Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Saroj Kumar Jena

Inspirational

3  

Saroj Kumar Jena

Inspirational

ଭାଗ୍ୟ ସାଜିଲା ଦାଉ

ଭାଗ୍ୟ ସାଜିଲା ଦାଉ

5 mins
11.5K


           

ପୂଜାର ଆଜି ବାହାଘର । ଭାରି ମନ ଖୁସି ବନ୍ଧୁ ପରିଜନଙ୍କର । ସାଙ୍ଗ ସାଥି ମାନେ ଆସି ପୂଜାକୁ ସଜେଇ ଦେଉଥାନ୍ତି ।

ଏପଟେ ମଙ୍ଗନ ଦିନ ଠାରୁ ଦିଅ ମଙ୍ଗୁଳି ହେଲା ବେଳେ । ବାଡ଼ୁଅ ପାଣି ଗାଧେଇଲା ବେଳୁ ପୂଜା ଆଖିରେ ଲୁହ । ଏପଟେ ସାଙ୍ଗ ମାନେ ପୂଜାକୁ ପଚାରୁଥାନ୍ତି ଆରେ ଆଜି ତୁ କାନ୍ଦୁଛୁ କାହିଁକି ? ଅସଲ କଥା କିନ୍ତୁ ମନରେ ମାରି ରଖିଥାଏ ।


  ଏମିତିରେ ଦିନ ବେଳା ବାହାଘର ହେଉଥାଏ ।ମନ୍ଦିର ବିବାହ । ଏଥି ନିମନ୍ତେ ସମସ୍ତେ ପ୍ରାୟ ବ୍ୟସ୍ତ ଥାନ୍ତି । ସମୟ ପ୍ରାୟ ୧୨.୦୫ ହେବ ମଧ୍ୟାହ୍ନ ।ଠିକ୍ ଏହି ସମୟରେ ବର ଗାଡ଼ି ଆସି ପହଞ୍ଚିଲା ଗୋକୁଳାନନ୍ଦ ମନ୍ଦିର ସମ୍ମୁଖରେ ।

ଝିଅ ପକ୍ଷରୁ ବରକୁ ପାଛୋଟି ନେଲେ ବନ୍ଦା ପନାରୀତି ନିତିରେ ।କିଛି ସମୟ ଗଲା ପରେ ବିବାହ ଉତ୍ସବ ଆରମ୍ଭ ହେଲା । ଧିରେ ଧିରେ କିଛି ଘଣ୍ଟା ମଧ୍ୟରେ ବିବାହ ଉତ୍ସବ ସମାପନ ହେଲା ।


 ସନ୍ଧ୍ୟା ହେଉ ଆସୁଥାଏ ।ମହାନଦୀର ତଟ ଦେଶରେ ପ୍ରଭୁ ଗୋକୁଳାନନ୍ଦ ମନ୍ଦିର । ସ୍ଵୟଂ ଭଗବାନଙ୍କୁ ସାକ୍ଷୀରଖି ବୈଦିକ ନୀତିରେ ପୂଜାର ହାତକୁ ସାତ ଜନ୍ମ ପାଇଁ ନୟାଗଡ଼ ଜିଲ୍ଲାର ପଦ୍ମାବତୀ ଗ୍ରାମର ସୁଶାନ୍ତରାଉତଙ୍କ ସୁପୁତ୍ର ରମେଶ ରାଉତଙ୍କୁ ପୂଜା ବିବାହ କଲା ।

  ଏଥର ବାରିକ ଭାଇ ଗାଡ଼ି ପାଖରୁ ଡାକ ଛାଡ଼ିଲା ସମୟ ଯିବାର ହେଲାଣି ।ସମସ୍ତ ଆସାବପତ୍ର ନେଉଛି ଗାଡ଼ି କୁ ।ଏହା ଶୁଣି ହଠାତ୍ ପୂଜାର ସାନ ବୋଉ ଚେତା ଶୂନ୍ୟ ହୋଇ ପଡିଲେ । ଠିକ୍ ଏହି ସମୟରେ ତାଙ୍କ ପରିବାର ଲୋକ ତାଙ୍କୁ ପାଣି ମାରି ଚେତା କରିଥିଲେ । ବର ପୁଅ ଯାଇ ଗାଡ଼ିରେ ସମ୍ମୁଖରେ ଛିଡ଼ା ହୋଇଥାଏ । ଧିରେ ଧିରେ ପୂଜା ସମସ୍ତଙ୍କୁ ଧରି କାନ୍ଦି ବାକୁ ଲାଗିଥାଏ । ଶେଷରେ ନିଜର ସାନ ବୋଉକୁ ଧରି ପ୍ରବଳ କାନ୍ଦିଲା ବାହୁନି ବାହୁନି ବିଧିର ବିଧାନ କେ କରିବ ଆନ । ଝିଅ ଜନ୍ମ ପର ଘରକୁ ।

ଏତେ ଗର୍ଜନ ଫଟା କାନ୍ଦ ମୁଁ କେବେ ଦେଖି ନଥିଲି ଏମିତି ।

ମୁଁ ଏମିତିରେ ସମସ୍ତଙ୍କୁ ଦେଖୁଥାଏ କିନ୍ତୁ ପୂଜାର ଜନ୍ମ କଲା ପିତା , ମାତା ଙ୍କୁ କାଇଁ ପାଇଲି ନାହିଁ ।ଯଦିଓ ପୂଜାର ସାନ ଭଉଣୀ ଲିଜା ଓ ତାର ସାନ ଭାଇ ଜଗନକୁ ଦେଖୁଥାଏ ।କିନ୍ତୁ ତାର ପିତା ମାତା ପିତା ମାତାଙ୍କୁ ପାଇଲି ନାହିଁ । ହଠାତ୍ ଜଣକୁ ପଚାରିଲି ପୂଜାର ବାପା ,ମା କୁଆଡେ଼ ଗଲେ ।ଜଣେ କହିଲା ସେଇବା ତାର ସାନ ବୋଉ ଆଉ ତାର ଦାଦା ହେଉଛନ୍ତି ।ତାର ପିତା ଓ ମାତା ।ମୁଁ କହିଲି ତୁମେ ଏ କଣ କହୁଚ ।ମୁଁ କିଛି ବୁଝି ପାରୁନି ।


  ଏମିତିରେ ଝିଅ ବିଦା ହେଲା ଶାଶୁ ଘର ଅଭିମୁଖେ ।

ପ୍ରକୃତରହସ୍ୟ କଣ ସଠିକ୍ ଜାଣିବା ପାଇଁ ।ମୁଁ ଏହି କଥା ପୂଜା ମାଉସୀ ଠାରୁ ବୁଝିଲି ।ପ୍ରଥମେ ସେ ମୋତେ ଏହି କଥା ମଙ୍ଗୁ ନଥିଲେ କହିବେ ବୋଲି ।ପରବର୍ତ୍ତୀ ପର୍ଯ୍ୟାୟରେ ମୋତେ ସବୁ କଥା କହିଥିଲେ ।କହିଲେ ଶୁଣ ସମ୍ବିଦ ବାବୁ । ତୁମେ ଏହି କଥା ଶୁଣିଲେ ଭାବ ବିଭୋଳ ହୋଇ ଯିବ । ମୁଁ ସେଠିକି ସେଦିନ ବିବାହ ଉତ୍ସବକୁ ଅତିଥି ହୋଇ ଯାଇଥିଲି । ଧିରେ ଧିରେ ପୂଜା ମାଉସୀ ମୋତେ ସବୁ କଥା ଖୋଲି କହିଲେ ।ମୁଁ ମନ ପ୍ରାଣ ଦେଇ ଏହାକୁ ଶୁଣୁଥାଏ ।


  ସେଦିନ ଥାଏ ଏକ କଳା ଅନ୍ଧାରରରାତି ।କିଛି ଦିନ ପୂର୍ବରୁ ସୁରଟରୁ କାମ ସାରି । ଗାଁ କୁ ଫେରିଥିଲେ ପୂଜାର ବାପା । କିଛି କମ୍ପାନୀର ପି . ଏଫ ପଇସା ଧରି ପାଖା ପାଖି ଦୁଇ ଲକ୍ଷ ଟଙ୍କା ହେବ ।କିନ୍ତୁ କଣ କରିବା ଯାହା କପାଳରେ ଲେଖା ତାହାକୁ ଭୋଗି ବାକୁ ପଡ଼ିବ । ଏମିତିରେ ହଠାତ୍ ଗୋଟିଏ ଦିନ ପୂଜା ବାପାଙ୍କ ଦେହ ପ୍ରବଳ ଖରାପ ହୋଇଗଲା । ତାର ବୋଉ ସୁରଭି ସେତେବେଳକୁ କିଛି ବୁଦ୍ଧି ବାଟ ପାଇଲା ନାହିଁ । କଣ କରିବ । ପୂଜାର ବାପା ନାରାୟଣ ନାୟକ । ଛାତି ଛାତି ବୋଲି କହି ଗଡ଼ି ଯାଉଥାନ୍ତି ।ଠିକ୍ ଏହି ସମୟରେ ତାର ସାନ ବୋଉ କିଛି ଟଙ୍କା ଯୋଗାଡ଼ କରି ପ୍ରଥମେ ନରସିଂହପୁର ମେଡିକାଲ ପରେ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।

 କିନ୍ତୁ କଣ ହେବ କିଛି ସମୟ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେ ଦିନ ପୂଜାର ବୋଉ ସୁରଭି ପ୍ରବଳ ଭାଙ୍ଗି ପଡ଼ିଥିଲା । ସେତେବେଳକୁ ପୂଜା ଚାରି ବର୍ଷର ହୋଇଥାଏ । ତାର ସାନ ଭଉଣୀ ଲିଜା ଦୁଇ ବର୍ଷର ହୋଇଥାଏ ଆଉ ସାନ ଭାଇ ଜଗନ୍ ମାତ୍ର ଏକ ବର୍ଷ ହୋଇଥାଏ । ନିକ ଜନ୍ମ କଲା ପିତା କୁ ହରାଇ ଥାଏ ପୂଜା କିନ୍ତୁ କିଛି ଜାଣି ପାରୁ ନଥାଏ । ଏମିତିରେ ଶୁଦ୍ଧିକ୍ରିୟା ସରିବା ପରେ ।କିଛି ଦିନ ଅଭାବ ଅନାଣ୍ଟନରେ ଚଳିବା ପରେ ଧିରେ ଧିରେ ପିଲା ଗୁଡ଼ିକ ବଡ଼ ହେଲେ ।


  କିନ୍ତୁ ପୂଜାର ମାମୁଁ ସନ୍ତୋଷ ଜାଣିବାକୁ ପାଇଲା ତାର ଭଉଣୀ ସୁରଭି ତାର ଭେଣେଇ ଯେଉଁ ପି .ଏଫ୍ ପଇସା ଆଣିଥିଲେ ସେହି ପଇସା ବ୍ୟାଙ୍କରେ ରଖିଛି । ଦିନେ ଏକ ଚକ୍ରାନ୍ତ ଖେଳେଇ ।ପିଲା ପିଲି ଆଉ ସୁରଭିଙ୍କୁ ନେଇ ନିଜ ଗାଁ ମରଦ ମୁଖକୁ ନେଇଗଲା । ସେତେବେଳକୁ ପୂଜା ଜାଣିବାର ହୋଇଗଲାଣି । ହଠାତ୍ ଗୋଟିଏ ଦିନ ସନ୍ତୋଷ ସୁରଭି ସାଥିରେ ଝଗଡ଼ା ଲଗେଇଲା ।ଏତେ ଦିନ ହେଲା ଏଠି ଆସିରହିଲୁଣୁ ମୋତେ କିଛି ପଇସା ଦେଉନୁ ।ସୁରଭି କହିଲା କେଉଁ ପଇସା ।ସନ୍ତୋଷ କହିଲା ଜାଣିନୁ କେଉଁ ପଇସା । ବ୍ୟାଙ୍କରେ ନେଇ ଦୁଇ ଲକ୍ଷ ଟଙ୍କା ଥୋଇଛୁ ।ମୋତେ କହୁଛୁ କୋଉ ପଇସା ।ସୁରଭି କହିଲା ନାଇ ଭାଇ ଯେଉଁ ପଇସା ଥିଲା ତାହା ତାଙ୍କ ଦେହରେ ମେଡିକାଲରେ ସାରିଚି ଆଉ କିଛି ପଇସା ଥିଲା ଯାହା ପିଲାଙ୍କ ପାଠ ପଢ଼ା ନାନା ଦି ଖର୍ଚ୍ଚରେ ସାରିଛି । ଆଉ ସ୍ୱଳ୍ପ ପଇସା ବଡ଼ ଝିଅ ବଡ଼ ହେଲାଣି ତାର ନାମରେ ବ୍ୟାଙ୍କରେ ରଖିଛି ।ଶେଷରେ ସନ୍ତୋଷ ସୁରଭି କହିଲା ତୁ ଦେବୁ ନା ନାଇଁ କହିଲୁ ।ଏହା ଶୁଣି ସୁରଭି କହିଲା ପୂଜାର ବୋଉ ।ଭାଇ ତୁ ଏ କଣ କହୁଚୁ ।ମୋତେ କାହିଁକି ଧମକୁଛୁ ।ଏତିକି କାହିଁକି କହିଲା ବୋଲି ସୁରଭି କି ମାନେ ପୂଜାର ବୋଉ କୁ ସନ୍ତୋଷ ବାଡ଼େଇ ବାଡ଼େଇ ମାରି ଦେଲା । ବଡ଼େଇଲା ସମୟରେ ବହୁତ ସମସ୍ତଙ୍କୁ ପୂଜାରକ୍ଷା କରିବା ପାଇଁ ଡାକିଛି ।କିନ୍ତୁ ଦାଣ୍ଡ ପଟ କବାଟ ବନ୍ଦ କରିଦେଇଥିଲା ସନ୍ତୋଷ ।କିନ୍ତୁ ପୂଜା ଚାଲାଖ ହୋଇ କାହାରି ଏକ ମୋବାଇଲରୁ ତାର ସାନ ବୋଉ କୁ କଲ୍ କରିଥିଲା କିନ୍ତୁ ସେ ଆସିଲା ବେଳକୁ ତାକୁ ମାରି ସେହି ଅଗଣାରେ ପୋଡ଼ି ଦେଇଥିଲା ବଡ଼ ନୃଶଂସ କାମ କରି ନିଜ ଭଉଣୀକୁ ମାରି ବାକୁ ପଛେଇଲା ନାହିଁ ସନ୍ତୋଷ ।କିନ୍ତୁ ଏହା ଥାନାରେ ଖବର କେହି ଦେଲେ ନାହିଁ ।ଦୁଇ ଝିଅ ଆଉ ଏକ ମାତ୍ର ପୁଅକୁ ଆଣି ସେହି ଦିନ ଠାରୁ ପାଳିତ ମା ହିସାବରେରଖିଲା ପୂଜାର ସାନ ବୋଉ 

ବାସନ୍ତୀ । ଆଜି ଯାଏ ବି କେହି ପୂଜାର ମାମୁଁ ଘର କିମ୍ବା ତାର ମାଉସୀ କୌଣସି ସମ୍ପର୍କୀୟ ପଚାରିଲେ ନାହିଁ । ପୂଜା ମାଆ ଚାଲିଗଲା ପରେ ନିଜର ଦୁଇଟି ପିଲା ସହ ଏହି ତିନି ପିଲାଙ୍କୁ ପାଳନ କରିଥିଲା ପୂଜାର ସାନ ବୋଉ ବାସନ୍ତୀ ।

ଆଜି ସିନା ପିଲଗୁଡ଼ିକ ମାଆ ଛେଉଣ୍ଡ ଏବଂ ବାପା ଛେଉଣ୍ଡ ହୋଇଗଲେ । କେବେବି ମୋ ନାନୀ ତାଙ୍କୁ ସେହି ସ୍ନେହ ମମତାରୁ ଉଣା କରିନି ।ମୁଁ ଏକଥା ସବୁ ଶୁଣି ସାରିଲା ପରେ ମୋ ଆଖିରୁ ଲୁହ ଧାର ଧାର ହୋଇ ବୋହି ଆସିଲା ସତରେ ବହୁତ କଷ୍ଟ ଦାୟକ ଘଟଣା ।କିନ୍ତୁ ପଚାରିଲି ପୂଜା ମାଉସୀ ଙ୍କୁ ବାସନ୍ତୀ ମାନେ ପୂଜାର ସାନ ବୋଉ ତୁମ ବଡ଼ ଭଉଣୀ । ପୂଜା ମାଉସୀ ନିଳୀମା ହଁ କରିଥିଲେ । ହଁ ସେ ମୋ ବଡ଼ ଭଉଣୀ । 


  ଶେଷରେ ରାତ୍ର ବହୁତ ହୋଇ ଆସିଥାଏ ମୁଁ ଘର ବାହୁଡ଼ା ହେଲି କିନ୍ତୁ ତାର ପୂର୍ବରୁ ବାସନ୍ତୀ ଦିଦିଙ୍କୁ ଦେଖା କରି ଆସିଲି କିଛି ଶାନ୍ତ୍ବନା ଦେଲି ମଧ୍ୟ । ଯାଇ ତାଙ୍କ ପାଖରେ ପହଁଚିଲା ବେଳକୁ ଆଖିରୁ ଲୁହ ଝରାଇ କାନ୍ଦୁଥାଆନ୍ତି ।ମୁଁ ବୁଝେଇ କହିଲି କଣ କରିବା ଦିଦି ତୁମ ଭଳି ମା ଏହି ଦୁନିଆରେ ସମସ୍ତଙ୍କୁ ମିଳୁ । କିନ୍ତୁ ଝିଅ ଜନ୍ମ କରିଛେ ଦିନେ ନା ଦିନେ ପର ଘରକୁ ଯିବ । ଆଉ ତୁମର ପଣତର ଛାଇ ତଳେ ସେ ବଡ଼ ହୋଇ ଆଜି ପୂଜା ଶାଶୁଘର ଗଲା । ତାହା ତୁମର ମହାନତା । ମୁଁ ଈଶ୍ୱର ଙ୍କୁ ଡାକୁଛି ପୂଜା କୁ ଭଲରେରକନ୍ତୁ ।ଆଉ ଏହି ସଂସାରରେ ତୁମ ଭଳି ମା ସଭିଙ୍କ ଭାଗ୍ୟରେ ଯୁଟୁ ।ଏତିକି କହି ମୁଁ ତାଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆ ମାରି ଘର ବାହୁଡ଼ା ହେଲି ।

          

   ମନ୍ତବ୍ୟ - ଦୁନିଆରେ ସବୁ ମା ଯଦିଓ ଏମିତି ହେବେ ଆଜି ସମାଜରେ ଏହି ଭଳି କିଛି ନିରୀହ ଅନାଥ ପିଲା ନିଶ୍ଚିତ ତାଙ୍କର ସବୁ ଦୁଃଖକୁ ଭୁଲିଯିବେ ।କିନ୍ତୁ ସମାଜରେ ଯେଉଁଠି ସନ୍ତୋଷ ଭଳି ଭାଇ ମିଳିବେ ।ସେହି ଭଳିଆ ଘଟଣା ଦେଖିଲେ ତୁରନ୍ତ କେସ ଫାଇଲ କରନ୍ତୁ ପୋଲିସ ଥାନାରେ । 

  ରହୁଛି ନମସ୍ତେ ଆଶା କରୁଛି ଏହି ଗଳ୍ପଟି ନିଶ୍ଚିତ ଭଲ ଲାଗିବ ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ । ତଥାପି ଏଥିରେ କିଛି କାଳ୍ପନିକ ମିଶା ଯାଇଛି ।



Rate this content
Log in

More oriya story from Saroj Kumar Jena

Similar oriya story from Inspirational