Saroj Kumar Jena

Inspirational Others

4  

Saroj Kumar Jena

Inspirational Others

ଜୟ ମା ପ୍ରଗଳା ଇଷ୍ଟ ଦେବୀ

ଜୟ ମା ପ୍ରଗଳା ଇଷ୍ଟ ଦେବୀ

5 mins
15



ନରସିଂହପୁର ଏକ ଗଡ଼ଜାତ ଅଞ୍ଚଳ । ଗଣତନ୍ତ୍ର ପୂର୍ବରୁ ଏହା ଏକ ଗଡ଼ଜାତ ଅଞ୍ଚଳ ଭାବେ ଖ୍ୟାତି ଅର୍ଜନ କରିଥିଲା । ଯଦିଓ ଦେଖିବା ଓଡ଼ିଶା ରେ ୩୬ ଗଡ଼ଜାତ ମଧ୍ୟରୁ ନରସିଂହପୁର ଅନ୍ୟତମ । ଏହା ସତ୍ୟ ଯୁଗେ ନୃସିଂହପୁର , ଦ୍ଵାପର ରେ ଶୋଣିତପୁର , କଳିଯୁଗେ ଐରାବତ , ଆରାଟ ଏବଂ ନରସିଂହପୁର ହୋଇଛି ।

   କଟକ ଜିଲ୍ଲା ନରସିଂହପୁର ବ୍ଲକ କହିଲେ ସାରା ଓଡ଼ିଶା ଜାଣେ । ତେବେ ସେହି ନରସିଂହପୁର ବା ଅରାଟ ମାଟି ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ପ୍ରଗଳା । ନରସିଂହପୁର ଗଡ଼ଜାତ ଭାବେ ବେଶ ଜଣା ଶୁଣା । ତେବେ ମା ଙ୍କ ପୀଠ କୁ ଯିବା ପାଇଁ ହେଲେ କଟକ ରୁ ପ୍ରାୟ ୧୧୭ କିମି କିମ୍ବା ଭୁବନେଶ୍ୱର ରୁ ପ୍ରାୟ ୧୫୦ କିମି ଏହା ସହିତ ନୟାଗଡ଼ ଜିଲ୍ଲା ପଟ ଦେଇ ଆସିଲେ ସିଧାମୁଳା ପୋଲ ଦେଇ ମଧ୍ୟ ପଶ୍ଚିମ କୁ ଆସିଲେ ନରସିଂହପୁର ପଞ୍ଚମୁଖୀ ଛକ ଠାରୁ ପ୍ରାୟ ୧୦ କିମି ଗଲେ ଜୟପୁର ଠାରେ ମା ଙ୍କ ଭବ୍ୟ ମନ୍ଦିର ପଡ଼େ । ଘଞ୍ଚ ଅରଣ୍ୟ ସୁନ୍ଦର ସବୁଜିମା ପରିବେଶ ରେ ମା ଙ୍କ ମନ୍ଦିର ଶୋଭାପାଉଛି । ମା ଆଗରୁ ଏକ ଛୋଟ ମନ୍ଦିର ରେ ପୂଜା ପାଉଥିଲେ ଏବେ ସରକାର ଙ୍କ ଅନୁଦାନ କ୍ରମେ ଭବ୍ୟ ମନ୍ଦିର ରେ ମା ବିରାଜମାନ । ମା ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ । ଯାହା ଭକ୍ତ ମନ ସ୍କାମାନା କରନ୍ତି ତାହା ପୁରା ହୁଏ । ଏଠିକାର ଏକ ମାହାତ୍ମ୍ୟ ହେଉଛି ମା ଅରଣ୍ୟ ଦେବୀ ତେଣୁ ବେଳେ ବେଳେ ମା ଉଭାନ ହୋଇ ଆସ୍ଥାନ ରେ ନ ଥାଆନ୍ତି । ତେଣୁ ଭକ୍ତ ଦେଖି ମା ଙ୍କୁ ଚିତ ମନରେ ସ୍ମରଣ କଲେ ମା ପୁଣି ଝଣ କରି ଆସ୍ଥାନ କୁ ବିରାଜ ମାନ କରନ୍ତି । ଯାହା ଅବିଶ୍ବାସ ହେଉଥିଲେ ଏହି କଳି କାଳେ ସତ୍ୟ ଚିରନ୍ତନ । ତେବେ ଆସନ୍ତୁ ଦେଖିବା ମାଙ୍କ ସୃଷ୍ଟି

  ବିଭିନ୍ନ ଇତିହାସ ଏବଂ ପୁରାଣ ଓ ଗବେଷକ ଙ୍କ ମତ ଅନୁସାରେ 

  ନରସିଂହପୁର ବା ଅରାଟ ମାଟିର ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ପ୍ରଗଳା । ଯିଏ କଳି କାଳରେ ସ୍ଵୟଂ ଜୀବିତ ଠାକୁରାଣୀ । ଯିଏ ଦୁଇ ଖଣ୍ଡା ବା ଖଡ୍ଗ ରୂପେ ପୂଜା ପାଉଛନ୍ତି । ମା ଶୂନ୍ୟରେ ଉଭାନ ହୋଇଯାଆନ୍ତି । ଭକ୍ତ ଶ୍ରଦ୍ଧାଳୁ ମା ଆସ୍ଥାନ ରେ ବେଳେ ବେଳେ ନଥାନ୍ତି । ଭକ୍ତି ରେ ମା ଙ୍କୁ ସୁମରଣା କଲେ ମା ଝଣ କରି ଆସ୍ଥାନ କୁ ଆସିଯାଏ ମା ବର୍ତ୍ତମାନ ନରସିଂହପୁର ବ୍ଲକ ଜୟପୁର ଗ୍ରାମ ରେ ବିରାଜମାନ । ସେ ଖଡ୍ଗ ରୂପୀ ପୂଜା ପାଇ ଆସୁଛନ୍ତି । ନରସିଂହପୁର ରେ ରାଜ ତନ୍ତ୍ର ଯେବେଠୁ ପ୍ରଚଳିତ ହେଲା ସେବେଠୁ ମା ନରସିଂହପୁର ଜୟପୁର ଠାରେ ପୂଜା ପାଇ ଆସୁଛନ୍ତି । ମା ଙ୍କ ଉତ୍ପତ୍ତି ଯଦିଓ ଦେଖିବା ଏଠାରେ ଗବେଷକ ମାନଙ୍କ ମତ ବିଭିନ୍ନ ରହିଛି । ତନ୍ମଧ୍ୟରୁ ଏଠି କୁରୁମୀ ପୁରାଣ( କନ୍ଧ ମାନଙ୍କ ରଚିତ ) ମତ ଅନୁସାରେ ମା ହେଉଛନ୍ତି ମହା ସିମଳା ଦେବୀ ପରେ ପ୍ରଗଳା । ଇତିହାସ ଦେଖିଲେ ନରସିଂହପୁର ରେ କନ୍ଧ ଶାସନ ଚାଲିଥିବା ସମୟରେ ମାଧବ ସେନ ଏବଂ ମଧୁସୂଦନ ନାମକ ଦୁଇ ଭାଇ ପିତୃ ହତ୍ୟା ର ପ୍ରତିଶୋଧ ନେବା ପାଇଁ ତାଙ୍କର ଦୁଇ ଖଡ୍ଗ କୁ ଉଦ୍ଧାର କରି ମା ଙ୍କୁ ସୁମରଣା କରିଥିଲେ ଯାହା ମହା ସିମଳା ଭାବେ ପୂଜା ପାଉଥିଲେ । ଏହି ଦୁଇ ଭାଇଙ୍କ ମାତୃ ଘର ହେଉଛି ବୌଦ୍ଧ ସେଠି ସେ ମା ଙ୍କୁ ପୂଜାର୍ଚ୍ଚନା କରୁଥିଲେ ଯାହା ମା ବୌଦ୍ଧ ରେ ମା ପ୍ରବଳା ଭାବେ ପୂଜା ପାଉଥିଲେ ବୋଲି ଗବେଷକ ଙ୍କ ମତ। ପରବର୍ତ୍ତୀ ସମୟରେ ସେ ମା ଙ୍କୁ ପ୍ରସନ୍ନ କରାଇ ନିଜ ସହିତ ଆଣି ଥିଲେ ଏବଂ ମହା ସିମଳା ଭାବେ ପୂଜା କରୁଥିଲେ। ଏକ କୂପ ରୁ ଦୁଇଟି ତରବାରୀ ଅର୍ଥାତ ଖଡ୍ଗ ବା ଖଣ୍ଡା କୁ ଉଦ୍ଧାର କରି ମା ଙ୍କୁ ଆସ୍ଥାନ କରିଥିଲେ ସ୍ମରଣ କରି ଏବଂ ମା ମଧ୍ୟ ତାଙ୍କ ଖଡ୍ଗ ରେ ବିରାଜମାନ କରିଥିଲେ। ଏକ ଦିନ ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ଗଛ ମୂଳେ ମା ଙ୍କୁ ରଖି ଦୁଇ ଭାଇ ରାତ୍ର ରେ ଶୟନ କରୁଥିଲେ । ତାଙ୍କୁ ସ୍ବପ୍ନାଦେଶ ହେଲା ମା ତାଙ୍କୁ ଛାଡ଼ି ପଳାଉଛନ୍ତି । କାରଣ ପାଢ଼ୀ ବ୍ରାହ୍ମଣ କୁ ହତ୍ୟା ଦୋଷରେ ଖଡ୍ଗ ଦୁଇଟି ଅନ୍ତର୍ଦ୍ଧାନ ହେଉଛି । ଏହା ଦେଖି ଦୁଇ ଭାଇ ପ୍ରାଣ ବିସଜର୍ନ କଲେ । ପରବର୍ତ୍ତୀ ସମୟରେ ଅରାଟ ମାଟିରେ ୧୨୯୨ ମସିହା ରେ ନର ଜେନା ଓ ପୁର ଜେନା କୁ ଯୁଦ୍ଧ ରେ ହତ୍ୟା କରି ଧର୍ମ ଜୟ ସିଂହ ଆରାଟ ରୁ ରାଜ୍ୟ ନାମ ନରସିଂହପୁର ରଖିଥିଲେ 

ଏବଂ ଭାନୁ ପାଇକରାୟ କୁ ହତ୍ୟା କରି ରାଜଧାନୀ ଗଡ଼ ନାମ ପାଇକ ପଡ଼ା ପାଟଣା ରଖିଲେ । କାଳକ୍ରମେ କିଛି ଦିନ ଗଲା ପରେ ଜଙ୍ଗଲ ଶିକାର ସମୟରେ ଗୋଟିଏ ମୃଗ ଶିକାର ନିମନ୍ତେ ଅନୁଗୁଳ ରାଜ ଜେମା ସହିତ ବିତର୍କ ହୋଇଥିଲା । ପରେ ଅନୁଗୁଳ ରାଜା ସହିତ ଧର୍ମ ଜୟ ସିଂହ ଙ୍କ ର ଯୁଦ୍ଧ ହେଇଥିଲେ ଯେଉଁଥିରେ ନରସିଂହପୁର ରାଜା ଙ୍କ ସନ୍ୟ ସାମନ୍ତ ମୃତ୍ୟ ହୋଇଥିଲେ । ରାତ୍ର ରେ କ୍ଳାନ୍ତ ହୋଇ ସିମଳା ଦେବୀ ଯେଉଁ ବୃକ୍ଷ ମୂଳେ ଥିଲେ ସେଠି ଦେବୀ ଙ୍କୁ ବିନୟ ପ୍ରାର୍ଥନା କରି ଶୟନ କରିଥିଲେ । ରାତି ପହନ୍ତା ରେ ଦେବୀ ନି ସ୍ବପ୍ନାଦେଶ ହେଲା ସେ ଯୁଦ୍ଧ ରେ ଧର୍ମ ଜୟ ସିଂହ ଙ୍କ ପଛରେ ରହିବେ ବୋଲି ଅଭୟ ଦେଲେ । ପର ଦିନ ଯୁଦ୍ଧ ରେ ମା ମାୟା କରି ରାଜା ଙ୍କ ଛଦ୍ମ ବେଶ ହୋଇ ଅନୁଗୁଳ ରାଜା ଙ୍କ ସହିତ ସମ୍ମୁଖୀନ ହୋଇଥିଲେ ଅନୁଗୁଳ ରାଜା ଛଦ୍ମ ବେଶୀ ରାଜା ଙ୍କ ଗଳା କାଟି ଖୁସି ଉଲ୍ଲାସ ରେ ଫେରିଗଲେ । କିନ୍ତୁ ଧର୍ମ ଜୟ ସିଂହ ମା ଙ୍କ କୃପା ରୁ ବଞ୍ଚିଗଲେ ଏବଂ ଏବେକାର ଅନୁଗୁଳ ତଳ ମୂଳ ଠାରେ ମା କନକ ଦୁର୍ଗା ବା ସିମଳା ଭାବେ ପୂଜା ପାଉଥିଲେ । ରାଜା ଧର୍ମ ଜୟ ମା ଙ୍କୁ ପ୍ରସନ୍ନ କରାଇ ପାହୁଣ୍ଡେ କେ ଗୋଟିଏ ଛାଗ ବୋଦା ଛେଦ ପକାଇ ମାଙ୍କୁ ଜୟପୁର ଯାଏ ଆଣିଲେ । ବିପୁଳ ବୋଦା ନ ମିଳିବା ହେତୁ ମା ସେଠି ରହିଲେ । ସେହିଦିନ ଠାରୁ 

 ମା ଙ୍କୁ ରାଜା ୧୩୧୧ ମସିହା ଠାରୁ ରାଜା ନରସିଂହପୁର ରେ ପ୍ରଥମ ରାଜା ଭାବେ ଶାସନ ଆରମ୍ଭ କଲେ ଏବଂ ମା ଯେହେତୁ ନିଜ ଗଳା ଦେଖାଇ ରାଜା ଙ୍କ ଗଳା ରକ୍ଷା କରିଥିଲେ । ସେଥିପାଇଁ ମା ଙ୍କୁ ସେହି ଦିନ ଠାରୁ ପ୍ରଗଳା ଭାବେ ପୂଜା ପାଇଲେ । ପର ପାଇଁ ଦେଇ ଗଳା ବୋଲାଇଲେ ପ୍ରଗଳା । 

  ଅନ୍ୟ ଏକ ଉପାଖ୍ୟାନ ଦେଖିଲେ ଧର୍ମ ଜୟ ସିଂହ ବିପ୍ର ପାଢ଼ୀ ବୋଲି କନ୍ଧ ରାଜା ଙ୍କ ସହିତ ଯୁଦ୍ଧ ବେଳେ ରାଜା ଙ୍କ କନ୍ୟା ନିଜ ପିତା ଙ୍କ ଜୀବନ ରକ୍ଷା କରିବାକୁ ଯାଇ ନିଜ ଜୀବନ ଦେଇଥିଲେ ନିଜର ଗଳା ଦେଖେଇ ଦେଇଥିଲେ ଏବଂ ନିଜର ପିତା ଙ୍କ ଜୀବନ ରକ୍ଷା କରିଥିଲେ । ଯାହା ପରବର୍ତ୍ତୀ ସମୟ ତାଙ୍କ ଆତ୍ମା ସେହି ଖଡ୍ଗ ରେ ପ୍ରଗଳା ଭାବେ ପୂଜା ପାଉଛନ୍ତି । ତେଣୁ ମା ଙ୍କୁ ଧର୍ମ ଜୟ ସିଂହ ଙ୍କ କନ୍ୟା ବୋଲି ବିବେଚନା କରାଯାଏ । 

 ଅନ୍ୟ ଏକ ଉପାଖ୍ୟାନ ରହିଛି ନରସିଂହପୁର ରେ କିଛି କାଳ ବୌଦ୍ଧ ଧର୍ମୀ ଙ୍କ ଆଗମନ ହୋଇଛି । ବୌଦ୍ଧ କୀର୍ତ୍ତି ରାଜି ମିଳିଛି। ତେଣୁ ସେହି ସମୟ ରେ ଏହା ବୁଦ୍ଧ ଙ୍କ ଖଡ୍ଗ ବୋଲି ବିବେଚନା କରାଯାଏ ଯାହାର ସଠିକ୍ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ । 

  ମା ପ୍ରତି ବର୍ଷ ଜୟପୁର ଠାରୁ ରାଜ ନଅର କୁ ଆଶ୍ଵିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଦୂତୀଆ ଓଷା ଦିନ ରାତ୍ର ରେ ମା ଙ୍କୁ ଘଟ ରୂପୀ ଆବାହନ କରାଯାଇ ପାର୍ବତୀ ପୁର ବର ଡାଳିଆ ପୋଖରୀ ରୁ ମା ଙ୍କୁ ନୂତନ କଳସ ରେ ଘଟ ସ୍ଥାପନ କରାଯାଇ ପାଟ ବସ୍ତ୍ର ସହ ବିଭିନ୍ନ ଫୁଲ ସହିତ ସୁ ସଜ୍ଜିତ କରି ତମଜାନ ରେ ଘଣ୍ଟ ଘଣ୍ଟା , ଢୋଲ ରେ ରାଜ ବାଟି କୁ ନିଆଯାଏ । ସେଠି ମା ଙ୍କୁ ଷୋଡ଼ଶ ଉପଚାର ରେ ପୂଜାର୍ଚ୍ଚନା ହୁଏ । 

ମହାଷ୍ଟମୀ ରେ ଶୂନ୍ୟ ରେ ଅଢେଇ କାଠି ଢୋଲ ଶବ୍ଦ ଶ୍ରବଣ ପରେ ମା ପୁନଶ୍ଚ ଜୟପୁର ଆସ୍ଥାନ କୁ ଫେରି ଯାଆନ୍ତି । 

  ଲୋକ କଥା ଅନୁସାରେ ଯେହେତୁ ମା ରାଜା ଙ୍କ କନ୍ୟା ଥିଲେ ବା ରାଜା ଙ୍କ ଆରାଧ୍ୟ ଠାକୁରାଣୀ ଥିଲେ ତେଣୁ ରାଜା ଙ୍କ କଥା ରକ୍ଷା କରି ରାଜବାଟି କୁ ବର୍ଷ କୁ ଥରେ ଆସନ୍ତି । 



Rate this content
Log in

Similar oriya story from Inspirational