି ...।


ଯେତିକି ଟଙ୍କା ଗୋଟେ ବାହାଘର ରେ ମଦ / ମାଂସ ରେ ଚାଲିଯାଏ , ସେତିକି ଟଙ୍କା ରେ ଆହୁରି ବହୁତ୍ କିଛି ଉନ୍ନତି ମୂଳକ କାମ ହୋଇ ପାରିବ ...।


ତାପରେ ବାହାଘର ପାଇଁ ନିମନ୍ତ୍ରଣ ଟେ ପଡ଼ିଲେ ଚିନ୍ତା ଥାଏ ଅନେକଙ୍କର କି କେତେ ବାହାଘର ଯିବୁ ...? କେତେ ଉପହାର ଦେବୁ ...? ଯଦି ନ ଦେବୁ ସମ୍ପର୍କ କାଟି ଯିବ କି ...?


ଏମିତି ବହୁତ୍ କିଛି ....।


ମୁଁ ଏ ଘରର ବୋହୂ ହେଲି ..।

ସାଧାରଣ ଭାବେ ସ୍ବାଗତ କରିଲେ ବି ମୁଁ ବହୁତ୍ ଖୁସି ହେଇଥାନ୍ତି ଯେତିକି ଟଙ୍କା ଆଜି ଖର୍ଚ୍ଚ ହେଲା ସେତିକି ଟଙ୍କା ଆମର ଏଇ ପରିବାର ପାଇଁ ବହୁତ୍ କାମ ରେ ଲାଗିଥାନ୍ତା ...।

କୌଣସି ବନ୍ଧୁ ଙ୍କୁ ମୁଁ ଅପମାନ କରୁନି , କିନ୍ତୁ ଏମିତି କିଛି ଜଣ ଆମ ଭିତରେ ଥିବେ ଯେଉଁମାନେ ନ ଚାହିଁ ବି ବାଧ୍ୟ ବାଧକରେ ବସିଥିବେ ତ ପୁଣି କିଏ ଭାବୁଥିବେ ପଇସା ଅଛି ବୋଲି ଦେଖେଇ ହଉଚି ., ତ ଆଉ କିଏ ଭାବୁଥିବେ ବୋହୂକୁ ବେଶୀ ମୁହଁ ଛୁଆଁ ଉଠି ବ ବୋଲି ଏ ସବୁ ଆୟୋଜନ ....।


ଏତିକି ନ ସରୁଣୁ ସାନର ଶଶୁର ଉଠି ପଡି ହାତ ତାଳି ମାରିବାକୁ ଲାଗିଲେ ....।

ନିଜେ ବୋହୂ ପାଖକୁ ଯାଇ ଛିଡ଼ା ହେଲେ ବୋହୂ ହାତରୁ Mike ଟି ଧରି କହିଲେ କି ବୋହୂ ତୋର ଚିନ୍ତାଧାରା କୁ ମୁଁ salute କରୁଛି ..।

ତୁ କହିବା ସମୟରେ ମୋ ପଛରେ ବସିଥିବା କେହି ଜଣେ ଭଦ୍ର ଲୋକ କହୁଥିବା ର ମୁଁ ଶୁଣିଲି କି ପାଠ ପଢା ବୋହୂ ଆଣିଲେ ଏଇ ଅସୁବିଧା ଏତେ ସବୁ ଜ୍ଞାନ ଦେବ .....।

କିନ୍ତୁ ମୁଁ ତୋ ଶଶୁର ଆଜି ଛାତି ରେ ହାତ ବାଡେଇ ଗର୍ବର କହୁଛି କି ହଁ ମୁଁ ଏକ ପାଠ ପଢା ଝିଅ ଆଣିଛି ବୋହୂ କରି , ଖାଲି ପାଠ ପଢା ନୁହେଁ ଫିଜିକ୍ସ ରେ ପି .ଏଚ୍. ଡି . କରିଥିବା ଉଚ୍ଚ ଶିକ୍ଷିତା ଝିଅ ଆଣିଛି ....।


ସେଇ ପାଇଁ ଆଜି ସିଏ ଏତେ ମୂଲ୍ୟ ବାନ୍ କଥା କହିଲା ....।


ଶାଶୁ ବି ଆସି କୁଣ୍ଢେଇ ପକେଇଲେ ...।

ସାନକୁ ଏମିତି ଲାଗୁଥାଏ ଯେମିତି ସେ ଏକ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇ ଯାଇଛି ...।

ଏ ୪/୫ ଦିନ ର ତା ଅନୁଭୂତି ସତରେ ବହୁତ୍ କାମ ଦେଲା ତ .....।



Rate this content
Log in

Similar oriya story from Inspirational