STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Tragedy

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Tragedy

ଛାଇ

ଛାଇ

1 min
519

କଥା ଥିଲା ତୋର ମୋର ସାଙ୍ଗ ହୋଇ ଦୀପ ଜାଳିବା ଜାଗରରେ।

ନିର୍ଦ୍ଧାରିତ ସମୟରେ ମୁଁ ପହଞ୍ଚି ଯାଇଥିଲି ଓ ଅପେକ୍ଷା କରୁଥିଲି ତୋତେ।ତୋ ଫୋନ ସୁଇଚ ଅଫ ଥିଲା।ମୁଁ ବିରକ୍ତ ହେଉଥିଲି ତୋ ଉପରେ।ତୋର ଯଦି ଆସିବାର ନ ଥିଲା, କଥା ଦେବା କଣ ଦରକାର ଥିଲା?

ଅନେକ ଲୋକ ଦୀପ ଜଳେଇବାରେ ବ୍ୟସ୍ତ ଥିଲେ।ସେମାନଙ୍କ ଭିତରୁ କେହି କେହି ବି ମନେ ହେଉଥିଲେ ଆମ ପରି।ଅଂଗୀକାରବଦ୍ଧ।ତୁ ଯେ ଆସି ପାରିଲୁ ନାଇଁ କୌଣସି କାରଣରୁ, ଏଥିପାଇଁ ମୋର ତୋ ଉପରେ ରାଗିବା ଠିକ ନ ଥିଲା।ହୁଏତ କିଛି ଗୋଟାଏ ଅସୁବିଧା ତୋତେ ରୋକି ଦେଇଛି ଅଚାନକ।

ଆମ ଦି ଜଣଙ୍କ ପାଇଁ ମୁଁ ଏକା ବି ତ ଜାଳି ପାରିବି ଗୋଟିଏ ଦୀପ।ଭିଡ଼ କମି ଆସୁଥିଲା।ମୁଁ ବସି ପଡ଼ିଲି ଚଟାଣରେ ଓ ଦୀପର ସଳିତାରେ ଅଗ୍ନି ସଂଯୋଗ କଲି।ଅଚାନକ ମୋର ମନେହେଲା, କେହିଜଣେ ଛିଡ଼ା ହୋଇଛି ମୋ ପଛରେ।ତୁ ଆସିଗଲୁ କି ଆଉ?

ମୁଁ ଛିଡ଼ା ହେଲି ଓ ମୁହଁ ବୁଲେଇ ଅନେଇଲି।କେହି ନ ଥିଲେ ପଛରେ।ଥିଲା କେବଳ ମୋର ଛାଇ।

ମନେ ପଡ଼ିଲା ତୁ କରିଥିବା ଅଂଗୀକାର-"ମୁଁ ଆଜୀବନ ତୁମର ଛାଇ ହୋଇ ରହିବାକୁ ଚାହେଁ।"

ଏବେ ମୋ ଛାଇରେ ମୁଁ ତୋତେ ହିଁ ଦେଖୁଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy