ଜୟ ମା ଭଟ୍ଟାରିକା କିମ୍ବଦନ୍ତୀ
ଜୟ ମା ଭଟ୍ଟାରିକା କିମ୍ବଦନ୍ତୀ
ସ୍ତୁତି : ସର୍ବ ମଙ୍ଗଲ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ
ଶରେଣ୍ୟେ ନ୍ତ୍ର୍ୟମ୍ଵକେ ଗୌରୀ ନାରାୟଣୀ ନମୋସ୍ତତେ ।
ଶରଣାଗତ ଦିନାର୍ତ୍ତ ପରିତ୍ରାଣ ପରାୟଣେ
ସର୍ବ ସ୍ୟାର୍ତ୍ତି ହରେ ଦେବୀ ନାରାୟଣୀ ନମସ୍ତୁତେ ।
ଯା ଦେବୀ ସର୍ବ ଭୂତେଶୁ ଶକ୍ତି ରୂପେଣ ସଂସ୍ଥିତା
ନମୋ ତତ୍ସେ ନମୋ ନମଃ
ଯା ଦେବୀ ସର୍ବ ଭୂତେଶୁ ମାତୃ ରୂପେଣ ସଂସ୍ଥିତା
ନମୋ ତତ୍ସେ ନମୋ ନମଃ
ଯା ଦେବୀ ସର୍ବ ଭୂତେଶୁ ବିଦ୍ୟା ରୂପେଣ ସଂସ୍ଥିତା
ନମୋ ତତ୍ସେ ନମୋ ନମଃ
ପ୍ରସନ୍ନଂ ବଦନା ଶୁଭ୍ରା
ସିନ୍ଦୁରାଙ୍କିତ ଭାଲିକାଂ
ତ୍ରିପୁରା ଭଟ୍ଟାରିକା ଦେବୀ
ରତ୍ନହାର ବିଭୂଷିତାଂ
ନବଧା ଦିବ୍ୟ ଧାରିଣାଂ
ମହାମୂର୍ତ୍ତି ପ୍ରଦାଂ ଦୁର୍ଗାଂ
ପଦ୍ମନାଭ ସୁଶୋଭିତାଂ
ତୁ ମା ଆଦି ଶକ୍ତି , ତୁହି ମା ତ୍ରିପୁରା ସୁନ୍ଦରୀ, ତୁହି ମା ବୃହଦମ୍ବା,ତୁହି ମା ଭଟ୍ଟାରିକା । ତୋର ପାଦ ପଦ୍ମେ କୋଟି ପ୍ରଣାମ ଜଣାଉଛି ଏହି ଅଧୀନା । ମୁଁ ନିମିତ୍ତ ମାତ୍ର ତୋର ବିଷୟ ରେ ମା ଉଲ୍ଲେଖ କରିବା ମୁଁ ଅଜ୍ଞ ମନେ ଭାବେ । ତୋର କୃପା ରୁ ଯାହା କିଛି ଆଜି ରଚନା କରିଛି ।
ସମସ୍ତ ଗୁଣି ଜ୍ଞାନୀ ଙ୍କୁ ବିନମ୍ର ଅନୁରୋଧ ଦୋଷ ଥିଲେ ମାର୍ଜିତ କରିବେ
ଜୟ ମା ଭଟ୍ଟାରିକା
ଉପକ୍ରମ - ଭଟ୍ଟାରିକା ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତି ପୀଠ । ଦେଖିବାକୁ ଗଲେ ମା ଭଟ୍ଟାରିକା ହେଉଛନ୍ତି ଷୋଡ଼ଶୀ । ମା ବଡ଼ମ୍ବା ଗଡ଼,ତଥା ରାଜା ଙ୍କ ର ଅଧିଷ୍ଠାତ୍ରୀ ଦେବୀ । ଓଡ଼ିଶା ରାଜ୍ୟ, କଟକ ଜିଲ୍ଲା , ଆଠଗଡ଼ ଉପଖଣ୍ଡ ବଡ଼ମ୍ବା ବ୍ଲକ ଭଟ୍ଟାରିକା ପଞ୍ଚାୟତ ଶସାଙ୍ଗ ଗ୍ରାମ ରେ ମା ଙ୍କ ମନ୍ଦିର । ମା ଙ୍କ ନାମ ବୃହଦମ୍ବା ଅନୁସାରେ କାଳକ୍ରମେ ଅପଭ୍ରଂଶ ହୋଇ ଆଜି ବଡ଼ମ୍ବା ହୋଇଛି। ଭଟ୍ଟାରିକା ହେଉଛନ୍ତି ରକ୍ଷା କାରିଣୀ । ଭଟ୍ ଧାତୁ ରୁ ମା ଙ୍କ ନାମ କରଣ ହୋଇଛି । ଯିଏ ରକ୍ଷା କାରିଣୀ ବା ପୋଷଣ କାରିଣୀଭାବେ ବିରାଜିତ । ଓଡ଼ିଶାର ୧୨ ଟି ଶକ୍ତି ପୀଠ ରୁ ପ୍ରମୁଖ ବା ଅନ୍ୟତମ ହେଉଛି ଭଟ୍ଟାରିକା ପୀଠ । ପୁରୀ ର କୂର୍ମ ବେଢ଼ାର ରେ ମଧ୍ୟ ଷୋଡ଼ଶ ପୁତ୍ରୀ ସ୍ଥାନିତ ତନ୍ମଧ୍ୟରୁ ମା ଭଟ୍ଟାରିକା ଅନ୍ୟତମ ।
କିମ୍ବଦନ୍ତୀ ପୁରାଣ ପୃଷ୍ଠାରୁ ଭଟ୍ଟାରିକା ଙ୍କ ଉତ୍ପତ୍ତି : - ମା ଭଟ୍ଟାରିକା ହେଉଛନ୍ତି ଆଦି ଶକ୍ତି । ସତ୍ୟ ଯୁଗରୁ ମା ତ୍ରିପୁରା ସୁନ୍ଦରୀ ରତ୍ନଗିରି ପାହାଡ଼ ମଧ୍ୟରେ ମହାମାୟା ରୂପେ ବିରାଜମାନ ଅଦୃଶ୍ୟ ଶକ୍ତି ଭାବେ ଥିଲେ । ତ୍ରେତୟା ଯୁଗରେ ବିଷ୍ଣୁ ଙ୍କ ଷଷ୍ଠ ଅବତାର ପର୍ଭୁ ପଶ୍ରୁରାମ ମାତୃ ହନ୍ତା ଦୋଷ ରୁ ରକ୍ଷା ନିମନ୍ତେ ଏବଂ କ୍ଷତ୍ରିୟ ବିନାଶ ନିମନ୍ତେ ଓ ସହସ୍ରାଜୁର୍ନ କୁ ବଦ୍ଧ ନିମନ୍ତେ ଭାରତ ବର୍ଷ ଭ୍ରମଣ କରିବା ସମୟରେ ରତ୍ନ ଗିରି ପାଦ ଦେଶରେ ମହାନଦୀ ତଟ୍ଟ ରେ ଆଜି ଉପସ୍ଥିତ ହୋଇଛନ୍ତି । ମହାନଦୀ କୁ ସ୍ନାନ ନିମନ୍ତେ ସେ ତାଙ୍କର ପର୍ଶୁ ଏବଂ ଧନୁ ଏକ ପାଷାଣ ଉପରେ ରଖି ଗଲେ ସ୍ନାନ ନିମନ୍ତେ । ସ୍ନାନ ସାରି ଆସିବା ପରେ ସେ ତାଙ୍କର ଆୟୁଧ କୁ ଉଠାଇଲା ବେଳକୁ ଆଉ ଟେକି ପାରି ନଥିଲେ । ଏହା ଦେଖି ସ୍ଵୟଂ ଭଗବାନ ପର୍ଶୁରାମ ଆଶ୍ଚର୍ଯ୍ୟ ହୋଇଥିଲେ । ତତ୍ କ୍ଷଣତ ତାଙ୍କୁ ଶୂନ୍ୟ ବାଣୀ ହୋଇଥିଲା । ମୁଁ ଏଠାରେ ଆଦି ଶକ୍ତି ବିରାଜ ମାନ । ତୁ ମୋତେ ଏଠି ତୋର ଶର ମୁନରେ ଖୋଦିତ କରି ଆଙ୍କନ କରେ । ମୁଁ ଏଠି ଚିରଦିନ ପାଇଁ ପୂଜା ପାଇବି । ଶୁନ୍ୟ ବାଣୀ ଶୁଣି ପ୍ରଭୁ ମା ଙ୍କ ପ୍ରତିମା ଅଙ୍କନ କରିଥିଲେ । ପୃଥିବୀ କୁ ୨୧ ଥର କ୍ଷତ୍ରିୟ ବିନାଶ କରିବା ପାଇଁ ଦିବ୍ୟାସ୍ତ୍ର ପାଇଥିଲେ ଏବଂ ମା ତାଙ୍କୁ କହିଥିଲେ ଯଦିଓ ସହସ୍ରାଜୁର୍ନ କୁ ମାରିବାକୁ ଚାହଁ ନୀଳମାଧବ ଙ୍କୁ ପ୍ରାର୍ଥନା କର । ତେବେ ଯଦିଓ ଦେଖିବା ପ୍ରଭୁ ପର୍ଶୁରାମ ମା ଚର୍ଚ୍ଚିକା ଏବଂ ମା ଭଟ୍ଟାରିକା ଙ୍କୁ ଅଙ୍କନ କରିଛନ୍ତି ବୋଲି ଉଲ୍ଲେଖ ରହିଛି । ଉଭୟ ମହାନଦୀ ତଟ୍ଟ ରେ ପୂଜା ପାଉଛନ୍ତି । ମା ଚର୍ଚ୍ଚିକା ବାଙ୍କୀ ଏବଂ ମା ଭଟ୍ଟାରିକା ବଡ଼ମ୍ବା ର ଅଧିଷ୍ଠାତ୍ରୀ ଦେବୀ ଭାବେ ବିବେଚନା ହେଉଛନ୍ତି ।
ଇତିହାସ ପୃଷ୍ଠାରୁ ଭଟ୍ଟାରିକା ଙ୍କ ଉତ୍ପତ୍ତି :
ପ୍ରଥମ ଉପାଖ୍ୟାନ : ନବମ ଶତାବ୍ଦୀ ରେ ଶୁଳ୍କୀ ରାଜା ମାନେ ଜୈନ ଧର୍ମୀ ଥିଲେ । ସେମାନେ ନିଜେ ମହା ସାମନ୍ତ ବା ଭଟ୍ଟାରକ ଉପାଧି ରେ ଭୂଷିତ ହୁଅନ୍ତି ବହୁତ ବଡ଼ ପରାକ୍ରମୀ ଥିଲେ। ଐତିହାସିକ ଦିନେଶ ଚନ୍ଦ୍ର ମଜୁମଦାର ଙ୍କ ମତରେ ନବମ ଶତାବ୍ଦୀ ବେଳକୁ କୋଦାଳକ ମଣ୍ଡଳ ପରେ ସେମାନେ ଶାକ୍ତ ଉପାସକ ହୋଇ । ଶୁଳ୍କୀ ରାଜା ରଣ ସ୍ତମ୍ଭ ମା ଭଟ୍ଟାରିକା ଙ୍କୁ ସ୍ଥାପନ କରିଥିଲେ ।
ଦ୍ୱିତୀୟ ଉପାଖ୍ୟାନ : ପୁରୀ ଗଜପତି ଙ୍କ ଆଦେଶ ରେ ହଟ୍ଟ ଏବଂ ମଲ୍ଲ ଦୁଇ ଜଣ ଭାଇ ଆସି ଶଙ୍ଖ ଓ ମହୁରୀ ଦୁଇ ଗ୍ରାମ ବସାଇ କାଳ କ୍ରମେ ଯାହା ଆଜି ଶଙ୍ଖାମେରୀ ହୋଇଛି । ସେମାନେ ଗୋଟେ ଗଡ଼ ବସାଇବାକୁ ଚେଷ୍ଟା କରିବାକୁ ମନ ବଳାଇଥିଲେ । ସେମାନେ ଜାଣିବାକୁ ପଶିଥିଲେ ଜଣେ ଶବର ରାଜା ଦଖଲ ରେ ଗୋଟେ ସ୍ଥାନ ଅଛି ଯାହା ବୀର ମାଟି ତେଣୁ ସେହି ସ୍ଥାନ କୁ ହାତେଇ ବା ପାଇଁ ଶବର ସହିତ ଦୁଇ ଭାଇ ଯୁଦ୍ଧ କରି ଶବର କୁ ନିହତ କରିଥିଲେ । ଏହା ପରେ ଶବର ସ୍ତ୍ରୀ ମଧ୍ୟ ଯୁଦ୍ଧରେ ପରାସ୍ତ ପରେ ସେ କହିଥିଲେ ମା ଭଟ୍ଟାରିକା ଙ୍କୁ ପୂଜା କରିବା ପାଇଁ । ଏହା ପରେ ଦୁଇ ଭାଇ ମା ଙ୍କ ମନ୍ଦିର ନିର୍ମାଣ କରାଇଥିଲେ ମା ଙ୍କ ଅନ୍ୟନାମ ବୃହଦମ୍ବା ତାଙ୍କ ନାମ ଅନୁଯାୟୀ ଗଡ଼ ନାମ ବୃହଦମ୍ବା ରଖିଥିଲେ । କାଳକ୍ରମେ ଆଜି ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଛି ।
ତୃତୀୟ ଉପାଖ୍ୟାନ : ୧୨୯୨ ମସିହା ରେ ପଡୋଶୀ ନରସିଂହପୁର ଗଡ଼ ରାଜ୍ୟ ସୃଷ୍ଟି ଏହାର ୧୩ ବର୍ଷ ପରେ ଅର୍ଥାତ ୧୩୦୫ ମସିହା ରେ ବଡ଼ମ୍ବା ଗଡ଼ ସୃଷ୍ଟି ବୋଲି ଇତିହାସ କହେ । ତେଣୁ ସେହି ଦିନ ଠାରୁ କାଳକ୍ରମେ ବଡ଼ମ୍ବା ର ରାଜା ମାନେ ମା ଙ୍କୁ ପୂଜା କରି ଆସୁଛନ୍ତି ତାଙ୍କ ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ଭାବେ ।
ଚତୁର୍ଥ ଉପାଖ୍ୟାନ : ଡାହାଳିଆ ରାଜୁତି ସମୟ ରେ ଡାହାଳିଆ ରାଜା ଏବଂ ରାଣୀ ଆଜିର ଭଟ୍ଟାରିକା ମନ୍ଦିର ଗମ୍ଭୀରା ମଧ୍ୟରେ ଥିବା ମା ଙ୍କ ଛୋଟ ପସ୍ତର ମନ୍ଦିର ରାଜା ରାଣୀ କରିଥିଲେ ।
ପଞ୍ଚମ ଉପାଖ୍ୟାନ : ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ମା ଭଟ୍ଟାରିକା ଙ୍କ ମନ୍ଦିର ଭୌମ ବଂଶ ସମୟରେ ନିର୍ମାଣ ବୋଲି କିଛି ଗବେଷକ ଙ୍କ ମତ।
ମନ୍ଦିର ନିର୍ମାଣ : ୧- ଚତୁର୍ଦ୍ଦଶ ଶତାବ୍ଦୀ ରେ ଗଜପତି ନରସିଂହ ଦେବ ମନ୍ଦିର ଆରମ୍ଭ
୨ - ୧୪୧୯ ରୁ ଭଗ୍ନ ମନ୍ଦିର ର ନିର୍ମାଣ କରି ମୁଖ୍ୟ ମନ୍ଦିର ବଡ଼ମ୍ବା ରାଜା କାହ୍ନୁ ରାଉତ ଆରମ୍ଭ କରିଥିଲେ ।
୩ - ୧୬୫୯ ମସିହା ରେ ବଳଭଦ୍ର ମଙ୍ଗ ଶ୍ରେଷ୍ଠୀ ମୁଖଶାଳା ଗଢିଲେ
୪ - ୧୭୦୦ ମସିହାରେ ରାଜା ଫକିର ଚନ୍ଦ୍ର ମହାଷ୍ଟମୀ ଯାତ୍ରା( ଉଭା ଯାତ୍ରା) କଲେ ।
୫ - ୧୭୪୮ ପଦ୍ମନାଭ ରାଜା ମହନ ନିର୍ମାଣ କରିଥିଲେ ।
୬ - ସୋମନାଥ ମନ୍ଦିର ନିର୍ମାଣ ସମୟରେ ଖଣ୍ଡପଡ଼ା ରାଜା ସୁବର୍ଣ୍ଣ ମୂର୍ତ୍ତି ଚୋରି କରି ନେଉଥିବା ସମୟ ରେ ଖଣ୍ଡପଡ଼ା ରାଜା ସହିତ ଯୁଦ୍ଧ ହୋଇଥିଲା ବଡ଼ମ୍ବା ପଦ୍ମନାଭ ରାଜା ଯୁଦ୍ଧ କରିଥିଲେ ।
୮ - ୧୮୪୪ ମସିହା ରେ ପିଣ୍ଡି , ମନ୍ଦିର ଶୋଭା , ନଦୀକୁ ପାହାଚ ହୋଇଥିଲା
୯ - ୧୮୭୪ ରେ ବିଶ୍ବମ୍ବର ମଙ୍ଗରାଜ ୪୨ ବାଟି ଜମି ମା ଙ୍କ ପାଇଁ ଖଞ୍ଜି ଦେଇଥିଲେ ।
ମନ୍ଦିର ପାର୍ଶ୍ଵ ଦେବା ଦେବୀ : ମନ୍ଦିର ଗର୍ଭ ରେ ଚକ୍ର ର ଆସ୍ଥାନ , ନବଗ୍ରହ , ଲକ୍ଷ୍ମୀ ,ମୁଖ ଶାଳା ବାମ ଭଗେ ଗଣେଶ , ଦକ୍ଷିଣେ ଗୁପ୍ତେ କାଳ ରାତ୍ରୀ, ଦକ୍ଷ ଭାଗେ ସୂର୍ଯ୍ୟ ଦେବ , ରତ୍ନଗିରି ଶିର୍ଷେ ଷୋଳ ଗମ୍ଭୀରା ମଧ୍ୟ ରେ ନବଧା ମୂର୍ତ୍ତି , ପଞ୍ଚ ମୁଖି ହନୁମାନ , ପର୍ଶୁରାମ ମୂର୍ତ୍ତି
ମୁଖ୍ୟ ଫାଟକ ଦ୍ୱାରେ ସିଂହ ,ଗଜ , ମନ୍ଦିର ମଧ୍ୟରେ ମା ଙ୍କ ବହନ ସିଂହ
ବାୟୁ କୋଣେ ବାସେଳି ,ଉତ୍ତର ରେ ସୋମନାଥ ପ୍ରମୁଖ ପୂଜା ପାଉଛନ୍ତି
ମନ୍ଦିର ର ପୂଜା ନୀତି : ସକାଳୁ ମହାସ୍ନାନ , ମଙ୍ଗଳ ଆଳତି , ମଇଲମ , ବଲ୍ଲଭ , ସୂର୍ଯ୍ୟ ପୂଜା , ଦୁଇ ପ୍ରହରେ ମାଛ ଭୋଗ ,ଖେଚୁଡ଼ି , ଡାଲମା, ସୁଙ୍କୁଡ଼ି ଭୋଗ ଲାଗି ହୁଏ ,ଚନ୍ଦନ ଲାଗି ,ସନ୍ଧ୍ୟା ଆଳତି
ଆଶ୍ଵିନ ମାସ ମହାଷ୍ଟମୀ ଠାରୁ ମହାଷ୍ଟମୀ ଷୋଡ଼ଶୀ ରୂପରେ ମା ପୂଜା ପାଆନ୍ତି । କୁମାର ପୂର୍ଣ୍ଣିମା ଦିନ କୁମାରୀ ବେଶ ରେ ଦର୍ଶନ ଦିଅନ୍ତି ଏହା ସହିତ ଷୋଡ଼ଶ ଉପଚାର ରେ ମା ସୁନା ବେଶ ରେ ଦର୍ଶନ ଦିଅନ୍ତି ।
ଭଟ୍ଟାରିକା ଯାତ୍ରା / ମହୋତ୍ସବ : ଇତିହାସ ଦେଖିଲେ ୧୭୦୦ ମସିହା ରେ ପଡୋଶୀ ନରସିଂହପୁର ରାଜା ଙ୍କୁ ପରାସ୍ତ କରି ରାଜା ଫକିର ଚନ୍ଦ୍ର ମହାଷ୍ଟମୀ ଯାତ୍ରା ବା ଉଭା ଯାତ୍ରା ଆରମ୍ଭ କରିଥିଲେ । ମୂଳାଷ୍ଟମୀ ଦିନ ମା ଭଟ୍ଟାରିକା ଙ୍କ ମାଉସୀ ମା ମନ୍ଦିର ରୁ ମା ଙ୍କ ଆୟୁଧ ଶୋଭା ଯାତ୍ରା କରାଯାଇ ମା ଭଟ୍ଟାରିକା ଙ୍କ ମନ୍ଦିର କୁ ଅଣାଯାଏ ଏଥିରେ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି ଦେଖିବାକୁ ଗକେ ଏହି ଦିନ ଠାରୁ ମା ଙ୍କ ଷୋଳ ଦିନାତ୍ମକ ପୂଜା ଆରମ୍ଭ ହେବ ସହିତ ପୀଠ ରେ ଗହଳି ଲାଗି ରହେ । ମା ଙ୍କ କୃପା ରୁ ମହାଷ୍ଟମୀ ଉଭା ଯାତ୍ରା ଦେଖିବା ନିମନ୍ତେ ଆଭ୍ୟତରିଣ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ତତ୍ ସହିତ ସ୍ଥାନୀୟ ଶ୍ରଦ୍ଧାଳୁ ଙ୍କ ଦଶହରା ପର୍ଯ୍ୟନ୍ତ ପ୍ରବଳ ଜନ ସମାଗମ ହୋଇଥାଏ । ମା ଙ୍କ ବଡ଼ ଢୋଲ ଅଢେଇ କାଠି ନ ବାଜିବା ପର୍ଯ୍ୟନ୍ତ ଉଭା ଯାତ୍ରା ଆରମ୍ଭ ହୋଇ ନଥାଏ। ମହାଷ୍ଟମୀ ଯାତ୍ରା ଦିନ ବର୍ଷକୁ ଥରେ ମା ଙ୍କ ମନ୍ଦିର ରେ ନେତ ସ୍ଥାପନ କରାଯାଇଥାଏ । ଏହା ସହିତ ବଡ଼ମ୍ବା ରାଜା ପ୍ରସାଦ ରୁ ମୁଦା ଭୋଗ ଆସିଲେ ଯାଇ ଉଭା ଯାତ୍ରା ଆରମ୍ଭ ହୁଏ ।ଏହି ଉଭା ଯାତ୍ରା ବା ମହାଷ୍ଟମୀ ମହୋତ୍ସବ ଦେଖିବା ନିମନ୍ତେ ପ୍ରବଳ ଜନସମାଗମ ହୋଇଥାଏ ।
ରାଜ ପ୍ରାସାଦ ରେ ମା ଭଟ୍ଟାରିକା ଙ୍କ ପୂଜା : ବଡ଼ମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା । ରାଜା ଙ୍କ ଆରାଧ୍ୟ ଠାକୁରାଣୀ । ତେଣୁ ଦେଖିବାକୁ ଗଲେ ଖାଲି ଲୋକ ଙ୍କ ମତରେ ନୁହେଁ ଏହା ଏକ ଦମ୍ ସତ୍ୟ ଷୋଡ଼ଶ ଉପଚାର ବେଳେ ରାଜା ଘରୁ ମା ଙ୍କ ପୀଠ କୁ କେହି ଦର୍ଶନ ନିମନ୍ତେ ଆସନ୍ତି ନାହିଁ ଅନ୍ୟ ସମୟ ରେ । ଦଶହରା ପରେ ଏବଂ ବେଶୀ କରି ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ଦଶହରା ପର୍ଯ୍ୟନ୍ତ ପୀଠ କୁ ଆସନ୍ତି ନାହିଁ । ଏହି ସମୟ ରାଜ ବାଟି ମଧ୍ୟରେ ମା ଙ୍କ ସୁବର୍ଣ୍ଣ ମୂର୍ତ୍ତି ଷୋଡ଼ଶ ଉପଚାର ରେ ରାଜ ପୁରୋହିତ ଏବଂ ମାଳି ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ହୋଇଥାଏ ,ତାଙ୍କ ସହିତ ସୌରୁଣି ଏବଂ ଅନ୍ୟ ଠାକୁରାଣୀ ମଧ୍ୟ ରାଜ ବାଟି ପ୍ରବେଶ ଦ୍ଵାର ଉତ୍ତର ରେ ଥିବା ଆସ୍ଥାନ ଠାରେ ପୂଜା ପାଆନ୍ତି ।
ବଳି ପ୍ରଥା ଉଚ୍ଛେଦ : ଦେଖିବାକୁ ଗଲେ କାହିଁ କେଉଁ କାଳରୁ ମା ଭଟ୍ଟାରିକା ଙ୍କ ପୀଠ ରେ ବଳି ପ୍ରଥା ପ୍ରଚଳିତ ଥିଲା । ଏଠାରେ ମନ ସ୍କାମନା ପୂରଣ ନିମନ୍ତେ ମଇଁଷି ଏବଂ ଛାଗ , କୁକୁଟ ବଳି ଦିଆଯାଉଥିଲା। କାଳକ୍ରମେ ସରକାର ଙ୍କ ନିୟମ ଅନୁଯାୟୀ ୧୯୭୫ ମସିହା ରେ ଏଠି ମଇଁଷି ବଳି ଉଚ୍ଛେଦ କରାଗଲା । ଏହା ପରେ ୨୦୦୦ ମସିହା ଠାରୁ ଛାଗ ବଳୀ ଉଚ୍ଛେଦ କରାଗଲା ।
ବଡ଼ମ୍ବା ର ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ତତ୍କାଳୀନ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଥିବା ସମୟ ରୁ ଏ ଯାବତ୍ ୨୨ ବର୍ଷ ରେ ମହୋତ୍ସବ ପଦାର୍ପଣ କରିଛି ଚଳିତ ୨୦୨୩ ମସିହା କୁ ମିଶାଇ । ଏହି ମହୋତ୍ସବ ରେ କାଳକ୍ରମେ ଏଠି ତିନି ଦିନରୁ ଏବେ ଛଅ ଦିନ ବଢ଼ା ଯାଇଛି । ବିଗତ ବର୍ଷ ମାନଙ୍କରେ ସ୍ଥାନୀୟ ଲୋକ ନୃତ୍ୟ ଯଥା ଦଣ୍ଡ ପ୍ରତିଯୋଗିତା ,ଭଗବତ୍ ସଙ୍କୀର୍ତ୍ତନ ବାଦ, ମହିଳା ରାସ , ଏବଂ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଟି ପୁଅ , ଛଉ ,ସମ୍ବଲପୁରୀ , ଘୁମୁରା , ଡାଲଖାଇ ,ରସରକେଲି , ପରିବେଷଣ ସହିତ ଓଡ଼ିଶା ସିନେ ଜଗତ ର ବରିଷ୍ଠ ପ୍ରଚ୍ଛଦପଟ କଣ୍ଠ ଶିଳ୍ପୀ , ସ୍ବର୍ଗତ ଅରବିନ୍ଦ ମୁଦୁଲି , ଶ୍ରୀଚରଣ ମହାନ୍ତି ,ଅଞ୍ଜଳି ମିଶ୍ର , ସ୍ବର୍ଗତ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ , ବର୍ତ୍ତମାନ ର ଇପ୍ସିସୀତା , କୁମାର ବାପି , ବୈଦନାଥ ପ୍ରମୁଖ ନିଜର କଳା ମହୋତ୍ସବ ମଞ୍ଚ ରେ କଳା ପ୍ରଦର୍ଶନ କରିଛନ୍ତି ।ଏହା ସହିତ ଏଠି ପ୍ରତି ବର୍ଷ ଆତସ ବାଜି ପ୍ରଦର୍ଶନ ହୋଇଥାଏ । ଯାହା ଅତ୍ୟନ୍ତ ମନୋରମ । ଏଠି ଭଟ୍ଟାରିକା ମହୋତ୍ସବ ନିମନ୍ତେ ଏକ ମୁଖପତ୍ର ପତ୍ରିକା ପ୍ରତି ବର୍ଷା ପ୍ରକାଶିତ ହେଇ ଆସୁଛି । ଯେଉଁଥି ରେ ସ୍ଥାନୀୟ ଏବଂ ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ଲେଖକ ଲେଖିକା ,କବି , କବୟତ୍ରୀ ନିଜର ସ୍ଵ ରଚିତ ଲେଖା ପ୍ରେରଣ କରି ପ୍ରକାଶିତ କରିଥାନ୍ତି।
ପ୍ରଶାସନ ର ସାହାର୍ଯ୍ୟ : ଭଟ୍ଟାରିକା ମହୋତ୍ସବ କୁ ସରସ ସୁନ୍ଦର କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ସଦା ସର୍ବଦା ତତ୍ପର । ଯାତ୍ରା କିଛି ପୂର୍ବରୁ ବହୁବାର ପ୍ରାକ ପ୍ରସ୍ତୁତି ବୈଠକ ବସିଥାଏ । ଯେଉଁଥିରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ପଦ ରେ ଅଳଙ୍କୃତ ହୋଇ ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସମାପନ କରନ୍ତି ଏଥିରେ ମୁଖ୍ୟ ପୁରୋଧା ସା ସ୍ଥାନୀୟ ବିଧାୟକ ମହୋଦୟ । ମା ଙ୍କ ଅଳଙ୍କାର ସୁବର୍ଣ୍ଣ ଅଳଙ୍କାର ସ୍ଥାନୀୟ ଦେବର୍ତ୍ତ ବିଭାଗ ତରଫରୁ ସ୍ଥାନୀୟ ତହସିଲଦାର ଙ୍କ ହେପାଯତ ରେ ଯୋଗାଇ ଦିଆଯାଇଥାଏ । ଏହା ସହିତ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଅଗ୍ନିଶମ ବାହିନୀ, ଓଡାରାଫ, ପୋଲିସ ବଳ ମୂତୟନ କରାଯାଇଥାଏ । ମହୋତ୍ସବ କମିଟି ତରଫରୁ ମିନା ବଜାର ପାଇଁ ଯାତ୍ରା କିଛି ଦିନ ପୂର୍ବରୁ ଅସ୍ଥାୟୀ ସ୍ଥାନ ନିମନ୍ତେ ସ୍ଥାନ ବାବଦକୁ ଘୋଷଣା ରାଶି ଅନୁଯାୟୀ ସ୍ଥାନ ଯୋଗାଇ ଦିଆଯାଇଥାଏ । ଚଳିତ ବର୍ଷ ଯାତ୍ରା ରେ ଅନେକ ଦୋକାନ ବଜାର,ସହିତ ଚଟ ପଟି ଖାଦ୍ୟ ଦୋକାନ ବସତି ହୋଇଥିଲା । ଏହା ସହ ମିନବହାର ବିଭିନ୍ନ ଦୋଳି ଲାଗିଥିଲା ଯାହାର ମଜା ଶ୍ରଦ୍ଧାଳୁ ଏବଂ ଜନ ସାଧାରଣ ଉଠାଇ ଥିଲେ । ଏହା ସହ ମାଙ୍କ ମନ୍ଦିର ନିକଟସ୍ତ ଉଦ୍ୟାନ ରେ ସମସ୍ତେ ମଜା ଉଠାନ୍ତି।
ମା ଭଟ୍ଟାରିକା ଙ୍କ ମନ୍ଦିର ଯୋଗାଯୋଗ : କଟକ ନେତାଜୀ ବସ୍ ଟର୍ମିନାଲ ଠାରୁ ବସ ଯୋଗେ ସିଧା ଆପଣ ମୁଣ୍ଡୁଳି କିମ୍ବା ଓ ଏମ ପି ,ଖୁଣ୍ଟୁଣି ଦେଇ ଆଠଗଡ଼ ରାସ୍ତା ରେ ଆସିଲେ ପାଖା ପାଖି ୧୦୦ କିମି ଭଟ୍ଟାରିକା ଛକ ଠାରୁ ବାମ ପାର୍ଶ୍ଵରେ ୬ କିମି ଅତିକ୍ରମ କରି ଗଲେ ମହାନଦୀ କୂଳ ଶାସାଙ୍ଗ ଗ୍ରାମରେ ମା ଙ୍କ ମନ୍ଦିର ଦର୍ଶନ କରି ପାରିବେ । ସେହି ପରି ଆପଣ ସିଧାମୂଳା ପାର୍ଶ୍ଵ ରୁ କିମ୍ବା ଏବେ ନବ ନିର୍ମିତ ଟି ସେତୁ ଦେଇ ଆସି ପାରିବେ । ବାହାର ରାଜ୍ୟ ରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ଅବତରଣ କରି ବସ୍ କିମ୍ବା ନିଜସ୍ଵ , ବେସରକାରୀ କିମ୍ବା ,ସରକାରୀ ଗାଡ଼ି ଯୋଗେ ଆସି ପାରିବେ ।
