STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

3  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Romance

ସଙ୍ଗରୋଧର ସମୟ-୨୦

ସଙ୍ଗରୋଧର ସମୟ-୨୦

1 min
166

ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ସମୟ କାହା ପାଇଁ ଚରମ ପ୍ରତୀକ୍ଷାର ସମୟ ବି।

*****

ତାରିଖ ସ୍ଥିର ହୋଇ ସାରିଥିଲା।ମଣ୍ଡପ ବି ବୁକ ହୋଇ ସାରିଥିଲା।ନିମନ୍ତ୍ରଣ କାର୍ଡ ବି ବଣ୍ଟା ହୋଇ ସାରିଥିଲା।କରୋନା ପାଇଁ ସ୍ଥଗିତ ରଖିବାକୁ ହେଲା ବାହାଘର।

ମନୀଷା ଓ ଅଜୟ-ନିଶ୍ଚୟ ସ୍ବପ୍ନପ୍ରବଣ ଥିଲେ ବାହାଘରକୁ ନେଇ।ହନିମୁନର ପରିକଳ୍ପନା ବି କରିଥିଲେ।କିନ୍ତୁ ହାୟ!ବେଦରଦୀ କରୋନା!!ଅପେକ୍ଷା ଆହୁରି ବଢ଼ିଗଲା।

ଏବେ ସଙ୍ଗରୋଧର ଦିନ ସବୁ ମଧୁମୟ,ମିଠା ମିଠା ଗପରେ। ରାତି ସବୁ ମନେହୁଏ ମଧୁରାତି,ଟୁପ ଟାପ ଗପରେ।ଅସରନ୍ତି ରୋମାଂଚ।ମନ ଯଦି ମନ ସହ ମିଶିଯାଏ, ଦୂରତା କେବେ ବି ସମ୍ପର୍କର ବାଧକ ହୋଇ ପାରେନା।ଏଇ କଥା ନିଶ୍ଚୟ ଉପଲବ୍ଧି କରିଛନ୍ତି ମନୀଷା ଓ ଅଜୟ ସଙ୍ଗରୋଧର ଏଇ ସୁନ୍ଦର ଦିନ ଗୁଡ଼ିକରେ।

ସଙ୍ଗରୋଧର ଏଇ ସମୟ ହୁଏତ ବିରହ ଆଣି ଦେଇଥିବ କାହା ଜୀବନରେ।ବିରହର ବେଳ ବି ବେଶ ମହାର୍ଘ।ବିରହ ଥାଏ ବୋଲି ତ ବୁଝିହୁଏ ମିଳନର ଗୁରୁତ୍ୱ।

ଭିଡିଓ କଲିଂ କରି ଅଜୟ ମନୀଷାକୁ ଦେଖେ।ମନୀଷା ଅଜୟକୁ।ରାତି ପାହିଯାଏ।ଗପ ସରେନାଇଁ।ପ୍ରତୀକ୍ଷା ସରେ ନାଇଁ।ବୈଶାଖ ବି ମନେହୁଏ ମଧୁମାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance