ପାଗଳୀ
ପାଗଳୀ


-ମୁଁ ଥାଏ କି ନ ଥାଏ ତୁମେ କିନ୍ତୁ ଏମିତି ହସୁଥିବ ସବୁଦିନେ।
ପୁଅଟିର ଏ କଥାରେ ଝିଅଟି ରାଗି ଉଠିଲା,-ଏମିତି କଣ କହୁଛ?
ମୋ ଓଠରେ ହସ ଥାଉ କି ନ ଥାଉ,ତୁମେ କିନ୍ତୁ ସବୁଦିନେ ଥାଅ ମୋ ପାଖରେ।
-"ତୁମେ ନିଜେ ବି ହୁଏତ ଜାଣନା, କେତେ ସୁନ୍ଦର ତୁମର ଏଇ ଶୁଭ୍ର ହସ ଓ ବାଁ ଗାଲର ଭଉଁରୀ।"ପୁଅଟିର ଏ କଥାରେ ଝାଉଁଳି ପଡୁଥିଲା ଝିଅଟି, ଲାଜକୁଳୀ ଲତା ପରି।
ଏହାର ମାତ୍ର କେତୋଟି ଦିନ ପରେ ଝିଅଟି ହସୁଥିଲା ଓ ହସୁଥିଲା।ତା ଗାଲରେ କିନ୍ତୁ ଭଉଁରୀ ସୃଷ୍ଟି ହେଉନଥିଲା। ଯଦି ବା ହେଉଥିଲା ତାକୁ ଆବିଷ୍କାର କରିବାକୁ ନଥିଲା ପୁଅଟି। ବ୍ଲଡ କ୍ୟାନ୍ସରରେ ଆଖି ବୁଜି ଥିଲା ସେ ଅକାଳରେ।
ଝିଅଟି ହସୁଥିଲା, ସମ୍ଭବତଃ ପ୍ରିୟତମକୁ ଦେଇଥିବା କଥା ରଖି।
ଲୋକେ କୁହାକୁହି ହେଉଥିଲେ-ଝିଅଟି ବୋଧେ ପାଗଳୀ ହୋଇଗଲା।