Bhagirathi Mohanty

Tragedy Inspirational Others

3  

Bhagirathi Mohanty

Tragedy Inspirational Others

ଶେଷ ଶିଖା

ଶେଷ ଶିଖା

5 mins
17


ଶେଷ ଶିଖା


ଯଶୋଧାରା ଛିଡା ହୋଇଥିଲା ନିର୍ଲିପ୍ତ ଭାବରେ। ଗଙ୍ଗା କୁଳିଆ ମାନେ ପଳେଇ ଯାଇଥିଲେ ,ମୁଢି ଚୁଡା କଦଳୀ ଦହି ସାଙ୍ଗରେ ଖଲି ରେ ଗୁଡ ମିଶେଇ ଖାଇବା ପାଇଁ। ସେ କିନ୍ତୁ ଶେଷ ଶିଖା ଲିଭିବା ଯାଏଁ ସେଠି  ପଥର ବୁକୁ ଚିରି ଝରଣା ବୋହି ଯିବା ପରି ତା'ଆଖି ରୁ ଅଶ୍ରୁ ଝରେଇ ଚାହିଁ ରହିଥିଲା ମୁଠେ ପାଉଁଶ ଆଣିବା ପାଇଁ। ଏଇ ମୁଠାକ ପାଉଁଶ ସେ ଯତ୍ନ ରେ ସାଇତି ରଖିବ ସାରା ଜୀବନ_ ଜୀବନର କ୍ଳାନ୍ତ ଓ ଅବସାଦ ମୁହୁର୍ତ୍ତ ରେ ସାହସ ଦେବା ପାଇଁ।  

 କିନ୍ତୁ ନିୟତି ର ନିର୍ଦ୍ଦେଶ ଥିଲା ଆଲଗା।

   ବାପାଙ୍କୁ ଛାଡି ତା'ର ଚିତ୍ର କଳା ର ଅଗ୍ରଗତି ପାଇଁ କେହି ଚାହୁଁ ନଥିଲେ ।

 ତା' ସାବତ ମା' ଓ ଭଉଣୀ ମାନେ ତା' ବିରୁଦ୍ଧରେ ହାତ ମିଳେଇ ଥିଲ। ଇର୍ଷା ଗୋଟିଏ ଭୂଖଣ୍ଡ ରେ ସୀମିତ ନୁହେଁ। ଏହି ସର୍ବ ବ୍ୟାପକ।

   ଚିତ୍ର କଳା ସହିତ ବନ୍ଧୁ ବାନ୍ଧିଥିବା  ଯଶୋଧାରା ପୃଥିବୀ ପରିକ୍ରମଣ କରୁଛି କି ଗୋଟିଏ ଜାଗାରେ ସ୍ଥିର ଜାଣିବାକୁ ତା'ର ଇଚ୍ଛା ନ ଥିଲା। ପ୍ରାଇମେରି ରେ ପଢିବା ଦିନ ଠାରୁ ପେନସିଲ୍ ଓ ପର-କଲମ ରେ : କଦଳୀ, ପିଜୁଳି, କମଳା,କଖାରୁ,ବୋଇତି କଖାରୁ ଛବି ଓ ମାଟିରେ ତିଆରି କରି ଥିବା ଗଣେଶ ସରସ୍ବତୀ ,ଶିବ ପାର୍ବତୀ ଙ୍କୁ କାନ୍ଥ ରେ ଆଙ୍କି ଅଟକେଇ ରଖିଥିଲା। ସେ ନୀଳ ନଭ ର ଛବି ଆଙ୍କିପାରେ। ଆଙ୍କିପାରେ ବି ଭସା ମେଘ ଏବଂ ମେଘ ଭର୍ତି ଆକାଶ ର ଛବି।ଦେଶ ବନ୍ଧୁ ଚିତ୍ତରଞ୍ଜନ , କେନ୍ଦୁଲୀ ର ଜୟଦେବ,ମହାକବି କାଳୀ ଦାସ , ଉତ୍କଳମଣି ଗୋପବନ୍ଧୁ ଓ ଓଡିଆ ଭାଷାର ସେନାପତି, ଫକୀରମୋହନ ଙ୍କ ଅବିକଳ ଚିତ୍ର। ତା' ପେନସିଲ୍ ର କିମିଆ ରେ କଙ୍କାଳ ସାର  ଶିଶୁର ଛବି ସହିତ ଅଶ୍ରୁଚ୍ଛଳ ମାଆ ବି ଜୀବନ୍ତ ହୋଇ ଉଠେ।  ଥିବାବେଳେ ଚିତ୍ର ଭିନ୍ନ ଆଉ ଜଣକୁ ଚିହ୍ନି ଥିଲା ଦୁଇ ଜଣଙ୍କୁ ଚିହ୍ନି ଥିଲା ସେ। ବାପା ଘନଶ୍ୟାମ ; ଅନ୍ୟ ଜଣକ ହେଲେ ସ୍ୱସ୍ତିକ ସାର୍_ ଲଳିତ କଳା ଏକାଡେମି ର ପ୍ରଫେସର ।ଗ ଏଇ ଦୁଇଜଣ ଯାକ ପ୍ରେରଣା ଦେଉଥିଲେ ଚିତ୍ର କଳା ଆଦର କରିବା ପାଇଁ _ପ୍ରୋତ୍ସାହନ ଅଭାବ ରୁ ମରି ମରି ଜୀଇଁ ରହିଥିବା ଏଇ ଚିତ୍ର କଳା ।

   ଘନଶ୍ୟାମ ଚାହୁଁଥିଲେ ଝିଅ କିଛି ଅଲଗା କରି ଦେଖଉ। ବାଲୁକା ଶିଳ୍ପି ସୁଦର୍ଶନ ପଟ୍ଟନାୟକ ,ବ୍ୟଙ୍ଗ ଚିତ୍ର ଶିଳ୍ପି ଅସୀମ ବସୁ 

 ପରି ବିଶାରଦ ହେଉ ଚିତ୍ର କଳାରେ। ସେଥିପାଇଁ ଅଭାବ ଅନାଟନ ରେ ଥାଇ ବି ତାକୁ ସେ ଧାର କରଜ କରି ବି ତାକୁ ସେ ଦେଉଥିଲେ। ଏହା ଥିଲା ତାଙ୍କର ପ୍ରାକ୍ ଦ୍ବିତୀୟ ବିବାହ ସମୟ ର କଥା। 

 ଯଶୋଧାରା ର ସାଙ୍ଗମାନେ ଭଲ ସ୍ଵାମୀ ଟିଏ ପାଇବା ପାଇଁ ଗୁଣ ନାସ୍ତି, ଗନ୍ଧହୀନ  କିଂଶୁକ ଫୁଲ ପରି ନିଜର ବେଶ ପରିପାଟୀ କୁ ସଜେଇ ରଖିଥିବା ବେଳେ ତା' ତୂଳୀ ସ୍ପର୍ଶ ରେ ତିଆରି ହେଉଥିଲେ, ରମ୍ଭା,ମେନକା ଙ୍କୁ ଟପି ଯିବା ପରି ଶତ ସୁନ୍ଦରୀ।

  ଘନଶ୍ୟାମ ବାବୁ କେ଼ବେ ବି ବିଚଳିତ ହୋଇନଥିଲେ ଝିଅର ବିଭାଘର ଲାଗି। ବିବାହ ପ୍ତସ୍ତୁତୀ ପର୍ବ ଝିଅ ମାନଙ୍କ ଚାକିରି ରୁ ଆରମ୍ଭ ବୋଲି ଏ ସମୟରେ ପିତା ମାତା ମାନେ ବିଶ୍ଵାସ କରନ୍ତି। କାଳି କୋତରୀ ଝିଅ ମାନେ ବି ଚାକିରି କରି ଥିବାରୁ ବିବାହ ପଶା ଖେଳରେ ଚାକିରି ବାଜିମାତ କରନ୍ତି। ନିମ୍ନ ମଧ୍ୟବିତ୍ତ ପରିବାର ରେ, ଜବ୍ କରଥିବା ପୁଅ ର ଦାମ୍ (କିରାଣି,ମାଷ୍ଟର,ଫରେଷ୍ଟ ଗାର୍ଡ, ଆର୍ . ଆଇ ) ବିବାହ ବଜାରରେ କିଛି କମ୍ ନୁହେଁ। ଡାକ୍ତର,ଇଂଜିନିୟର ରେ ତ ହାତ ମାରି ହେବ ନାହିଁ।

   ଲଳିତ କଳା ଏକାଡେମୀରୁ ଡିଗ୍ରୀ ହାସଲ କରି ଆର୍ଟ ଡିଜାଇନିଂ ପଢିବା ପାଇଁ ଦିଲ୍ଲୀ ଯିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଥିଲା ବାଧକ। ସେତେବେଳକୁ ଘନଶ୍ୟାମ ବାବୁ ଦ୍ବିତୀୟ ପତ୍ନୀ ଉମା ର କବଜା ରେ।କ'ଣ କରିବ ନ କରିବ ଦ୍ଵନ୍ଦ ଭିତରେ ଥିବାବେଳେ ସ୍ଵସ୍ତିକ ସାର୍ ପଚାରିଲେ ,"ୟା ପରେ କ'ଣ କରିବ ବୋଲି ଭାବୁଛ?"

   "କ'ଣ ଆଉ କରିବି?ଘରକୁ ପଳେଇବି। ଅବଶିଷ୍ଟ ଜୀବନ କାହାର ବାସନ ମାଜିବି।"

   ତା'ର ଉତ୍ତର ଶୁଣି ହତ ଚକିତ ହୋଇ ପଚାରିଲେ,"ଘରକୁ ପଳେଇବ! ନା, ତମେ ମୁମ୍ବାଇ ଯିବ ,ଆର୍ଟ ଡିଜାଇନଙ୍ଗ କରିବ। ତୁମ ଭଳିଆ କୃତି କଳାକାର ଆଉ କାହାର ବାସନ ବାଜିବ!ତୁମେ ମୁମ୍ବାଇ ଯିବା ପାଇଁ ରେଡି ହୁଅ।"

  "ସାର୍!"

 "ହଁ ଯାହା କହିଲି ତାହା କର । ବାକି ସବୁ କଥା ମୁଁ ବୁଝିବି।"

  ସ୍ଵସ୍ତିକ ସାର୍ ଏତେ ଉଦାର! ଏତେ ମହତାକାଙ୍କ୍ଷୀ !!  

   ସ୍ଵସ୍ତିକ ସାର୍ ଙ୍କ ଠାରୁ 

 ବିଦାୟ ନେଇ ମୁମ୍ବାଇ ଯିବାଵେଳେ

 ସେ କହିଥିଲା ," ସାର୍,ମୋ ଜୀବନ ରେ ଚିତ୍ର କଳା କୁ ଛାଡି ଦେଇ ମୁଁ ଯଦି ଆଉ କାହାକୁ ଭଲ ପାଏ ସେ ହେଉଛନ୍ତି ଆପଣ। ଦୁଃଖ କଷ୍ଟ ର ଜର୍ଜରିତ ହେଇ   ଯେତେବେଳେ ମୁଁ  ରାହା ସାହା ପାଉ ନଥିଲି ଆପଣ ମୋ ହାତ ଧରି ପାର କରି ଆଣିଥିଲେ, ସେଇ ଅନ୍ଧାରୁଆ ବାଟ ।

ମୁଁ ଜାଣିଛି ଆପଣ ମତେ ଅପେକ୍ଷା କରିବେନି ; ଆଉ କାହାର ହୋଇ ଯିବେ , ତଥାପି ନିମନ୍ତ୍ରଣ ପତ୍ର ଟିଏ ମୋ ଠିକଣା ରେ ପଠେଇଵେ ...."

   ଆଉ କିଛି କହି ପାରିଲାନି ସେ। ଆଖି ପୋଛି ପୋଛି ଅଟୋ ରେ ବସିଥିଲା ।

 କୋଣର୍କା ଏକ୍ସପ୍ରେସ ରେ ଦ୍ବିତୀୟ ଶ୍ରେଣୀ ଏ . ସି . ବରଥ୍ କୁ ଉଠିବା ପୂର୍ବ ରୁ କାହା ଡାକ ଶୁଣି ସେ ପଛ କୁ ଘୁରି ଚାହିଁଲା । ସ୍ଵସ୍ତିକ ସାର୍!ସେ ପ୍ଲାଟଫର୍ମ ରେ ଛିଡ଼ାହୋଇ ତାକୁ ବିଦାୟ ନଦେଇ ବଗି ଭିତର କୁ ଆସିଛନ୍ତି ! ସିଏ କ'ଣ ତାକୁ ଏତେ ଭଲ ପାଆନ୍ତି! 

   "ସାର୍ ଆପଣ!"

  "ବ୍ୟଙ୍ଗ ଚିତ୍ରଟିଏ ଆଙ୍କି 'ସମାଜ' ଠିକଣା ରେ ପଠେଇ ଆସିବା ବେଳ କୁ ଡେରି ହୋଇଗଲା।

 । ମତେ ଫୋନ୍ ......"

   ଆଉ କିଛି କହିବା ପୂର୍ବ ରୁ ଟ୍ରେନ୍ ଗଡିବା ଆରମ୍ଭ କଲା।ସେ ତଳ କୁ ଓଲ୍ଲେହି ପଡିଲେ ।ଏମିତି ହିଁ ଏଇ ଜୀବନ। ରେଳ ର ଗତି ପରି କେତେବେଳେ ମନ୍ଥର ତ ଆଉ କେତେବେଳେ ବେଗଗାମୀ।କେତେବେଳେ ଅଙ୍କା ବଙ୍କା ପଥ ଦେଇ ଦୌଡେ ତ ଆଉ କେତେବେଳେ ସମତଳ ପଥରେ।

   ସାର୍ ଆସିଥିଲେ ତାକୁ ବାଟେଇ ଦେବା ପାଇ‍ଁ! ତାଙ୍କ ପ୍ରେମ ଧ୍ରୁବ ତାରା ପରି ଏତେ ଉଜ୍ଜଳ । ଅମାପ! ପ୍ରଶାନ୍ତ ମହାସାଗର ପରି ଏତେ ଗଭୀର !! ଚାରି ବର୍ଷ ର ତା'ର ଉତ୍ଥାନ ପତନ ଭରା ଜୀବନ ସହିତ ସେ ଓତୋପୋତ ଭାବେ ଜଡିତ। 

  ସ୍ଵସ୍ତିକ ଙ୍କ ଚେହେରାକୁ ସେ ଆଖି କେମେରା ରେ ଫଟୋ ଉଠେଇ ନେଇଥିଲା। ମନ ହେଲେ ସେ ସେଇ ଫଟୋ କୁ ସେ ଖୋଲେ ଓ ଦେଖେ।

   ସାର୍ ଙ୍କୁ ତା'ର ବହୁତ ମନେ ପଡୁଥିଲା। ଦିନେ ତାଙ୍କୁ ଫୋନ୍ କରି କହିଲା," ସାର୍ ଏ ଦୁଃଖିନୀ କୁ ଏତେ ଦୟା ଦେଖେଇ ଆପଣ ମୋତେ ଚିର ଦିନ ପାଇଁ ଋଣୀ କରିଦେଲେ।କେଡେ ମହାନ ଆପଣ !!!

  ଉତ୍ତର ରେ ସେ ହାଲୁକା ହସ ଟିଏ ହସି କହିଲେ," ସେମିତି କିଛି ନୁହେଁ ।ତମେ ଏମିତି କାହିଁକି ଭାବୁଛ ?"

  ସେ ତାକୁ ଜଣେଇବାକୁ ଚାହୁଁ ନଥିଲେ, ତାକୁ ପ୍ରତି ମାସ ଏକ ନିର୍ଦ୍ଦିଷ୍ଟ ସମୟରେ ପଇସା ଦେବା ତାଙ୍କୁ କେତେ କଷ୍ଟ ଉଠେଇ ବାକୁ ପଡୁଛି। କଲେଜ ବାଦ ବଳକା ସମୟରେ ପ୍ରାଚୀର ରେ ବିଜ୍ଞାପନ, ପଟ୍ଟଚିତ୍ର, ବ୍ୟଙ୍ଗ ଚିତ୍ର,ଵିବାହାଦି ଉତ୍ସବରେ ତୋରଣ ରେ ,ବେଦିରେ ହସ୍ତ ନୈପୁଣ୍ୟ ରେ ବର କନିଆଁ ଙ୍କ ଛବି ଆଙ୍କି ଯାହା ପାଉଥିଲେ ତା' ପାଖକୁ ପଠେଇ ଦେଉଥିଲେ।ଦରମା ଟଙ୍କା ତକ ନିଜ ରହିବା ଖାଇବା ଛାଡି ଦେଇ ପରିବାର ଚଳିବା ପାଇଁ ଘର କୁ ପଠେଇ ଦେଉ ଥିଲେ।

  ଯଶୋଧାରା ଜୀବନ ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ପ୍ରକାଶ ମହାନ୍ତି ଆର୍ଟ ଡିଜାଇନର ଙ୍କ ସହିତ। ସେ ତାକୁ ଗୋଟିଏ ଦୁଇଟି ଫିଲ୍ମ ରେ ସୁଯୋଗ ଦେଇଥିଲେ କିନ୍ତୁ ତାଙ୍କର ଲୋଲୁପ ଦୃଷ୍ଟି ଥିଲା ତ'ଉପରେ। ଏମିତି ଏକ ଘଡି ସନ୍ଧି ସମୟରେ ସେ ସ୍ଵସ୍ତିକ ସାର୍ ଙ୍କୁ ବାରମ୍ବାର ଫୋନ୍ କରିବି ତାଙ୍କ ପାଖରୁ ଉତ୍ତର ପାଉ ନ ଥିଲେ। ମେସେଜ୍ ର ଉତ୍ତର ବି ମିଳୁ ନ ଥିଲା। ସେ ଆଉ ଜଣେ ଜୁନିୟର କୁ ଫୋନ୍ କରି ସାର୍ ଙ୍କ ସମ୍ପର୍କ ରେ ପଚାରିବାରୁ ସେ ଯାହା କହିଲା ,ସେ ତାହା ଶୁଣୁ ଶୁଣୁ ତା'ହାତରୁ ଫୋନ୍ ଖସି ପଡିଲା । ସେନ୍ସଲେଶ ହୋଇ ତଳେ ପଡିଗଲା ସେ।ସ୍ଵସ୍ତିକ ସାର୍ ଙ୍କ ବାଇକ ପଛ ଆଡୁ ଗୋଟିଏ ବାର ଚକିଆ ଟ୍ରକ୍ ବାଡେଇ ଦେବାରୁ ତାଙ୍କର ସ୍ପଟ୍ ଡେଥ୍ ହୋଇଛି!!! 

  ଯେଉଁ ଘରକୁ ଆଉ ଫେରିଵନାହିଁ ଵୋଲି ଶପଥ ନେଇଥିଲା ପୁଣି ସେଠାକୁ ସେ ଫେରି ଆସିବାର କେତୋଟି ଦିନ ପରେ ବାପାଙ୍କର ମୃତ୍ୟୁ।

 ସେତେବେଳ କୁ ଶେଷ ଶିଖା ଲିଭି ଗଲାଣି। ସେ ମୁଠାଏ ପାଉଁଶ ଧରି ଶ୍ମଶାନରୁ ଅଙ୍କାବଙ୍କା ରାସ୍ତାରେ ଆଗେଇ ଚାଲିଥିଲା ଘର ର ସେଇ ନିଷିଦ୍ଧ ଇଲାକା କୁ ନୁହେଁ ,ସେ ଯେଉଁ ରାସ୍ତା ରେ ଯାଉଥିଲା, ତାହା ସ୍ବର୍ଗ କୁ ନର୍କ କୁ ସେ ଜାଣି ନ ଥିଲା।



Rate this content
Log in

Similar oriya story from Tragedy