STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

ଅପେକ୍ଷା

ଅପେକ୍ଷା

1 min
3.3K

ଛକରେ ବେଶୀ ଭିଡ଼ ନଥିଲା।ବସ ଆସିବାକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ କିଛି ଲୋକ।ଭିଡ଼ ଭିତରେ ମୋ ଆଖି ଖୋଜି ବୁଲୁଥିଲା ତୋତେ।ହେଲେ ତୁ ଦିଶୁ ନ ଥିଲୁ କେଉଁଠି।

ମୁଁ କହିଥିଲି,"ମୁଁ ନିଶ୍ଚୟ ଆଗ ପହଞ୍ଚି ତୋତେ ଅପେକ୍ଷା କରିଥିବି।"

ତୁ କହିଲୁ,"ନାଇଁ, ମୁଁ ଆଗ ପହଂଚି ଅପେକ୍ଷା କରିବି ତୁମ ଲାଗି।"

ମୋତେ ଲାଗିଲା ମୁଁ ହିଁ ଡେରିରେ ପହଂଚିଥିଲି ଓ ତୋତେ ଖୋଜି ବୁଲୁଥିଲି ଭିଡ଼ ଭିତରେ।ଅଥଚ ତୁ ଯେ ମିଳୁ ନ ଥିଲୁ।ଲାଗିଲା, ହୁଏତ ତୁ ପହଞ୍ଚି ନାହୁଁ ତଥାପି।ମୋତେ ହୁଏତ ଅପେକ୍ଷା କରିବାକୁ ହେବ ତୋତେ।

ସେଦିନର ସେ ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା ଯେମିତି।ଆଜିବି ମୁଁ ସେଇ ଛକରେ ଅପେକ୍ଷା କରିଛି ତୋତେ।ତୁ କଣ ଜାଣୁ ସେ କଥା?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance