Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Saroj Kumar Jena

Children Stories Inspirational

3  

Saroj Kumar Jena

Children Stories Inspirational

ସୁଯୋଗ୍ୟ ସନ୍ତାନ

ସୁଯୋଗ୍ୟ ସନ୍ତାନ

5 mins
43


        

କରୋନା ମହାମାରୀ ଭିତରେ ଖାଲି ମଣିଷ ହନ୍ତସନ୍ତ ।ଲକ୍ ଡାଉନ୍ ସଟ୍ ଡାଉନ୍ ହୋଇ ହୋଇ ଦୋକାନ ବଜାର ପୁରା ବନ୍ଦ । ଖାଦ୍ୟ ରାନ୍ଧିବା ପାଇଁ ପନି ପରିବା କିଛି ନଥାଏ ।


   ଏମିତିରେ ସାପ୍ତାହିକ ହାଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ 

ପ୍ରଶାସନ ବନ୍ଦ କରିଥିଲା ମହାମାରୀ କରୋନା ଗୋଷ୍ଟି ସଂକ୍ରମଣ ନ ହେବା ପାଇଁ । ଅଚାନକ ଗୋଟିଏ ଦିନ ଗଣିଆ ହାଟ ଫିଟି ଥିଲା । ମୁଁ ସକାଳୁ ଗୋଟିଏ ସାଇକେଲ ଧରି ବାହାରି ପଡ଼ିଲି କିଛି ପରିବା ଆଣିବା ପାଇଁ ଆମ ହଟିଆ ପଲ୍ଲୀ ଗ୍ରାମ ଠାରୁ ଗଣିଆ ହାଟ ର ଦୂରତ୍ବ ପ୍ରାୟ ୭ କିମି ହେବ । ଧିରେ ଧିରେ ସାଇକେଲ ଧରି ଯାଇ ପହଞ୍ଚିଲି 

ଗଣିଆ ହାଟରେ । ହାଟ ଭଲରେ ବୁଲା ବୁଲି କରି ସାରି 

ବାଇଗଣ କିଣିବା ପାଇଁ ମୁଁ ଚାହୁଁ ଥାଏ । ଠିକ୍ ଏହି ସମୟରେ ମୋ କାନରେ ପଡ଼ିଲା ନେଇ ଯାନ୍ତୁ କଣ୍ଟେଇ ମୁଣ୍ଡି ବାଇଗଣ କିଲୋ ୨୦ ଆସ ଆସ । ଏହା ଶୁଣି ମୁଁ ଯାଈ ପହଞ୍ଚିଲି ସେହି ସ୍ଥାନରେ ।ଯାଇ ଦେଖେତ ଦୁଇ କୁନି ପୁଅ ବାଇଗଣ ବିକ୍ରି କରୁଥାନ୍ତି । ମୋତେ ଦେଖି ତାଙ୍କ ଭିତରୁ ଜଣେ କହିଲା ବାବୁ ବାବୁ ନିଅନ୍ତୁ ଭଲ ବାଇଗଣ ।ଜଣେ ତାଙ୍କ ଭିତରୁ ଠିଆ ହୋଇ ଲୋକଙ୍କୁ ଡାକୁଥାଏ ଆଉ ଜଣେ କିଲୋପଲା ଧରି ବସିଥାଏ । ମୁଁ ବାଇଗଣ ବାଛି ଥୋଉଥାଏ ।


କିନ୍ତୁ ମନରେ ମୋର କିଛି ପ୍ରଶ୍ନ ଉଙ୍କି ମାରିଲା । ସେଠୁ ପଚାରିଲି ପୁଅ ତୁମ ଘର କେଉଁଠି । ଉଭୟ କହିଲେ ବାବୁ ଆମ ଘର ନଦୀ ସେପାଖେ ବାଗଧରିଆ । ପୁଣି ମୁଁ ପଚାରିଲି ଏହି ବୟସରେ ତୁମେ କଣ ଦୁଇ ଭାଇ ପାଠ ପଢ଼ୁନ । ଠିକ୍ ଏତିକି ପଚାରିଲା ଭିତରେ ବସିଥିବା ପିଲାଟି କାନ୍ଦିବାକୁ ଲାଗିଲା ।ମୁଁ ସେଠୁ ତାର ଭାଇ କୁ ପଚାରିଲି ଆରେ ବାବୁ ସେ କାନ୍ଦିଲା କଣ ପାଇଁ । କଥା କଣ ମୁଁ ବୁଝି ପାରୁ ନଥାଏ କିନ୍ତୁ ପଚାରିଲି ଆରେ ତୁମ ନାମ କଣ ଦୁଇ ଜଣଙ୍କର । ମୋତେ ଠିଆ ହୋଇଥିବା ପୁଅ କହିଲା ବାବୁ ମୋ ନାମ ବଳିଆ ଆଉ ଆମ ପୁଅ ନାମ କାଳିଆ । ଏମିତିରେ ତାଙ୍କର ପରିବା ବହୁତ ଗଦା ହୋଇଥାଏ । ବହୁତ କାକୁତି ମିନତୀ ହୋଇ ଲୋକଙ୍କୁ ଡାକୁଥାନ୍ତି ପରିବା ନେଇ ଯାଅ ।


କିଛି କିଛି ଆସି ନେଉଥାନ୍ତି ଆଉ କିଛି ଫେରି ପଳାଉ ଥିଲେ ଏମିତିରେ ସମୟ ଆସି ୧୨ ଟା ହେବା ଉପରେ ।ମୁଁ ତାଙ୍କୁ ପଚାରିଲି ଆରେ ବାବୁ ମାନେ ତୁମେ କେମିତି ଯିବ ଗାଁକୁ ।ତୁମର ତ ବେପାର ସରିନି । କେଉଁଥିରେ ଆସିଛ ।ଏତିକି କହିଲା ଭିତରେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ଆସି ପହଞ୍ଚିଲେ । ଆଉ ତାଙ୍କୁ କହିଲେ ଆରେ ଘରକୁ ଯିବା ଚାଲ ।


   ସେ ଦୁହେଁ କହିଲେ କଣ କରିବୁ ଆଜି ବେପାର ଭଲରେ ହେଲାନି ଭାରି ମନ ଦୁଃଖ ।ଉଭୟ ଭାଇ 

ଭାରି ମନ ଦୁଃଖରେ କାନ୍ଦିଲେ ।ମୁଁ ଅସଲ କଥା କଣ କିଛି ବୁଝି ପାରୁ ନଥାଏ ।ସେଠୁ ସେ ବୟସ୍କ ବ୍ୟକ୍ତି ଙ୍କୁ ପଚାରିଲି 

ଆଜ୍ଞା ଏମାନେ ଆପଣଙ୍କର କଣ ହେବେ ଆଉ ଏମିତି କାନ୍ଦୁଛନ୍ତି କଣ ପାଇଁ । ଏତେ ସ୍ୱଳ୍ପ ବୟସ ରୁ ପାଠ ପଢା ନ କରି ବେପାର କରୁଛନ୍ତି କଥା କଣ ଟିକିଏ କହିବେ କି ? 

ଏପଟେ  ପିଲା ଦୁଇ ଜଣ ଭୋକ ହେଲାଣି ବୋଲି ରାଘବ ଦାଦା କୁ କହିଲେ । ରାଘବ ନାମ ହେଉଛି ସେହି ବୟସ୍କ ଲୋକଙ୍କର ନାମ । ସେଠୁ ରାଘବ ବାବୁ ତାଙ୍କୁ କହିଲେ ହଉ ଯାଅ ଦୋକାନ ରୁ ଜଳଖିଆ ଖାଇ ଆସିବ ଆସିଲେ ଘରକୁ ଯିବା । ତା ପରେ ବଳିଆ ଆଉ କାଳିଆ ଖାଇବାକୁ ଗଲେ ।


କିନ୍ତୁ ମୁଁ ସେ ପର୍ଯ୍ୟନ୍ତ ଅସଲ କଥା ବୁଝିବା ପାଇଁ ସେଠି ସେମିତି ଠିଆ ହୋଇଥାଏ । ସେଠୁ ସେ ରାଘବ ବାବୁ ଙ୍କୁ ପୁନଃଶ୍ଚ ପଚାରିଲି । 


     ସେଠୁ ରାଘବ ବାବୁ ମୋତେ କହିଲେ ଆଜ୍ଞା ସେ ବହୁତ ଦୁଃଖଦ କଥା । ଶୁଣନ୍ତୁ ତାହାଲେ ଦୀର୍ଘ ୬ ବର୍ଷ ତଳର ଘଟଣା । ବଳିଆ ହୋଇଥାଏ ୬ ବର୍ଷ ର ଆଉ କାଳିଆ କୁ ୪ବର୍ଷ । ତାରି ବାପା ପ୍ରସନ୍ନ ଭାରି ରୋଜଗାରିଆ ଥିଲା ।ବିଲ ବାଡି କାମ କରିବା ସହିତ ଜଣେ ଡ୍ରାଇଭର ଥିଲା । ଅଚାନକ ତାଙ୍କ ପରିବାର କୁ କଳା ବାଦଲ ଘୋଟି ଆସିଲା ପ୍ରସନ୍ନ କିଡିନ ରୋଗରେ ଆକ୍ରାନ୍ତ ହୋଇ ଅକାଳ ବିୟୋଗ ହେଲା । କଣ କରିବ ବଳିଆ ଆଉ କାଳିଆ ର ମା ଭାରି ଭାଙ୍ଗି ପଡ଼ିଲା ଆଉ ଯୁବତୀ ଅବସ୍ଥାରୁ ବିଧବା ହୋଇଗଲା । ଏମିତି କିଛି ଦିନ ଭାରି ଅନାଟନରେ ଚଳିଲେ ଆଉ ବଳିଆ କାଳିଆ ବୋଉ ସୁକାନ୍ତି ପାଇଁ ସରକାର ଗୋଟିଏ ବିଧବା ଭତ୍ତା କରିଦେଲେ । ସେହି ପଇସା ଆଉ ନିଜେ ଘରେ କିଛି ସିଲେଇ କାମ କରି ଉଭୟ ଙ୍କୁ କିଛି ଦିନ ଅନାଟନରେ ଦୁଇ ତିନିବର୍ଷ ପଢେଇଲା । ଏମିତି ସବୁ ରାଘବ ବାବୁ ଙ୍କ କଥା ମୁଁ ଶୁଣୁ ଥାଏ । ସେଠୁ ମୁଁ ପଚାରିଲି ଏହା ପରେ କଣ ହେଲା । ସେଠୁ ରାଘବ ବାବୁ କହିଲେ ଶୁଣ ଆଜ୍ଞା କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବ ଙ୍କୁ ନେଇକି ଆସେ ।


ସେମିତି ଅଚାନକ ବହୁତ ଚିନ୍ତା ଗ୍ରସ୍ତ ହୋଇ ବଳିଆ କାଳିଆ ବୋଉ ସୁକାନ୍ତି ପକ୍ଷାଘାତ ହୋଇଗଲା ।ଆଉ ମେଡିକାଲ ନେଇ ଗଲା ବେଳକୁ ଡାକ୍ତର କହିଲେ ଇଏ ଭଲ ହେବାକୁ ବହୁତ ଦିନ ଲାଗି ପାରେ କିମ୍ବା ସାରା ଜୀବନ ଏମିତି ରହିଯିବେ ।ଯାହା ଭଗବାନ ଭରସା ।ଏମିତି ଛୋଟ ପିଲା ଦୁଇଟି କରିବେ କଣ। ଯେଉଁ ବାପା ମାଆ ତାଙ୍କର ଏହି ବୟସରେ ତାଙ୍କୁ ଲାଳନ ପାଳନ କରିବା କଥା ବର୍ତ୍ତମାନ ସେହି ବୟସରେ ଓଲଟି ମା ର ସେବା କରୁଛନ୍ତି । ନା ବାଳୁତ ବୟସରେ ହୋଇ ପାରିଲେ କି ପାଠ ପଢାରେ ହୋଇ ପାରିଲେ ।ଓଲଟି ନିଜ ବାପାକୁ ହରେଇଲେ ଆଉ ସବୁଦିନ ପାଇଁ ଜନ୍ମ କଲା ମା ପକ୍ଷାଘାତ ର ଶିକାର ହୋଇ ବିଛଣାରେ ପଡ଼ି ରହିଲା ।ପିଲା ଦୁଇଟି ଆଉ କଣ କରିବେ କୁହ ଆଜ୍ଞା ଏମିତିରେ କିଛି ଦିନ ଗାଁ ଲୋକ ଙ୍କ ସହାନୁ ଭୁତିରେ କିଛି ଦିନ ଚଳିଲେ କିନ୍ତୁ କେତେ ଦିନ କିଏ ଦେବ କହିଲ ଆଜ୍ଞା ଏହି ସଂସାରେ କେହି ନୁହଁ କାହାର ଆଉ ପର ଲୋକଙ୍କୁ ଭରସା କେତେଦିନ କରିବେ ।


ତେଣୁ ମୁଁ ଜଣେ ବେପାରୀ ମୋ ସହିତ ଯାଉଛନ୍ତି ବେପାର କରିବାକୁ ଆମ ଚମ୍ପେଶ୍ୱର ହାଟ ଆଉ ଏହି ଆପଣ ଙ୍କ ଗଣିଆ ହାଟ ମୁଁ ବେପାର କରେ ମୋର ଖଣ୍ଡେ ଗାଡ଼ି ଅଛି

ସେମାନେ ମୋ ସହିତ ଆସନ୍ତି ବେପାର କରିବା ପାଇଁ । ମୁଁ ତାଙ୍କୁ ଟିକିଏ ସାହାଯ୍ୟ କରେ ।ତାର ବାପା ର ମୋର ଭଲ ସାଙ୍ଗ ଥିଲୁ କଣ କରିବା ଆଜ୍ଞା କୁହନ୍ତୁ । ମୁଁ ରାଘବ ବାବୁ ଙ୍କ ଠାରୁ ସବୁ ଶୁଣୁଥାଏ । ପୁଣି ପଚାରିଲି ରନ୍ଧା ରନ୍ଧି କେମିତି କରୁଛନ୍ତି । ସେଠୁ ରାଘବ ବାବୁ କହିଲେ ସକାଳୁ ସେମାନେ ନିଜେ ପାଣି ବୋହି ପନି ପରିବା କାଟି ରୋଷେଇ ନିଜେ କରନ୍ତି ।ଆଉ ଏହି ବେପାର ପଇସାରୁ ଯାହା କିଛି ହୁଏ ସେହି ପଇସାରୁ ତାଙ୍କରି ବୋଉ ପାଇଁ କିଛି ଔଷଧ କିଣି ଦେଉଛନ୍ତି । ଆପଣ ଜାଣନ୍ତି ଆଜ୍ଞା ପରିବା ବେପାର ମରିବା ବେପାର ସହିତ ସମାନ ।କୋଉ ଦିନ ହେବ ତ କୋଉ ଦିନ ନାଇଁ । ଦେଖୁନ ପିଲା ଗୁଡିକ ଭଲରେ ଖଣ୍ଡେ ପିନ୍ଧିବାକୁ ପାଉନାହାନ୍ତି । ଏହି ବଳିଆ ଟି ଭାରି ବୁଝିବାର ତାକୁ ଏବେ ୧୨ ବର୍ଷ ହେଲାଣି କାଳିଆ କୁ ୧୦ ବର୍ଷ । କିନ୍ତୁ ନିଜେ କେବେ ଧର୍ଯ୍ୟ ହରା ହୋଇନାହାନ୍ତି ।ମୁଁ ତାଙ୍କୁ ବହୁତ ବୁଝାଏ ତୁମ ମା ଭଲ ହୋଇଯିବ ।ତୁମ ପରିବାର ପୁଣି ହସି ଉଠିବ ।


ମୁଁ ତାଙ୍କୁ କୁହେ ତୁମ ଭଳି ସୁଯୋଗ୍ୟ ସନ୍ତାନ ଜୀବନରେ ସବୁ ବାପା ମାଆ ଙ୍କୁ ମିଳନ୍ତୁ ।ପିଲା ଦୁଇଟି ମୋ କଥା ମାନି ଚଳନ୍ତି ଆଜ୍ଞା । ଏମିତି କିଛି ସମୟ ମଧ୍ୟରେ ଉଭୟ ବଳିଆ ଆଉ କାଳିଆ ଆସି ପହଞ୍ଚିଲେ । ଆଉ ତାଙ୍କୁ ଦେଖି ଉଭୟ ଙ୍କୁ ଟିକିଏ ଆଉଁସି ଦେଲି ଆଉ ତାଙ୍କୁ ୫୦୦ ଟଙ୍କା ଦେଇ କହିଲି ଏହି ପଇସା ରଖ ତୁମ ମାଆଙ୍କର ଔଷଧ ଖର୍ଚ୍ଚରେ ଲଗେଇବ। କିନ୍ତୁ ସେ ରଖିଲେ ନାହିଁ ।ଏହି ଭିତରେ ରାଘବ ଭାଇ ଗାଡ଼ି ଷ୍ଟାଟ ମାରିଲେ ବାହାରିବାକୁ ଯିବା ପାଇଁ ବଳିଆ ସବୁ ବଳକା ପନିପରିବା ବାନ୍ଧି ବାହାରିଲା ତିନି ଜଣ ଗାଡ଼ିରେ ବସି ଯିବାକୁ ବାହାରିଲେ । ମୁଁ ଶେଷରେ ତାଙ୍କୁ କହିଲି ଶୁଣ ବଳିଆ ଆଉ କାଳିଆ ମୁଁ ରାଘବ ବାବୁଙ୍କ ଠାରୁ ତୁମ ପରିବାର କଥା ସବୁ ଶୁଣିଛି ଈଶ୍ୱର ତୁମକୁ ଭଲରେ ରଖନ୍ତୁ ତୁମକୁ ସତ୍ ସାହସ ଦିଅନ୍ତୁ ।ଆଉ ତୁମ ଦୁହେଁ ତୁମ ବାପା ମାଆଙ୍କର ସୁଯୋଗ୍ୟ ସନ୍ତାନ । ତୁମ ଭଳି ପୁତ୍ର ସନ୍ତାନ ସଭିଙ୍କୁ ମିଳୁ । 

ସେଠୁ ଶେଷରେ ସେମାନେ ତାଙ୍କ ବାଟରେ ଗଲେ ମୁଁ ପୁଣି ସାଇକେଲ ଧରି ପରିବା ବ୍ୟାଗ୍ ଧରି ଘରକୁ ଫେରିଲି ।

ସତରେ ବଳିଆ ଆଉ କାଳିଆ କେତେ କଷ୍ଟରେ ଜୀବନ ଜାପାନ କରୁଛନ୍ତି ।କିନ୍ତୁ କେବେ ଭାଙ୍ଗି ପଡ଼ି ନାହାନ୍ତି।ଏ ସମାଜ ଆଙ୍କ ଠାରୁ କିଛି ଶିକ୍ଷା ନିଶ୍ଚିତ ଗ୍ରହଣ କରୁ ।ଏହି ଭଳି ପିଲା ସଭିଙ୍କୁ ମିଳୁ । ( ସମାପ୍ତ)



Rate this content
Log in