Bhagirathi Mohanty

Fantasy Others

4  

Bhagirathi Mohanty

Fantasy Others

ଫୁଲ ହୋଇ ଫୁଟନ୍ତି

ଫୁଲ ହୋଇ ଫୁଟନ୍ତି

8 mins
306



ଧୀର ବାବୁ ଙ୍କ ବାପା କେଶୁରା ରେ  ସାତ ଏକର ପରିମିତ ଜାଗା ବୟସ ର ଅପରାହ୍ନ ରେ କିଣି ରଖିଥିଲେ। ସେ ଜମିର ବିସ୍ତିର୍ଣ୍ଣ ଜାଗାର ଠାଏ ଠାଏ  ବିଶାଳକାୟ ନଡିଆ , ଗୁଆ, ଜାମୁ, ଧ', ଅସନ ଆଦି ଗଛ ଥିଲ। ବହୁ ଚେଷ୍ଟା ରେ ଜଵର ଦଖଲ କରିଥିବା ଆଦିବାସୀ ଲୋକ ଙ୍କୁ କବଳରେ । ପାଚେରୀ ଘେରିଥିଲେ। ଏଥିପାଇଁ ଅନୁନ୍ୟ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏତେବଡ ଜାଗାର ଉନ୍ନତି କରଣ ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରସ୍ତାବ ଦେଉଥିଲେ।କିଏ କହୁଥିଲା , "ଆମ୍ବ ବାଗାନ୍ କରନ୍ତୁ ,ପଣସ, ଅମୃତଭଣ୍ଡା,ଲିଚୁ,କଦଳୀ ଏବଂ ସଜନା ଗଛ ଲଗାନ୍ତୁ।" ଆଉ କିଏ କହୁଥିଲା ବୋରିଙ୍ଗ୍ କରି ପରିବା ଏବଂ ଦେଶୀ କିସମ ର ଧାନ ଚାଷ କରନ୍ତୁ ଏବେ ଯାହା ଏକ ଦୂରନ୍ନ୍ତ ସ୍ବପ୍ନ। ଆଉ କିଏ କହୁଥିଲା ତିନି ଚାରୋଟି ପୋଖରୀ ଖୋଳି ଚିଙ୍ଗୁଡ଼ି ଚାଷ କରନ୍ତୁ..."

   ସମସ୍ତ ଙ୍କ ମତାମତ କୁ ମିଶେଇ ସେ କୌଣସି ନିଷ୍କର୍ଷ ରେ ପହଞ୍ଚିବା ପୂର୍ବରୁ ଧୀର ବାବୁଙ୍କ ର ଦେଖାହୁଏ ମଣିଆ ମାଳି ସହିତ।ସେ ଗୋଟେ ବହୁତଳ ଅଟ୍ଟାଳିକା ରେ କମ ଦରମାରେ ଫୁଲ ଗଛ ମାନଙ୍କ ର ଯତ୍ନ ନିଏ । ବିଲେଇ କପାଳ କୁ ଶିକା ଛିଡିବା ପରି, ତା ସହିତ କଥା ହେଉ ହେଉ ସେ କହିଲା," ଯେଉଁ ଯୋଜନା ଗୁଡିକ ଆପଣ ଙ୍କ ଆଗରେ ରଖିଛନ୍ତି ମନ୍ଦ ନୁହେଁ। ସେ ସବୁ ଦୀର୍ଘ ସୁତ୍ରୀ

।ଫଳ ଗଛ ଲଗେଇଲେ ବି ଫଳ ହେବାକୁ ସମୟ ଲାଗିବ।ସେଗୁଡିକ ସିଜିନାରି।ଗୋଟିଏ ଚାଷ କରି ଆଉ ଗୋଟିକ ପାଇଁ ଯଥେଷ୍ଟ ବ୍ୟବଧାନ ରହିବ । । ମାଛ ପୋଖରୀ ବି ସେମିତି। କିନ୍ତୁ ଫୁଲ ଚାଷ କରନ୍ତୁ। ସବୁବେଳେ ଫୁଲ ହେଉଥିବ ଆଉ ବିକ୍ରି ହେଉ ଥିଵ। ମୁଁ ଜଣେ ମାଳି ହିସାବ ରେ କହିବି ଏଇ ଚାଷ ବେଶ୍ ଲାଭ ଜନକ।ଆଜିକାଲି ବଡ ବଡ ସହର ମାନଙ୍କରେ ତ ଦେଖିବେ ବଡ ଗଛ ଟାଏ ନାହିଁ କି ମାଟି ଟିକେ ନାହିଁ। ପାଚେରୀ କୁ ଲାଗି କୋଠା। ଇଞ୍ଚେ ଜାଗା ବି ନାହିଁ ଫୁଲ ଗଛ ଟିଏ ଲଗେଇବା ପାଇଁ।ମାଟି ବହୁତ ମହଙ୍ଗା। ଆଠ ଦଶ ତାଲା କମ୍ପ୍ଲେକ୍ସ ତଳେ ବି ପକ୍କା ସଡକ । ଶୋଭା ବର୍ଦ୍ଧନ ପାଇଁ ଚତୁଃପାର୍ଶ୍ଵରେ ରଙ୍ଗ ବେରଙ୍ଗ ଫୁଲ ଗଛ। ସେ ଗୁଡିକ କେହି ଛିଣ୍ଡେଇ ପାରିବେନି । ସକାଳ ଚାରିଟାରେ ଫୁଲ ଚୋରି କରନ୍ତି ପ୍ରତିପତ୍ତି ଶାଳି ମହିଳା ଓ ପୁରୁଷ ମାନେ। ଫୁଲ ଚୋର ମାନଙ୍କ ର ନିଦ ଭାଙ୍ଗି ଯାଏ ତିନିଟା ହେଉ ହେଉ। ହାତରେ ଧରିଥାନ୍ତି ନଗି ଟିଏ। ତାପରେ ୟା ତା ଅଗଣା , ବାଡି ଭିତରେ ପଶି ଫୁଲ ଚୋରି କରନ୍ତି। ଫୁଲ ନେଲେ ତ ନେଲେ, ତା ସହିତ  ଡାଳ ପତ୍ର ବି ଛିଣ୍ଡେଇ ପକାନ୍ତି।ଫୁଲ ଚୋରି ସମୟ ରେ ସାପ ସାପ କାମୁଡିବା, କୁକୁର କାମୁଡିବା ,ଗୋଡ ଖସି ଯାଇ ତଳେ ପଡି ଡାକ୍ତର ଖାନା ଯିବାର ଦୃଷ୍ଟାନ୍ତ ବି ଅଛି। କିନ୍ତୁ 'ପ୍ରକୃତି ନୈବ ମୁଚ୍ୟତେ'।

   ଏତେ ରାତିରେ,ଏତେ ଅନ୍ଧାରରେ ଶୀତରେ ଥୁରୁ ଥୁରୁ ହୋଇ ଚାଲୁଥିବା ସେଇ ଵୃଦ୍ଧ ଙ୍କୁ ବଡି ଭୋର ପ୍ରଭାତ ଫେରି କରୁଥିବା ଲୋକ ପଚାରନ୍ତି

 ," କ'ଣ ମଉସା ଫୁଲ ଚୋରି କରିବା ପାଇଁ ରାତି ରେ ବି ନିଦ ହେଉନି ?"

   ଉତକ୍ଷିପ୍ତ ହୋଇ ଯାଇ ସେ କହନ୍ତି," ମାଇଣ୍ଡ ୟର୍ ଲାଙ୍ଗୁଏଜ୍ ।

ତୁମେ ଏତେ ଅଭଦ୍ର, ଠାକୁ୍ର ଙ୍କ ପ୍ରତି ଟିକିଏ ହେଲେ ଭକ୍ତି ନାହିଁ? ତୁମ କଥା ଠାକୁର ବୁଝିବେ ।" 

   ବାଟ ଚାଲୁ ଚାଲୁ ବୃଦ୍ଧ ଦଣକ ଭାବନ୍ତି : ସତରେ ଏହା ଫୁଲ ଚୋରି ନା ସଂଗ୍ରହ! ଭଗବାନ କ'ଣ ଫୁଲ ଚୋରି କରି ତାଙ୍କୁ ପୂଜା କରିବାକୁ କାହାକୁ କହୁଛନ୍ତି ?

 ଯଦି ଭଗବାନ୍ ସର୍ବତ୍ର ବିଦ୍ୟମାନ,ଫୁଲ ଭିତରେ ବି କ'ଣ ନାହାଁନ୍ତି! ଫୁଲ ଟି ଛିଣ୍ଡେଇ ଆଣିବା ବେଳେ ତାକୁ କେତେ କଷ୍ଟ ‌ହେଉଚି କେହି କ'ଣ ବୁଝୁଛ

  ପ୍ରକାରନ୍ତରେ ଏହା କ'ଣ ପୁଷ୍ପ ହତ୍ୟା ନୁହେଁ ? ଇଂରାଜୀ ରେ ଏହା ଫ୍ଲୋରସାଇଡ୍ । ଭଗବାନ୍ କହୁଚନ୍ତି କି ମୋତେ ଶହେ ଫୁଲ ଦେଇ ପୂଜା କର। ଭକ୍ତି ନ ଥାଇ ହଜାରେ ଫୁଲରେ ପୂଜା କଲେ କ'ଣ ହେବ ? ଆପଣ ଯଦି କୋୖଣସି ପୁଷ୍ପ ବାଟିକା କୁ ବଡି ସକାଳେ ଯାଇ ଥିବେ,ଦେଖିବ ଅରୁଣଙ୍କ ର ପହିଲି କିରଣ ଫୁଲ ଗୁଡିକ ଉପରେ ଉଦ୍ଭାସିତ ହୋଇ ସ୍ବର୍ଗ ର ନନ୍ଦନ କାନନ ଶୋଭା ପରି ବହୁ ବର୍ଣ୍ଣାଳୀ ଫୁଲ ର ଆତ୍ମିୟତା ରେ ଆପଣ ମୁଗଧ୍  ହୋଇଯିବେ। ଫୁଲ ପ୍ରଜାପତିଙ୍କୁ ଆକୃଷ୍ଟ କରେ । ସେମାନଙ୍କ ଦ୍ବାରା ପରାଗ ସଙ୍ଗମ କରେ।ମହୁମାଛି ମାନଙ୍କ ର ମୃଦୁ ମନ୍ଦ ଗୁଞ୍ଜନ ଯେ ନ ଶୁଣିଛି ସିଏ କାହୁଁ ବୁଝିବ ଫୁଲ ର ମହତ୍ବ ! ଫୁଲ ର ବାସ୍ନା ପରିଵେଶ କୁ ସୁଗନ୍ଧମୟ ଏବଂ ସୁନ୍ଦର ରଖେ ।

ମଣିଆ ର ଲମ୍ବା ଭାଷଣ ଶୁଣି ଧୀର ବାବୁ ମୁଗ୍ଧ କହିଲେ ," ବାଃ ,ତୁମେ ଠିକ୍ ଜଣେ ମାଳି ! ଫୁଲ ମାନଙ୍କୁ ତମେ କେତେ ଭଲ ପାଅ ତୁମ କଥାରୁ ସ୍ପଷ୍ଟ ବାରି ହେଉଛି। କିନ୍ତୁ ବ୍ୟବସାୟ ତ ଭାବପ୍ରବଣତାରେ ଚାଲେନାହିଁ ?"

   "ଯାହା କହିଲେ ଠିକ୍ କଥା । ହେଲେ ଫୁଲ ଗୁଡିକର ଅପଚୟ ମୁଁ ପସନ୍ଦ କରେ ନାହିଁ। ଫୁଲ ଠାକୁରଙ୍କ ଶିର ରେ ଚଢିବା ଆଉ ଗଣିକା କି ନେତା ମନ୍ତ୍ରୀ ଙ୍କ ବେକରେ ହାର ହେବା ଏକା କଥା ନୁହେଁ। ଏହା କଲେ ଫୁଲ ର ଅପମାନ ହୁଏ।" 

  " ଏଇ ନର୍ସେରି ର ପ୍ରଚାର ପ୍ରସାର କେମିତି ହେବ ?"

  ମଣିଆ ମାଳି ଅତି ଉତ୍ସାହ ରେ କହିଲା" ଆମର ଫୁଲ ଫୁଟେଇବା ଦରକାର ଆଉ ବଡ ବଡ ସାଇନ୍ ବୋର୍ଡ ରେ ଠିକଣା ଲେଖି ପ୍ରଚାର କରିବେ ' ଏଠାରେ ପାଇକାରି ରେଟ୍ ରେ ଫୁଲ ମିଳେ ' । ତାପରେ ଦେଖନ୍ତୁ କେତେ ବେପାରୀ କେଶୁରା ରେ ରୁଣ୍ଡ ହେଉଛନ୍ତି । ଆମର ଲାଭ ଠାରୁ ସେମାନଙ୍କ ଲାଭ ଦି'ଗୁଣ। କେତେ ବାଙ୍କରେ ଫୁଲ ଯାଇ 

 ଫ୍ଲାଟ୍ ମାନଙ୍କ ରେ ପହଞ୍ଚେ । ମୂଳ ବ୍ୟବସାୟ ଆରମ୍ଭ ହେବ ଆମ ନର୍ସେରି ରୁ, ଆଉଶେଷ ହେବ ଘର ଘର ଫୁଲ ବିକ୍ରି ରେ, ତୋରଣ ସଜାରେ,ଆଉ ଯେତେ ସବୁ ପୂଜା ପାର୍ବଣ ରେ। ଅନ୍ୟ ବିଭାଗ ର ଖର୍ଚ୍ଚ ଆପଣ ଫୁଲ ଲାଭରେ ହୋଇଯିବ "

   " କେଉଁ କେଉଁ ଫୁଲ ଗଛ ଲଗେଇବା ?" ପଚାରିଲେ ଧୀର ବାବୁ ।

  " ଟଗର, ମନ୍ଦାର, କେତକୀ,ଗେଣ୍ଡୁ, ରଜନୀ ଗନ୍ଧା, ଗୋଲାପ, କନିଅର,ହରଗୌରା .... । ବାହାଘର ରେ ରଜନୀ ଗନ୍ଧା ଵେଶି ବିକ୍ରି ହେବ।ପୋଖରୀ ରେ ପଦ୍ମ,କଇଁ ବି ଉଚ୍ଚା ରେଟ୍ ରେ ବିକ୍ରି ହେବ ।"

    " ପ୍ରକୃତରେ ତମର ବେପାର ଆଇଡିଆ କମ ନୁହେଁ। ମୁଁ ଅନ୍ୟ ବିଭାଗ ଦେଖୁଛି ତମର ନର୍ସେରି ଦାୟିତ୍ଵ।ପ୍ରତି ଦିନ ଯେତେ ଲୋକ ଲାଗିବେ ତା'ର ହିସାବ ମୋତେ ଦେଲେ ମୁଁ ପେମେଣ୍ଟ୍ କରିଦେବି ।"

  " ଏଠି ବାହାର ଲୋକ କେହି କାମ କରିବା ଦରକାର ନାହିଁ। ମୋ ପରିବାର ଏଠି ରହି ,ଦିନ ରାତି ଖଟିବେ । ମୋର ଆଉ କାହାର କାମ ପସନ୍ଦ ହେବନି। ସେଇ ମଜୁରି ମୋତେ ଦେଇ ଦେବେ ।"

    " ତମ ପରିବାର ର କେତେଜଣ ସଦସ୍ୟ?"

   " ମୁଁ, ମୋ ସ୍ତ୍ରୀ ,ଦୁଇଟି ଝିଅ। ବଡ ଝିଅ ମେସିନ୍ ପରି କାମ କରେ। ଆମେ ଦି'ପ୍ରାଣୀ ଥକି ଯାଉ କିନ୍ତୁ ସେ ପାତଳୀ , ଟିଏ ହେଲେବି ହାତ ବହୁତ ଫୁର୍ତ୍ତି। ପାଞ୍ଚ ଜଣ ମର୍ଦ ଙ୍କୁ ଥକେଇ ଦେବ।"

    " ଠିକ ଅଛି ମୁଁ ତୁମ କଥାରେ ରାଜି । ଏଵେ କ'ଣ କରିବାକୁ ହେବ କୁହ।" 

   " ମାଟି, ସବୁଜ ସାର, ଚାରା ,ମୋତେ ଆଣି ଯୋଗେଇ ଦେବେ ତା'ପର କଥା ମୁଁ ବୁଝିବି।" କହିଲା ମଣିଆ। 

   " ନା ନା ସେ ସବୁ ଝାମେଲା ମୁଁ ବୁଝି ପାରିବିନି। । କିନ୍ତୁ ମାଟି ଏଇ ସାତ ଏକର ବିଶିଷ୍ଟ ଜମିରେ ନାହିଁ ନା ଚାରା ରୋପଣ ତମେ କରି ପାରିବନି ? କେବଳ ଖତ ଦରକାର ।"

   ନା", ଏଇ ମାଟି କୁ ଫୁଲ ଗଛପୋଯୋଗି କରିବା ପାଇଁ ଏବଂ ଚାରା ରୋପଣ କରିବାରେ ବହୁତ ସମୟ ଲାଗିବ । ବେଟର୍ ହେବ ଅନ୍ୟ କେଉଁ ନର୍ସେରି ରୁ ଚାରା ଆଣିବା। ଆପଣଙ୍କ ସାଥିରେ ମୁଁ ଯିବି ।ନହେଲେ ଆପଣଙ୍କୁ କିଏ ଠକେଇ ଦେବ। ଆପଣ ଚିନ୍ତା କରନ୍ତୁ ନାହିଁ ମୁଁ ସବୁ ଯୋଗାଡ଼ କରି ନେବି ।"

   ଏଥର ମଣିଆ କାମରେ ଲାଗି ପଡେ । ମାତ୍ର କେଇ ମାସ ଭିତରେ ମାଟିକୁ ଓଲଟ ପାଲଟ କରି, ଖତ ମିଶେଇ ସମାନ କରି ବା ବେଳକୁ ଧୀର ବାବୁ ନଳ କୂପ ଖୋଳି ସାରିଲେଣି ।ୟାପରେ ଚାରା ରୋପଣ  ଦୁଇ ଏକର ବିଶିଷ୍ଟ ଏଇ ନର୍ସେରି ରେ ।

   ଧୀର ବାବୁ ଅନ୍ୟ ବିଭାଗ ମାନଙ୍କରେ କାମ ତଦାରଖ କରିବା ସମୟ ରେ କଦବା ତାଙ୍କ ନର୍ସେରି ଭିତର କୁ ପଶି ଆସି ଦେଖନ୍ତି ଅସହ୍ୟ ଗରମ କୁ ଖାତିର ନକରି ବାପ ,ମା' ଝିଅ ଫୁଲଗଛ ଗୁଡ଼ିକ ର ସେବା କରି ଚାଲିଛନ୍ତି। ବଡ ଝିଅ ଟି ତାଙ୍କୁ ଦେଖି ଓଠ କାମୁଡି ହସେ। ଲାଜକୁଳି ଲତା ପରି ଝାଉଁଳି ଯାଏ ଲଜ୍ଜା ରେ। ଶ୍ୟାମଳୀ ହେଲେ ବି ଅନୁପମା । ଥରେ ଦେଖିଲେ ତା' ପାଖରେ ଆଖି ଅଟକି ଯାଏ । ଅବିବାହିତ ଧୀର ବାବୁ ତାକୁ ଦେଖି ଶିହରିତ ହୁଅନ୍ତି। ଏମିତି କ'ଣ ତା' ଭିତରେ ଅଛି କି ତାଙ୍କ ମନ-ମୀନ କୁ ଆକର୍ଷି ଧରୁଛି ! ତାକୁ ବାରମ୍ବାର ଦେଖିବା ପାଇଁ ଇଚ୍ଛା ହେଉଛି!!   ତା' ପାଇଁ କାହିଁକି ସେ ଉନ୍ମାଦିତ ହେଉଛନ୍ତି! 

       ପ୍ରତ୍ୟେକ ଦିନ ସେ ମାଳୀ ର କାମ ତଦାରଖ କରିବା ଆଳ ରେ ସେଠାରେ ପହଞ୍ଚନ୍ତି । ଯେଉଁ ଦିନ ତା'ର ଦେଖା ପାଆନ୍ତି ନାହିଁ,ମଣିଆ କୂ ପଚାରନ୍ତି,"ଆଜି 'ଖୁସି' ର ଦେଖା ନାହିଁ!"

   ମଣିଆ ଖୁସି ରେ ଗଦଗଦ ହୋଇ ଯାଏ। କେତେ ବଡଲୋକ ସାମାନ୍ୟ ମାଳି ର ଝିଅ ପ୍ରତି ଏତେ ସ୍ନେହ,ଏତେ ମମତା ! ସେ କ୍ଷଣକ ପାଇଁ ଆନମନା ହୋଇଯାଏ ।

   "କ'ଣ ପଚାରିଲି ପରା ?"

"ଏବେ ସନ୍ଧ୍ୟା ହୋଇ ଗଲାଣି ତ ସେ କଲେଜ ଯାଇଥିବ ।" 

  "ସେ କଲେଜ ରେ ପଢ଼େ!"

  " ଆଜ୍ଞା।ସେ ନାଇଟ୍ ସିଫଟ୍ ରେ ପାଖ କଲେଜରେ ପଢେ। ତା'ର ପାଠ ପଢାରେ କେବେ ଅବହେଳା କରେ ନାହିଁ। ସବୁବେଳେ ଶ୍ରେଣୀ ରେ ଫାଷ୍ଟ ହୁଏ । ସେଥିଲାଗି ସେ ସ୍କଲାରସିପ୍ ପାଏ। ଦିନରେ ଆମ ସହିତ କାମ କରେ ଆଉ ଯୋଉ ପଇସା ଇନକମ୍ କରେ ସେଥିରେ ବହି ପତ୍ର ଆଉ ପୋଷାକ ପରିଚ୍ଛଦ, ଟିଫିନ୍ କିଣି ଖାଏ । ଆମକୁ ତା' ଖର୍ଚ୍ଚ ବୂଝିବାକୁ ପଡେ ନାହିଁ। ତା'ର ଇଚ୍ଛା ମେଡିକାଲ୍ ପଢିବ । ହେଲେ ଏତେ ଟଂକା ଆସିବ କଉଠୁ ?"

   " ତୁମର ଚିନ୍ତା କରିଵା ଦରକାର ନାହିଁ, ସେକଥା ମୁଁ ବୁଝିବି।"

  ଅଶ୍ରୁ ଛଳ ଛଳ ହୋଇ ମଣିଆ କହିଲା,"ଆପଣ ମଣିଷ ନୁହଁନ୍ତି ଦେବତା । କିନ୍ତୁ ଏତେ ଟଙ୍କା ସୁଝିବି କେମିତି ?"

  "ଓହୋ, ତମେ ପିଠା ଖାଇବ, ବିନ୍ଧ ଗଣିବା କ'ଣ ଦରକାର ?"

  "ପ୍ଲସ ଟୁ ସାଇନ୍ସ ରେ କେତେ ମାର୍କ ରଖିଛି ସିଏ ?"

  ଠିକ୍ ସେତିକିବେଳେ ଖୁସି ପହଞ୍ଚି ଗଲା ।

   ମଣିଆ ପଚାରିଲା , "ଆଜି କଲେଜ ଗଲୁନିକି ?"

  ଧୀର ବାବୁଙ୍କୁ ସଲ୍ଲଜ ନୟନ ରେ  ଚାହିଁ ଦେଇ ମୁଣ୍ଡ ଅବନତ କରି, ପାଦ ଆଙ୍ଗୁଠି ରେ ଭୂମି ରେ ଗାର ଟାଣୁ ଟାଣୁ  କହିଲା ," ଆଜି ଜଣେ ଅଧ୍ୟାପକ ଙ୍କ ର ହାର୍ଟ ଆଟାକ୍ ରେ ଅପମୃତ୍ୟୁ ହେବାରୁ କଲେଜ ସସପେଣ୍ଡ କରିଦିଆଗଲା । ମୋର ଜଣେ ସାଙ୍ଗ ଫୋନ କରି ମୋତେ କହିବାରୁ ମୁଁ କଲେଜ ଗଲିନି।"

   ଏତିକି କହିଦେଇ ପାଇପ ଟା ଧରି ଫୁଲ ଗଛରେ ପାଣି ଦେବାକୁ ଲାଗିଲା ।

  ଧୀର ବାବୁ ତାକୁ ଡାକିଲେ । ସେ ତାଙ୍କ ପାଖକୁ ଆସିବ ନ ଆସିବ ଦ୍ଵନ୍ଦ ଭିତରେ ଛଟପଟ ହେଉଥାଏ । ଛାତି ଧକ୍ ଧକ୍ ହେଉଥାଏ । ନିଶ୍ଵାସ ବଳି ପଡୁଥାଏ। ଇଏ କ'ଣ ତା'ର ହେଉଚି ! ଏ ସବୁ ର ଲକ୍ଷଣ ,ଉତ୍କଣ୍ଠା ତ ! ନା ନା ନା _ ବାମନ ର ଚନ୍ଦ୍ର ଧରିବାର ସ୍ବପ୍ନ ! ......

  ସେ କେତେବେଳେ ଆସି ତାଙ୍କ ପାଖରେ ପହଞ୍ଚି ଗଲାଣି! ସେ ଗୋଟାମିତି ଥରୁ ଥାଏ । 

  " ଶୁଣୁ ଖୁସି, ମେଡିକାଲ୍ ପଢ଼ିବୁ ପରା ? ଏଣିକି କୋଚି° ନେବା ଆରମ୍ଭ କରିଦେ । ଏଣ୍ଟ୍ରନସ୍ ରେ ପାଇ ଗଲେ ବୁର୍ଲା ହେଉ କି ଏସ ସି ବି ରେ ପଢିବୁ ।"

  ମେଘ ହୀନ ଆକାଶ ରୁ ସତେବା  ଟପ୍ ଟପ୍ ବର୍ଷା

 ଝରୁଥିଲା ! ସେ ଉପରକୁ ଚାହିଁଲା। ଶୀତାର୍ତ୍ତ ବିହଙ୍ଗ ମାନେ ଡେଣା ଝାଡି ଝାଡି ଉଡି ଯାଉଥିଲେ । 

  ଖୁସି ର ଅବ୍ୟକ୍ତ ଖୁସି 

  ପାଖୁଡା ରୁ ପାଖୁଡା କୁ ଛୁଇଁ ଯାଉଥିଲା । କେତେବେଳେ ସେ ଗୋଲାପ କଢି କୁ ଚୁମୁ ଥିଲା ତ ଆଉ କେତେବେଳେ ରଜନୀଗନ୍ଧା ର ସ୍ତବକ କୁ। 

  ସମୟ କଡ ଲେଉଟେଉଥିଲା । ପୂର୍ଣ୍ଣ ଯୌବନା ଫୁଲଟିଏ ପରି ଖୁସି ଏ ଭିତରେ ଯେତିକି ଫଗୁଣ ଅତିକ୍ରମ କରୁଥିଲା ସେତିକି ନିକଟତର ହେଉଥିଲା ଧୀର ବାବୁ ଙ୍କ ସହିତ। ଆଉ ସେତିକି ଟି ଗୋଲାପ କଳିକା ତାଙ୍କୁ ସେ ଉପହାର ଦେଇ ସାରିଲାଣି ।

  ଫୁଲ ମାନଙ୍କୁ ସେ ଚୁପି ଚୁପି କହେ , "ଜାଣିଚ ସିଏ ଆଜି ମତେ କହୁଥିଲେ ତୁମ ପରି ସୁନ୍ଦର ଫୁଲ ଟିଏ ପାଇବା ପାଇଁ ମୁଁ କେତେ ବିନିଦ୍ର ରଜନୀ କଟେଇଛି? ମୋ ଜୀବନ ମରୁଦ୍ୟାନ ରେ ତମେ ଅକୃପଣ ଭାବରେ ଜଳ ସିଞ୍ଚନ କରିଛ ?  ମୁଁ ଯଦି ତାଙ୍କ ଅଗଣା ରେ ଫୁଲ ହୋଇ ଫୁଟନ୍ତି ସେ ତାଙ୍କ ଆଙ୍ଗୁଠି ପରଶ ପାଇ ମତେ କୁତାର୍ଥ କରନ୍ତେ!"

  



   "ସତରେ ସେ ମତେ ଏତେ ଭଲ ପାଆନ୍ତି ! ମତେ  ଡାକ୍ତର କରିବା ପାଇଁ କେତେ ସାରା ଟାହି ଟାପରା ସହିଚନ୍ତି ଜାଣିଚ ? ମୁଁ ତାଙ୍କର ନ ହୋଇ କାହାର ହେବି ?"

  କିନ୍ତୁ ଅଦିନ ରେ କୁହୁଡି ମାଡିଆସି ସେଇ ଗୋଲାପ କଳି ଟିକୁ ନଷ୍ଟ କରି ଦେଇ ଥିଲା .....!

  ଖିସିରେ ଆତ୍ମହରା ହୋଇ ଧୀରବାବୁ ଖୁସି ରେ ଧାଇଁ ଆସିଥିଲେ ଖୁସି ହାତରେ ତା'ର ନିଯୁକ୍ତି ପତ୍ର ନେଇ । କିନ୍ତୁ ଖୁସି କାହିଁ ? ଚାରିଆଡେ ଖୋଜିଲେ କହାକୁ ପାଇଲେ ନାହିଁ । ଆହୁରି ଆଗକୁ ଗଲେ ଫୁଲର ସହର କୁ, ଯୋଉଠି ବିପଣି ରେ ଗୋଲାପ ଫୁଲର ପସରା  ମୁଲଉଛନ୍ତି ଭ୍ରମର ମାନେ । ସେ ପାଖକୁ ଯାଇ ଦେଖିଲେ , ଖୁସିର ବାପା ମା' ଦି'ଜଣ ତା'ର ସଂଜ୍ଞାହୀନ ଶରୀର ଉପରେ ମୁଣ୍ଡ କୋଡୁଛନ୍ତି । ବୃନ୍ତ ଚ୍ୟୂତ ଗୋଲାପ ଟିଏ ପରି ଖୁସି ତଳେ ପଡିଛି । ପାଟିରୁ ଫେଣ ବାହାରୁଛି । ଶତ ଶତ ଗୋଲାପ ପାଖୁଡା ତା'ର ପ୍ରାଣହୀନ ଶରୀର ଉପରେ ଅଜାଡି ହୋଇ ପଡିଛନ୍ତି। ଏ କଣ ହେଲା ଖୁସିର! ତାଙ୍କ ମନକୁ ପାପ ଛୁଉଁଥିଲା । ସେ କ'ଣ ବିଷ ଖାଇ ଦେଇଛି ! ନା ସେ ଏପରି କରି ପାରେନା । ଆହୁରି ପାଖକୁ ଯାଇ ସେ ନିରୀକ୍ଷଣ କଲେ ଆପାଦ ମସ୍ତକ । ହାତରେ ଧରିଥିଲା ଗୋଲାପ ଫୁଲ ର ମାଳ ଟିଏ । ତଥାପି ତ' ମୁହଁ ରେ ହସ ଚହଟୁ ଥିଲା । ଏ ଗୋଲପ ମାଳ ଟି କାହା ପାଇଁ ଗୁନ୍ଥି ଥିଲା ? ତା' ପ୍ରିୟତମ ପାଇଁ ! ମାଳଟି ଗଳାର ଲମ୍ବେଇ ଦେଇ କହିଥାଆନ୍ତା ,"ଏ ଦାସୀ କୁ ତମ  ପାଦତଳେ ଆଶ୍ରୟ ଦିଅ !"

   ସେ ସଜ୍ଞାନ କୁ ଫେରି ଦେଖିଲେ ,ତା' ପାଦର

 ଉପରି ଭାଗରେ ଦୁଇଟି ଚିହ୍ନ ସ୍ପଷ୍ଟ ଦିଶୁଥିଲା । ଖୁସି ତାହେଲେ ସାପ କାମୁଡାରେ ......

  ତା' ଉପରେ ଲୋଟିପଡି ସେ ଅଶ୍ରୁ ତର୍ପଣ କରୁଥିଲେ। ଅଦୂର ଆମ୍ବ ଗଛ ଶାଖାରୁ କୋଇଲି ର  କ୍ଳେଶ ମିଶ୍ରିତ କୁହୁ ସ୍ବର ଶୁଭି ଯାଉଥିଲା। 



Rate this content
Log in

Similar oriya story from Fantasy