Bhagirathi Mohanty

Drama Action Others

4  

Bhagirathi Mohanty

Drama Action Others

ଦୁଇ ଟୋପା ଲୁହ

ଦୁଇ ଟୋପା ଲୁହ

5 mins
11



ସାନିଆ ବେଳେ ବେଳେ ଚିରଚିରେଇ ଉଠୁଥିଲା। ଘନ କୁହୁଡି ଭରା ରାତିରେ ,ଅଶରୀରୀ ପରି କେଶ ଉଡେଇ ଦୌଡୁ ଥିଲା ସେ। ଏକାକିନୀ। ଶିତାର୍ତ୍ତ । ଜନ ଶୂନ୍ୟ ରାତିରେ ବିନୟ ର ନାଇଟ୍ କ୍ଲବ୍ ଫେରନ୍ତା ଚେହେରା କିଛି ଅଲଗା ଧରଣର ଥିଲା। ସାନିଆ

 ତା' ନୀଳ କାର୍ ଆଗକୁ ଚାଲିଆସି ଖୁବ ଜୋର ରେ ହସି ଉଠିଲା। କୁହୁଡି ସତ୍ତ୍ଵେ ବି ଉଜ୍ଜ୍ଵଳ ଆଲୋକ ତା' ମୁହଁ ରେ ପଡିବାରୁ ସେ ତାକୁ ବେଶ୍ ଭଲ ଭାବରେ ଚିହ୍ନି ପାରି କାର୍ ରୁ ତଳକୁ ଆସି ତାକୁ କହିଲା , "ତୁ ଏତେ ରାତିରେ ! ମଝି ସଡ଼କ ରେ !"

    "ସାର୍, ମୋତେ ଦେଖି ଡରିଗଲେ କି ?" ମୁଣ୍ଡକୁ ତଳକୁ ଉପରକୁ କରି ଘଞ୍ଚ ବନାନୀ ପରି ବହଳିଆ କେଶ ହଲେଇ ଦୋହଲେଇ ପଚାରିଲା ସାନିଆ।

   ତା' କଥାରେ କିଛି ଉତ୍ତର ନଦେଇ ତାକୁ କହିଲେ ," ଆସେ ଗାଡିରେ ବସେ।

ବ୍ୟାଗ୍ ଟିଏ ଡିକି ରେ ଠେଲି ଦେବା ପରି ତାକୁ ଜୋର କରି ବସେଇଦେଲେ ସେ। 

  କାର୍ ଗ୍ୟାରେଜ୍  ପାର୍କ କରିଦେଇ ତାକୁ ନେଇ ଫାଷ୍ଟ ଫ୍ଳୋର୍ କୁ ଉଠି କଲି° ବେଲ ରେ ଆଙ୍ଗୁଳି ଟିପ ମାରିଲେ ସେ। ସ୍ତ୍ରୀ ବନ୍ୟା କବାଟ ଖୋଲି ଦେଖେ ତ ବାୟାଣୀ ସାନିଆ ତାଙ୍କ ସହିତ।

   " ୟାକୁ କୋଉଠୁ ପାଇଲ? କେବେ ଠାରୁ ଇଏ ନାଇଟ୍ କ୍ଲବ ଗଲାଣି କି ?" 

 ମତେ ତ ଅଜବ ଲାଗୁଛି।ତମ ସାଙ୍ଗରେ ଯେମିତି ହେଲେ ଦେଖା ହୋଇ ଯାଉଛି ,ତୁମେ ତାକୁ ଘର କୁ ନେଇ ଆସୁଛ!"

   " ସାନିଆ ପାଣ ନୁହେଁ ବ୍ରାହ୍ମଣ ।ବିଚାରି ଗଣ୍ଡେ ଖାଇବାକୁ ପାଉନି । ନିରାଶ୍ରୟା । କାହାରି ନା କାହାରି ଶରଣାପନ୍ନା ସେ।"

   "ମୁଁ ଶୁଣିଛି ସେ ଜଣେ କୃତି ଗାୟିକା  ଥିଲା । ଯାହା ପାଇଁ ଇଏ ପାଗଳୀ, ସେଇ ପ୍ରେମିକ ୟା ପାଇଁ ଦାୟୀ । ସେ ଯଦି ଜୀବିତ ଥାଏ ତାକୁ କଠିନ ରୁ କଠିନତର ଦଣ୍ଡ ମିଳିବା ଉଚିତ।"

   ବିନୟ ଙ୍କ ଆଖି କୋଣର ଲୁହ, ବନ୍ୟା ଙ୍କୁ ଲୁଚେଇ ସେ ପୋଛି ଦେଇଥିଲେ। ତାଙ୍କ କାନ ରେ ପ୍ରତିଧ୍ଵନିତ ହେଉଥିଲା ," ତାକୁ କଠିନ ରୁ କଠିନତର ଦଣ୍ଡ ମିଳିବା ଉଚିତ,କଠିନତର ....କଠିନ ତର.....।

× × × ×

   ବିନୟ ବାବୁ ଫେରି ଯାଇଥିଲେ ପନ୍ଦର ବର୍ଷ ପଛକୁ। ବିନୟ ବାପା ଙ୍କ ର ବିଜନେସ ଦେଖା ରଖା ସାନିଆ ର ବାପା। କୃପାସିନ୍ଧୁ। ସେ ଜଣେ ଫିଲ୍ମ ବିତରକ ଥିଲେ। ଫିଲ୍ମ ପ୍ରଡସକନ ର ନିଶା ବି କିଛି କମ୍ ନ ଥିଲା। ତାଙ୍କ କାମରେ ପୂର୍ଣ୍ଣ ସହଯୋଗ କରୁଥିଲେ କୃପାସିନ୍ଧୁ। ସେତେବେଳେ ବିନୟ ମଧୁସୂଦନ ଆଇନ୍ ବିଦ୍ୟାଳୟ ରେ ପଢୁଥିଲେ। ସାନିଆ ସଙ୍ଗୀତ ମହା ଵିଦ୍ୟାଳୟ ରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଥିଲା।

   ବିନୟ ଭଲ ଗୀତ ଗାଉଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ରେ ,ପୂଜା ପାର୍ବଣ ମାନଙ୍କରେ ମଞ୍ଚ ଉପରେ ଛିଡା ହୋଇ ମାଇକ୍ରୋଫୋନ୍ ଧରି ଜଗନ୍ନାଥ ଜଣାଣ ,ଭଜନ ଆଦି ଗାଇ ଦର୍ଶକ ମାନଙ୍କୁ ଅଶ୍ରୁ ସିକ୍ତ କରିବାର କଳା ତାଙ୍କ ପାଖରେ ଥିଲା। ନିଜ ଅର୍ଥ ବ୍ୟବସ୍ଥା ନିଜେ କରିବା ପାଇଁ ସେ ସୁଯୋଗ ପାଇଲେ ଷ୍ଟେଜ୍ ଶୋ ମାନଙ୍କରେ ଗୀତ ଗାଉଥିଲା। ଗୋଟିଏ ମଞ୍ଚରେ ବହୁବାର ଏକାଠି ହେଉଥିଲେ ବିନୟ ଓ ସାନିଆ।

ସମ୍ପର୍କ ଏତେ ନିବିଡ ଥାଇ ବି ବିନୟ ଜାଣିନଥିଲେ ସାନିଆ ,କୃପାସିନ୍ଧୁ ବାବୁଙ୍କ ଝିଅ ବୋଲି। ଦଶହରା ଦିନ କଟକ ର ଛତରା ବଜାର ପୂଜା ମଣ୍ଡପରେ ଗୋଟିଏ ମଞ୍ଚ ରେ ଲଳିତ ସ୍ବର ରେ କୋକିଳ କଣ୍ଠୀ ସାନିଆ 'କେରି କରି ସୁନା ଦୁବ' ଗୀତ ଗାଇବା ବେଳେ ବିନୟ,' ମେ କୋଇ ଐସା ଗୀତ ଗାଓ ଆରଜୁ ଲଗାଅ ଓଉର ତୁମ କହୋ' ଅତ୍ୟନ୍ତ ତନ୍ମୟ ହୋଇ ଗାଇବା ସମୟରେ ତାଙ୍କର ଦୃଷ୍ଠି କେନ୍ଦ୍ରିଭୂତ ହୋଇଥିଲା ସାନିଆ ଉପରେ ।

   ଲାଜ ରେ ସଢି ଯାଉଥିଲା ସାନିଆ । କଟକ ରେ ହେଉ ତ ଭୁବନେଶ୍ଵର ରେ ଏ ଦୁଇ ଜଣଙ୍କୁ ଗୋଟିଏ ମଞ୍ଚରେ ଦୁଇଜଣଙ୍କ ସମ୍ମିଳିତ କଣ୍ଠ ସ୍ବର ରେ ଦର୍ଶକ ମୋହାବିଷ୍ଟ ହୋଇ ଯାଉଥିଲେ।ପୁରୁଣା ହିନ୍ଦି ଫିଲ୍ମ ଗୀତର ପ୍ରଶସ୍ତି ରେ ଶ୍ରୋତାଙ୍କ କରତାଳି ରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। 

  ବିଳମ୍ବିତ ରାତ୍ରୀ ପଯ୍ୟନ୍ତ ଗୀତ ଗାଉ ଥିଲେ ଏ ଦୁଇଜଣ। ତାପରେ ଯେ ଯାହାର ବସା କୁ ବାହୁଡି ଯାଉଥିଲେ।ପରସ୍ପର ର ଗୀତ କୁ ଭଲ ପାଉଥିଲେ କିନ୍ତୁ ସମ୍ପର୍କର ନିବିଡତା ନ ଥିଲା। ଦୁଇଜଣଙ୍କର ଗୀତ ଗାଇବା ପେଷା ହୋଇ ଯାଇ

ଥିଲା ; ଅନ୍ୟ ସମୟରେ କେହି କାହାକୁ ଫୋନ୍ କରୁନଥିଲେ କି ବ୍ୟକ୍ତିଗତ କଥାରେ କେହି କାହାର ମୁଣ୍ଡ ପୁରଉ ନଥିଲେ।ବାହୁଡା ଉପଲକ୍ଷେ  ଗୀତ ଗାଇ ଫେରିବା ସମୟରେ ଗୋଟେ କାର୍ ଦୁର୍ଘଟଣାରେ କେଵଳ ବିନୟ ଙ୍କୁ ଛାଡି ଏଇ ଛାଡି ଅରକ୍ରେଷ୍ଟା ପାର୍ଟି ରେ ଅନ୍ୟ ସମସ୍ତେ ଅଳ୍ପ ବହୁତ  ଗୁରୁତର ହୋଇଥିଲେ। ସାନିଆ ତା'ର ସ୍ମୃତି ଶକ୍ତି ହରେଇ ବସିଥିଲା। ଏହା ସାନିଆ ଜୀବନ ର ପ୍ରକ୍ଷାପଟ୍ଟ । କେବଳ ବିନୟ ଙ୍କୁ ଛାଡି ସେ ଆଉ କାହାକୁ ଚିହ୍ନି ପାରୁ ନ ଥିଲା। ଗୀତ ର ସ୍ଵର କରୁଥିଲେ ବିନୟ ; ଗାଉଥିଲା ସାନିଆ। ଏମିତି ଏକ ସମୟରେ ବିନୟ ସହାୟତା ର ହାତ ବଢେଇ ଥିଲେ। ତା'ର ମାନସିକ ଚିକିତ୍ସା କରେଇ ଥିଲେ।ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ଥିବାରୁ କୃପାସିନ୍ଧୁ ମଉସା ଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। 

   ଏହା ଜାଣି ସୁଦ୍ଧା ସେ ନିରବ ରହିଥିଲେ। ସେ ପ୍ରକାଶ କରିବାକୁ ଚାହୁଁ ନ ଥିଲେ ଯେ ସେ ଏବେ ସର୍ବଶ୍ଵାନ୍ତ ଯାହାର କାରଣ ବିଚିତ୍ର ବାବୁ_ ବିନୟ ଙ୍କ ବାପା । ତାଙ୍କରି ପ୍ରରୋଚନା ରେ ସେ ଏକ ସିନେମା ହଲ୍ ର ପାର୍ଟନାର ଥିଲେ। ଆଶା ଥିଲା ଏଥିରୁ ପ୍ରଚୁର ଲାଭ ମିଳିବ। ଏଇ ସମୟ ଥିଲା ଓଡିଆ ସିନେମା ଇଣ୍ଡଷ୍ଟ୍ରି ର ସନ୍ଧିକ୍ଷଣ। ଓଡିଆ ସିନେମା ଦର୍ଶକ ମାନେ ପ୍ରତ୍ୟାଖ୍ୟାନ କରୁଥିଲେ _ଭଲ ସ୍କ୍ରିପ୍ଟ ,ମନଛୁଆଁ ଗୀତ,ଦୁର୍ବଳ ନିର୍ଦ୍ଦେଶନା ଏବଂ ରିମେକ୍ ପାଇଁ। ବିପୁଳ କ୍ଷତି ସହିପାରିନଥିଲେ କୃପାସିନ୍ଧୁ ବାବୁ । ଯେତେଥର ମନକୁ ବୁଝଉଥିଲେ ଏଇ ଫିଲ୍ମ ଟିର ଭଲ ଗୀତ ଓ ଭିନ୍ନ ଧରଣର ଲଭ୍ ଷ୍ଟୋରି ଦର୍ଶକ ଙ୍କ ମନ କୁ ନିଶ୍ଚୟ ଛୁଇଁବ ଭାବନ୍ତି ସିନା , ପରନ୍ତୁ ଟିକେଟ ବିକ୍ରି ଦ୍ରୁତ ଗତିରେ କମି ଯାଉଥିଲା । ଅବଶେଷ ରେ ଏହା ଏକ କୋଲଡ୍ ଷ୍ଟୋର ହୋଇଥିଲା। ଏଥି ଉପରାନ୍ତେ ଦୁଇ ଜଣ ଙ୍କ ବନ୍ଧୁତ୍ବ ଶତୃତା ରେ ପରିଣତ ହୋଇଥିଲା।

   ଏ କ୍ଷେତ୍ରରେ ସାନିଆ କୁ ନିଜର ଜୀବନସାଥି କରି ନେବାର ଦୁର୍ବାର ଇଚ୍ଛାରେ ଆଘାତ ଦେଇଥିଲେ ବିଚିତ୍ର। ଖାନଦାନ୍ ହୀନ ଏକ ଦରିଦ୍ର ପିତାର ର ଲଳନା ସାନିଆ କୁ ସେ ଘରକୁ ବୋହୂ କରି ଆଣି ପାରିବେନି ବୋଲି ସେ‌ ସଫା ସଫା ମନା କରି ଦେଇଥିଲେ। ବେଡି ଉପରେ କୋରଡ଼ା ପରି କୃପାସିନ୍ଧୁ ବାବୁଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ସାନିଆ କୁ ପୂରାପୂରି ଏକାକିନୀ କରି ଦେଇଥିଲା। ଗୀତ ଗାଇବା ଏକମାତ୍ର ଅବଲମ୍ବନ ଥିଲା ସାନିଆ ର। ତାହା ସମ୍ପୁର୍ଣ୍ଣ ନିର୍ଭର କରୁଥିଲା ବିନୟ ଙ୍କ ଉପରେ। ବିନୟ କାହାକୁ ଜଣେଇବାକୁ ଚାହୁଁ ନଥିଲେ ସେ ମାନସିକ ସ୍ତର ରେ ଦୁର୍ବଳ।

  ଏବେ ସାନିଆ କୁ ଛାଡି ବନ୍ୟା ର ହାତ ଧରିବା ପାଇଁ ସମ୍ମିଳିତ ଚାପ ତାଙ୍କୁ ମ୍ୟୁହମାନ କରି ଦେଇଥିଲା। ସେ ଏକ ପ୍ରକାର ସାନିଆ ର ବାଗଦାତା ହୋଇ ଯାଇଥିଲେ। ଜଣେ ଆଉ ଜଣକ ବିନା ବଞ୍ଚିବା ଅର୍ଥହୀନ ଥିଲା। ସାନିଆ ଥିଲା ତାଙ୍କ ଛାଇ ପରି। ଦୁନିଆ ଦାଣ୍ଡ ରେ ତାକୁ ଏକୁଟିଆ ଛାଡି ଦେବାକୁ ତାଙ୍କ ବିବେକ ଅନୁମୋଦନ କରୁନଥିଲା। ଯେଉଁ ସାନିଆ ସ୍ବପ୍ନ ରେ, ଜାଗ୍ରତ ରେ ଖାଲି ବିନୟ କୁ ଦେଖୁଥିଲା ସେ ତାକୁ କେବେବି ଛାଡି ପାରିବେ ନାହିଁ ରୋକ୍ ଠୋକ୍ ଶୁଣେଇବା ର ମୁହୂର୍ତ୍ତ ରେ ତାଙ୍କୁ ଗୃହ ବନ୍ଦୀ କରି ରଖିଥିଲେ ,ଯେତେବେଳେ ସମସ୍ତେ ଜାଣିପାରିଥିଲେ ସାନିଆ ତାଙ୍କର ବାଗଦାତ୍ରୀ।

   ବନ୍ୟା ସହିତ ପ୍ରଥମ ମଧୁ ଜାମ ଅବ୍ୟବହିତ ପୂର୍ବ ଦିନ ସେ ସାନିଆ କୁ ଭେଟିଥିଲେ ତା'ର ନିଛାଟିଆ କୋଠରୀ ରେ ଯୋଉଠି ସେ ସେଇ ନିର୍ଦ୍ଦୟ ଚଟାଣ ରେ ତା'ର ଲଵଣି କୋମଳ ତନୁଶ୍ରୀ କୁ ରାତି ର ଅବଶିଷ୍ଟ ସମୟ ଗଡ଼ାଇ ଦିଏ । ତା'ର ମାନସିକ ସ୍ଥିତି ବେଶୀ ବେଶୀ ବିଗିଡି ଯିବା ପରେ ସେ ଆଉ ଷ୍ଟେଜ ସୋ କରି ପାରୁନଥିଲା । ତଥାପି ତା'ର ହେପାଜତ  ନେଉଥିଲେ ସେ। ବିନୟ ବିନା ସେ ଅଧାଲେଖା ଗୀତ ଟିଏ। ଯାହାକୁ ସେ ବୋଲି ପାରିବ ନାହିଁ।

  ବାସର ରାତି ଦିନ ବଡି ଭୋର ତା' ପାଖରେ ପହଞ୍ଚି ଯାଇ ମୃତ ସର୍ପଟିଏ ପରି ପଡିଥିବା ସାନିଆ କୁ ଡାକି ଉଠେଇ ଦେଇ କହିଲେ ," କେତେ ରାତି ଯାଏ ତୁ ବୁଲୁଥିଲୁ କି ? ଉଠ୍ । ବସ୍। ଶୁଣ ମୁଁ ଯାହା କହୁଚି। "

   "ସାର୍ ଗୁଡମଣିଙ୍ଗ। ଆପଣ ଲେଖିଥିବା ଗୀତଟି ମନେ ପକାଉ ଥିଲି," ପ୍ରିତୀ ତୋ ବିନା କଟେନା ରାତି । ତାପରେ ..."।

   ତା'କଥା ଶୁଣି ନ ଶୁଣିବା ପରି ସେ କହିଲେ," ମୁଁ ତୋତେ ଠକେଇ ଦେଇଛି_ ବାହା ହୋଇ ସାରିଛି ମୁଁ । ତୋ ଜାଗା ସେ ନେଇ ପାରିବନି।ତୁ ମୋ ମନର ମାନସୀ। ମୋ ମନ ବନ୍ୟା କୁ ଗ୍ରହଣ କରି ପାରିବନି।ସେ ମୋ ଦେହର କ୍ଷୁଧା ମେଣ୍ଟେଇବାକୁ ଅଭିପ୍ରେତ। ବାସ ର ରାତି ର ମଧୁଲଗ୍ନ ରେ ତୁ ମୋ ଲାଗି ଦୀପଟିଏ ଜଳେଇ ସାରା ରାତି ଉଜାଗର ରହିବୁ। ଏଇଟା ମୋ ପାଇଁ ନିଶ୍ଚୟ କରିବୁ। ମୁଁ ସେ ରାତି ବନ୍ୟା ସହିତ ଯାପନ କରିବିନି।"

   କିଛି କହିଲାନି ସାନିଆ।

 କିଛି ବୁଝିପାରିଲା କି ନାହିଁ!

"ତୁ ମୋ ପ୍ରିତୀ ତୋ ବିନା କଟେନା ରାତି" ଗୀତ ଟି ର ସୁର ଧରି ଦ୍ରୁତ ଗତିରେ ଆଗକୁ ଆଗକୁ ଆଗେଇ ଯାଉଥିଲା ସାନିଆ। 

  ବିନୟ ଙ୍କ ଆଖିରୁ ଠପ୍ ଠପ୍ ଗଡି ଯାଉଥିବା ଦୁଇ ଟୋପା ଲୁହ କୁ ସେ ଅଟକାଇ ନଥିଲେ।

............. ...........




Rate this content
Log in

Similar oriya story from Drama