Bhagirathi Mohanty

Abstract Action Others

3  

Bhagirathi Mohanty

Abstract Action Others

ବାବୁ ପରଶୁ ରାମ

ବାବୁ ପରଶୁ ରାମ

4 mins
12



ବିଡା ବିଡା ଟଙ୍କା ଓ କିଲୋ କିଲୋ ସୁନା ଭିତରେ ଅଶୋକ ବାବୁ ବସିଥିଲେ। ତାଙ୍କ ଫଟୋ ଉଠୁଥିଲା ଝିକ୍ ଝାକ୍। ସିଏ ହସ ହସମୁହଁ ରେ

 ମୁଣ୍ଡକୁ ଉପରକୁ କରିବସିଥିଲେ।ଚାରି ଚାରିଟା ପ୍ରାସାଦୋପମ ଅଟ୍ଟାଳିକା ,ହାତ ରେ ଗଣା ହୋଇ ପାରୁ ନ ଥିବା କୋଟି କୋଟି ଟଙ୍କା , ଦଶ ପନ୍ଦର ଲକ୍ଷ ର ସୁନା ଗହଣା, ବିସ୍କୁଟ ,ଫରେନ୍ କାର୍ ,ଟିଭି, ମେହେଗାନି କାଠ ର ଆସବାବ ପତ୍ର, ବ୍ୟାଙ୍କ ରେ ଥିବା ବିଭିନ୍ନ ଦେଶ ର କରେନ୍ସି  ଓ ଅନ୍ୟାନ୍ୟ ଉପକରଣ ଜବତ ହେବାପରେ, ତାଙ୍କ କଳା କାରନାମା ବିଶିଷ୍ଟ ସମ୍ବାଦ ପତ୍ର ମାନଙ୍କ ରେ ପ୍ରକାଶ ହେବା ପରେ ,କେମେରା ଭିତରେ ତାଙ୍କ ଫୋଟୋ ବନ୍ଦୀ କରି ରଖି ଥିଲେ ସାମ୍ବାଦିକ ମାନେ।

    ପିଲାଦିନରୁ ଅତ୍ୟନ୍ତ ଧୁର୍ତ୍ତ ଅଶୋକ ସାଙ୍ଗ ପିଲା ମାନଙ୍କ ଠାରୁ ଝଡେଇ ଖାଉ ଥିଲା। ପିକନିକ୍ କରୁଥିଲା,ନିଜର ଅପାରିଲା  ପଣ ଦର୍ଶେଇ ସ୍କୁଲ ଫିସ୍ ସେମାନଙ୍କ ପାଖରୁ ଚାନ୍ଦା କରି ଦେଉଥିଲା। ସେ ଚାଲାକ ଚତୁର ଥିବା ସଙ୍ଗେ ସଙ୍ଗେ ପାଠରେ ମଧ୍ୟ ଆଗୁଆ ଥିଲା। ଦିନ ମଜୁରିଆ ବାପା ଙ୍କ ର ଅକ୍ଷମତା ଜାଣି ପାଖ କଲେଜ୍ ରୁ ଗ୍ରାଜୁଏଟ୍ ହୋଇ ଘରେ ବସି ବସି ବୋର ହୋଇ ରାଜଧାନୀ ପଳେଇ ଆସିଥିଲା ଚାକିରି ଅନ୍ୱେଷଣ ରେ। 'ତରଙ୍ଗ' ସିନେମା ରେ ଏଡିଟିଙ୍ଗ ରେ ଖୁବ କମ୍ ପଇସା ରେ ଚାକିରି ଆରମ୍ଭ କରିଥିଲା। ରହୁଥିଲା ଜଣେ ସାଙ୍ଗ ବସାରେ। "ଦରମା ପାଇନି ପାଇନି" କହି, ରୋଷେଇ କରୁଥିଲା ଗଣ୍ଡେ ଖାଇବା ପାଇଁ ।

  ସଞ୍ଚିତ ପଇସା ରେ ଅଲା ବାଇକ୍ କିବା ଅଟୋ ରେ ଯାଇ ସରକାରୀ ଚାକିରି ପାଇଁ ଚେଷ୍ଟା କରୁ କରୁ କିରାଣି ଟିଏ ହୋଇ ପାରି ଥିଲା ଡାଇରେକ୍ଟୋରେଟ୍ ମାଇନ୍ସରେ ।

  ଏଣିକି ଦ୍ରୁତ ଅଗ୍ରଗତି। ନିଜ ପରିଶ୍ରମ ସହିତ ବୁଦ୍ଧି ମିଶେଇ କେମିତି ରୋଜଗାର କରାଯାଏ ତାକୁ ବେଶ ଭଲ ଭାବରେ ଜଣା। ଯୋଗକୁ ତାକୁ ବିଲ୍ ସେକସନ୍ ମିଳିଥିଲା। ଏଇଟା କୁ ଲକି ସେକସନ୍ କୁହାଯାଏ।ବିଭିନ୍ନ ବିଭାଗ ର ବିଲ୍ ପାସ୍ କରି ସେ ହାତ ଚିକଣ କରୁଥିଲା। ସମଗ୍ର ଓଡିଶା ରେ ଥିବା ମାଇନ୍ସ ଅଫିସ ମାନଙ୍କର , ମେଡିକାଲ୍,ଇ.ଲ୍, ଜି.ପି.ଏଫ୍ ( ନନ୍ ରିଫେଣ୍ଡବଲ୍)ମେଟାର୍ନିଟି ଆଦି ବର୍ଷ ତମାମ ଆସୁଥାଏ

ଆଉ ପଇସା ମିଳୁଥାଏ।

    ମାଛ ତେଲରେ ମାଛ ଭଜା ହୋଇଯାଏ। ଉପୁରି ପଇସା ରୁ ଦୈନିକ ପରିବା, ମାଛ ମା°ସ ,ମାସିକ ଘର ଭଡା ଦେବା ପରେ ବି ଭଲ ରକମ୍ ହାତ ରେ ଥାଏ

। ଦରମା ରେ ହାତ ଦିଏନି ସିଏ।ଆଶା ତା'ର ଅସୁମାରି। ପ୍ରଶାସନିକ ସେବାରେ ଚେୟାର ହାତେଇବା ଲାଗି ଅଦମ୍ୟ ପ୍ରଚେଷ୍ଟା ଜାରି ରଖେ ସେ।

କେବଳ ବିଲ୍ ପାରିତ କରିବା ପାଇଁ ଅଫିସ୍ ଆସେ ଅଶୋକ।ତାପରେ ଚଷମା ଥାଏ ଟେବୁଲ ଉପରେ _ ରାମଙ୍କ କଠଉ ର ପ୍ରତୀକ ପରି। 

  "ଆପଣ ଅପେକ୍ଷା କରନ୍ତୁ କିଛି ସମୟ ବାବୁ ଆସିଯିବେ । ଡାଇରେକ୍ଟର ଡାକିଛନ୍ତି"

 ସୁଦୂର ମୟୂରଭଞ୍ଜ ରୁ ଆସିଥିବା ନୂଆ ଗ୍ରାନାଇଟ୍  ମାଇନ୍ସ ର  ତତ୍ତ୍ୱାବଧାରକ ଜଣକ ତା' କଥାକୁ ବିଶ୍ଵାସ କରି ଦୀର୍ଘ ତିନି ଚାରି ଘଣ୍ଟା ଅପେକ୍ଷା କରି , ହତାସ ହୋଇ ପଚାରେ,"ସାର୍ ସତରେ କ'ଣ ଆଉ ଆସିବେ ?"

  "ହଁ ଯେତେବେଳେ ହେଲେ ବି ଆସିବେ। କିନ୍ତୁ କେତେ ସମୟ ଅପେକ୍ଷା କରିବେ ଆପଣ ? ଯାହା କହିବା କଥା କହି ଦିଅନ୍ତୁ ଆଉ ଦବା କଥା ଦେଇ ଯାଆନ୍ତୁ । ସାର୍ ଆସିଲେ ତାଙ୍କ ପାଉଣା ଦେଇ ଦେବି। ବାକି ମୋ କଥା ବୁଝି ଦେଇ ଯାଆନ୍ତୁ।ଆଗକୁ ହୋଲି ଅଛି ତ..." କାନ କୁଣ୍ଡେଇ କୁଣ୍ଡେଇ କହେ ପିଅନ ।

    ସିଆଡେ ସାର୍ ( ଅଶୋକ ବାବୁ) ବାବୁ ବସାରେ ରହି ପ୍ରଶାସନିକ ସେବା ପ୍ରସ୍ତୁତ ପାଇଁ ବଡ ବଡ ମୋଟା ମୋଟା ବହି ମାନଙ୍କରୁ ଜ୍ଞାନ ଆହରଣ କରୁଥାଆନ୍ତି। ପିଅନ ତାଙ୍କ ସେୟାର ଏବଂ ଫାଇଲ୍ ନେଇ ତାଙ୍କ ପାଖରୁ ଫାଇଲ୍ ପୁଟ ଅପ୍ ପାଇଁ ଦସ୍ତଖତ କରି ଆଣେ। ଫାଇଲ୍ କଚ୍ଛପ ଗତି ରେ ଆଗକୁ ଚାଲେ।

   ଅଶୋକ ବାବୁ ଥରକରେ ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଯାଆନ୍ତି।

 ସରକାରୀ ଅଧିକାର ଙ୍କ ମଧ୍ୟରୁ କେହି ଜଣେ ବଧେଇ ଦେଇ କହନ୍ତି",ଅଭିନନ୍ଦନ। ଗୋଟିଏ ଥର ଆ.ଏ.ସ. ପାଇବା ଏକ କଠିନ କାମ_ ଯାହା ଆପଣ କରି ଦେଖେଇ ଦେଲେ । 

   ତାଙ୍କ ଆଖିରୁ ଝର ଝର ହୋଇ ଝରି ଯାଏ ଲୋତକ ବିନ୍ଦୁ। ମନେ ପଡିଯାଏ ଦାରିଦ୍ର୍ୟ ର ନଗ୍ନ ଛବି। ପାଣି ଗଳୁଥିବା ଚାଳଘର ର ବିକଳ ଚିତ୍ର।

    ହଠାତ୍ ସେ ଦୃଢ ହୋଇଯାଏ। ନାଇଁ ସେ ସଭ୍ୟତାର ଅପହଞ୍ଚ ଦୂର ର ଥିବା ଦୀନ ହୀନ 'ଅଶୁକା' ନୁହେଁ। ସେ ସେକ୍ରେଟେରିଏଟ୍ ର ଖଣି ବିଭାଗ ର ଜଏଣ୍ଟ୍ ସେକ୍ରେଟେରି ଏ. କେ. ଦାସ। ତା' କଲମ ମୁନ ର ସ୍ବୀକାରିକ୍ତୁ ଚାହିଁ ରହିଛନ୍ତି ଓଡିଶା ର ଶତ ଶତ ଖଣି ମାଲିକ ମାନେ। ଗୋଟିଏ ଦିନରେ କୋଟିଏ ଆୟ। ଏବେ ହାତ ପାଆନ୍ତାରେ ସବୁକିଛି ଅଛି। ଯାହା ଜଣେ ଆରବ ପତି ଠାରେ ଥାଏ। ଅତି ଚତୁର ଅଶୋକ ର ନିଜ ନାଁ ରେ କୌଣସି

ଆକାଉଣ୍ଟ କି ବ୍ୟାଙ୍କ ଵେଲେନସ୍ ନଥାଏ । ନିଜ ବନ୍ଧୁ ବାନ୍ଧବ ,ଶଳା ଶାଳୀ, ତା'ର ରକ୍ଷିତା ମାନଙ୍କ ନାଁ ଥାଏ କୋଟି କୋଟି ଟଙ୍କା। ରାଜ୍ୟ ଓ ରାଜ୍ୟ ବାହାରେ; ଦୁବାଇ , ଗୋଆ, ବେଙ୍ଗାଲୁରୁ,ମୁମ୍ବାଇ ରେ ଭଡାରେ ଦିଆ ଯାଇଥିବା ଆଲିସାନ୍ ମହଲ ସବୁ ର ମାଲିକ ସେମାନେ

   ତା' ସଙ୍କଳ୍ପ ପରିପୂର୍ଣ୍ଣ ହୋଇ ଥିବାରୁ ସେ ହସି ହସି ବେଦମ୍ ହୋଇଯାଇ କହେ," ଆବେ ପରଶୁ ଯା ବେ ପରଶୁ ବାବୁ ପରଶୁରାମ ,

ପଇସା କ୍ୟା ନ କରେ କାମ।"

    ଭିଜିଲାନସ୍ ହାତରେ ଧରା ପଡୁ ନଥିବା ଅଶୋକ କିନ୍ତୁ ଖଣି ମାଲିକ ମାନଙ୍କର ଆକ୍ରୋଶ ର ଶିକାର ହୁଏ। ସେମାନେ ତା' ପଛରେ ଘରେ ଓ ଘର ବାହାରେ ସି. ସି . କେମେରା ଲଗେଇ ଦିଅନ୍ତି ଏବଂ ଉତ୍କୋଚ ନେବା ବେଳ ର ଚିତ୍ର ଉତ୍ତୋଳିତ କରି ନିଅନ୍ତି। ଯେଉଁସବୁ ସି. ବି.ଆଇ. ହାତରେ ପଡେ।

   ଯେଉଁ ମାନଙ୍କୁ ଦିନେ ସେ ଅତି ନିଜର ଭାବୁଥିଲା ସେଇମାନେ ହିଁ ତା'ର ସର୍ବନାଶ କଲେ। ଯେଉଁ ଶଯ୍ୟା ସଙ୍ଗିନୀ ମାନଙ୍କୁ, ବାପ ଭାଇମାନଙ୍କ ଖୁସି କରିବା ପାଇଁ ସବୁ ସୁଖ ସ୍ବାଛନ୍ଦ୍ୟ ଆଣି ଦେଇଥିଲା ସେମାନେ ତା'ର ବିପକ୍ଷ ରେ ସାକ୍ଷୀ ଦେଲେ। ମନେ ପଡି ଯାଉଥିଲା ବୁଢୀମା' ଠାରୁ ଶୁଣିଥିବା ଦସ୍ୟୁ ରତ୍ନାକର ଉପାଖ୍ୟାନ । ସେ କେବେ ବାଲ୍ମିକୀ ହୋଇ ପାରିବନି କିନ୍ତୁ ନିଜ ଦୋଷ ତ ସ୍ବୀକାର କରି ପାରିବ ? ସେଥିପାଇଁ ସେ ତା' ନିଜ ଇଚ୍ଛାରେ ସୁନା ଟଙ୍କା ଭିତରେ ବସିଛି ଖୁସିରେ । ଦୃଷ୍ଟାନ୍ତ ହେବାକୁ ଚାହେଁ ଏ ସବୁ ସାଙ୍ଗରେ ଯିବେ ନାହିଁ ! ଧିରେ ଧିରେ ପରଦା ଢାଙ୍କି ହୋଇ ଯାଇଥିଲା ଏ ମହା ନାଟକର। ସେ ଦିନର ବାବୁ ପରଶୁରାମ , ଆନନ୍ଦ ଆତିସଯ୍ୟ ରେ ହସୁଥିଲା ହା... ହା... ହା ।


Rate this content
Log in

Similar oriya story from Abstract