STORYMIRROR

Puja Pradhan

Fantasy Inspirational

3  

Puja Pradhan

Fantasy Inspirational

ପାନ ପେଢ଼ି

ପାନ ପେଢ଼ି

3 mins
140

                

ସାହୁକାର ଘର ବୋହୂ ଆସିଛି କି ସୁନ୍ଦର ସତେ ଯେମିତି ଲକ୍ଷ୍ମୀ ପ୍ରତିମା ରୂପରେ ରଙ୍ଗରେ କେଉଁଥିରେ ତାକୁ ଖୁଣି ହେବନାହିଁ ।  ହସହସ ମୁହଁ ଭାରି ମେଳାପି ବଡ଼ ଘର ର ଝିଅ ଏବେ ଏତେ ବଡ଼ ଘର ର ବୋହୂ ଖାତିରି କିଛି କମ ନୁହେଁ । ମୁଁ ହେଲି ତାଙ୍କ ଘରର ଚାକିରାଣୀ ଘର କାମ କରେ ମା ଙ୍କୁ କାମରେ ସାହାଯ୍ୟ କରେ ରଜା ଘରକୁ କଣ ଖଜା ଅପୁରୁବ ହୋଇଛି ଠିକ ସେମିତି ସବୁ କାମ ପାଇଁ ଚାକର ବାକର ରହିଛନ୍ତି । ହେଲେ ସାହୁକାର ଘର ମା ମୋତେ ଭାରି ଆଦର କରିଥାଆନ୍ତି ଗୋଟିଏ ବୋଲି ପୁଅର ବାହାଘର କେତେ ଯାକଯମକରେ ହେଲା ଏମିତି ଭୋଜି ମୁଁ କେବେ ଦେଖିନଥିଲି କେତେ ଦରବ ରୋଷେଇ ହୋଇଥିଲା। ସାଆନ୍ତେ ସହରରୁ କିଛି ରୋଷେଇଆ ଙ୍କୁ ଆଣିଥିଲେ ଲୋକେ ପରା କହୁଛନ୍ତି ଭୋଜି ହେଵତ ଏମିତିକା । ଆମ ସଭିଁଙ୍କ ପାଇଁ ମା ଭାରି ସୁନ୍ଦରୀଆ ଶାଢ଼ୀ କରିଥିଲେ । ଆହୁରେ କେତେକଣ ଦେଲେ କହିବସିଲେ ରାତି ପାହିଯିବ କାମ ସବୁ ନ ସାରିଲେ ମା ରାଗିବେ ଯାଉଛି ବାକି କାମ ସାରିଦିଏ ।


ହେଲେ ଏଇଟା କଣ ବା ମୁଁ କେବେବି ଉଆସରେ ଏଇଟା ଦେଖିନି ଯାଉଛି ମା ଙ୍କୁ ପଚାରିବି ସେ କହିବେ । ନେତୀ ମା ମା ଚିତ୍କାର କରି ଡାକୁଥାଏ ମା ସାନ୍ତାଣି ନେତୀକୁ କହିଲେ ଆଲୋ କାହିଁକି ଏତେ ବଡ଼ ପାଟିରେ ରଡୁଛୁ । ନେତୀ ଧୀର ସ୍ୱରରେ କହିଲା ମୁଁ ମୋ କାମରେ ଯାଉଥିଲି ହେଲେ ନୂଆଁ ବୋହୂଙ୍କ କବାଟ ପାଖରେ କଣ ଗୋଟାଏ ଥୁଆ ହୋଇଛି ଭାରି ସୁନ୍ଦରୀଆ ଦିଶୁଛି ସେଥିପାଇଁ ପଚାରି ବାକୁ ଆସିଲି ସାହୁକାର ମା ଜାଣିବି ନ ଜାଣିଲା ଭଳି କହିଲେ ଗଲୁ ନୂଆଁ ବୋହୂ କୁ ଭଲଭାବରେ ପଚାରିବୁ ସେଇଟା କଣ ବୋଲି ।

ନେତୀ କହିଲା ମା ତମେ ଜାଣିଛ ମୋତେ କହୁନ ????

ମା ହସିଲେ କହିଲେ ଆଲୋ ଏତେ ବର୍ଷ ହେବ ଆମରି ପାଖରେ ରହିଛୁ ସେତିକି ଜାଣିପାରିନୁ ସେଇଟା ହେଉଛି ପାନ ପେଢ଼ି ନେତୀ କହିଲା ସତରେ ମା ତମେ ଠିକ କହିଲ ମୁଁ ଭାରି ବୋକୀ ଟେ, ମା ତମେ ଆଣିଥିବା ପାନ ପେଢିଟି ବୋହୁତ ପୁରୁଣା ନୁହେଁ ।  


ନେତୀର କଥା ନ ସରିବା ପୂର୍ବରୁ ମା ଙ୍କ ଆଖିରେ ଲୁହ ଭରିଯାଇଥାଏ । ନେତୀ କହିଲା- ମଲାମୋର ମା ତମେ କାହିଁକି କାନ୍ଦୁଛ ମୁଁ କିଛି ବଡ଼ କଥା କହିଦେଲିକି କଣ ହେଲା ଯେ ମୋତେ କହିଲେ ସିନା ଜାଣିବି କହୁନ । ମା କହିଲେ ନା ଲୋ ତୋର କିଛି ଦୋଷ ନାହିଁ ତୋର କିଛି କଥା ମୋତେ ମୋ ବୋଉ କଥା ମନେ ପକାଇଦେଲା ମୁଁ ଛୋଟିଆ ହୋଇଥାଏ ବୋଉ ପାଖରେ ମୋର ସବୁ ଅଳିଅଝଟ ବାପା ମୋତେ ଭାରି ଭଲପାଆନ୍ତି ।  

କୁହନ୍ତି ଏଇଟା ମୋର ଲଷ୍ମୀପ୍ରତିମା କେବେବି ମୋତେ ବାଧିଲା ଭଳି ପଦେ କହିବେନି ମାଛ ଖାଇବାକୁ ମୋର ଭାରି ଡର କଣ୍ଟା ଯଦି ତଣ୍ଟିରେ ରହିଯିବ ସେଥିପାଇଁ ବୋଉକୁ କହିବେ ତମେ ମୋତେ ଦିଅ ମୁଁ ତାକୁ ଖୁଆଇ ଦେଉଛି । ବାଛିବାଛି ସବୁ କଣ୍ଟା ବାହାର କରିବେ ଓ ମୋତେ ଖୁଆଇ ଦେବେ ପରେ ନିଜେ ଖାଇବାକୁ ଯିବେ ଘରର କାମ ସାରି ଯେତେବେଳେ ବୋଉ ଅଗଣା ରେ ବସିଯାଏ ମୁଁ ପାନପେଢ଼ି ଧରି ଚାଲିଆସେ  

ବାପା କହନ୍ତି । ଦେଖ ମୋ ସୁନା ଝିଅ। ଆସିଗଲା ବୋଉ ପାନ ଭାଙ୍ଗି ଜେଜେ, ଜେଜେମା ଙ୍କୁ ଆଉ ବାପା ଙ୍କୁ ଦିଏ ସେହି ସମୟରେ କେହି ଯଦି ଆସିଥାଏ ତେବେ ସେମାନଙ୍କୁ ବି ପାନ ଖାଇବାକୁ ଦିଏ ମୁଁ କିନ୍ତୁ ସେଠି ବସି ରହି ପାନପେଢ଼ି କୁ ଦେଖୁଥାଏ ବୋଉ କହେ କଣ ଦେଖୁଛୁ ମୁଁ ଚୁପଚାପ ବସିଥାଏ । ଜେଜେମା କହେ ଆଲୋ ପାନ ଖାଇବୁ ମୁଁ କହେ ନା ମୋ ଦାନ୍ତ ଖରାପ ହେଇଯିବ । ଜେଜେମା କହେ ଠିକ ଅଛି ବୋଉ କୁ ଦିନେ କହିଲି ପାନପେଢ଼ି କିଏ କରିଥିଲା ବୋଉ କହିଲା କି ସେଇଟା ତା ବାହାଘର ସମୟରେ ସେ ଆଣିଥିଲା । କେତେ ରକମର ଜିନିଷ ତା ଭିତରେ ଅଛି ।


ନେତୀ ମା ଙ୍କ ମୁହଁକୁ ଚାହିଁରହିଥାଏ

ମା କହିଲେ ଦିନେ ବୋଉକୁ କହିଲି ମୁଁ ଯେବେ ଶାଶୁଘରକୁ ଯିବି ମୋତେ ଏହି ପାନପୋଢ଼ି ଦେବୁ । ବାପା ବୋଉ ବୋହୁତ ହସିଲେ କହିଲେ ମନରେ ରହିଲା ଆମ ଝିଅ ବହାଘରକୁ ଏହି ପାନପେଢ଼ି ନେବ ଆଜିସେହି କଥାକୁ ଅନେକ ବର୍ଷ ହେଲାଣି ହେଲେ ସେ ପାନପେଢ଼ି ସେମିତି ଅଛି । ଲାଗୁଛି ଯେମିତି ବାପା ଓ ବୋଉ ମୋ ପାଖରେ ସବୁଦିନ ଅଛନ୍ତି । ନେତୀ କହିଲା ମା ମୁଁ ଜାଣିନଥିଲି ଏ ପାନପେଢ଼ି ହେଉଛି ତୁମ ବୋଉର ବୋଲି । ମା କହିଲେ ନେତୀ ଜାଣିଛୁ ବାପା ବୋଉ ଦୁହେଁ ସେପାରିରେ ହେଲେ ତାଙ୍କର ଏହି ସ୍ନେହଶ୍ରଦ୍ଧା ମିଶା ଉପହାରକୁ ମୁଁ କେବେବି ମୋ ଠାରୁ ଦୂରେଇ ପାରିନାହିଁ ।



Rate this content
Log in

Similar oriya story from Fantasy