Saroj Kumar Jena

Romance Tragedy

3  

Saroj Kumar Jena

Romance Tragedy

ପାଗଳ

ପାଗଳ

5 mins
150



  ନୟାଗଡ଼ ଜିଲ୍ଲାର କୁତୁରି ଗାଁ ଭାରି ସୁନ୍ଦର ପରିବେଶ ।ସେହି ଗାଁ ରେ ମୋର ଅତି ଘନିଷ୍ଠ ବନ୍ଧୁ ରାଜିବ ର ଘର ।ଏହା ସାତକୋଶିଆ ବ୍ୟାଘ୍ର ପକଳ୍ପ ଅଧୀନ ରେ ଏହି ଗାଁ ଟି ରହିଛି ଅଭୟାରଣ୍ୟ ମଧ୍ୟରେ ସମ୍ମୁଖରେ ମହାନଦୀ ବହି ଯାଇଛି ଯାହା କୁମ୍ଭୀମାନଙ୍କର ଚଳ ପ୍ରଚଳ ବେଶୀ ।ଏହା ଗଣିଆ ବ୍ଲକ ଅଧୀନ ରେ ଆସୁଚି ।ଏହାର ପରିବେଶ ଭାରି ଭଲ ମୁଁ ପ୍ରାୟ ସମୟ ରାଜିବ ଘରକୁ ଯାଇ ଦୁଇ ତିନି ଦିନ ରହି ଆସେ । ନୟାଗଡ଼ କଲେଜ୍ ରେ ପଢ଼ିଲା ବେଳେ ଆମେ ରାଜିବ ର ମୋର ସମ୍ପର୍କ ।

  ସନ୍ଧ୍ୟା ସମୟ ଗାଁ ମୁଣ୍ଡ ପେଣ୍ଡାଲ ଠିକୁ ଯାଇ ବସିବା ପାଇଁ ମୋତେ ଡାକି ନେଲା ରାଜିବ । ବହୁତ ଦିନ ପରେ ଯାଇଥାଏ ତାଙ୍କ ଗାଁ କୁ ।କିନ୍ତୁ କେବେ ସେହି ପେଣ୍ଡାଲ ଆଡେ ବସି ନଥିଲି । କିନ୍ତୁ ମୁଁ ରାଜିବ କୁ କହିଲି ସିଆଡ଼େ ଯାଇ କଣ କରିବା ।ରାଜିବ କହିଲା ତୁ ଜାଣିନୁ ।ଗାଁ ର ଖଟି ନିଆରା ।ଆଉ ଏମିତି ରେ ସେଠି ଉପରବୋଳା ମହାନଦୀ ପଟୁ ଭଲ ପବନ ବହେ ।ମୁଁ ଏହା ଶୁଣି ଖୁସି ହେଇଗଲି ।କହିଲି ହଉ ଚା ଯିବା । ଗଲା ବେଳେ ଏକ ଦୃଶ୍ୟ ଦେଖିଲି ।

ଜଣେ ବୟସ୍କ ଯଦିଓ ବେଶୀ ନୁହଁ ତଥାପି ୩୨ ପାଖା ପାଖି ହେବ । ମୁହଁରେ ପ୍ରବଳ ଦାଢ଼ି ।ଦେହରେ ଛିଡ଼ା ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧି ମନକୁ ମନ ଇଂରାଜୀ ରେ କିଛି କହି ଦେଇ ଯାଉଥାଏ ।ଆଉ ହାତରେ ଗୋଟିଏ କାଗଜ ଟିକୁ ଧରି ଛାତିରେ ଯାପି କାନ୍ଦୁଥାଏ ମଧ୍ୟ । ମୁଁ ତାହାର ଇଂରାଜୀ ଶବ୍ଦ ଉଚ୍ଚାରଣ ଶୁଣି ମୁଁ ଆଚମ୍ବିତ ହୋଇ ଯାଇଥିଲି ।ସଙ୍ଗେ ସଙ୍ଗେ ରାଜିବ କୁ ପଚାରିଲି ଆରେ ରାଜିବ ଇଏ କିଏ କିରେ 

ରାଜିବ କହିଲା ଆରେ ଇଏ ଆମ ରାଉତ ସାହିର ଧୁସା ରାଉତ ର ପୁଅ ସନ୍ତୋଷ ଭାଇ କିନ୍ତୁ ପାଗଳ । ଜଣେ ଗରିବ ପରିବାର ର ପୁଅ ଜଣେ ଉଚ୍ଚ ଶିକ୍ଷିତ । ଅର୍ଥନୀତି ରେ ନୟାଗଡ଼ କଲେଜ୍ ରୁ ସ୍ନାତକ ପାସ୍ କରିଛନ୍ତି । କିନ୍ତୁ ମୁଁ ପଚାରିଲି ଏମିତି ସେ କେମିତି ହେଲେ । ରାଜିବ କହିଲା ସେ କଥା ଛାଡ଼ ମୁଁ ତୋତେ ପଛେ ଏହି ଉପରେ କହିବି ।

କହିଲୁ ହଉ ଚାଲ ଯିବା ।

   କିନ୍ତୁ ଦୁଇ ଦିନ ଗଲା ପରେ ହଠାତ୍ ସକାଳ ବେଳା 

ରାଜିବ ଆଉ ମୁଁ ଗାଁ ମୁଣ୍ଡରେ ଥିବା ଦିନା ସାହୁ ଜଳଖିଆ ଦୋକାନ କୁ ଯାଇଥିଲୁ ଜଳଖିଆ ଖାଇବା ପାଇଁ । ସେଠି ଆମେ ଖାଇ ବସିଲା ବେଳେ ।ହଠାତ୍ ଏକ ମୋଟର ସାଇକେଲ ରେ ଦୁଇ ଜଣ ଆସି ମିଠା କିଣିବା ପାଇଁ ପହଞ୍ଚିଲେ । ଜଣେ ସୁନ୍ଦର ଯୁବକ ଆଉ ଜଣେ ତାଙ୍କ ସ୍ତ୍ରୀ ।

ଠିକ୍ ଏହି ସମୟ ରେ ପାଗଳ ସନ୍ତୋଷ ଭାଇ କେଉଁଠି ଥିଲେ ଆସି ଅତି ଡହଳ ବିକଳ ହୋଇ ସେ ବ୍ୟକ୍ତି ଜଣକୁ କହିଲେ , କ୍ୟାନ ୟୁ ହେଲ୍ପ ମି ? ସଙ୍ଗେ ସଙ୍ଗେ ସେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ ଆରେ ଇଏ କିଏ ।ତାଙ୍କ ସ୍ତ୍ରୀ କହିଲେ ହେ ତା କଥା ଶୁଣନା ଏଇଟା ଗୋଟେ ପାଗଳ ଟା ।

 ତଥାପି ଭୋକ ବିକଳ ରେ ସନ୍ତୋଷ ଭାଇ କହୁଥାନ୍ତି ।ପ୍ଲିଜ୍ ଗିଭ୍ ମି ସମ୍ ଫୁଡ଼। ଏହା ଶୁଣି ଶେଷରେ କିଛି ଖାଇବା ସେହି ଦୋକାନ ରୁ ଆଣି ତାକୁ ଦେଲା ବେଳେ ଏହା ଦେଖି କିନ୍ତୁ ତାଙ୍କର ସ୍ତ୍ରୀ ତାର ସ୍ଵାମୀ ହାତରୁ ଛଡେଇ ଫିଙ୍ଗି ଦେଲା ଏବଂ ତୁରନ୍ତ ସେହି ସ୍ଥାନ ଛାଡ଼ି ପଳେଇଲେ ।

 ଏହା ଦେଖି ଗାଁ ଲୋକ ମାନେ ସେଦିନ କିଛି ଟୁପୁର ଟାପୁର ହେଲେ । ମୁଁ କିନ୍ତୁ କିଛି ବୁଝି ପାରୁନଥିଲି ।ଖାଇ ସାରି ଫେରିବା ବାଟରେ ମୋତେ ରାଜିବ କୁ ପଚାରିଲି ଏହି କଥା ।ରାଜିବ କହିଲା ହଉ ଶୁଣୁ ସବୁ କଥା । ଦୁଇ ତିନି ବର୍ଷ ତଳର କଥା ।ଯୋଉ ଝିଅକୁ ଦେଖିଲୁ ତାହାରି ପାଇଁ ଆଜି ସନ୍ତୋଷ ଭାଇ ପାଗଳ ହୋଇ ବୁଲୁଛି ।କିନ୍ତୁ ସେ ଝିଅ ଆଜି ଆଉ କାହାର ବୋହୂ ।ବଡ଼ ଘରର ଝିଅ ତ ।କହିବୁ କ'ଣ ।ମୁଁ କହିଲି ଆରେ କ'ଣ କହୁଛୁ ଟିକିଏ ଭଲରେ କହ ।କିଛି ବୁଝି ହଉନି । ସେଠୁ ରାଜିବ କହିଲା ଶୁଣୁ ନୟାଗଡ଼ କଲେଜ ରେ ପାଠ ପଢ଼ିବା ସମୟରେ ଏହି ଝିଅ ବି ସେହି କଲେଜ୍ ରେ ପାଠ ପଢୁଥିଲା ସନ୍ତୋଷ ଭାଇ ର ସୁନ୍ଦରତା ଦେଖି ତାକୁ ପ୍ରେମ ଜାଲରେ ଏହି ଲିପ୍ସା ପକେଇବାକୁ ଚେଷ୍ଟା କଲା କିନ୍ତୁ ଏହି କଥା ସେତେବେଳେ ସନ୍ତୋଷ ଭାଇ ତା ସଙ୍ଗେ ପ୍ରେମ କରିବାକୁ ନାରାଜ ଥିଲେ । କାହିଁକି ନା ଲିପ୍ସା ଜମିଦାର ଘର ର ଝିଅ ଥିଲା ।କିନ୍ତୁ ସନ୍ତୋଷ ଭାଇ ବାପା ଜଣେ ଚାଷୀ ଘରର ପୁଅ ।ଅଳ୍ପ ବହୁତ ଯାହା ହୁଏ ସୁଖେ ଦୁଃଖେ ଚଳିଯାଆନ୍ତି ।ଧିରେ ଧିରେ ଉଭୟ ଙ୍କ ମଧ୍ୟରେ କିନ୍ତୁ ପ୍ରେମ ହୋଇଗଲା । ବହୁ ପ୍ରତିଶୁତି ସେ ଝିଅ ସନ୍ତୋଷ କୁ ଦେଲା । କିନ୍ତୁ ସବୁ ଥିଲା ମିଛ ।ମୁଁ ପଚାରିଲି ରାଜିବ କୁ କେମିତି । ରାଜିବ କହିଲା ମୋ କଥା ସରିନି ଶୁଣୁ 

ଏମିତି ରେ କିଛି ଦିନ ଗଲା ପରେ ହଠାତ୍ ଏହି କଥା ସେ ଝିଅ ଘରେ ଏହି କଥା ଜାଣିବାକୁ ପାଇଲେ ଏବଂ ସନ୍ତୋଷ କୁ ଗାଳି ଗୁଲଜ କଲେ ତାହାର ବାପା ଆଗରେ ।ଏମିତିରେ ତାର ଦୁଇ ଗୁଣ୍ଠ ଜମିକୁ ବି ଛଡ଼େଇ ନେଲା ଲିପ୍ସା ବାପା ସଦାଶିବ ଶର୍ମା । ଏହି କଥା ରେ ଭାଙ୍ଗି ପଡ଼ିଲା ସନ୍ତୋଷ ର ବାପା ଧୁସା ରାଉତ । ଏମିତି ଦୁଃଖ କଷ୍ଟେ ବଞ୍ଚିଲେ । ଧୁସା କହିଲା ମୁଁ ତୋତେ ଏଇଆ କରିବାକୁ କଲେଜ୍ ଛାଡ଼ିଥିଲି ।ଦେଖେ ତୁ ସୁଧୁରି ଜା ନଚେତ୍ ସେ ଜମିଦାର ଆମକୁ ଧମକ ଦେଇ ଯାଇଛି ନଚେତ ସେ ଆମ କୁ ଏହି ଗାଁ ରୁ ତଡ଼ି ଦେବ 

ଏହି କଥା ଶୁଣି ମନରେ ପ୍ରବଳ କ୍ରୋଧ ଥାଏ ସନ୍ତୋଷ ର |

ତା ବାସୀ ଦିନ କଲେଜ୍ ରେ ଖୋଜି ବୁଲିଲା ଲିପ୍ସା କୁ ଏହି କଥା କହିବା ପାଇଁ ।ଖୋଜି ଖୋଜି ଯାଇ ଦେଖେ ତ ଗୋଟେ ଘରେ ଅସଂଜତ ଅବସ୍ଥାରେ ଗୋଟିଏ ପୁଅ ସହିତ ଥିଲା ଲିପ୍ସା ଏହା ଦେଖି ସନ୍ତୋଷ ବହୁତ ଭାଙ୍ଗି ପଡ଼ିଲା ଆଉ ସବୁ କହିଲା ଏହା ଶୁଣି ଲିପ୍ସା କହିଲା ମୁଁ ସବୁ ଜାଣିଛି ମୋତେ ବାପା କହିଛନ୍ତି ।କିନ୍ତୁ ଲିପ୍ସା ପାଖରେ ଥିବା ସେହି ପୁଅ ସତ୍ୟ କହିଲା ଆରେ ଇଏ କିଏ । ଲିପ୍ସା କହିଲା ଇଏ ଆମ ଗାଁ ର ଗୋଟେ ମୂଲିଆ ଘରର ପିଲା । ଏହା ଶୁଣି ସନ୍ତୋଷ କହିଲା କ'ଣ କହିଲ । ଲିପ୍ସା କହିଲା କ'ଣ ସତ କହିଲେ ବ୍ୟାଧି ଯାଉଛି । ସନ୍ତୋଷ କହିଲା ନା ମୁଁ ତୁମକୁ ଦେଖୁଛି ତୁମେ ଏତେ ତଳକୁ ଖସି ଗଲ ।ଏହା ଶୁଣି ଲିପ୍ସା କହିଲା ମୁଁ କାମନା ଚାହେଁ ।କାମନା ପାଇଁ ସବୁ କିଛି କରି ପାରେ ।

ସେଠୁ ଧିକାର କରି ସନ୍ତୋଷ ଆସିଲା ବେଳେ କହି ଆସିଲା ଶୁଣ ପ୍ରେମ ଏକ ଖେଳଘର ନୁହଁ ହେଲା ମୁଁ ତୁମକୁ ମନ ଦେଇଥିଲି ଏଇଥି ପାଇଁ । 

  ଏମିତି ରେ କିଛି ଦିନ ଗଲା ପରେ ଚିନ୍ତାରେ ସନ୍ତୋଷ ବାପା ଆର ପାରିକୁ ଚାଲି ଗଲେ ।ଆଉ ସନ୍ତୋଷ ପୁରା ଭାଙ୍ଗି ପଡ଼ିଲା । ଏପଟେ ଧିରେ ଧିରେ ଲିପ୍ସା କୁ ଝୁରି ଝୁରି ପାଗଳ ହୋଇଗଲା ସନ୍ତୋଷ ।ଆଉ କିଛିଦିନ ମଧ୍ୟରେ ଲିପ୍ସା କୁ ଏକ ଧନୀ ଘର ଦେଖି ତାଙ୍କ ଘରେ ବାହାଘର କରିଦେଲେ । ଆଉ ଆଜିବି କିଛି ଲୋକ ସନ୍ତୋଷ ଭାଇ କୁ ଦେଖିଲେ ପାଗଳ ବୋଲି ସମ୍ବର୍ଦ୍ଧିତ କରନ୍ତି । ଆଜିବି ସନ୍ତୋଷ ଭାଇର ବୁଢ଼ୀ ମା ଟା ବହୁତ କଷ୍ଟରେ ତାକୁ ପୋଷିଚି ଯେଉଁ ବୟସରେ ସନ୍ତୋଷ ଭାଇ ତା'ର ମା କୁ ପୋଷିବା କଥା ଏହି ବୟସରେ ସେ ଆଜି ପାଗଳା ପୁଅକୁ ପୋଷୁଚି ।କିନ୍ତୁ କ'ଣ ହେବ ଗାଁ ର ସବୁ ଲୋକ ଜାଣିଛନ୍ତି ସନ୍ତୋଷ ଭାଇ କ'ଣ ଜଣେ ଉଚ୍ଚ ଶିକ୍ଷିତ ହୋଇ ଆଜି ନିଜର ପ୍ରେମ ପାଇଁ ସାଜି ବସିଛନ୍ତି ପାଗଳ ।

  ଏହା ଶୁଣି ବହୁତ ମନ ଦୁଃଖ କରିଥିଲି । ଆଉ ମୋତେ ରାଜିବ କହିଥିଲା ଶୁଣୁ ଏଠି ବଡ଼ ଲୋକିଆ ଝିଅ ଙ୍କ ପ୍ରେମ ସମୟ ବାହିତ ଆଉ କିଛି ଖୁସି କିନ୍ତୁ ପ୍ରତି ବଦଳେ ସନ୍ତୋଷ ଭାଇ ଭଳି ଏମିତି କେତେଯେ ପାଗଳ ହୋଇ ବୁଲୁ ନଥିବେ କିଏ କହି ପାରିବ ।ମୁଁ ଶୁଣି କହିଲି ତାହା ନୁହଁ ଆଉ କ'ଣ ।


Rate this content
Log in

Similar oriya story from Romance