Saroj Kumar Jena

Abstract Others

4  

Saroj Kumar Jena

Abstract Others

ଆଉ ନାହିଁ ସେ କାଳ ଓଢ଼ଣୀ

ଆଉ ନାହିଁ ସେ କାଳ ଓଢ଼ଣୀ

3 mins
238


   

ମାଘ ମାସ ଜାଡ କୁ ଗାଆଁ ମୁଣ୍ଡେ ଖଟି ସେ ଦିନ ଭାରି ଜମି ଥିଲା । ସାଙ୍ଗ ମାନଙ୍କ ମେଳରେ ବସି ଟିକିଏ ଭାରି ଆଲୋଚନା ଚାଲିଥାଏ ନାନା ରକମର କଥା । ହଠାତ୍ ସାହୁ ବାବୁ ଙ୍କ ପିଣ୍ଡାରେ ସବୁ ଜାକି ଯୁକା ହୋଇ ବସିଗଲୁ ବୁବୁନା , ସୁକାନ୍ତ ,ନରେନ୍ଦ୍ର , ଭାଲୁଆ ସହିତ ମୁଁ । ଏମିତି ଅନେକ କଥା ଚାଲିଥାଏ ହଠାତ୍ ରାତି ରେ ଗୋଟେ ବାହାଘର ଆସି ପହଞ୍ଚିଲା ଆମେ ସବୁ ଦେଖୁଥାଉ ।


    କିଛି ସମୟ ଗଲା ପରେ ବାହାଘର ପ୍ରସେସନ୍ ବାହାରିଲା ମହୁଲ ସାହି ଆଡ଼କୁ । ସେଦିନ ଥିଲା କାଳିଆ ଦେହୁରୀ ଝିଅର ବାହାଘର । ଏଇ ଦେଖ ଆରମ୍ଭ ହୋଇଯାଇଥିଲା କିଛି ମଦ୍ୟପ ମାନଙ୍କ ନୃତ୍ୟ ଆଜି କାଲିର ଡିଜେ ବାଦ୍ୟ ଯନ୍ତ୍ର ରେ । ହଠାତ୍ ବର ଗାଡ଼ି ଆଡେ ଲକ୍ଷ୍ୟ କଲା ଭିତରେ ଦେଖିବାକୁ ପାଇଲୁ କିଛି ମହିଳା ସହିତ କିଛି ଯୁବତୀ ଙ୍କ ସଙ୍ଗୀତ ରେ ମଜି ଯାଇଥିବା ନୃତ୍ୟ । ହଠାତ୍ କଥା ହେଲୁ ଆରେ ଏ କଣ ପୁରା ବରଯାତ୍ରୀ ଙ୍କୁ ନୃତ୍ୟ ରେ ପରାସ୍ତ କରିବେ ନା କଣ ? କାହାରି ଟିକିଏ ଲଜ୍ୟା ବୋଲି କିଛି ନଥାଏ ନା ଆମ ଓଡ଼ିଆ ପରମ୍ପରା କୁ ଆଖିରେ ରଖି ସମାଜ କୁ ଭୂକ୍ଷେପ ନ କରି ସେମାନେ ପୁରା ମଗ୍ନ ଥାଆନ୍ତି ନୃତ୍ୟ ରେ ନା ଥାଏ ମୁଣ୍ଡରେ ଓଢଣୀ । ଠିକ୍ ଏହି ସମୟରେ ବୁବୁନା କହିଲା ପୁଅ ଆଜି କାଲି କାହାକୁ କଣ କହିବୁ । ସହର ରେ ଯାହା ଏବେ ଗାଆଁ ଗହଳି ରେ ବି ସେଇୟା ହେଲାଣି । ମୁଁ କହିଲି ସେଇୟା ନୁହେଁ ଆଉ କଣ । 


  ଏହା ପରେ ବାହାଘର ଗଲା ତା ବାଟରେ । ପରେ ପୁଣି ଆମ ଆଲୋଚନା ଚାଲିଥାଏ ଖଟି ରେ । ସୁକାନ୍ତ କହିଲା ପୁଅରେ ସେ କାଳ ଆଜିକାଲି ଆଉ ନାହିଁ । ଆମେ ସବୁ କହିଲୁ କଣ ହେଲା କିରେ ? ନା ସେ କାଳ ଓଢଣୀ ଆଉ କାଇଁ । ଆମେ କହିଲୁ କଣ ହେଇଛି କି ! ନା ଏଇ ଦେଖୁନ ଆଜି କାଲିର ବୋହୂ ମାନଙ୍କୁ ବିବାହ ର ଦୁଇ ଦିନ କୁଆଡୁ ବିତି ନଥିବ ମୁଣ୍ଡରେ ନା ରହୁଛି ଓଢ଼ଣୀ ନା କାହାକୁ ଭୟ । ଆମେ ଏକ ସ୍ଵର ରେ ସମସ୍ତେ ସୁକାନ୍ତ କୁ ପଚାରିଲୁ କଣ ଏମିତି ଦେଖିଛୁ କି ! ସୁକାନ୍ତ କହିଲା ଏଇ ଦେଖୁନ ଗୋପ ପଢିଆରି ଘର ନୂଆ ବୋହୂ କଥା, ଆରେ ପଢ଼ିଆରି ଘର ବୋହୂ ହୋଇ ସେଦିନ ସ୍ବାଗତ ସମ୍ବର୍ଦ୍ଧନା ବା ଅଭ୍ୟର୍ଥନା ଭୋଜି ଦିନ ଯେଉଁ ଢଙ୍ଗରେ ସେ ଫଟୋ ଉଠାଉ ଥାଏ ଛି ଛି ଯେଉଁ ଦୃଶ୍ୟ ରେ ସମସ୍ତେ ଶୁଣି କହିଲୁ ଆରେ ଏତିକି ନା ଆଉ କଣ । ନା ନାଇଁରେ ବାବା । ଆମ ବେଳେ ଏମିତି ନଥିଲା ଯେ ପର୍ଯ୍ୟନ୍ତ ଚତୁର୍ଥୀ ବା ବାସର ରାତି ନ ହୋଇଛି ବର ନବ ବଧୂ ର ମୁହଁ ଦେଖିବା ଅସମ୍ଭବ । ମୁଣ୍ଡରେ ସେମିତି ଓଢ଼ଣୀ ଥାଏ । ଆରେ ନବ ବଧୂ କୁ ଦେଖିବା ପାଇଁ କାହିଁ ସାହି ପଡିଶା କେତେ କିଏ ଆସନ୍ତି । ଆଉ ଆଜି କାଲି ଦେଖୁନ କିଏ ଏ ସବୁ ମାନୁଛି । ଆରେ ବିବାହ ର ଚାରି ପାଞ୍ଚ ଦିନି ପୂରଣ ହୋଇନି ସେହି ପଢ଼ିଆରି ବୋହୂ ଆଜି ସକାଳୁ ପାଣି ପାଇଁ ଦାଣ୍ଡ ପଟକୁ ଆସିଥିଲା ଯେ ହଇରେ ଦାଣ୍ଡ ମଝିରେ ନା ମୁଣ୍ଡରେ ଓଢ଼ଣୀ ଓଲଟା କାହାକୁ ଭୟ ନାହିଁ । ଆରେ ସାହି ପଡିଶା ରେ ଦାଣ୍ଡରେ କିଏ ଦେଢ଼ୁଶୁର କିଏ କକା ଶଶୁର , କିଏ ମଳାଶୁର ଏମିତି କେତେ କିଏ ଥିବେ । ତାହାକୁ ଭୂକ୍ଷେପ ନ କରି ଓଲଟା ଦୁମ୍ ଦୁମ୍ ହୋଇ ଚାଲି ପାଣି ନଉଥାଏ । ନବ ବଧୂ ଟା ପାଦରୁ ଅଳିତା ଲିଭିନି ତାକୁ ଦେଖ ଏ ସବୁ କଣ । ଆରେ ଆମ ବେଳେ ନବ ବଧୂ ଟିଏ ଆସିଲେ ତାକୁ ଦେଖିବା ପାଇଁ ଆମକୁ ବର୍ଷ ବର୍ଷ ଲାଗି ଯାଉଥିଲା ଆଉ ଏବେ ବିବାହ ରେ ଟେଣ୍ଟ ମୁହଁ ରେ ବା ବଡ଼ ବଡ଼ ଫଟୋ ବାଜିଲାଣି ଆଉ କୋଉଠୁ ଆସିଲା କି ଜାଣି ଗୋଟେ ନୂଆ ପରମ୍ପରା ଯେ ଟିଭି ରେ ଏବେ ସବୁ ବୋହୂ କୁ ଅଭ୍ୟର୍ଥନା ଦିନ ଦେଖି ଦେଉଛନ୍ତି । ନାଇଁ ବାବା ନାଇଁ ଏ ସବୁ ଆଗ ବେଳେ ଏମିତି ନଥିଲା । ଏହା ଶୁଣି ବାହାରୁ ଧୋବେଇ ଆସି କହୁଛି ଆରେ ଏ ସବୁ ସେହି ମାଢୁଆରୀ ମାନେ ଏହି ସବୁ ଦେଖାଇଛନ୍ତି । ମୁଁ ସେଠୁ କହିଲି ହଁ ହଁ ତୁମକୁ ଯିଏ ଗୋଟେ ଜିନିଷ ବତାଇ ଦେଉଛି ତୁମେ ତାରି କଥାରେ ସବୁ କରି ଦେଉଛ ନୁହେଁ । ଆରେ ସେଇୟା ନୁହେଁ ଏବେ ଦେଖା ସେଖା ଭାରତ ଆକୁ ଦେଖି ସିଏ ତାକୁ ସିଏ । ତେଣୁ ଆମ ପରମ୍ପରା ସବୁ ବୁଡିଲା ଏବେ ଏତିକି ଦେଖୁଛ ଆଉ ଗୋଟେ ଦଶନ୍ଧି ଅପେକ୍ଷା କର ଏବେ ନାରୀ ହେବେ ମୁଖ୍ୟ ବରଯାତ୍ରୀ । ଏହା ଶୁଣି ସମସ୍ତେ କହିଲେ ହଁ ହଁ ଠିକ୍ ଠିକ୍ ସରକାର ବା ତାଙ୍କୁ ସବୁ ଏମିତି କଲା । ଆଗରୁ ସ୍ବାମୀ ନାଁ ପରେ ସ୍ତ୍ରୀ ନାମ କିନ୍ତୁ ଏବେ ସ୍ତ୍ରୀ ନାମ ପରେ ସ୍ବାମୀ । ହଉ ମନା ନାହିଁ ନାରୀ ସ୍ବାବଲମ୍ବୀ ହୁଅନ୍ତୁ ସରକାର ଯାହା ସବୁ ନିୟମ କରୁଛନ୍ତି । ହେଲେ ଆମ ଓଡ଼ିଆ ପରମ୍ପରା କୁ ଟିକିଏ ଉଜ୍ଜୀବିତ ରଖ । ଯେଉଁଥି ପାଇଁ ସାରା ବିଶ୍ବରେ ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ଏବେ ସବୁ ଲୀନ ହେବାକୁ ବସିଲାଣି । ବେଳଥାଉ ଏଥି ପ୍ରତି ସତର୍କ ନ ହେଲେ । ଦିନ ଆସିବ ଆମ ସଂସ୍କତି ପରମ୍ପରା ସବୁ ମାଟିରେ ମିଶିବ । ଏଇ ଦେଖୁନ ଆମେ ଯେଉଁ ଓଢଣୀ ବିଷୟ ରେ କଥା ହେଉଥିଲେ ତାହା ଦେଖିବା ସ୍ବପ୍ନ ହୋଇଯିବ । ଏହା ଶୁଣି ସମସ୍ତେ କହିଲେ ଠିକ୍ ରେ ବାବା ତାହା ନୁହେଁ ଆଉ କଣ । ଆଉ ନାହିଁ ସେ କାଳ ଓଢଣୀ ।


Rate this content
Log in

Similar oriya story from Abstract