ଫୁଲ ( ସ୍ମୃତିର ଫର୍ଦ୍ଦ - ୪ )
ଫୁଲ ( ସ୍ମୃତିର ଫର୍ଦ୍ଦ - ୪ )


ସ୍ମୃତି ଏକ ଏମିତି ଜିନିଷ ଯାହା ର ପୃଷ୍ଠା ଯେତେ ଉଲଟା ଈଲେ ବି ସେ ଆହୁରି ଆଗକୁ ବଢିବ , କିନ୍ତୁ କେବେ କମିବନି ।
ସବୁଦିନ ପରି ଠିକ୍ ସନ୍ଧ୍ୟା ହୋଇଗଲେ ଅପେକ୍ଷା ରହେ କେତେବେଳେ ମୋନା ଅନଲାଇନ ଆସିବ ଆଉ ମୁଁ ତା ସହ କଥା ହେବି ।
ସନ୍ଧ୍ୟା ୭ ଟା ପରେ ପ୍ରାୟ ଆମେ କଥା ହେଉ ।
ସେଦିନ ହଠାତ୍ କଥା ହେଉ ହେଉ ବନ୍ଧୁତା ଦିବସ କଥା ପଡ଼ିଲା ।
ଆଉ ବହୁତ୍ ଆଗ୍ରହ ର ସହ ମାେନା କହିଲା ଆରେ ହଁ ମୋର ମନେ ଅଛି । ମୋ ନା ତୁ ସେଦିନ ମୋତେ ଗୋଟେ ହଳଦିଆ ଗୋଲାପ ଦେଇଥିଲୁ ।
ମୁଁ କିନ୍ତୁ ତୋତେ କିଛି ଦେଇ ନଥିଲି ।
ହଁ ତୁ ତ କଞ୍ଜୁସ୍ ଟା ଦେବୁ କୁଆଡୁ ।
ମୋ ନା ଆରେ ମୁଁ କଞ୍ଜୁଶ୍ ନୁହେଁ ।ବାସ୍ ମୋତେ ସେ ସବୁ ଭଲ ଲାଗେନା ।
ତୁ ଆଉ କହନା ।
ଏମିତି ଚାଲିଥାଏ କେତେ କଥା ।
ମୋନା ହେଲେ ଜାଣିଛୁ କି ସେ ଫୁଲଟି ଏବେ ବି ମୋ ପାଖରେ ଅଛି ।
ସତରେ ନା କଣ ?
ମୋ ନା ହଁ।
ଦେଖିବୁ କି ?
ତାପରେ ମାେନା ଡାଏରୀ ପୃଷ୍ଠା ଭିତରେ ରଖିଥିବା ସେଇ ଗୋଲାପର ଫଟୋ ଟି ଦେଲା ।
ଫୁଲଟି ପୁରା ଶୁଖି ଯାଇଥିଲା।
କଳା ରଙ୍ଗ ଦେଖା ଯାଉଥିଲା ।
କିନ୍ତୁ ସେ ତାକୁ ଏତେ ବର୍ଷ ପର୍ଯ୍ୟନ୍ତ ସାଇତି ରଖି ଛି ଦେଖି ହୃଦୟ ତା ଧକ୍ କରି ରହିଗଲା ।
ସତରେ ତୁ ରଖିଛୁ ଦେଖି ମୁଁ ବିଶ୍ୱାସ କରି ପାରୁନି ।
ମୋ ନା ହଁ ।ଦେଇଥିଲୁ ତ ସେଇ ଲାଗି ରଖିଛି ଆଉ ।
ପୁଣି କଥା ଚାଲିଲା ସେ ଦିନ ର ସେ ଫୁଲ କୁ ନେଇ ବନ୍ଧୁତା ଦିବସ ର ସବୁ ସ୍ମୃତି ।
ପୁରୁଣା କଥା ଯାକ ଆସି ସେଇ ଫୁଲ ଭିତରେ ବାନ୍ଧି ହୋଇଗଲା।
କେତେବେଳେ ରାତ୍ରି ଭୋଜନ ସମୟ ହୋଇଗଲା ଯେ ଜଣା ପଡ଼ିଲା ନାହିଁ । (କ୍ରମଶଃ)