Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

ଗୋଲାପୀ ଚିଠି

ଗୋଲାପୀ ଚିଠି

2 mins
573


ଏଥର ଗାଁକୁ ଆସିଥିଲା ବେଳେ ଦେଖିଲି, ପୁରୁଣା ଚିଠି ସବୁ ଉଇ ଖାଇ ଯାଇଛନ୍ତି । ହଜାରେ ସରିକି ଚିଠିରୁ ଉଇଙ୍କ କବଳରୁ ବର୍ତ୍ତି ଯାଇଥିଲା କେବଳ ଗୋଟିଏ ଚିଠି; ଯେଉଁଟା ତୁ ମୋତେ ଲେଖିଥିଲୁ ଗୋଲାପୀ ସ୍ୟାହିରେ, ଆଜିକୁ ପ୍ରାୟ ପନ୍ଦର ବର୍ଷ ତଳେ । ଆମ ସମ୍ପର୍କର ଆରମ୍ଭ ଦିନରେ ।

ସେତେବେଳେ ଆମ ସମ୍ପର୍କର କିଛି ନାଁ ନଥିଲା । ଆଜି ବି ନାହିଁ । ତେବେ ବି ତୋ ଚିଠି ସବୁ ଉଇ ଖାଇଗଲେ ବୋଲି କାହିଁକି କଷ୍ଟ ଲାଗିଲା ମୋତେ?

ଏଇ ଗୋଟିକ ଚିଠି କିନ୍ତୁ ମୋତେ ସାଇତି ରଖିବାକୁ ହେବ । ଯେମିତି ହେଉ । ଏଇ ଚିଠିରେ ରହିଛି ତୋ ନିରୀହ ମନର ଭାଷା । ଗୋଲାପୀ ସ୍ୟାହିରେ ତୋର ସୁନ୍ଦର ହସ୍ତାକ୍ଷର । ଏତେ ବର୍ଷ ପରେ ମୁଁ ରୋମାଂଚିତ ହୋଇ ଉଠୁଛି ପନ୍ଦର ବର୍ଷ ତଳେ ତୁ ଲେଖିଥିବା ପ୍ରଥମ ଚିଠି ପଢ଼ି । ସେଇ ଦିନ ସବୁ ହୁଏତ ହଜି ଯାଇଛି,ହେଲେ ସେବେର ତାରୁଣ୍ୟ ଯେମିତି ଏବେ ବି ସତେଜ ଅଛି ମନ ତଳେ ।

ଅଳକା, ତୁ ବି କଣ ସାଇତି ରଖିଥିବୁ ମୋର ଚିଠି ସବୁ?ଜାଣେନା । ହେଲେ ସେସବୁ ତୁ କେବେ ବି ଆମେରିକା ନେଇ ଯାଇ ନଥିବୁ ସାଙ୍ଗରେ;ଯେଉଁଠି ତୁ ରହି ଆସୁଚୁ ବାହା ହୋଇ ଚାଲିଗଲା ପରେ । ଯଦି ଏଠି ଗାଁରେ ଛାଡ଼ି ଯାଇଥିବୁ, ସେସବୁକୁ ବି ହୁଏତ ଉଇମାନେ ନଷ୍ଟ କରି ସାରିଥିବେ ।

ତୋର ଗୋଲାପୀ ଚିଠିର ଗୋଟିଏ ଫୋଟୋ ନେଲି ମୁଁ ମୋବାଇଲ କ୍ୟାମେରାରେ । ଭାବିଲି, ଯଦି ତୋତେ ପଠେଇ ପାରନ୍ତି କୌଣସି ପ୍ରକାରେ!ତୋର ଫୋନ ନମ୍ବର ତ ମୋ ପାଖରେ ନ ଥିଲା । କୌଣସି ପ୍ରକାରେ ତୋ ମେଲ ଠିକଣା ଖୋଜି ପାଇଲି । ସେଇଥିରେ ପଠେଇ ଦେଲି ପନ୍ଦର ବର୍ଷ ତଳେ ତୁ ମୋତେ ଲେଖିଥିବା ପ୍ରଥମ ଚିଠି । ମନରେ ଆଶଙ୍କା ଅଵଶ୍ୟ ଥିଲା ତୁ ଏ ମେଲ ପାଇବୁ କି ନାହିଁ । ପନ୍ଦର ବର୍ଷ ତଳର ମେଲ ଠିକଣା ତୁ ଏବେ ବ୍ୟବହାର କରୁଚୁ କିମ୍ବା ବଦଳାଇ ଦେଇଚୁ, କିଏ ଜାଣେ!

ହେଲେ ମୋତେ ଚକିତ କରି ତୋର ଉତ୍ତର ଆସିଲା ତୁରନ୍ତ:"ମୁଁ ବି ତୋର ସ୍ମୃତି ସବୁକୁ ସାଇତି ରଖିଛି । ତଳ ଲିଙ୍କରେ କ୍ଲିକ କରି ଦେଖ । "

ମୁଁ ଲିଙ୍କରେ କ୍ଲିକ କଲି ତ ଏକ ଲମ୍ବା ପିଡିଏଫ ଫାଇଲ ଖୋଲିଲା;ଯେଉଁଥିରେ ଥିଲା ମୁଁ ତୋତେ ଲେଖିଥିବା ଅନେକ ଚିଠି । ସତରେ ଏତେ ସବୁ ଚିଠି ଏକଦା ମୁଁ ଲେଖିଥିଲି ତୋତେ!ପ୍ରାୟ ଦଶ ବର୍ଷ ତଳୁ ତୁ ଚାଲି ଯାଇଛୁ ମୋ ଜୀବନରୁ । ହେଲେ ଆଜି ବି ତୁ ଏ ଗୋଲାପୀ ଚିଠି ସବୁ ସାଇତି ରଖିଛୁ କାହିଁକି?


Rate this content
Log in

Similar oriya story from Romance