କଳାକାର ର କୋହ
କଳାକାର ର କୋହ
କଳା .... ନୁହେଁ ସେ କେଉଁ ବାସି ବାସନ କୁସନର ରଙ୍ଗର ଦାଗ ନା କେଉଁ କଲମ କାଳିର ସାହି । ଯାହା ଅଟେ ଦେବତା ଗନ୍ଧର୍ବ ମାନଙ୍କର ଏକ ଅଂଶ ଯାହା ଏକ ଆଶୀର୍ବାଦ । ଯାହା ମନୁଷ୍ୟ ଜନ୍ମ ବେଳେ ତାହା ଠାରେ ବିରାଜ ମାନ ହୋଇ ଧରା ପୃଷ୍ଠ ରେ ସମୟ କ୍ରମେ ବଢି ଚାଲିଥିବା ଏହି ମନୁଷ୍ୟ ସମାଜ ଠାରେ ଦେଖିବାକୁ ମିଳେ । କେତେବେଳେ ଖୋଲା ମଞ୍ଚରେ ତ କେତେବେଳେ ଟିଭି ପରଦା ଆଉ କେତେବେଳେ ବେତାର ମାଧ୍ୟମରେ । ହେଲେ ସମୟ ଆଗତ ହେଲେ ସେ ଆପେ ଆପେ ପ୍ରସ୍ପୁଟିତ ହୋଇ ଦୁନିଆକୁ ମହକାଇ ଦିଏ ଏବଂ କଳାର ବିକାଶ ହୋଇ ଗନ୍ତବ୍ୟ ସ୍ଥଳରେ ଆଗକୁ ବଢେ । ସେଥିରୁ କେତେ ମହକି ହୋଇ ବାରି ହୋଇ ପଡନ୍ତି ଆଉ କିଛି ବଣ ମଲ୍ଲି ପରି ବଣରେ ଝଡି ପଡ଼ନ୍ତି ।
ତେବେ ଏ ଯେମିତି ଜେମାଦେଇପୁର ଗ୍ରାମର ସୁରେଶ । ବିଏ ପାସ୍ କଲା ପରେ ଚାକିରୀ ପାଇଁ ବହୁତ ଚେଷ୍ଟା କଲା ହେଲେ ସବୁଥିରେ ଅସଫଳକୁ ଅସଲ୍ ଜିନିଷ ସବୁଥିରେ ଲାଞ୍ଚନ ଦେଇପାରିବାରୁ ବାଧ୍ୟ ହୋଇ ଏକ ଛୋଟ ପକଳ୍ପ ସଂସ୍ଥା ରହି ନିଜର ଗୁଜୁରାଣ ମେଣ୍ଟାଇବା ସହ କିଛି ପରିବାର ଭରଣପୋଷଣ କରୁଥିଲା । ବାପା ଆଉ ମା ସହ ପରିବାର ବୋଲେ ତିନି ପ୍ରାଣୀ । ଭଉଣୀ ଗୋଟିଏ ବିବାହ କରିଦେଇଛନ୍ତି । ଏ ନେଇ ବହୁତ ଦୁଃଖରେ ସୁରେଶ ଚଳୁଥିଲା । ବାପା ଦିନମଜୁରିଆ ପ୍ରାୟ ସମୟ ବାପାଙ୍କ ଉପରେ ବି ନିର୍ଭର ହୋଇ ଚଳିବାକୁ ପଡି ।ହେଲେ ଗାଆଁରେ ରହି ସୁରେଶ ସେ ଗାଆଁର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ବିଭିନ୍ନ କଳା ପରିବେଷଣ କରୁଥିଲା । ଏଇ ଯେମିତି ରାମଲୀଳା, ନାଟକ ଡ୍ରାମା, ଦଣ୍ଡ ନୃତ୍ୟ ପ୍ରଭୃତି । ଏଥିରେ ଛୋଟ ବଡ଼ ଅଭିନୟ ସହ ବେଳେବେଳେ ଉପସ୍ଥାପନା ବି କରେ ସୁରେଶ ତାର ଉପସ୍ଥାପନା ଶୈଳୀରେ ଅଭିନୟ ଅପେକ୍ଷା ଲୋକଙ୍କୁ ବହୁତ ଲୋକାଦୃତ ହୋଇ ମନକୁ ଛୁଏଁ । ଖାଲି ସେତିକି ନୁହେଁ ସୁରେଶ ତାର ଆଉ ଏକ ବିଶେଷ କଳା ଯାହା ମାଧ୍ୟମରେ କିଛି ଲୋକେ ତାକୁ ଚିହ୍ନି ପାରିଛନ୍ତି ତାହା ହେଉଛି ସାରସ୍ଵତ ସାଧନା । ଯାହା ମାଧ୍ୟମରେ ସେ ନାନା ରକମର ସାହିତ୍ୟ ସାଧନା ରଚି ଚାଲିଥାଏ । ତନ୍ମଧ୍ୟରୁ କବିତା, ଗଳ୍ପ, ଗୀତି କବିତା, ପ୍ରବନ୍ଧ, ଉପସ୍ଥାପନା ପ୍ରଭୃତି ରଚନା କରେ । ଯାହା ବହୁ ପତ୍ର ପତ୍ରିକାରେ ପ୍ରକାଶ ହୋଇଛି ମଧ୍ୟ । ଯେଉଁଥିପାଇଁ ନାନା ସାହିତ୍ୟ ଅନୁଷ୍ଠାନରୁ ସ୍ବଳ୍ପ ବୟସରେ ବହୁତ ସମ୍ମାନର ଅଧିକାରୀ ହୋଇ ପାରିଛି ସୁରେଶ । ହେଲେ ବିଡମ୍ବନାର ବିଷୟ ଆର୍ଥିକ ଅବସ୍ଥା ଅନାଟନ ପାଇଁ ତାର ବଡ଼ ସ୍ବପ୍ନ ଅଧୁରା ରହିଗଲା ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରି ପାରିଲା ନାହିଁ । ତତ୍ ସହିତ ପିଲାଦିନୁ ସୁରେଶ ଭଲ ଚିତ୍ର ଶିଳ୍ପୀ କୋଉ ଚିତ୍ର କଳା କଲେଜ୍ ରେ ଅଧ୍ୟୟନ କରି ପାରିଲା ନାହିଁ ତାହା ବି ଅଧୁରା ରହିଗଲା । ନା ସେ ହେଲା ପାଠରେ ନା ସାଠରେ ।
ଏମିତି ବହୁତ ବର୍ଷ ବିତିଗଲା ସୁରେଶ ଗାଆଁରୁ ଯେହେତୁ ରହୁଥାଏ ସେ ଏକ ଛୋଟ ଚାକିରି ଟେ କରିଥାଏ ବୋଲି କେହି ଜାଣି ନଥାନ୍ତି । ଯାହା ଅତି ସ୍ବଳ୍ପ ରୋଜଗାର ବେଳେବେଳେ ଏଥିପାଇଁ ବହୁତ ଥଟା ପରିହାସର ଶିକାର ହୋଇଛି ସୁରେଶ ବାତରା, ଛତରା, ପାଗଳ,ବେକାରିଆ ଟାଉଟର ଏମିତି କେତେ କଥା ଶୁଣେ । ଆତ୍ମାକୁ ବହୁତ ବାଧେ ସତ ହେଲେ ସରକାରୀ ସଂସ୍ଥା ବୋଲି ସୁରେଶ ପଡି ରହିଛି ଭବିଷ୍ୟତକୁ ଚାହିଁ । ଏ କଥା କେହି ଜାଣି ପାରନ୍ତି ନାହିଁ ନିଜ କଥା ନିଜ ଛାତିରେ ଚାପି ଧରେ । ନିରୋଳା ରେ ବହୁତ କାନ୍ଦେ । ପରିସ୍ଥିତି ଏମିତି ହୁଏ ଅନେକ ରୋଗରେ ବି ସୁରେଶ ପୀଡ଼ିତ ରହି ଅର୍ଥ ଅଭାବରୁ ଚିକିତ୍ସା ବି ହୋଇ ନ ପାରି ଭଗବାନଙ୍କ ଭରସା ରେ ବଞ୍ଚିଛି । ଭଲ ଘରେ ଖଣ୍ଡେ ବି କରିବାକୁ ସାମର୍ଥ ନାହିଁ । ପଲା ଘରଟିଏ ତାହା ବହୁତ ଜରାଜୀର୍ଣ୍ଣ ଅବସ୍ଥାରେ ସେହିଥିରେ କୁଟୁମ୍ବ ସୁରେଶ ଚଳେ ପାଲ ଖଣ୍ଡେ ପକାଇ କେତେବେଳେ ବର୍ଷା ସମୟରେ ଘରେ ଆଣ୍ଠୁଏ ପାଣି ଲହଡ଼ି ମାରେ ତଥାପି ସେଥିରେ କେବେ ଭାଙ୍ଗି ପଡ଼ି ନଥିଲା । କେତେବେଳେ ଲୋକ ପୁଣି ନାଚ କରୁଛୁ କହି ଅନେକ ରହସ୍ୟ କରନ୍ତି । ଆଉ କେତେଜଣ ବି କୁହନ୍ତି ଏତେ ପାଠ ପଢ଼ି ଦଣ୍ଡ ନାଚ ବି କରୁଛ ସତରେ ସେତେବେଳେ ବହୁତ ବାଧେ । ଯେଉଁ ଲୋକମାନେ ରାତ୍ର ପ୍ରହରେ କଳାକାର ମାନଙ୍କ ଅଭିନୟରେ ବିମୋହିତ ହୋଇ ତାଳି ମାରନ୍ତି । ସେହିମାନେ ସକାଳ ହେଲେ ନାନା ଗାଳି ଗୁଲଜ କରି ମୁହଁ ମୋଡ଼ି ବି ଚାଲିଯାଆନ୍ତି ନାନା କଥା କହି । କାରଣ ଏଠି କଳାର ମାନ କିଏ ବୁଝେ ? ନିଜେ କଳାକାରଟିଏ ନାନା ଛାତିରେ କୋହ ଧରି ପଛେ ଅନ୍ୟକୁ ସେମାନେ ହସାନ୍ତି ଆଉ କନ୍ଦାନ୍ତି । ଏମିତି ରେ ସୁରେଶ ବହୁତ ସ୍ବପ୍ନ ନେଇ ଚାଲିଥାଏ । ଜଣେ ବନ୍ଧୁଙ୍କ ସହିତ ହଠାତ୍ ବନ୍ଧୁତ୍ୱ ଗଢି ଉଠେ । ହଠାତ୍ ଏକ ଦିନ ସୁରେଶ ମନମାରି ବସିଥାଏ ବନ୍ଧୁ ଜଣକ ତାକୁ ପଚାରିଲେ କଣ ହୋଇଛି ସୁରେଶ ! ସେ କିଛି ନାଇଁ କହି ସୁରେଶ ରହିଗଲା । ତା ପରେ ପୁଣି ତାର ବନ୍ଧୁ ପଚାରିବାରୁ ସୁରେଶ ଅତି ବାଧ୍ୟରେ କହିଥିଲା ଜାଣିଛ ବନ୍ଧୁ । ଆମେ ଚଳିବାକୁ ବହୁତ ଅସୁବିଧା ହେଉଛି ଆଉ ମୋର ଗୋଟେ ବଡ଼ ସ୍ବପ୍ନ ମୁଁ ଜଣେ ଯାତ୍ରା ନାଟ୍ୟକାର ସାଙ୍ଗକୁ ଗୋଟେ ବେତାର କଳାକାର ହେବାର ସ୍ବପ୍ନ ଅଛି ଏବଂ ଗୋଟିଏ ଛୋଟ କାମ ଟିଏ ଦରକାର ଯେମିତି କଳା ପରିବେଷଣ କରି ପାରିବି ତତ୍ ସହିତ ପେଟ ପୋଷିବି ପାରିବି । ଏମିତି ଅଶ୍ରୁଭରା ଚକ୍ଷୁ ରେ ସେଦିନ ସୁରେଶ କହିଥିଲା । ଏହା ଶୁଣିବା ପରେ ବନ୍ଧୁ ଜଣକ ପ୍ରତିଶ୍ରୁତି ଦେଇଥିଲେ ଆଉ କହିଥିଲେ ନିଶ୍ଚିତ ତୁମର ଏହା ମୁଁ ପୁରଣ କରିବି । ହେଲେ ଏମିତି ରେ ସୁରେଶ ନିଜେବି ଚେଷ୍ଠା କରୁଥାଏ । ବହୁତ ଆଶା ବେତାର କଳାକାର ଟିଏ ହେବ । ସମୟ ଗଡ଼ି ଚାଲିଲା । ଏମିତିରେ ଅଢେ଼ଇ ବର୍ଷ ପ୍ରାୟ ବିତିଗଲା ସବୁବେଳେ ସୁରେଶର ବନ୍ଧୁ ହେବ ହେବ କହି ଆକୁ କହିଛି ତାକୁ କହିଛି କହି ସବୁବେଳେ ଭୁଆଁ ବୁଲେଇ ଚାଲିଲେ । କିନ୍ତୁ କୌଣସି ସୁଫଳ ଦେଖିବାକୁ ମିଳିଲା ନାହିଁ ନା କାମଟିଏ ଯୋଗାଡ଼ କଲେ ନା ବେତାର କଳାକାରର ଆଶା । କିନ୍ତୁ ଏପଟେ ସୁରେଶର ଆଶା ସବୁବେଳେ ରହିଲା ଭଲ କାମଟିଏ ହଉ ପେଟ ପୋଷିବା ସହିତ ନିଜର ବେତାର କଳାକାର ହେବା ପାଇଁ । ଏହାକୁ ନେଇ ସୁରେଶ ଚାହିଁଲା ଯଦିଓ ବେତାର କଳାକାର ହୋଇଯାଏ ଏଥିରେ ଉଭୟ ନାଟ୍ୟକାର ଏବଂ କଳାକାର ହୋଇ ପାରିବ କିନ୍ତୁ ଦିନ ପରେ ଦିନ କେତେ ଏମିତି ଗଡ଼ି ଚାଲିଲା ଆଉ ନାନା ପ୍ରତିଶ୍ରୁତି ଖାଲି ଶୁଣିବାକୁ ମିଳିଲା ହେଲେ କୌଣସି ଦିନ ବି ସଠିକ୍ କଥା ମିଳିଲା ନାହିଁ ।ଏମିତିରେ ବନ୍ଧୁ ଜଣକ ହଠାତ୍ ଏକ ମାରାତ୍ମକ ରୋଗରେ ପୀଡିତ ହେଲେ ଅସଲ ଦୁଃଖ ବେଳେ ବନ୍ଧୁର କାର୍ଯ୍ୟ ସୁରେଶ ମଧ୍ୟ କରି ବନ୍ଧୁ ର ଜୀବନ ରକ୍ଷା କଲା ଖାଲି ସେତିକି ନୁହେଁ ଅନେକ ସମୟରେ ବନ୍ଧୁଙ୍କ ପରିବାର ବର୍ଗଙ୍କ ଦୁର୍ଦ୍ଦଶା ବେଳେ ଯଥା ରୋଗ ବୈରାଗ ବେଳେ ସୁରେଶ ଠିଆ ହୋଇ ଅସଲ ବନ୍ଧୁର ପରିଚୟ କରି ସାହାଯ୍ୟ କଲା । ହେଲେ ଏପଟେ ସାହାଯ୍ୟର ଫଳ ନାନା ସମୟ ରେ ଦେଖିବାକୁ ମିଳିଲା ।ଆଜି ପର୍ଯ୍ୟନ୍ତ ବନ୍ଧୁ ବି ସୁରେଶକୁ କୌଣସି କାଣି କଉଡ଼ି ଟେ ବି ସାହାଯ୍ୟ ଦେଖିବାକୁ ମିଳିଲା ନାହିଁ । ସମ୍ପଦେ ସର୍ବ ସଖା ବିପଦେ କେହି ନ ଦିଅନ୍ତି ଦେଖା । ସବୁବେଳେ ବହାପିଆ କଥା କହି ସୁରେଶ ଠାରୁ ନାନା କାମ ହାସଲ କରିନେଲା ସୁରେଶ ର ବନ୍ଧୁ ହେଲେ ସୁରେଶ ଯେଉଁ ହତାଶକୁ ସେହି ହତାଶ । ଯେଉଁ କାର୍ଯ୍ୟ ପାଇଁ ଆଜି ସୁରେଶ ଚାରିବର୍ଷ ଅନାଇ ରହିଲା ମିଳିଲା ନାହିଁ ଆଜି ସୁରେଶ ପଶ୍ଚାତାପ କରୁଛି । ଯଦିଓ ମୁଁ ଏହାକୁ ନ ଅନାଇ ମୁଁ କଲମ ମୁନରେ ଲେଖିଚାଲିଥାନ୍ତି ଆଜି କିଛି ନାଟକ ବି ନିଶ୍ଚିତ ଲେଖି ସଫଳ ହୋଇଥାନ୍ତି । ହେଲେ ନା ହେଲି ବେତାର କଳାକାର ନା ହେଲି ନାଟ୍ୟକାର । ଆଜି ବି ତଥାପି ସୁରେଶ ନାନା ମିଛ ପ୍ରତିଶ୍ରୁତି ପାଇ ପାଇ ଆଜି ଯାଏଁ ଚାହିଁ ରହିଲା । ଭାରି କଷ୍ଟ ହୁଏ ଭାବିଲେ ସତରେ କଳି ଯୁଗରେ ଏ କଣ ଗୋଟେ ବନ୍ଧୁର କର୍ତ୍ତବ୍ୟ । ସବୁ ସ୍ୱାର୍ଥବାଦୀ । ନଚେତ୍ ଆଜି ଫୋନ୍ କଲେ ନାନା ବାହାନା କରି ଫୋନ୍ ର ଉତ୍ତର ନ ଦେଇ ପୋନ୍ କାଟି ଦେଇ ରହିଯାଉଛନ୍ତି । ସତରେ ସୁରେଶ ଆଜି ବହୁତ ପଶ୍ଚାତାପ କରୁଛି । କୌଣସି ଆଡୁ କିଛି ବେତାର କଳାକାର ହେବା ପାଇଁ କଳାକାର ଚୟନ ପରୀକ୍ଷା ଜାଣି ପାରେନି ବୋଲି ବନ୍ଧୁକୁ କହିଥିଲା । କାରଣ ବନ୍ଧୁ ବହୁତ ପ୍ରତିଶ୍ରୁତି ଦେଇଥିଲେ । ସୁରେଶ କହୁନି ଯେ ତୁମେ ମୋ ପାଇଁ କରିଦିଅ ଖାଲି ପରୀକ୍ଷା ସ୍ଥଳରେ ଯିବାର ବନ୍ଦୋବସ୍ତ କରିଦିଅ ।ତା ପରେ ସୁରେଶ ତାର ଅଭିନୟ ବଳରେ ସେ ନିଶ୍ଚିତ ଏଥିରେ କୃତକାର୍ଯ୍ୟ ହୋଇ ପାରିଥାନ୍ତା । ହେଲେ ଆଜି ସବୁ ଅଧୁରା ! ଯେଉଁ ସ୍ବପ୍ନ ଦିନେ ସୁରେଶ ପିଲାବେଳେ ବାପାଙ୍କ ବେତାରରେ ବେତାର ନାଟକ ଶୁଣି ଗୋଟେ ବେତାର କଳାକାର ହେବା ସହିତ ନାଟ୍ୟକାର ଟିଏ ହେବ ବୋଲି ସ୍ବପ୍ନ ଦେଖୁଥିଲା ତାହା ଅଧୁରା ରହିଗଲା । ସୁରେଶର ଅସଲ କଳା ଯିଏ ଦେଖିବ ବିସ୍ମିତ ହେବ କାରଣ ସେ ବି ଏକା ନାନା କଳାକାରଙ୍କ କଣ୍ଠ ଅବିକଳ କରିବା ସହିତ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରର ଅଭିନୟ କରିବାରେ ନିଖୁଣ । ଶୁଣିବାକୁ କୁଆଡେ ପାଉଛି ସୁରେଶ ଆଉ ଅସଲ କଳାକାର ସଠିକ୍ ସୁଯୋଗ ପାଉନାହାଁନ୍ତି । ଅଣ କଳାକାରଙ୍କ ଅର୍ଥ ପ୍ରଲଭନ ଦେଖାଇ ସବୁ ହାତେଇ ନେଉଛନ୍ତି । ଯାହା ସୁରେଶ ପାଖରେ ସମ୍ଭବ ନୁହେଁ ତତ୍ ସହିତ କଳାକୁ କେବେ କ୍ରୟ ବିକ୍ରୟ କରିବା ଶିଖିନି । ଜୀବନ ରେ ବଣ ମଲ୍ଲି ପରି ଝଡିଯିବ ପଛେ ସୁରେଶ କେବେ କଳାକୁ ନିଲାମ କରିନି ।
ଏବେ ତ ବହୁତ ଟିଭି ଚ୍ୟାନେଲରେ ତା ସମ ଦୋଷ ଦେଖିବାକୁ ମିଳିଲାଣି ଯିଏ ଏହି କଳାକାର ଚୟନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛି ସେ ବି କୋଉ ଅଭିନୟର ସୁଯୋଗ ମିଳିପାରିନାହିଁ । ଖାଲି ନାମକୁ ମାତ୍ର ତେବେ ଏହିଭଳି ପରିସ୍ଥିତି ଆଜି ସୁରେଶ ଆଶା ଗୋଟେ କଳାକାର ହେବାର ସ୍ବପ୍ନ କୋହ ହୋଇ ଛାତିରେ ରହି ଯାଇଛି । ତେଣୁ ଯେତେ ଭଗବାନଙ୍କୁ ଡାକିଲେ କଣ ହେବ ଏଠି କେହି ଶୁଣିବେ ନାହିଁ ଓଲଟି କଳାକାର ମାନଙ୍କୁ ଘୁଣ୍ୟ ଦୃଷ୍ଟିରେ ଦେଖନ୍ତି ସମାଜର ଜନସାଧାରଣ । କିନ୍ତୁ ଏହି କଳାକାର ଆଜି ବି କଳାପରିବେଷଣ ବେଳେ ସେହି ବିଦ୍ୟାଳୟ ଘର ତ କେବେ ଗୁହାଳ ଘରେ ରହିବା ସହିତ ଶୋଇବାକୁ ପଡ଼େ । କାରଣ ଜାଣିଛ ଲୋକଙ୍କ ମନରେ ଆଜି ବି ରହିଛି ସେହି ନିଚ ଚିନ୍ତାଧାରା ଆଉ କୁହନ୍ତି ସେମାନେ ବା ନାଚ ବାଲା । ଆଜ୍ଞା ସମସ୍ତେ ଖରାପ ନୁହନ୍ତି । କଳାକାରର ବି ଜୀବନ ଅଛି ଆଉ ପରିବାର ମଧ୍ୟ ସେ ତାର ପରିବାର ଭରଣ ପୋଷଣ ନିମନ୍ତେ ତୁମ ମାନଙ୍କୁ ହସାଏ କନ୍ଦାଏ । ସେ ଯାହା ବି ହେଉ ବେଳେ ବେଳେ ଏହି ସବୁ ଶୁଣିଲା ପରେ ମନ ଭାଙ୍ଗିଯାଏ ସତ । ହେଲେ ପୁଣି ରାତ୍ରର ରଙ୍ଗ ମଞ୍ଚରେ ମୁହଁ ରେ ପାଉଡର ମାରିଲା ପରେ ଏ କଳାକାର ଜାତି ସବୁ ଭୁଲିଯାଇ ପୁଣି କଳା ପରିବେଷଣ କରେ । ଆଜି ବି ସେହି ଭଳି ଜଣେ କଳାକାର ସୁରେଶ ନିଜର ଅସୁମାରୀ ସ୍ବପ୍ନ ଆଜି ଅନେକ ଆଶା ଆଶାରେ ରହିଗଲା ପରେ ବି ଶେଷରେ ଭାବିଛି ନିଜର ଲେଖନୀ ମୁନ ପୁଣି ଚଳଚଞ୍ଚଳ ହେବ ବୋଲି ଆଉ ଯେଉଁ ସ୍ବପ୍ନ ତାର ହାତ ପାହାନ୍ତାରେ ଅଛି ତାକୁ ସେ ଗଢି ତୋଳି ପାରିବ ବୋଲି ଦୃଢ଼ ବିଶ୍ୱାସ ଅଛି । ଯେଉଁ ବିଶ୍ୱାସକୁ ନେଇ ସେ ଗୋଟେ ଗୁଣ୍ଡିଚି ମୂଷା ସଦୃଶ ଲେଖକର ମାନ୍ୟତା ପାଇଥିଲା ତାକୁ ବଜାଇ ରଖିବ । ନହେଉ ପଛେ ବେତାର କଳାକାର କୁହନ୍ତୁ ହଜାର ଜନ ନାନା ଥଠା ପରିହାସ ।କିନ୍ତୁ ଯେ ପର୍ଯ୍ୟନ୍ତ ମା ସରସ୍ଵତୀଙ୍କ ଆଶିଷ ଥିବ ନିଶ୍ଚିତ ଦିନେ କଳାକାର ତାର ପରିଚୟ ନିଶ୍ଚିତ ପାଇବ । ହେଲେ ଆଜି ବି ସୁରେଶ ବହୁତ କାନ୍ଦେ ଆଉ ଦୁଃଖ କରେ ସତରେ ସମାଜ କଣ ହେଲା ଆଶା ଆଶାରେ ରହିଗଲା ଗୋଟେ କଳାକାର ଛାତିର ଏହା ହେଉଛି ବଡ଼ କୋହ ।
ଆଉ ଶେଷରେ ସୁରେଶ ସେହି ମା ବୀଣାପାଣିଙ୍କୁ ସୁମରଣା କରେ ତୁ ହିଁ ସାହା । କାରଣ ଏଠି ବଣ ମଲ୍ଲି ବଣରେ ଯାଉଛି ମରି । କାରଣ ସେମାନେ ସଠିକ୍ ଭାବେ ନା ପାଉଛନ୍ତି ସୁଯୋଗ ନା ମିଳୁଛି କୌଣସି ସହାୟତା ଯାହା ନିଜେ ସାହା। ସେଥିପାଇଁ ଆଜି ପ୍ରାୟ କଳାକାରଙ୍କର କୋହ ଯାଉଛି ବଢ଼ି ।
