Saroj Kumar Jena

Drama Romance Inspirational

4  

Saroj Kumar Jena

Drama Romance Inspirational

ମୁଁ ତୋର କଣ ହେବି

ମୁଁ ତୋର କଣ ହେବି

10 mins
497



୨୦୧୬ ମସିହାର ରୁ ଅସିତ୍ ପଶୁ ସମ୍ପଦ ବିଭାଗରେ ଚାକିରି କରିଆସୁଛି ଏଯାବତ୍ । ଯଦିଓ ସରକାରୀ କର୍ମଚାରୀ ହେବାପାଇଁ ତାକୁ ୬ ବର୍ଷ ଖଟିବାକୁ ପଡ଼ିବ ତଥାପି ସେ ଘରର ଆର୍ଥିକ ଅନାଟନ ଯୋଗୁଁ ଏହି ଚାକିରି କରି ଆସୁଛି ସ୍ୱଳ୍ପ ଛଅ ହଜାର ଦରମା ପାଇ । ଯାହା ଆଜିକା ସମୟରେ ଚଳିବା ବହୁତ କଷ୍ଟସାଧ୍ୟ ।

     ଏମିତିରେ ଚାକିରି ମଧ୍ୟରେ ଅସିତ୍ ର ତିନି ବର୍ଷ ବିତି ଯାଇଥାଏ । ହଠାତ୍ ଏକ ଦିନ ଅସିତ୍ ଏବଂ ସାଥି କର୍ମ ଚାରୀଙ୍କୁ ନେଇ ଏକ ତାଲିମ ପଡ଼ିଲା ଯାହା ହେଉଛି ଅନନ୍ତପୁର ମୁଖ୍ୟ କାର୍ଯ୍ୟାଳୟ ରେ । ଏହା ପାଞ୍ଚ ଦିନ ଧରି ହେବାର ଥିଲା । ସେଠି ସବୁ ପଞ୍ଚାୟତ ର କର୍ମଚାରୀ ଆସିଥିଲେ ତାଲିମ ନେବା ପାଇଁ । ସେଦିନ କିନ୍ତୁ ସେଠାରେ ଯାହା ଘଟିଲା ଅସିତ୍ ବିଶ୍ବାସ କରି ପାରିଲା ନାହିଁ । ତାଲିମ ସମୟ ମଧ୍ୟରେ କିଛି ନୂଆ ଚାକିରି ପାଇଥିବା କର୍ମଚାରୀ ଙ୍କୁ ଦେଖିବାକୁ ପାଇଥିଲା ଏବଂ ସେଥିରୁ କିଛି ମହିଳା ମଧ୍ୟ ଥିଲେ ହଠାତ୍ ଏକ ଶ୍ୟାମଳୀ ବର୍ଣ୍ଣୀ ଯୁବତୀ ମଧ୍ୟ ଦେଖୁବକୁ ଅସିତ୍ ପାଇଥିଲା । ପ୍ରଥମ ଦିନ ତାଲିମ ରେ ସେଦିନ ତାଲିମ ଦେଉଥିବା ସେହି ମହିଳା ଅଫିସର୍ ଜଣକ ସମସ୍ତଙ୍କ ପରିଚୟ ନେଇଥିଲେ । ଧିରେ ଧିରେ ତାଲିମ ଚାଲୁଥିବା ସମୟରେ ଅସିତ୍ କିନ୍ତୁ ଧ୍ୟାନ ବେଳେ ବେଳେ ପଡ଼ି ଯାଉଥାଏ ସେହି ଯୁବତୀଙ୍କ ଆଡ଼େ । ସେହି ସମୟରେ କିନ୍ତୁ ଟିକିଏ ମୁରୁକି ହସି ସେହି ଯୁବତୀ ଅନ୍ୟ ଆଡ଼େ ମୁହଁକୁ ବୁଲାଇ ଦେଉଥିଲେ । ଦ୍ଵିତୀୟ ଦିନ ଅସିତ୍ ବାହାରକୁ ପରିସ୍ରା କରିବା ନିମନ୍ତେ ଯାଇଥାଏ ପରିସ୍ରା ସାରି ସେ ତାଲିମ ଗୃହ ଭିତରକୁ ପ୍ରବେଶ କରିବା ନିମନ୍ତେ ଆସିଲା ବେଳକୁ ରାଗ ତମ ତମ ତମ ହୋଇ ସେହି ଯୁବତୀ ଜଣକ କିଛି ଗାଳି କରି ଦେଇ ଯାଉଥିଲେ ହଠାତ୍ ଏହି ସମୟରେ ଅସିତ୍ ତାଙ୍କୁ ପଚାରିଲା ଆଜ୍ଞା କଣ କିଛି ଘଟିଛି କି ? ଏହା ଶୁଣିଲା ପରେ ସେ ଯୁବତୀ କିଛି ନ ଶୁଣି ପ୍ରବଳ ଗାଳି କରିଥିଲେ ସେଦିନ ଅସିତ୍ କୁ କିନ୍ତୁ ଅସିତ୍ ସେଦିନ କିଛି ଜାଣି ପାରିନଥିଲା ଭାବିଲା ଆଙ୍କ ମୁଣ୍ଡ ଦୋଷ ବୋଧେ କିଛି ଅଛି । ଏମିତି ରେ ତାଲିମ ର ଶେଷ ଦିନ ଅସିତ୍ ର ଉପରୋକ୍ତ ଅଧିକାରୀ ଅସିତ୍ ସହିତ ସାଥି କର୍ମ ଚାରିଙ୍କୁ ପ୍ରବଳ ଗାଳି କରିଥିଲେ କିଛି କାର୍ଯ୍ୟ ଯୋଗୁଁ କାରଣ ନିଜ ଫିଲ୍ଡ କାର୍ଯ୍ୟ ପାଇଁ ଯାହା କିଛି ଦିନ ପୂର୍ବରୁ କିଛି ଅଫିସର ତନଖି ପାଇଁ ଆସିଥିଲେ ଯାହାକୁ ଅସିତ୍ ଆଉ ସାଥି କର୍ମଚାରୀ ମାନେ ଦେଖାଇବାରେ ଅସଫଳ ହୋଇଥିଲେ ଏହା ସେଦିନ ସମସ୍ତେ ତାଲିମ ରେ ଆଲୋକପାତ କରିଥିଲେ ଆଉ ଅଲଗା ପଞ୍ଚାୟତ ର କର୍ମଚାରୀ ମାନେ ଶୁଣିଥିଲେ ମଧ୍ୟ ସେ ଯାହା ହେଉନା କାହିଁକି ଶେଷରେ ପଞ୍ଚମ ତଥା ଅନ୍ତିମ ଦିନର ତାଲିମ ସରିଲା ପରେ ମଧ୍ୟାହ୍ନ ଭୋଜନ ସମୟରେ ଅସିତ୍ ଖାଦ୍ୟ ବାଢ଼ିବା ସମୟରେ ସେହି ଯୁବତୀ କିଛି କହି ଦେଇଯାଉଥିଲେ ବାସୁଦେବପୁର ପିଲା ଗୁଡ଼ିକ ଭଲ ନୁହେଁ

ଠିକ୍ ସେହି ସମୟରେ ଅସିତ୍ ଖାଦ୍ୟ ବାଢ଼ିବା ବେଳେ ସେହି ଯୁବତୀ ଙ୍କ ପାଖା ପାଖି ବାଢ଼ୁଥିଲା ଠିକ୍ ଏହି କଥା ଅସିତ୍ କାନରେ ବାଜିଲା ମାନେ ସେ ବି ବାସୁଦେବପୁର ର ନା ସଙ୍ଗେ ସଙ୍ଗେ ଅସିତ୍ ପଚାରିଲା ହସିଦେଇ କଣ କହିଲ

ଏହା ପରେ ସେ ଯୁବତୀ ଜଣକ ଭୟରେ କହିଲେ ନାଇଁ ନାଇଁ କିଛି ନାଇଁ । କାଇଁ କିଜାଣି ସେଦିନ ଅସିତ୍ କୁ ସେ ଯୁବତୀ ବାରମ୍ବାର କେଣେଇ କଣେଇ ଚାହୁଁଥିଲେ ଆଉ ଅସିତ୍ ମଧ୍ୟ ତାଙ୍କୁ ମଧ୍ୟ କଣେଇ କଣେଇ ଚାହୁଁଥିଲା ।ଏମିତିରେ ତାଲିମ କାର୍ଯ୍ୟ ଶେଷ ହୋଇ ସମସ୍ତେ ଘର ବାହୁଡ଼ା ହେବା ପାଇଁ ପ୍ରସ୍ତୁତ ହେଉଥିଲେ ଠିକ୍ ଏହି ସମୟରେ ସେହି ଯୁବତୀ ଜଣକ ଗୋଟିଏ ଅଟୋ ରେ ଯିବା ପାଇଁ ବସିବା ପାଇଁ ଯାଉଥିଲେ କିନ୍ତୁ ତାଙ୍କ ରଙ୍ଗ ଭଙ୍ଗୀ ରୁ ଅସିତ୍ କିଛି ବାରି ଯାଇ ତାଙ୍କୁ ତାଙ୍କର ଫୋନ୍ ନମ୍ୱର୍ ଟି ମାଗିଲା ଆଉ ସେ ଯୁବତୀ ଜଣକ ପ୍ରଥମେ ଶୁଣିଲେ ନାହିଁ ଆଉ ଦେବା ପାଇଁ କୁଣ୍ଠାବୋଧ କରୁଥିଲେ ପରେ ପୁନଶ୍ଚ ମାଗିବାରୁ ଟିକିଏ ମନରେ କଣ ଭାବି ଶେଷରେ ବାହାର ଗେଟ ଆଡ଼େ ଟିକିଏ ବୁଲି ଆସି ଶେଷରେ ନମ୍ବର ଟିକୁ ଦେଇଥିଲେ ।କିନ୍ତୁ ଗଲାବେଳକୁ ସେହି ଯୁବତୀ ଜଣକ କଣ ଗୋଟେ ଇସାରା ଦେଇ କହିଗଲେ ଯାହାକୁ ଅସିତ୍ ବୁଝି ପାରିନଥିଲା ।

     ଏମିତି ରେ ଯାଇ ଅସିତ୍ ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥାଏ । ଏପଟେ କିନ୍ତୁ ଅସିତ୍ ର ବୋଉ ଅସିତ୍ କୁ କହୁଥାନ୍ତି ଆରେ ପୁଅ ତୁ ଯାଦବପୁର ଯିବୁ କି ନିରୁ ଅପାର ସଜ ଗାଡ଼ିରେ ତାଙ୍କର କହି ଆସିଥିଲେ ।ଏହା ଶୁଣିଲା ପରେ

ସ୍ୱଳ୍ପ ସମୟ ପୂର୍ବରୁ ସେହି ଯୁବତୀ ଜଣକ ମାତ୍ର କିଛି ସମୟ ଫୋନ୍ କରିଥିଲେ ଅସିତ୍ ପାଖକୁ ଆଉ ନିଜର ପରିଚୟ ଆଉ ତାଙ୍କ ଘର ବିଷୟରେ କହିଥିଲେ ଭାଗ୍ୟକୁ ଦେଖ ଏକ ରଜାଯୋଟକ ପଡ଼ିଲା ଭଳି ସେହି ଗାଆଁ ରେ ନିରୁଅପା ବିବାହ କରିଥାଏ ଆଉ ସେହିଦିନ ଥାଏ ତାର ବାସର ରାତି ଅର୍ଥାତ କନ୍ୟା ଘର ପକ୍ଷରୁ ସଜ ଯାଏ । ଶେଷରେ ଅସିତ୍ ମଧ୍ୟ ସେଦିନ ଯାଇଥିଲା ଯାଦବପୁର ଆଉ ଯାଇ ବର ଘରେ ସଜ ଲାଗିଗଲା କିନ୍ତୁ ଏହି ଭିତରେ ଅସିତ୍ ଫୋନ୍ କରିଥିଲା ସେହି ଯୁବତୀ ପ୍ରୀତିଲଗ୍ନା ଙ୍କୁ କିନ୍ତୁ କଣ ହେବ ସେ ବି ସେହି ସମୟରେ ଘରେ ଅନୁପସ୍ଥିତ ଥିଲେ ସେ ଯାଇଥିଲେ ଭୋଜି ଖାଇବା ନିମନ୍ତେ କିନ୍ତୁ ଏପଟେ ପ୍ରୀତିଲଗ୍ନା ର ମାଆ ଫୋନ୍ ଉଠେଇଲେ ଏହା ଶୁଣିଲା ପରେ ଅସିତ୍ କହିଥିଲା ମାଆ ପ୍ରଣାମ ଆଉ ପ୍ରୀତିଲଗ୍ନା ନାହାନ୍ତି କି ? ଏହା ଶୁଣି ତାଙ୍କର ମାଆ କହିଥିଲେ ତୁମେ କିଏ କହୁଛ ପୁଅ ଏହା ପରେ ଅସିତ୍ କହିଥିଲା ହଁ ଆଜ୍ଞା ମୁଁ ପ୍ରୀତିଲଗ୍ନା ର ଜଣେ ଷ୍ଟାଫ୍ କହୁଛି

ଆଉ ଆପଣଙ୍କ ଘର କେଉଁପଟେ ମୁଁ ଯିବାକୁ ଚାହୁଁଛି ।ଏହା ପରେ ସୂଚିତ କରେଇ ଦେଇଥିଲେ ଘରର ବାଟ ଆଉ ଯାଇ କିଛି ସମୟ ପରେ ଅସିତ୍ ପ୍ରୀତିଲଗ୍ନା ଘରେ ଯାଇ ପହଞ୍ଚିଥିଲା । ପ୍ରୀତିଲଗ୍ନା ର ମାଆ ଙ୍କୁ ପ୍ରଣାମ କରି ଅସିତ୍ ତାର ପରିଚୟ କହିଥିଲା କିଛି ସମୟ ପରେ ପ୍ରୀତିଲଗ୍ନା ଆସି

ଘରେ ପହଞ୍ଚିଥିଲେ  କିଛି ସମୟ ବସିଲା ପରେ କିଛି ଚା ପାନ କରିବାକୁ ଦେଇଥିଲେ କିନ୍ତୁ ସେଦିନ ଅସିତ୍ ପ୍ରୀତିଲଗ୍ନା

କୁ କିଛି କହିବାକୁ ଚାହୁଁଥିଲା କିନ୍ତୁ ଏହା ପୂର୍ବରୁ ଅସିତ୍ ତାର ଜୀବନ ରେ ଏକ ଶକ୍ତ ଧୋକା ତାର ଜୀବନ ରେ ଲାଗିଥିଲା

ଯାହା ହେଉଛି ପ୍ରେମ ରେ ପ୍ରତାରଣା । ସେଦିନ ପ୍ରୀତିଲଗ୍ନା କୁ ଦେଖି ଅସିତ୍ କହିଥିଲା ତୁମେ ମୋ ପ୍ରେମିକା ସତ୍ୟଭାମା ଭଳି କିଛି ମାତ୍ରାରେ ଦେଖା ଯାଉଛ ଏଇଆଡ଼େ ଅସିତ୍ କହୁଥାଏ କିନ୍ତୁ ଆଖି ତାର ଲୁହ ରେ ଢଳ ଢଳ ହୋଇପଡ଼ିଥିଲା  ଠିକ୍ ଏହି ସମୟରେ ଅସିତ୍ କୁ ଡାକରା ପଡ଼ିଲା ଭୋଜି ଖାଇବା ନିମନ୍ତେ ଭୋଜି ଖାଇ ସାରିବା ପରେ

ପୁନଶ୍ଚ ଆସିଥିଲା ପ୍ରୀତିଲଗ୍ନା ଘରକୁ ଅସିତ୍ କାରଣ ତାର ମୋବାଇଲ୍ ଟି ଚାର୍ଜ ବସେଇଥିଲା  । ଏପଟେ ସମୟ ଇସାରା ଦେଉଥାଏ ଆଉ ଗାଆଁ ଲୋକ ଅସିତ୍ କୁ ଡାକରା ପକାଇଥାନ୍ତି ଅସିତ୍ ଆ ଯିବା କିନ୍ତୁ ପ୍ରୀତିଲଗ୍ନା କହୁଥାଏ ତୁମେ ରୁହ କାଲି ସକାଳୁ ଯିବ ଅସିତ୍ କିନ୍ତୁ ଅସିତ୍ ବାହାରିଲା

ଘର ବାହୁଡ଼ା ହେବା ପାଇଁ ଏହାକୁ ସ୍ଵାଗତ ଜଣେଇ ପ୍ରୀତିଲଗ୍ନା

ମଧ୍ୟ ଆସିଥିଲା ଅସିତ୍ କୁ ବାହୁଡ଼େଇ ଦେବା ପାଇଁ କିନ୍ତୁ ଆସିଲା ବେଳେ ପ୍ରୀତିଲଗ୍ନା ଚାହୁଁଥିଲା ଅସିତ୍ କିଛି କହିବାପାଇଁ ଶେଷରେ ଅସିତ୍ ଆସିଲା ମଧ୍ୟ ଘରକୁ ଆସିଲାବେଳେ ଗାଡ଼ି ମଧ୍ୟରେ ବି ବାରମ୍ବାର ଫୋନ୍ ଆସୁଥାଏ ଅସିତ୍ ପାଖକୁ ପ୍ରୀତିଲଗ୍ନା କରିଚାଲିଥାଏ ତୁମେ ଘରେ ପହଞ୍ଚିଲ କି ? ଏହି ଭିତରେ ଅସିତ୍ ଆସି ଘରେ ପହଞ୍ଚିଥିଲା ଆଉ ରାତି ତମାମ ପ୍ରୀତିଲଗ୍ନା ସହିତ ଅସିତ୍ କଥା ହୋଇଥିଲା ନିରୋଳା ରେ ଛାତ ଉପରେ କିନ୍ତୁ ସେଦିନ ଅସିତ୍ ତାର ଜୀବନ ବିଷୟରେ କହିବା ସହିତ ତାର ପ୍ରତାରଣା ପାଇଥିବା ପ୍ରେମ ବିଷୟରେ କହିଥିଲା ପ୍ରୀତିଲଗ୍ନା କୁ ଅସିତ୍ ଏମିତିରେ ଅସିତ୍ ତାର ପ୍ରେମିକା ସହିତ ଯୌନ ସଂପର୍କ ଥିଲା ବୋଲି ମଧ୍ୟ କହିଦେଇଥିଲା ଖୋଲିକରି । ଆଉ କାହିଁକି କେମିତି ସେ ତାର ପ୍ରେମିକା ସତ୍ୟଭାମା ଅସିତ୍ କୁ ଧୋକା ବା ପ୍ରତାରଣା ଦେଇଥିଲା ସବୁ ଖୋଳିକରି କହିଥିଲା । ସବୁ କଥା ଶୁଣିଲା ପରେ ପ୍ରୀତିଲଗ୍ନା  ସ୍ତବ୍ଧ ହୋଇଯାଇଥିଲେ କହିଲେ ଧନ୍ୟ ତୁମେ ଅସିତ୍ ତୁମେ ତୁମର ଅନ୍ତର କଥା ଯାହା ଯେଉଁ ଭୁଲ କଥା ଯିଏ କରିଥାଏ ଯାହାକୁ ଖୋଲିକି କହି ହୁଏନାହିଁ ତାହାକୁ ତୁମେ ଖୋଲିକରି ମୋତେ କହି ପାରିଲ ଅାଉ ତୁମେ କୁଣ୍ଠାବୋଧ କଲ ନାହିଁ ତୁମକୁ ମୁଁ ମାନି ଗଲି ଅସିତ୍ । ଏହି ଭିତରେ ଅସିତ୍ ପ୍ରୀତିଲଗ୍ନା କୁ ଭଲପାଇବା ପାଇଁ ପ୍ରସ୍ତାବ ଦେଇଥିଲେ ।କହିଥିଲା ଅସିତ୍ ଆଇ ଲଭ ୟୁ ପ୍ରୀତିଲଗ୍ନା ପ୍ରଥମେ ଏହା ଶୁଣିଲା ପରେ ପ୍ରୀତିଲଗ୍ନା ଆଶର୍ଯ୍ୟ ହୋଇଯାଇଥିଲେ ଏବଂ କହିଥିଲେ ମୁଁ ଜଣେ ବିବାହିତା କିନ୍ତୁ ଭିତର ମନରେ ବି ପ୍ରୀତିଲଗ୍ନା ର କିଛି ବି ଥିଲା ଯାହା ବାରି ପାରୁଥିଲା ଅସିତ୍

କିଛି ସମୟ ଗଲା ପରେ ଅସିତ୍ ଭଲପାଇବା କୁ ଗ୍ରହଣ

କରିନେଇଥିଲା ପ୍ରୀତିଲଗ୍ନା । ଏହି ମଧ୍ୟରେ ଭିତରେ ଭିତରେ କେତେବେଳେ ଉଭୟ ଉଭୟଙ୍କୁ ବହୁତ ଭଲପାଇ ବସିଲେ

ଧିରେ ଧିରେ କିଛି ଦିନ ଗଲା ପରେ ଉଭୟ ଉଭୟ ଙ୍କ ବିଷୟରେ ସବୁ ଜାଣିପାରିଲେ ।ଏପଟେ ଅସିତ୍ କହୁଥାଏ ଶୁଣ ପ୍ରୀତିଲଗ୍ନା ତୁମେ ମୋ ସହିତ କଥା ହେଉଛ ତୁମ ସ୍ବାମୀ ମଧ୍ୟ ଏହି କଥା ଜାଣିଛନ୍ତି ସେ ତୁମକୁ କିଛି କହୁନାହାଁନ୍ତି ଏପଟେ ପ୍ରୀତିଲଗ୍ନା କହୁଥାଏ ତୁମକୁ ମୁଁ ଯେତିକି ଭଲ ପାଏ ମୁଁ ମୋ ସ୍ବାମୀଙ୍କୁ ମଧ୍ୟ ସେତିକି ଭଲପାଏ । ଧିରେ ଧିରେ ଜାଣିବାକୁ ପାଇଲା ଅସିତ୍ ପ୍ରୀତିଲଗ୍ନା ଗୋଟିଏ ପିଲାର ମାଆ ମଧ୍ୟ କିନ୍ତୁ ପ୍ରେମ କୌଣସି ବନ୍ଧ ବାଡ଼ ମାନେ ନାହିଁ କି ଏହି ପରିପ୍ରେକ୍ଷୀରେ ଅସିତ୍ ଏବଂ ପ୍ରୀତିଲଗ୍ନା ଉଭୟ ଙ୍କୁ ମଧ୍ୟ ଅଟେଇକି ପାରିନଥିଲେ । ପ୍ରୀତିଲଗ୍ନା ମଧ୍ୟ ଜାଣିବାକୁ ପାରିଥିଲା ଅସିତ୍ ମଧ୍ୟ ଜଣେ ରୋଗାକ୍ରାନ୍ତ ଏବଂ ଗରିବ ମଣିଷ ଟିଏ ତଥାପି ଅସିତ୍ ର ସଚ୍ଚୋଟ ପାଣିଆ ସବୁବେଳେ

ପ୍ରୀତିଲଗ୍ନା ବହୁତ ଭଲ ଲାଗେ । ଥରେ ପ୍ରୀତିଲଗ୍ନା ଅସିତ୍ କୁ ସାବିତ୍ରୀ ବ୍ରତ ରେ ମଧ୍ୟ କିଛି ଶଙ୍ଖା ଏବଂ ସିନ୍ଦୂର ମାଗିଥିଲା ଏହା ପରେ ସବୁପରେ ଅସିତ୍ କହିଥିଲା ଶୁଣ ପ୍ରୀତିଲଗ୍ନା ମୁଁ କହିଥିଲି ତୁମକୁ ମୁଁ ଜଣେ ଅବିବାହିତ ହେଲେ ମଧ୍ୟ ଜଣେ ନାରୀ କୁ ଭଗବାନ ଙ୍କୁ ସାକ୍ଷୀ ରଖି ତାର ମଥାରେ ସିନ୍ଦୂର ପିନ୍ଧାଇଥିଲି ।ଏହା ଶୁଣିଲା ପରେ ବି ପ୍ରୀତିଲଗ୍ନା କହିଥିଲା ତୁମେ ମୋ ମଥାରେ ସିନ୍ଦୂର ଦିଅ ଅବା ନ ଦିଅ କିନ୍ତୁ ମୁଁ ତୁମକୁ ବହୁତ ଭଲ ପାଏ । ଆଜିବି ପ୍ରୀତିଲଗ୍ନା ପ୍ରତିଦିନ ଅସିତ୍ କୁ ଫୋନ୍ କରି ନିଜ ସ୍ବାମୀ ଭଳି ସକାଳୁ ପ୍ରଣାମ କରେ ସବୁ ସୁଖ ଦୁଃଖ ପଚାରି ବୁଝେ ଏମିତିରେ ବି ଖର୍ଚ୍ଚ ନିମନ୍ତେ ବି କିଛି ଅର୍ଥ ବି ଅସିତ୍ କୁ ପ୍ରଦାନ କରେ କାରଣ

ଅସିତ୍ ବହୁତ ଗରିବ ଘର ଆଉ ପ୍ରୀତିଲଗ୍ନା ଜାଣିଛି

ଅସିତ୍ କେଉଁଠି କେବେ ଭୁଲ୍ କାମ କରିବେ ନାହିଁ ଆଉ ସବୁ ଯେଉଁଠି ଯାହା କରନ୍ତି ତାହା ପ୍ରୀତିଲଗ୍ନା ଆଗରେ ସିକ୍ୱାର କରିନିଏ ଅସିତ୍ । ଯେଉଁଥି ପାଇଁ ପ୍ରୀତିଲଗ୍ନା ଅସିତ୍ କୁ ଜୀବନ ଠୁ ବଳି ଭଲପାଏ । ଏମିତିକି ଯଦିଓ କିଛି ଦେହ ଖରାପ କଥା ଅସିତ୍ ର ପ୍ରୀତିଲଗ୍ନା ଶୁଣେ ପ୍ରୀତିଲଗ୍ନା ତାର ଦେହରୁ ଜୀବ ଛାଡ଼ିଗଲା ଭଳି ଲାଗେ । ଏମିତିରେ ବି ପ୍ରୀତିଲଗ୍ନା ର ସ୍ବାମୀ କହିବାକୁ ଗଲେ ଜଣେ ମହାନ୍ ପୁରୁଷ ବୋଲି ଅସିତ୍ ଜାଣେ କାରଣ ଜଣେ ବିବାହିତା ନାରୀ ହେଲେ ମଧ୍ୟ ପ୍ରୀତିଲଗ୍ନା ସ୍ବାମୀ ଅସିତ୍ ସହିତ କଥା ହେବାପାଇଁ ଅନୁମତି ଦିଅନ୍ତି କାରଣ ସେ ଜାଣନ୍ତି ପ୍ରୀତିଲଗ୍ନା ତାଙ୍କର ପତ୍ନୀ ହେଲେ ମଧ୍ୟ ସେ ଅସିତ୍ ଙ୍କୁ ତାଙ୍କର ଜଣେ ଭଲ ବନ୍ଧୁ ଭାବେ ଭଲ ପାଆନ୍ତି । ଥରେ ପ୍ରୀତିଲଗ୍ନା ତାର ସ୍ବାମୀ କୁ କହିଥିଲା ମୁଁ ତୁମକୁ ଆଉ ଅସିତ୍ ଉଭୟଙ୍କୁ ବହୁତ ଭଲ ପାଏ ଏହା ଶୁଣିଲା ପରେ ପ୍ରୀତିଲଗ୍ନା ର ସ୍ବାମୀ କହିଥିଲେ ଶୁଣ

ପ୍ରୀତିଲଗ୍ନା ମୁଁ ଯଦିଓ ତୁମକୁ ସ୍ପର୍ଶ କରିନଥାନ୍ତି ତାହାଲେ ତୁମକୁ ମୁଁ ଅସିତ୍ ଙ୍କୁ ଦେଇ ଦିଅନ୍ତି । ଆଜିବି ପ୍ରୀତିଲଗ୍ନା ର ଦେହ ଖରାପ ହେଲାବେଳେ ସେ ତାର ସ୍ୱାମୀକୁ ଯେତିକି ଖୋଜେ ସେତିକି ମଧ୍ୟ ଅସିତ୍ କୁ ମଧ୍ୟ ଖୋଜେ । ଅସିତ୍ ମଧ୍ୟ ଜାଣିଛି ପ୍ରୀତିଲଗ୍ନା କେବେବି ସେ ଦ୍ଵିତୀୟ ପିଲାର ମା ହୋଇ ପାରିବନି ସେଥିପାଇଁ ବହୁତ ଲୋକଙ୍କ ଠାରୁ ପ୍ରୀତିଲଗ୍ନା ନାନା କଥା ଶୁଣେ କିଏ କହେ ଯୌବନ ନଷ୍ଟ ହେବ ବୋଲି ଦ୍ଵିତୀୟ ପିଲା କରୁନାହିଁ କିନ୍ତୁ ଅସଲ କଥା ହେଉଛି ପ୍ରୀତିଲଗ୍ନା ପ୍ରଥମ ପିଲା ଗର୍ଭ ରେ ଥିଲା ବେଳେ ତାର ଗର୍ଭରେ ଏକ ରକ୍ତ ଟିୟୁମର ହୋଇଥିଲା ଯାହାକୁ ସ୍ୱଳ୍ପ ବୟସ ରେ ତାକୁ ଅପରେସନ ହେବାକୁ ପଡ଼ିଥିଲା ଯାହା ଫଳରେ ସେ ବହୁତ କଷ୍ଟ ପାଇଥିଲା ଆଉ ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଯାହାର କଷ୍ଟର ଫଳ ଭୋଗିବାକୁ ପଡୁଛି ପ୍ରୀତିଲଗ୍ନା କାରଣ ବହୁତ ସମୟ ତାର ଦେହରୁ ରକ୍ତ ସ୍ରାବ ହେଉଛି । ଯଦିଓ ଜୀବନ ରେ ଦ୍ଵିତୀୟ ପିଲା କରିବାକୁ ଚାହିଁବ ପ୍ରୀତିଲଗ୍ନା ତାହାଲେ ମୃତ୍ୟୁ ର ଆଶଙ୍କା ବହୁତ ଅଛି ଯାହାକୁ ଡାକ୍ତର ସୂଚିତ ମଧ୍ୟ କରିଛନ୍ତି ।

ସତରେ ଏହା କହିବାର କାରଣ ଥିଲା ଅସିତ୍ ପକ୍ଷରେ ବେଳେ ବେଳେ ଅଭିମାନ କରି ପ୍ରୀତିଲଗ୍ନା ଅସିତ୍ କୁ କୁହେ ତୁମେ ମୋତେ ଦ୍ଵିତୀୟ ପିଲା ଦିଅ ।ଏହା ଶୁଣି ଅସିତ୍ ମଧ୍ୟ ଆଚମ୍ବିତ ହୋଇଯାଏ କାରଣ ସେ ଜାଣିଛି ପ୍ରୀତିଲଗ୍ନା ଜୀବନ କୁ ବିପଦ ଅଛି । ଏପଟେ ବି ଅସିତ୍ ବେଳେବେଳେ କାମନା ଜ୍ୱାଳାରେ ପ୍ରୀତିଲଗ୍ନା କୁ ରତି କ୍ରିୟା କରିବା ପାଇଁ କହେ ଏହାକୁ ମଧ୍ୟ ମନାକରେ ନାହିଁ ପ୍ରୀତିଲଗ୍ନା କିନ୍ତୁ ପ୍ରୀତିଲଗ୍ନା ବି ଜାଣିଛି ଅସିତ୍ ଦେହ ବି ସେତେ ଭଲ ଦେହ ନୁହେଁ ତାର ଜୀବନ ବି ଦୋଛକିରେ ବି ଝୁଲୁଛି କାରଣ ଯଦିଓ ଅସିତ୍ ବହୁତ ବାର ସଙ୍ଗମ କରି ତାର ଦେହରୁ ବ୍ରହ୍ମଚର୍ଯ୍ୟ ନଷ୍ଟ ହୁଏ ତାହାଲେ ମଧ୍ୟ ଅସିତ୍ ଜୀବନ କୁ ବିପଦ ଅଛି କାରଣ ଅସିତ୍ ଉଦର ଜନିତ ରୋଗରେ ପିଡ଼ିତ କିନ୍ତୁ ପ୍ରୀତିଲଗ୍ନା ଅସଲ କଥା ଜାଣିଛି ଅସିତ୍ ତାଙ୍କୁ କିଛି ଲାଜ କଥା କୁହନ୍ତି ସତ କିନ୍ତୁ ତାଙ୍କ ପ୍ରେମ ଗଙ୍ଗା ଜଳ ଭଳି ପବିତ୍ର ଆଉ ନିର୍ମଳ କାରଣ କେବେ ବି ଅସିତ୍ ପ୍ରୀତିଲଗ୍ନା କୁ ସ୍ପର୍ଶ କରିବ ନାହିଁ କାରଣ ସେ ଆଜିକାଲି ପିଲାଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ଏହାବି ପ୍ରୀତିଲଗ୍ନା ର ସ୍ବାମୀ ମଧ୍ୟ ଜାଣିଛନ୍ତି ।ତଥାପି ବେଳେବେଳେ ଅସିତ୍ କହେ ଶୁଣ ପ୍ରୀତିଲଗ୍ନା ମନୁଷ୍ୟ ମାନେ ବି କାମ ଶକ୍ତି ରେ ଜାଗ୍ରତ ହୁଏ ଆଉ ମୁଁ ବି ସେଥିରୁ ବି ଜଣେ ମଣିଷ ମୋ ଠାରେ ବି ବେଳେ ବେଳେ ତାହା ଜାଗ୍ରତ ହେଲାବେଳେ ମୁଁ ତୁମକୁ ବେଳେବେଳେ ଅଲାଜୁକ କଥା କୁହେ ରତିକ୍ରିଡ଼ା କରିବା ପାଇଁ ଯାହାକୁ ତୁମେ ମୋ କଥାକୁ କାଟି ନ ପାରି ମୋ ସହିତ ବାହୁ ବନ୍ଧନରେ ସାରା ରାତି ବିତାଇ ଦେବା ପାଇଁ ସୀକୃତି ଦେଇଛ ମୋତେ ପ୍ରାୟ ସମୟ ପ୍ରୀତିଲଗ୍ନା କାରଣ ତୁମେ ମୋ କଥାକୁ ଅକାଟ୍ୟ କେବେ କରିନ । କିନ୍ତୁ ମୁଁ ନିରୁପାୟ କାରଣ ଏକ ପାର୍ଶ୍ୱ ରେ ମୁଁ ସ୍ଵୟଂ ଦେବାଧି ଦେବ ଭୋଳା ଶଙ୍କର ଆଉ ଏକ ପାର୍ଶ୍ଵରେ ତୁମ କାନ୍ତ ଆଉ ମଝିରେ ମୁଁ ଏକ ପାଚେରୀ ସଦୃଶ ଦଣ୍ଡାୟମାନ କାରଣ ମୁଁ ଏକ ଅଭିଶପ୍ତ ଯଦିଓ ନୁହେଁ ତଥାପି ଅଭିଶପ୍ତ ଠୁ ବଳିକି କାରଣ ଯେଉଁ ଡାଳ ଅସିତ୍ ଧରିଥାଏ ସେହି ଡାଳ ଆଜି ଭଗ୍ନ ହୋଇଯାଇଛି ଏବଂ ହେଉଛି ମଧ୍ୟ । ତୁମେ ଜଣେ ବିବାହିତା ନାରୀ ସିନ୍ଥି ରେ ଜଣକ ସିନ୍ଦୂର ନାଇଛ ଅହକାଳ ର ଦେବତା ଭାବେ ତାଙ୍କୁ ଗ୍ରହଣ କରିଛ । କେମିତି ଏହି ଅଭାଗିଆ ଟା ତୁମକୁ ସ୍ପର୍ଶ କରିବ କୁହ ପ୍ରୀତିଲଗ୍ନା କୁହ ? କାରଣ ହିନ୍ଦୁ ଧର୍ମ କେବେ ମୋତେ କ୍ଷମା ଦେବନି ତତ୍ ସହିତ ଯେଉଁ ମହାନ ପୁରୁଷ ତୁମକୁ ମୋ ସହିତ କଥା ହେବା ପାଇଁ ସିକୃତୀ ଦେଇଛନ୍ତି ଯଦିଓ ପରବର୍ତ୍ତୀ ପର୍ଯ୍ୟାୟ ରେ ସେ ଜାଣିବେ ତୁମେ ଅସତୀ ର ବଶୀଭୂତ ହେଉଛ ତୁମକୁ ସେ ଗ୍ରହଣ କରିବେ ତ ? ଏହା ସହିତ ସେ ଅସିତ୍ ବୋଲି ଯେଉଁ ମଣିଷ ଟାକୁ ବିଶ୍ବାସ କରୁଥିଲେ ତାକୁ କଣ କହିବେ ତୁମେ କୁହ ପ୍ରୀତିଲଗ୍ନା ତୁମେ କୁହ ? ଏହା ପରେ ମୁଁ ତାଙ୍କୁ ମୁହଁ ଦେଖାଇ ପାରିବି ତ କଣ ଭାବୁଛ ପ୍ରୀତିଲଗ୍ନା ? ଏହା ପରେ ପ୍ରୀତିଲଗ୍ନା କହିଲେ ହଁ ଅସିତ୍ ମୁଁ ଜାଣିଛି ତୁମେ ବି ଜଣେ ମହାନ ପୁରୁଷ କାରଣ ଦୁନିଆରେ ମୁଁ ଏତେ ପୁଅ ଦେଖିଛି ଆଉ ଦେଖୁଛି ମଧ୍ୟ ତୁମ ଭଳି ପୁଅ ଟିଏ ମୁଁ ଦେଖୁନାହିଁ ।କାରଣ ମୁଁ ଯେଉଁ ଭୁଲ୍ ବିବାହ ପୂର୍ବରୁ କରି ନଥିଲି ତାହା ବିବାହ ପରେ ତୁମକୁ ଭଲପାଇ ଭୁଲ କରି ବସିଲି ।

କିନ୍ତୁ ଆମ ଭଲ ପାଇବା ପବିତ୍ର ଆଉ ସ୍ବଚ୍ଛ । ଏହା ଶୁଣିଲା ପରେ ବେଳେବେଳେ ଅସିତ୍ ଅଶ୍ରୁ ଭରା ଚକ୍ଷୁ ରେ କହେ ପ୍ରାୟ ସମୟ ହେ ପ୍ରୀତିଲଗ୍ନା ମୁଁ ଜୀବନରେ କଣ ପାଇଲି କିଛି ନାଇଁ କାରଣ ଜୀବନରେ ଜଣେ ମୋତେ ଏତେ ପ୍ରତାରଣା ଦେଇ ଗଲା ଯେ ତାହାର ବେଦନା ଘା ଟି ଆଜି ପର୍ଯ୍ୟନ୍ତ ସୁଖୁନାଇଁ ଆଉ ତୁମକୁ ମୁଁ କାହୁଁ ପାଇବି କାରଣ ତୁମେ ଜଣେ ବିବାହିତା ସତରେ କଣ ମୁଁ ଏହି ଜନ୍ମ ରେ ତ ନାଇଁ ଆର ଜନ୍ମ ରେ ପାଇ ପାରିବି ତୁମକୁ ଏହା ଶୁଣିଲା ପରେ ।

ପ୍ରୀତିଲଗ୍ନା କହେ ତୁମେ ଏମିତି କଣ କହୁଛ ଅସିତ୍ ତୁମେ ମୋ ଭଲ ପାଇବା ର ପରୀକ୍ଷା ଚାହୁଁଛ ? ଅସିତ୍ କହେ ନା ନା ମୁଁ ସେଇୟା କେବେ କହିନି ପ୍ରୀତିଲଗ୍ନା ସତ କହିବ ପ୍ରୀତିଲଗ୍ନା ସତରେ ଯଦିଓ ତୁମେ ମୋତେ ଏତେ ଭଲ ପାଉଛ ତାହାଲେ କୁହ ମୁଁ ତୁମର କଣ ହେବି । ଏହା ଶୁଣିଲା ପରେ ପ୍ରୀତିଲଗ୍ନା ମଧ୍ୟ ଅସିତ୍ କୁ କହେ ମୁଁ ଯଦିଓ ସେହି କଥା ତୁମକୁ ଓଲଟା ପଚାରେ ମୁଁ ତୁମର କଣ ହେବି ? ତାହାଲେ କି ଉତ୍ତର ଦେବା ଉଭୟ । ଶେଷରେ ପ୍ରୀତିଲଗ୍ନା କହେ ହଁ ଯିଏ ଯାହା କହୁ ତୁମେ ମୋର କାନ୍ତ ହେବ ଆଉ ଅସିତ୍ କହେ ତୁମେ ମୋର କାନ୍ତା ହେବ କିନ୍ତୁ ଆଜିବି ଅସିତ୍ ପ୍ରୀତିଲଗ୍ନା କଥା ଶୁଣି ସେହି ଦୁଃଖଦ ବେଳେ ଶୁଣି ମନ ଖୁସି ହୋଇଯାଏ ସତ ।କିନ୍ତୁ ନିରୋଳା ରେ ବସି ଭାବେ ଅସିତ୍ ସତରେ ମନକୁ ମନ କହେ ପ୍ରୀତିଲଗ୍ନା ମୁଁ ତୋର କଣ ହେବି ..... ମୁଁ ତୋର କଣ ହେବି ?



Rate this content
Log in

Similar oriya story from Drama