Bhagirathi Mohanty

Romance Fantasy Others

4  

Bhagirathi Mohanty

Romance Fantasy Others

ଶୁଖିଲା ଫୁଲ

ଶୁଖିଲା ଫୁଲ

5 mins
14



ଲଫାପା ଗୁଡିକ ଭିତରେ ଥାଇ ବରୁଣ କୁ ବଞ୍ଚିବାର ପ୍ରେରଣା ଦେଉଥିଲା ଅଗଣିତ ଶୁଖିଲା ଫୁଲ ପାଖୁଡା ।  ନିଖୁଣ ସ୍ନେହ , ପ୍ରେମ ଓ ଶୁଭେଚ୍ଛା ର ପ୍ରତୀକ ଏଇ ଶୁଷ୍କ  ଫୁଲ ପାଖୁଡା ଗୁଡିକରେ ନିକିତା  ତା'ର ଅଜସ୍ର ପ୍ରେମ ଢାଳି ଦେଇଥିବାରୁ ଏସବୁ ଜୀବନ୍ତ ଲାଗେ। ପ୍ରତି ମାସ ଫୁଲଟିଏ ପଠାଏ ନିକିତା। ।  ତା'ମନ ପରି ସ୍ବଚ୍ଛ ,ନିର୍ମଳ ଓ ଅନାବିଳ ର ରଙ୍ଗ ବୋଳା ଯାଇଥାଏ ଏଇ ଶୁଖିଲା ଫଲ ପାଖୁଡା ଗୁଡିକରେ ।

   ନିକିତା ଠାରୁ ବରୁଣ କୋଡିଏ ବର୍ଷ ରୁ କମ୍ ବଡ ନୁହେଁ। ତା' ସହିତ ଦେଖା ହୋଇଥିଲା ତା'ର ଜଣେ ଦୂର ସମ୍ପର୍କିତ ମାମୁ ପୁଅ ଭାଇ ର ବିବାହ ଉତ୍ସବ ରେ। 'ପାଣିଟୋପେ ଦିଅ' 'ପାଣି ଟୋପେ ଦିଅ' ର ଆକୁଳ ଆବେଦନ ଯେତେବେଳେ କେହି ଶୁଣୁ ନଥିଲେ ଅଚଳ ହୋଇ ଯାଇଥିବା ଟିଉଏଲ ତା'ର ପ୍ରଚଣ୍ଡ ହାତ ଚାପରେ ବାଧ୍ୟ ହୋଇ ଯାଇଥିଲା ଗୋଟିଏ ବୋତଲ ପାଣି ଦେବା ପାଇଁ।ସେତବେଳକୁ ତା'ର ସର୍ବାଙ୍ଗ ସ୍ବେଦମୟ । 

   "ନିଅ, ପାଣି ନିଅ" ର ସ୍ନେହ ଛଳ ଛଳ ଡାକ ଶୁଣି ସେ ଚାହିଁଲା ବେଳକୁ ହାତରେ ପାଣି ବୋତଲ ଧରି ତା'ଆଗରେ ଦେବୀ ମାଆ ଟିଏ ପରି ଠିଆ ହୋଇଛି ଅପରୂପା ନିକିତା।

  "ତୁ କେମିତି ଜାଣିଲୁ ମତେ ପ୍ରବଳ ଶୋଷ?" ପଚାରିବା ପୂର୍ବରୁ ସେଇ ପାଣି ବୋତଲ ଟି ଉପରକୁ ଟେକି ପିଇ ଢକ୍ ଢକ୍ ପିଇ ଯାଇଥିଲା ବରୁଣ।

    " ଆପଣଙ୍କ ଶୋଷ ପ୍ରବଳ ବୋଲି ଆପଣଙ୍କର ପାଣି ପାଇଁ ବିକଳ ଚିତ୍କାର ରୁ ମୁଁ ଜାଣି ପାରିଥିଲି । ତେଣୁ ଆପଣଙ୍କୁ ଆଗ ପାଣି ଦେଲି" । ଗୋରୀ,ଡେଙ୍ଗୀ ନିକିତା କହିଲା ।

   "ତୁମ ନାଁ ନିକିତା ନା?

   ତମକୁ ସମସ୍ତେ ଏଇ ନାଁ ରେ ଡାକୁଛନ୍ତି। ତମେ କ'ଣ ପାଣି ଯୋଗାଇବା ଦାୟିତ୍ବ ରେ ଅଛ?"

    ‌"ହଁ, ଏଇ ଦାୟିତ୍ଵ ଟି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ମାଂସ ବାଢୁଥିବା ଲୋକ ର ବେଶି ଆଦର ଥିଲେବି , 'ପାଣି ପାଣି' ଚିତ୍କାର କରନ୍ତି ଉଚ୍ଚ କାଲୋରି ଯୁକ୍ତ ମସଲା ରେ କଷା ହୋଇଥିବା ପଶୁ ମାଂସ ଖାଇ। ଦେଖନ୍ତୁ ଦାଣ୍ଡ ରେ ବସି ଏଇ ନିମନ୍ତ୍ରିତ ଅତିଥି ମାନେ କେମିତି ଖୁସିରେ ଖାଉଛନ୍ତି। ଏମାନେ ସମସ୍ତେ ବିଭିନ୍ନ ରୋଗରେ ପୀଡିତ ହୁଅନ୍ତି ଏଇ ପାଣି ପାଇଁ।"

  "ତମେ କ'ଣ ବିଶୁଦ୍ଧ ପାଣି ଯୋଗାଣ ଯୋଜନା ପାଇଁ ସଂଗ୍ରାମ ଡାକରା ଦେଉଛ?"

    ହଁ ,ସରକାର ଏବେ ସୁଦ୍ଧା ବି ଗାଁ ଗହଳି ମାନଙ୍କରେ ରହୁଥିବା ଲୋକ ମାନଙ୍କୁ ବିଶୁଦ୍ଧ ପାଣି ଯୋଗେଇ ଦେବାର ପ୍ରତିଶୃତି ପାଳନ କରିପାରି ନାହାନ୍ତି। ଏଇ ପାଣି ସର୍ବ ରୋଗ ବାହକ । ବିଶେଷତଃ ବର୍ଷାଦିନ ରେ ଦୂଷିତ ପାଣି ପିଇ ହଇଜା ପରି ସଂକ୍ରାମକ ରୋଗ ରେ ବହୁ ସଂଖ୍ୟକ ଲୋକଙ୍କର ପ୍ରାଣ ହାନୀ ଘଟୁଛି।"

   କିଏ ଏଇ ତନୁ ପାତଳୀ ! କେତେ ବୟସ ହେବ ଅବା _ ଶତର କି ଅଠର। ଅନର୍ଗଳ କହି ଚାଲିଛି ପାଣିର ବ୍ୟବହାର ସମ୍ପର୍କ ରେ !

   ସେ ଚାଲି ଯାଉଥିଲା ।ତାକୁ ସେ ପଛରୁ ଡାକି କହିଲା ," ଶୁଣ।"

  ହସି ହସି ଫେରିଆସି ପଚାରିଲା ନିକିତା,"ମତେ କ'ଣ ଦରକାର ପଡିଲା କି ? ସିଆଡେ 'ପାଣି ପାଣି' ଚିତ୍କାର କଲେଣି। ବ୍ରିସଲେରି ବୋତଲ ସବୁ ସରି ଗଲାଣି , କଉଠୁ ପାଣି ଆଣିବେ କେଜାଣି ? ଆଉ ଜଣେ କେହି ଟିଉବୱଲ ଯାକିଲେ ହୁଅନ୍ତାନି 

    "ତୋ ବିଷୟରେ ଜାଣିବାର ଆକାଙ୍କ୍ଷା କୁ ଦମନ କରି ପାରୁ ନାହିଁ।"

  ହସକୁରୀ ନିକିତା କହିଲା,"ମୁଁ ଆପଣଙ୍କ ପରି ଜଣେ ନିମନ୍ତ୍ରିତ ଅତିଥି। ଯାହାର ବାହାଘର ସେ ମୋ ମାମୁଙ୍କର ପୁଅ। "

   କିଛି କ୍ଷଣ ନିରବତା ପରେ ବରୁଣ ପଚାରିଲା,"ତମେ ପାଠ ପଢ କଉଠି?"

   "ବି .ଜେ.ବି.ରେ ଥାର୍ଡ ଇୟର୍ ଇଂରାଜୀ ଅନର୍ସ ।"

 "ବୟସ ତୁଳନାରେ ତମେ ଖୁବ୍ ସ୍ମାର୍ଟ । ମେଚିୟୋର। ବିଦୁଷି ।ଜ୍ଞାନି । ଏତେ ଜ୍ଞାନ ର ଅଧିକାରିଣୀ ହୋଇ ପାରିଛ କେମିତି । ନାଇଁ ଆଜ୍ଞା ମୁଁ ଜ୍ଞାନି ନୁହେଁ। ପିଲା ଦିନରୁ ବହି ପଢିବାର ସ୍ପୃହା ମୋ ପିଉସୀ ମା' ବଢେଇ ଦେଇଥିଲେ । ତାଙ୍କର ପୁରାତନ ସାହିତ୍ୟ ରେ ଗଭୀର ଜ୍ଞାନ ଥିଲା । ବୈଦେହୀଶ ବିଳାସ, ରସ ପଞ୍ଚକ,ପ୍ରେମ ସୁଧାନିଧି,ବିଦଗଧ୍  ଚିନ୍ତାମଣି,ନାମ ରତ୍ନ ଗୀତା ତାଙ୍କ ମୁହଁ ରେ ଥିଲା।କଲେଜ୍ ରେ ପଢିବା ବେଳକୁ ଲାଇବ୍ରେରୀ ରୁ ବହି ନେଇ ପଢିଲି। ଆପଣ ବିଶ୍ଵାସ କରିବେକି ନାହିଁ ପୁସ୍ତକ ମେଳା ମାନଙ୍କରେ ଛିଡା ହୋଇ ହୋଇ ବହୁତ ବହି ପଢି ଦେଉଥିଲି। ଆପଣଙ୍କୁ କ'ଣ ବହି ପଢିବାକୁ ଭଲ ଲାଗେନି? ଆପଣଙ୍କ ଖାଲି ସମୟ କେମିତି କଟେ_ ବହି ପଢା ନା ଟି.ଭି. ଦେଖାରେ। ଆପଣଙ୍କ ମିସେସ୍ ବି ବହି ପଢିବାକୁ ଭଲ ଲାଗେନି? ବହି ପଢିବାର ସନ୍ତୁଷ୍ଟି କ'ଣ ଟି.ଭି. ଦେଖାରେ ଥାଏ?"

  ଏକାବେଳେକେ ଏତେ ଗୁଡାଏ ପ୍ରଶ୍ନ ର ଉତ୍ତର ବରୁଣ ଗୋଟିଏ ଲାଇନ୍ ରେ ଦେଇଥିଲା।

   "ମୁ୍ଁ ବହି ପଢେନି କି ବିବାହ କରିନି।"

   "ଆପଣଙ୍କୁ ଛତିଶ ଶଇଁତରିଶ ହେବ ନା ? ବାହା ହୋଇ ନାହାନ୍ତି କାହିଁକି? କନିଆଁ ପସନ୍ଦ ହେଉନି ?"

   "ୟାର ବହୁତ ସାହସ, ମୋ ବ୍ୟକ୍ତିଗତ ଜୀବନ ରେ ହସ୍ତକ୍ଷେପ କଲାଣି !" ଭାବୁଥିଲା ବରୁଣ। ଉତ୍ତର ଦରକାର ତା'ର!

   "ବାହା ହେବା ପାଇଁ ସମୟ ପାଇନି" କହି ତାକୁ ହସେଇ ବାକୁ ଚେଷ୍ଟା କଲା । ହଁ ସିଏ ହସିଲା । ଲାଜ ରେ ତା' ଓଠ ପାଚିଲା ଆପୁଲ୍ ପରି ଲାଲ ହୋଇ ଗଲା । ସେ ଟିଉବୱଲ ପାଖକୁ ଯାଉ ଯାଉ କହିଲା ,"ଆପଣ କୁଆଡେ ଯିବେନି ଥିବେ ,ମୁଁ ଗଲି ଆଉ ଆଇଲି। ।" 

   ଅଧ ଘଣ୍ଟାଏ ରୁ ବେଶୀ ହୋଇଗଲା ସେ ଆଉ ଫେରିଲାନି ।ସେ କାର୍ ଭିତର କୁ ଯିବାବେଳେ ଦେଖିଲା ଲାଲ ଗୋଲାପ ଟିଏ ଧୂଳି ଧୂସରିତ ଗାଁ ଦାଣ୍ଡରେ ପଡିଛି । ସେଇଟିକୁ ଉଠେଇ ଆଣି କୋଟ ପକେଟ୍ ରେ ରଖିଲା ସେ। ଏ ଫୁଲଟି ଏଠି କିଏ କାହିଁକି ପକେଇଛି ! ନିକିତା ହାତରୁ ଖସି ପଡି ନାହିଁ ତ ! କ'ଣ ଭାବି ସେ ତଳକୁ ଆସି,କାର୍ ଲକ୍ କରି ଭିଡ ଭିତରେ ନିକିତା କୁ ଖୋଜିଲା । କାଇଁ ତା'ର ଦେଖା ନାହିଁ! ଅବଶୋଷ ଭରା ଏକ ଓଜନିଆ ହୃଦୟ ଧରି ସେ କାର୍ ଷ୍ଟାର୍ଟ କରି ନୂଆ ବୋହୂଟିଏ ମୁଣ୍ଡରେ ଶାଢୀ ଘୋଡେଇ ହେବା ପରି ଡାଳ ପତ୍ର ରେ ଘୋଡେଇ ହୋଇଥିବା ଗାଁ ଛାଡି ମୁଖ୍ୟ ରାସ୍ତା କୁ ଆସିଲା।

  କାର୍ ର ସ୍ପିଡ୍ ବଢେଇ ନୟାଗଡ ରୁ ଭୁବନେଶ୍ଵର ମୁହାଁ କରୁଥିଲା ସେ।ବେଳେ ବେଳେ ସେ ଚମକି ପଡି କାର୍ ର ଗତି କମ୍ କରି ଦେଉଥିଲା। ତାକୁ କିଏ ଡାକୁଛି କି,"ଆଜ୍ଞା ପଳେଇ ଯାଉଛନ୍ତି ନା ,ମୁଁ ରହିବା‌ ପାଇଁ କହିଥିଲି ପରା?"

    ଚାରିଆଡେ ଘନ ଘୋର ଅନ୍ଧକାର । ନିଶା ଗର୍କୁଛି।କେହି କୁଆଡେ ଦିଶୁନାହାନ୍ତି ! ନିକିତା ଏତେ ରାତିରେ ସୁନାଖଳା ରେ ଆସିବ କଉଠୁ!ନିଜ ଉପରେ ଚିଡି ଯାଉଥିଲା ସେ।ତା'ପାଇଁ ଏତେ ଭାବୁଚୁ କାହିଁକି !! ବିବାହ ବୟସ ବହୁତ ପଛରେ ଛାଡି ଦେଇ ଆସିଛି ସେ । ଯିଏ ସୁନ୍ଦରୀ ସିଏ ହୃଦୟହୀନା _ ଏଇ ଧାରଣା ତାକୁ କାବୁ କରି ରଖିଛି ଅକଟୋପାସ୍ ପରି। ଯେତେ ଝିଅ ଦେଖିଛି ତାକୁ ଲାଗେ ଇଏ ଗୋଟେ ମହାକାଳ ଫଳ।

   ନିକି ର ଚୁମ୍ବକୀୟ ଆକର୍ଷଣ ତା'ର ସୌନ୍ଦର୍ଯ୍ୟ ପାଇଁ ନୁହେଁ ପରନ୍ତୁ ତା'ର ଖୋଲା ପଣିଆ ପାଇ‍ଁ । ସୁନ୍ଦରତା ରୂପରେ ନ ଥାଏ ବରଂ ଯାହା ଠିକ୍ ତାହା କହିବାର ସତ୍ ସାହସ ରେ ଥାଏ। ପ୍ରତ୍ୟେକ ଦମ୍ପତି ଜୀବନ ଏହାରି ଉପରେ ଆଧାରିତ। ସିଏ ତାହା ନିକି ଠାରେ ଦେଖିଥିଲା । ସିଏ ତା' ପାଇଁ ଅପ୍ରାପ୍ତି କି ପ୍ରାପ୍ତି ଜାଣେନି କିନ୍ତୁ ତା' ବିନା ସେ ଅପୂର୍ଣ୍ଣ। ସେ ତାକୁ ସ୍ବପ୍ନ ରେ ସାଇତି ରଖିବ । ବୟସ୍କ ବରୁଣ ର ନିକି ଏକମାତ୍ର କାମ୍ୟ ।

  ସମୟ ଯେତିକି ଯେତିକି ଆଗକୁ ଦଉଡୁ ଥିଲା ନିକି ର ସ୍ମୃତି ସେତିକି ପ୍ରଗାଢ ହେଉଥିଲା।ପ୍ରବାହମାନ ସମୟ ନିକି କୁ ଭୁଲେଇ ଦେଇ ପାରି ନ ଥିଲା।

   ଦିନକରେ ସେ ଯେତେବେଳେ କୋଠା ଟିଏ ର ଇଣ୍ଟରଡିଜାଇନିଙ୍ଗ, କଣ୍ଟାକଟ୍ କରିବା ପାଇଁ ଘର ଲକ୍ କରି ତଳକୁ ଯିବା ପାଇଁ ପାହାଚ ରେ ପାଦ ଦଉଛି କୋରିଆର ଧରି ଜଣେ ପଚାରୁଛି,"ଆପଣ ବରୁଣ ମହାନ୍ତି?"

 "ହଁ କ'ଣ ହେଲା ?"

 "ଆପଣଙ୍କର ଗୋଟିଏ ପାର୍ସେଲ।"

 ଲଫାପା ଟି ତା' ହାତ କୁ ବଢେଇ ଦେଇ ସେ ଚାଲି ଯାଇଥିଲା। ସେ ଏପାଖ ସେପାଖ କରି ଲଫାପା ଟି ଦେଖିଲା । ପଠେଇ ଥିବା ପ୍ରେରକ ର ଠିକଣା ନାହିଁତ ! ସେ ତୁରନ୍ତ ଚାବି ଖୋଲି ଭିତର କୁ ଆସି ସୋଫାରେ ବସି ଲଫାପା ଟି ଖୋଲିଲା। ତା' ଭିତରେ ଥିଲା ଏକ ଶୁଖିଲା ଫୁଲ ଆଉ ଗୋଟେ , ଚଉତା ହୋଇଥିବା ସାଦା କାଗଜଟିଏ। ସେଥିରେ ଲେଖା ହୋଇଥିଲା 'ନିକି' ।

   ନିକି! 

 । ଦୌଲତବାଲା ବରୁଣ କୁ ମନେ ରଖିଛି ନିକି ! ମନେ ରଖିଛି ଗ୍ରୀଷ୍ମ ର ଝାଳ ବୁହା ରାତିରେ ଜଳ ଦାନ କରିଥିବା ପ୍ରୌଢ଼ ବରୁଣ କୁ !ତାକୁ ସେ ମନେ ରଖିଛି ଏତିକି ତା'ପାଇଁ ଯଥେଷ୍ଟ।

   ତାକୁ କଂଗ୍ରାଟ୍ କରିବା କୁ ତା'ଫୋନ୍ ନମ୍ବର୍ ନାହିଁ କି ଠିକଣା ନାହିଁ। ସେଇ ଦିନ ଠାରୁ ତା'ପାଖରୁ ସେ ଲଫାପା ରେ ଶୁଖିଲାଫୁଲ ଟିଏ କୋରିଆର ଠାରୁ ଗ୍ରହଣ କରି ସେଇ ଲଫାପା ଭିତରେ ସାଇତି ରଖେ। ପ୍ରତି ରାତି ରେ ବିଛଣାକୁ ଯିବା ପୂର୍ବରୁ ସେଇ ଶୁଖିଲା ଫୁଲ ଗୁଡିକୁ ଆଖି ଏବଂ ମନ ପୂରେଇ ଦେଖେ। ତାପରେ କେବଳ ନିକି କୁ ହିଁ ସ୍ବପ୍ନ ଦେଖେ । ତା'ର ଭଲ ପାଇବା ନିର୍ଭେଜାଲ ।

ହଠାତ୍ ଦିନେ ଭସା ମେଘ କଳା ମେଘ ହୋଇ ବର୍ଷି ଯାଇଥିଲା

  ଜଣେ ଦଲାଲ ର  ଜାଲ ରେ ଫସି ଯାଇ ଜାଲ୍ କାଗଜ ପତ୍ର ଦେଖେଇ କ୍ରେତା ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଆଣିଥିବା ଅପରାଧରେ ସେ ଯେଉଁ ଦିନ ଗିରଫ ହୋଇ ଜେଲ୍ ଗାଡିରେ ବସିଲା ତା'ର ମନେ ପଡି ଯାଇଥିଲା ତା'ପ୍ରେମ ଓ ପ୍ରଣୟ ର ପ୍ରତୀକ ସ୍ଵରୂପ ଶୁଖିଲାଫୁଲ ବ୍ୟାଗ୍ ଟି ସେ ଛାଡି ଦେଇ ଆସିଛି। ସେଇଟିକୁ ଆଣିବାକୁ ପୋଲିସ୍ କୁ ଅନୁରୋଧ କରିଥିଲା.. ସେ। ହାତକଡି ପିନ୍ଧି ସେ ତା'ଶୟନ କକ୍ଷରୁ ନେଇ ଆସିଥିଲା ଶୁଷ୍କ ଫୁଲ ର ବ୍ୟାଗ ଟି । ଚଲାପଥ ର ସାଥି ଟିଏ ହୋଇ ତାକୁ ଆଗକୁ ନେଇ ଯିବାର ପ୍ରେରଣା ଥିଲା ସେଗୁଡିକ ଭିତରେ। ପୋଲିସ୍ ବୋମା ଥାଇପାରେ ସନ୍ଦେହ ରେ ଖୋଲି ଦେଖିଲାବେଳକୁ ଲଫାପା ଗୁଡିକରେ ଶୁଖିଲା ଫୁଲ।

............ ...............


Rate this content
Log in

Similar oriya story from Romance