Saroj Kumar Jena

Others

3  

Saroj Kumar Jena

Others

ଆଶା ଅସୁମାରୀ

ଆଶା ଅସୁମାରୀ

5 mins
204


ଖଟି ଜମିଥାଏ ସେ ଦିନ ମଦନପୁର ଛକରେ । ଅପା ପୁଅ ସହିତ ଶ୍ରୀତମ ବୁଲିବାକୁ ଯାଇଥାଏ ରାମ ଭାଇ ଦୋକାନ ନିକଟକୁ । ବସି ଟିକିଏ କଥା ହେଉ ହେଉ । ରାମ ଭାଇ ପଚାରିଲା ଆରେ ଶ୍ରୀତମ କଣ ବହୁତ ଦିନ ପରେ ଆସିଛ । ହଁ ରାମ ଭାଇ ବହୁତ ଦିନ ପରେ ଆସିଛି । ଗାଆଁରେ ଟିକିଏ ଭଲ ଲାଗିଲା ନାହିଁ ତ । ଏଇ ଏମିତି ଟିକିଏ ବୁଲି ପଳେଇ ଆସିଲି । ଠିକ୍ ଏହି ସମୟରେ ହଠାତ୍ ରାମ ଭାଇ ରହିଗଲେ ।

ଶ୍ରୀତମ ବି ଚାହିଁ ରହିଲା ଆରେ କଣ ହେଲା ।

  ଦେଖିଲା ବେଳକୁ ହାତେ ବହଳର ଓଢଣୀ ପକାଇ ନବ ବଧୂ ଟିଏ ଯାଉଥାଏ ମେଡିକାଲ ଛକ ଆଡ଼େ । ତାକୁ ଦେଖି ରାମ ଭାଇ ରହିଗଲେ । ଶ୍ରୀତମ ପଚାରିଲା ଭାଇ କଣ ଏମିତି ତାଙ୍କୁ ଦେଖି ରହିଗଲେ ଯେ । ରାମ ଭାଇ କହିଲେ ହଁ ସେ ଅନେକ କଥା । ଶୁଣିବ ! ଶ୍ରୀତମ କହିଲା ହଁ ନିଶ୍ଚିତ । ରାମ ଭାଇ କହିଲେ ତାହାଲେ ଟିକିଏ ଅପେକ୍ଷା କର ନିଶ୍ଚିତ କହିବି ।

  କିଛି ସମୟ ଗଲା ପରେ ରାମ ଭାଇ ଶ୍ରୀତମ କହିଲେ ସବୁ କଥା 

ମଦନପୁର ଗ୍ରାମର ଅନେକ ସାହି ମଧ୍ୟରୁ । ପ୍ରମୁଖ କିଛି ସାହି ମଧ୍ୟରୁ ନାରଣପୁର ଏବଂ ଚନ୍ଦନପୁର ଦୁଇ ସାହି ଅନ୍ୟତମ । ତନ୍ମଧ୍ୟରୁ ନାରଣପୁର ସାହିର ଯୁଗଳ ପୁରୋହିତ ଘର । ପରିବାର କହିଲେ ଚାରି ପ୍ରାଣୀ ସ୍ୱାମୀ ,ସ୍ତ୍ରୀ ,ପୁଅ ଏବଂ ଝିଅ । ଝିଅ ଏବେ ଏବେ ସ୍ନାତକ ପାସ୍ କରି କିଛି ବର୍ଷ ଘରେ ରହିଥିଲା । ଯୁଗଳ ଭାରି ଗରିବ ମୂଲ ଲାଗି ପରିବାର ଭରଣ ପୋଷଣ କରେ । ଝିଅ ଆସି ବିବାହ ହେବା ଉପରେ କିନ୍ତୁ ଝିଅ ବାହାଘର କରିବା ପାଇଁ ଯୁଗଳ ପାଖରେ ଅର୍ଥ ନଥାଏ । କିନ୍ତୁ ଏପଟେ ଝିଅ ସୁକୁମାରୀ ପ୍ରେମରେ ବହୁତ ବାଟ ଆଗେଇ ଯାଇଛି । ଏ କଥା କେହି ନ ଜାଣି ନଥିଲେ ଯୁଗଳ ଘରେ । ସମୟ ବହୁତ ଦିନ ବିତିଗଲା । ମନ୍ଦିର କଲେଜ ସବୁଆଡେ ଚର୍ଚ୍ଚା ହେଲା ଯୁଗଳ ଝିଅ ବହୁତ ଶାନ୍ତ ନମ୍ର ଏ କେମିତି ପ୍ରେମରେ ପଡ଼ିଲା କାହା ସହିତ । ଦେଖ ଦେଖ କଥା ଆସି ଦାଣ୍ଡରେ ପଡ଼ିଲା । ଦେଖିଲା ବେଳକୁ ସୁକୁମାରୀ ସବୁ ସତ କଥା କହିଲା ବୋଉକୁ । ଏ ସବୁ ଭିତରେ ଝିଅକୁ ବିବାହ କରିବା ନିମନ୍ତେ ଯୁଗଳ ଅର୍ଥ ଖୋଜୁଥାଏ ସବୁଆଡୁ ଅକ୍ଷମ ହେବା ପରେ । ଏକ ଦିନ ଯୁଗଳ ଅନ୍ୟ ସାହି ଚନ୍ଦନପୁରର ରଘୁ ପୁହାଣ ସହିତ ବସି ଗାଆଁ ଭାଗବତ ଟୁଙ୍ଗିରେ ଟିକିଏ ଗଞ୍ଜେଇ ଭୋଗ ଚାଲିଥାଏ । ଠିକ୍ ଏହି ସମୟରେ ଉଭୟଙ୍କୁ ନିଶା ଚଡ଼ିଲା ପରେ । ଯୁଗଳ ଏବଂ ରଘୁ କଥା ହୋଇଛନ୍ତି । ରଘୁ କହିଲା କଣ କିରେ ଯୁଗଳ ଏମିତି ଆଜି ତୋର ମନଟା ଏତେ ଉଦାସ ଲାଗୁଛି । ସେଠୁ ଯୁଗଳ କହିଲା ସେ କିଛି ନାଇଁ ଏଇ ଏମିତି ଝିଅ ଆସି ମୁଣ୍ଡ ଉପରେ ବିବାହ କେମିତି କରିବି । ବିଲେଇ କପାଳକୁ ଶିଖା ଛିଡ଼ିଲା ଭଳି । ଦଇବ ଯୁଟେଇଛି ଆଣି ମାଛ । ଠିକ୍ ଏହି ସମୟରେ ଯୁଗଳ କହିଲା ଆରେ ତୁ ଯଦିଓ କିଛି ଭାବିବୁନୁ ମୋର ପୁଅ ରିତେଶ ସହିତ ତୋର ଝିଅକୁ ବିବାହ କଲେ କେମିତି ହୁଅନ୍ତା । ଯୁଗଳ ଏହା ଶୁଣି ଆଗ ଆଚମ୍ବିତ ହୋଇଗଲା ହେ ତୁ ଯୁଗଳ ଏ କଣ କହୁଛୁ । ଯୁଗଳ କହିଲା ତୋତେ ସକ୍ ଲାଗିଲା କି ଆରେ ନାଇଁ ନାଇଁ । ମୁଁ ଠିକ୍ କହୁଛି । ଯୁଗଳ କହିଲା ଆରେ ମୁଁ ଶୁଣିଥିଲି ତୋ ପୁଅ ଭଲ ରୋଜଗାର କରୁଛି ହେଲେ ଟିକିଏ ନିଶାଟିଆ । ରଘୁ କହିଲା ତୁ ଠିକ୍ ଜାଣିଛୁ ହେଲେ ପୁଅ ମୋର ଗୋଟେ ବଡ କମ୍ପାନୀରେ ଚାକିରି କରୁଛି ହେଲେ ଆଜିକାଲି ଏହି ନିଶା ନେବା ଏକ ସାଧାରଣ କଥା ହୋଇଗଲାଣି । ଆଉ ଏମିତିରେ ଯଦିଓ ତୋ ଝିଅକୁ ଦେବୁ ମୋତେ ଆମେ ଦୁଇ ସାଙ୍ଗରୁ ଦୁଇ ସମୁଦୀ ହୋଇଯିବା । କଣ କହୁଛୁ ମୋତେ ଭଲ ବୋହୂ ଟିଏ ମିଳିଯିବ ଆଉ ଆମେ ସବୁଦିନ ଏମିତି ଅୟେସ କରି ଚାଲିବା । ପ୍ରଥମେ ଯୁଗଳ କିଛି ଯଦିଓ କହିଲାନି । ଦୁଇ ଦିନ ପରେ ରାଜି ହୋଇଯାଇଥିଲା ।

  ଏପଟେ ହଠାତ୍ ଦିନେ ଯୁଗଳ ଘରେ ଆସି ଦେଖେ କିଛି ମିଠା ସହିତ ଭଲ ମନ୍ଦ ଘରେ ଥୁଆ ହୋଇଛି । ଯୁଗଳ ତାର ସ୍ତ୍ରୀ ବାସନ୍ତୀକୁ ପଚାରିଲା ବାସନ୍ତୀ ଏହା କିଏ ଦେଇଛି କି ? ବାସନ୍ତୀ କହିଲା ଆରେ ତୁମେ ଜାଣିନ କି । ଏହା ପରା ଆମ ସୁକୁମାରୀ ଭାବି ସ୍ୱାମୀ ସନ୍ତୋଷର ଘରେ ପଠାଇଛନ୍ତି । ସେ ଉଭୟ ଉଭୟଙ୍କୁ ଭଲ ପାଉଛନ୍ତି ଆଉ ସନ୍ତୋଷ ବହୁତ ଭଲ ପିଲା ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ଦେଖିବାକୁ ବହୁତ୍ ସୁନ୍ଦର । ଏହି କଥା ଶୁଣି ସାରିଲା ପରେ ଯୁଗଳ ଗୋଟିଏ ଶକ୍ତ ଚଟକଣା ବାଢେଇଲା । ତୁମେ ଏ କଣ କହୁଚ୍ଛ ବାସନ୍ତୀ ତୁମ ମୁଣ୍ଡ ଖରାପ ହୋଇଗଲାଣି କି ! ମୁଁ ସେପଟେ ମୋର ବନ୍ଧୁ ରଘୁକୁ କଥା ଦେଇ ସାରିଛି ସୁକୁମାରୀର ତାର ପୁଅ ସହିତ ବିବାହ କରିବା ନିମନ୍ତେ ହେଲେ ତୁମେ ମୋତେ ନ ଜଣେଇ ଏତେ ବାଟ ଆଗେଇ ଗଲଣି । ହଉ ଠିକ୍ ଅଛି ଆଜି ଏହାର ଗୋଟେ ଫଇସିଲା ହୋଇଯିବ । ଡାକିଲ ସୁକୁମାରୀକୁ । ଝିଅ ସୁକୁମାରୀ କେଉଁଠି ଅଛୁ ଆସିଲୁ ମା । ବାପାଙ୍କ ଡାକ ଶୁଣି ଝିଅ ସୁକୁମାରୀ ଦଉଡ଼ି ଆସିଲା । ଯୁଗଳ ପଚାରିଲେ ଝିଅ ତୋର ବୋଉଠୁ ଯାହା ଶୁଣିଲି ଏହା ସତ । ସୁକୁମାରୀ କହିଲା ହଁ ବାପା ସତ ମୁଁ ସନ୍ତୋଷକୁ ଦୁଇ ବର୍ଷ ହେଲା ଭଲ ପାଇ ବସିଛି ଆଉ ତାକୁ ମୋର ଭାବି ସ୍ୱାମୀ ଭାବେ ଗ୍ରହଣ କରିବା ପାଇଁ ଆମେ ଉଭୟ ସଂକଳ୍ପ କରିଛୁ । ହେଲେ ତୁମେ ଏମିତି କଣ ସବୁ ପଚାରି ଯାଉଛ । ଯୁଗଳ କହିଲା କିଛି ଜାଣିନୁ ନୁହେଁ । ଆଜିଠାରୁ ଏହି ନାଟକ ଏତିକିରେ ବନ୍ଦ ହେଲା । ତୋର ଭାବି ସ୍ୱାମୀ ମୋର ବନ୍ଧୁ ରଘୁର ପୁଅ ରିତେଶ ସହ ହେବ ହେଲା । ଏହା ଶୁଣିଲା ପରେ ବହୁତ କାନ୍ଦିଲା ସୁକୁମାରୀ ଆଉ ଫୋନ୍ ମାଧ୍ୟମରେ ସବୁ କଥା କହିଲା ସନ୍ତୋଷକୁ । ଏପଟେ ତାର ପର ଦିନ ଠାରୁ ସୁକୁମାରୀକୁ ସବୁଆଡେ ରିତେଶ ବୁଲାଇ ନେଲା ଧୀରେ ଧୀରେ ତାର ମନ ପରିବର୍ତ୍ତନ କରିଦେଲା । କଣ କିଛି ମନ୍ତୁରା ପାଣି ପିଆଇ ଦେଲେ ସୁକୁମାରୀକୁ ଯେ ସେ ଆଉ ରିତେଶ ବଦଳେ ସନ୍ତୋଷ ନାମ ଧରିଲେ ବିଗିଡ଼ି ଲା । ଦିନ ପରେ ଦିନ ବିତି ଚାଲିଲା ଗାଆଁ ସାରା ଏହା ହାଲା ହୋଇଗଲା ।ଗୋଟେ ଦିନ ସନ୍ତୋଷ ସୁକୁମାରୀର ବୋଉକୁ ପଚାରିଲା ଏ ସବୁ କଣ ହେଉଛି ସୁକୁମାରୀ ବୋଉ ବି ଶେଷରେ କହିଲା ଆରେ ବାପା ତୁମେ ଯେଉଁ ଆଶା କରିଥିଲ ସେହି ଆଶା ତୁମେ ଛଡେଇ ଦିଅ । ତୁମର ରୋଜଗାର କିଛି ନାହିଁ ଘର ଖଣ୍ଡେ ନାହିଁ ଆମେ କାହିଁକି ଦେବୁ ଆମ ଝିଅକୁ ତୁମ ହାତରେ । ଆଜିଠାରୁ ତାକୁ ଭୁଲି ଯା ! ଏହା ଶୁଣିଲା ପରେ ସନ୍ତୋଷ ଧୀରେ ଧୀରେ ବହୁତ୍ ଭାଙ୍ଗି ପଡ଼ିଲା । ଯେଉଁ ଝିଅ ତାକୁ ନିମିଷକ ପାଇଁ ନ ଦେଖିଲେ ପାଗଳ ହେଇ ଯାଉଥିଲା ସେ ଆଜି ତାର ମୁହଁ ଦେଖିବା ପାଇଁ ଚାହୁଁନି । ଧନ୍ୟ ଧନ୍ୟରେ ଯୁଗ । ସମୟ ଆସି ଉପନୀତ ହେଲା ବିବାହର ସନ୍ତୋଷ କିନ୍ତୁ ସମସ୍ତଙ୍କ ଠାରୁ ନାନା କଥା ଶୁଣୁଥାଏ ଯାହା ବହୁତ୍ ଖରାପ କଥା ଅର୍ଥାତ ଅର୍ଥ ପାଇଁ ଗୋଟେ ଝିଅକୁ ଅନ୍ୟତ୍ର ଗୋଟେ ମଦୁଆ ହାତରେ ଟେକି ଦେବାକୁ ଯାଉଛନ୍ତି । ନିଜର ଖୁସି ଆଗରେ ଗୋଟେ ଝିଅର ଜୀବନକୁ ମାଟି କରିଦେଲେ । କରିଦେଲେ କଣ ଆସନ୍ତା ଦୁଇ ଦିନ ପରେ ବାହାଘର ଏହା ଦେଖି ସନ୍ତୋଷ ସହି ପାରୁ ନଥାଏ । ସବୁ ଜାଣି ଚୁପ୍ ରହିବା ବ୍ୟତୀତ କୌଣସି ବାଟ ନଥାଏ ସନ୍ତୋଷ ପାଖରେ । ଶେଷରେ ବିବାହ ସମ୍ପନ୍ନ ହେଲା । ଆଉ ସବୁଦିନର ଆଶା ଆଶାରେ ସନ୍ତୋଷର ରହିଗଲା । ଏପଟେ ସୁକୁମାରୀ ବୋହୂ ସାଜି ଆଉ କାହାର ପତ୍ନୀ । ପୁରୁଣା ପ୍ରେମିକକୁ ଦେଖିଲେ ନ ଚିହ୍ନିଲା ଭଳି ହେବା ସହିତ । ତାର ମୁଖକୁ ବି ଚାହୁଁ ନାହିଁ ।

 ଏବେ ଶ୍ରୀତମକୁ ରାମ ଭାଇ କହିଲେ କିଛି ବୁଝି ପାରିଲ ଶ୍ରୀତମ ଏଇ ସେହି ଝିଅ ମାତ୍ର କିଛି ମୁହୂର୍ତ୍ତରେ ସବୁ ପରିବର୍ତ୍ତନ ଏଇ ଝିଅ ଗାଆଁର ସବୁଠୁ ଭଦ୍ର ପିଲା ଥିଲା ସେ ଆଜି ଏଇ ଦେଖ ମେଡିକାଲ ଅଭିମୁଖେ ଆସିଥିଲା ପରୀକ୍ଷା ନିମନ୍ତେ ଖବର ପାଇଲୁ ସେ ଏବେ ଗର୍ଭବତୀ । ତାହାଲେ କହିଲ ଶ୍ରୀତମ ସନ୍ତୋଷର ଆଶା ଆଶାରେ ରହିଗଲା । ମାନେ ଏଠି ଆଶା ଅସୁମାରୀ ସଦୃଶ । 

ବି.ଦ୍ର.- ଏହା ଏକ କାଳ୍ପନିକ ଗଳ୍ପ । ଯଦିଓ କାହା ସହିତ ସାମଞ୍ଜସ୍ୟ ରହିଥାଏ ଦୟାକରି କ୍ଷମା କରିବ କାହାର ମନକୁ ଆଘାତ ଦେବା ଆମ ଉଦ୍ଦେଶ୍ୟ ନୁହେଁ । 



Rate this content
Log in