STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract Inspirational

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract Inspirational

ସଙ୍ଗରୋଧର ସମୟ-୨୧

ସଙ୍ଗରୋଧର ସମୟ-୨୧

1 min
195

ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟ ଯଦିଓ ମନେହୁଏ କଠିନ;ତେବେ ଅନେକ ଆଶାର କିରଣ ଦିଶେ।ଏ ସମୟ ବି ସରିଯିବ ଖୁବ ଶୀଘ୍ର।ଭଲ ଦିନ ଆସିବ।


କାଲି ଠାରୁ ଅଫିସ ଯିବାକୁ ହେବ।ଏହା ହେଉଛି ଆକାଉଂଟ୍ସ କ୍ଲୋଜିଂର ସମୟ।ଜଣେ ଫାଇନାନ୍ସ ଏକଯିକ୍ୟୁଟିଭର ବୃତ୍ତିଗତ ଜୀବନରେ ବର୍ଷର ଏକ ଗୁରୁତ୍ୱପୂର୍ଣ୍ଣ ସମୟ।

ପ୍ରାୟ ଚାଳିଶ ଦିନର ଲକଡାଉନ ଦେଶର ଅର୍ଥନୀତି ଉପରେ ଯଥେଷ୍ଟ ପ୍ରଭାବ ପକେଇବ।ଅନେକ ଲୋକଙ୍କର ଚାକିରି ହରେଇବା ନେଇ ଆଶଙ୍କା।ସବୁଠୁ କ୍ଷତିଗ୍ରସ୍ତ ହୋଇଛନ୍ତି ଦିନ ମଜୁରିଆ ଓ ଖୁଚୁରା ବେପାରୀ।କରୋନା ସେମାନଙ୍କ ମେରୁଦଣ୍ଡ ବଙ୍କା କରି ଦେଇଛି।

ଛଅଟା ରୁ ନଅଟା-ଏହା ହେଉଛି ଗ୍ରସେରୀ ଓ ପରିବା ଦୋକାନ ଖୋଲିବାର ସମୟ ଆମ ସହରରେ।

ମୁଁ ଉଠି ପାରେନା ସକାଳୁ।ପ୍ରକୃତରେ ଲକଡାଉନ ହେବା ଦିନରୁ ସବୁ ରୁଟିନ ବିଗିଡ଼ି ଯାଇଛି।

ପରିବା ଦୋକାନରେ ପହଂଚୁ ପହଂଚୁ ନଅଟା।ସେ ଦୋକାନ ବନ୍ଦ କରୁଥିଲା।ମୁଁ ଅନୁରୋଧ କଲି, ମୋତେ ପରିବା ଦେବା ପାଇଁ।ସେ ଦୋ ଦୋ ପାଞ୍ଚ ହେଲା।ମୁଁ କହିଲି-"ଦି ପଇସା ଅଧିକା ବେପାର କରିବାକୁ ଇଛା ନାହିଁ?"

-"ଇଏ କଣ ବେପାର କରିବାର ବେଳ, ଆଜ୍ଞା?ଦେଶ ପରା କରୋନା ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛି।ଏଇ କିଛି ଦିନ ଟିକେ ଦୁଃଖ କଷ୍ଟରେ ଯାଉ ବରଂ।ୟା ପରେ ଭଲ ଦିନ ତ ଆସିବ ନା।"

ଦୋକାନୀର କଥା ଭାରି ଭଲ ଲାଗିଲା।ଏଇ ଆଶାରେ ତ ଆମେ ବଞ୍ଚୁ।ଖରାପ ସମୟ ଚାଲିଯିବ।ଭଲ ସମୟ ଆସିବ।ଉଜୁଡ଼ି ଯାଇଥିବା ଅର୍ଥନୀତିକୁ ପୁଣି ସଜାଡ଼ି ହେବ।ପତ୍ରଝଡାର ଋତୁ ଚାଲିଯିବା ପରେ ଯେମିତି ପଲ୍ଲବୀତ ହୋଇ ଉଠେ ବୃକ୍ଷରାଜି।

-"ଅଳ୍ପ ଦିଟା ପରିବା ନେଇ ଚଳେଇ ଦିଅନ୍ତୁ ଆଜି।କାଲି କିନ୍ତୁ ଟିକେ ସଅଳ ଆସିବେ।"ସହୃଦୟ ଦୋକାନୀ ମୋତେ ଖାଲି ହାତରେ ଫେରେଇବାକୁ ଚାହୁଁ ନ ଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract