Saroj Kumar Jena

Crime

3  

Saroj Kumar Jena

Crime

ମଣିଷ ଦେଖିଲେ ଲାଗୁଛି ଡର

ମଣିଷ ଦେଖିଲେ ଲାଗୁଛି ଡର

6 mins
198


      ଆନନ୍ଦପୁର ଗଡ଼ ଶାସନ ଏକ ଜମିଦାରୀ ଗାଆଁ । ଭାରି ଶୃଙ୍ଖଳିତ ଗ୍ରାମ ଭାବରେ ଏହି ଲୋକମାନଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗ୍ରାମରେ ଭାରି ନୃଶଂସ ଭାବେ ଜଣେ ଉଭା ହୋଇ ଉଠିଥିଲେ ।


  ସମୟାନୁକ୍ରମେ ଆନନ୍ଦପୁର ଗ୍ରାମରେ କାହିଁ କେଉଁ କାଳରୁ ତଥା ଜେଜେ ବାପା ଅମଳରୁ ମୁକୁନ୍ଦ ହରିଚନ୍ଦନ ଜଣେ ଜମିଦାରୀ ଭାବେ ତାଙ୍କ ଗ୍ରାମରେ ଖ୍ୟାତି ରହି ଆସିଥିଲା ଯାହାଙ୍କୁ ଆଖପାଖ ଗ୍ରାମର ଲୋକ ସମ୍ମାନ ଦେଇ ଆସନ୍ତି ଏବଂ ନାନା ମାଲିମକଦ୍ଦମାରେ ତାଙ୍କ ଉପସ୍ଥିତି ପ୍ରାୟ ପରିଲକ୍ଷିତ ଦେଖିବାକୁ ମିଳେ । ବିଭିନ୍ନ ଲୋକଙ୍କ ସୁବିଧା ଅସୁବିଧାରେ ଛିଡ଼ା ହେଉଥିଲେ । ଯାହା ପାଇଁ ତାଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି । 


  କାଳକ୍ରମେ ତାଙ୍କ ପୁଅ ସତ୍ୟ ହରିଚନ୍ଦନର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଯାହା ମୁକୁନ୍ଦ ହରିଚନ୍ଦନ ନାତି ଥିଲା । ଯାହାଙ୍କ ନାମ ଥିଲା କାଳୀପ୍ରସାଦ ହରିଚନ୍ଦନ । ସେ ଜନ୍ମ ହେଲା ପରେ ସମସ୍ତେ ଘରେ ଭାବି ଥିଲେ ଘର ପାଇଁ ଜଣେ ପୁତ୍ର ଭାବେ ଭଲ ସୁନାମ ଅର୍ଜନ କରିବ କିନ୍ତୁ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଓଲଟା ତାଙ୍କଠି ଦେଖିବାକୁ ମିଳିଥିଲା ।


  କାଳକ୍ରମେ କାଳୀପ୍ରସାଦ ବଡ଼ ହେବାକୁ ଲାଗିଲେ ଏବଂ ତାଙ୍କ ପରିବାର ତାଙ୍କୁ ସୁଦୂର ଦିଲ୍ଲୀ ପାଠ ପଢ଼େଇବାକୁ ପଠେଇ ଦେଇଥିଲେ । ସେଠାରୁ ଦୀର୍ଘ ପଚିଶି ବର୍ଷ ପରେ ସେ ପାଠ ପଢା ସାରି ଗ୍ରାମକୁ ଫେରିଲେ । ସେତେବେଳକୁ ତାଙ୍କୁ ହୋଇଥାଏ ତିରିଶି ବର୍ଷ । ବାହାର ପରିବେଶରେ ଯିଏ ବଡ଼ ହୋଇ ଆସିଛନ୍ତି ନିଶ୍ଚିତ ଗ୍ରାମ ପରିବେଶ ଠାରୁ କିଛି ନିଆରା ନିଶ୍ଚିତ ପରିଲକ୍ଷିତ ହେବ । ଏହାକୁ ପାଥେୟ କରି କାଳୀପ୍ରସାଦ ତାଙ୍କ ନିଜ ପରିବାରର ଜମିଦାର ପଦ ଗ୍ରହଣ କଲେ । ଆଉ ନିଜ ଜମି ଯେଉଁମାନେ ସବୁ ଭାଗୁଆ ଧରି ଭୋଗ କରୁଥିଲେ ତାଙ୍କ ମାନଙ୍କ ଉପରେ ଜୁଲୁମ କରିବା ଆରମ୍ଭ କରିଦେଲେ ।


  ସମୟ କ୍ରମେ ସେ ନିଜ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଛିଡ଼ା ହେଲେ । କିନ୍ତୁ ତାଙ୍କ ବିରୋଧୀ ଭାବେ ସୁଦାମ ସାମନ୍ତ ଛିଡ଼ା ହୋଇଥିଲା । ଏମିତି କିଛି ଦିନ ନିର୍ବାଚନ ପ୍ରଚାର ଚାଲିଥିଲା ଏବଂ ଏହି ସମୟ ମଧ୍ୟରେ ନିଜର ବାହୁ ବଳ ଏବଂ ଅର୍ଥ ବଳ ମାଧ୍ୟମରେ ନିର୍ବାଚନକୁ ବିଜୟ ହାସଲ କରିନେଇଥିଲେ କିନ୍ତୁ ଏହା ପରଠାରୁ ଆରମ୍ଭ ହୋଇଥିଲା ଅସଲ କାଳୀପ୍ରସାଦର ଭୂମିକା । କାଳକ୍ରମେ ତାରି ବିରୋଧରେ ଯେଉଁମାନେ ସବୁ ଭୋଟ ଦେଇଥିଲେ ସେ ସେମାନଙ୍କୁ ପ୍ରଚୁର ସଜ୍ଜା ଦେବା ଆରମ୍ଭ କରିଦେଲା ଛଳ ମାଧ୍ୟମରେ ସମସ୍ତ ଜମିର ଧାନ ସବୁ ରାତା ରାତି ଲୋକ ଲଗେଇ କାଟି ଆଣେ ତତ୍ ସହିତ ଲୋକଙ୍କ ଠାରୁ ଖଜଣା ପଇସା ସବୁ ସରକାରଙ୍କୁ ନ ଦେଇ ଏହାକୁ ନିଜେ ହରମ ଚାଲାଣ କରି ନିଜ ସୌକିନୀ ମେଣ୍ଟାଇ ଚାଲୁଥିଲେ ।


  ହଠାତ୍ ରାଜସ୍ୱ ବିଭାଗର ନିରୀକ୍ଷକ ଅଧିକାରୀ ଆସି ଏହା ଲୋକମାନଙ୍କୁ ପଚାରିବାରୁ ଲୋକମାନେ କହିଥିଲେ ଆମ ଠାରୁ ସରପଞ୍ଚ କାଳୀପ୍ରସାଦ ବାବୁ ସବୁ ଖଜଣା ନେଇଛନ୍ତି । କିନ୍ତୁ ବାବୁ ଜଣକ ଲୋକଙ୍କୁ କହିଥିଲେ ସେ ଏହାକୁ କାଇଁ ସରକାରଙ୍କୁ ପ୍ରଦାନ କରିନାହାନ୍ତି ତ ! ଏହା ଶୁଣି ଲୋକମାନେ ଆଚମ୍ବିତ ହୋଇଥିଲେ । ତତକ୍ଷଣାତ ଯାଇ ରାଜସ୍ୱ ନିରୀକ୍ଷକ ବାବୁ କାଳୀପ୍ରସାଦ ବାବୁଙ୍କୁ ଏହି ସବୁ ପଚାରିବାରୁ ତାଙ୍କୁ ମାଡ଼ ମାରି ବିତାଡ଼ିତ କଲେ ଆତ୍ମ ବିକଳରେ ସେ ସେଠାରୁ ଭାଗି ଚାଲିଗଲେ । ସମୟ କ୍ରମେ ଏହା ସବୁ ବୁଝି କାଳୀପ୍ରସାଦ ଲୋକଙ୍କୁ ବହୁତ ହଇରାଣ କରି ଚାଲିଲେ । ଏମିତିରେ ଗାଁର ମା ଭଉଣୀ ଏବଂ ଝିଅ ବୋହୂଙ୍କୁ ବହୁତ ଅଶ୍ଳୀଳ ବ୍ୟବହାର ଦେଖେଇବାକୁ ବି ପଛାଉ ନଥିଲା ।


   ଏକଦା ଦିନେ ତାର ସବୁ ଏହି ଅତ୍ୟାଚାର ବନ୍ଦ କରିବା ପାଇଁ ସୁଦାମ ସାମନ୍ତ ଲୋକମାନଙ୍କୁ ଏକାଠି କରି ସବୁ ଏକ ଶପଥ କଲେ । କିନ୍ତୁ ଏହି କଥା ତାର ଗୁପ୍ତ ଭାବେ ଯାଇ କାଳୀପ୍ରସାଦ ପାଖରେ ପହଁଚିଗଲା । ଏହା ଶୁଣି କାଳୀପ୍ରସାଦ ରାଗରେ ଲୋକ ଲଗାଇ ସୁଦାମର ଦୁଇ ଏକର ଜମିରେ ଧାନ କ୍ଷେତରେ ନିଆଁ ଲଗାଇ ଦେଇଥିଲା । ଆଉ ରାତିରେ ସୁଦାମ ସୋଇଥିବା ଅବସ୍ଥାରେ ତାଙ୍କ ଘରେ ବି ନିଆଁ ଲଗେଇ ଦେଇଥିଲା । ଆଖି ପିଛୁଳାରେ ସୁଦାମର ସବୁ ଛାର ଖାର ହୋଇ ଯାଇଥିଲା । ସେଦିନ କିନ୍ତୁ ଆଉ ଯାହା ଘଟିଥିଲା ଆପଣମାନେ ଶୁଣିଲେ ଆପଣ ମଣିଷ ଭାବେ ଏହାକୁ ବହୁତ ଘୃଣା କରିବେ । 


  ଅସଲ କଥାଟି ହେଉଛି ସେଦିନ ସୁଦାମର ବାପା ମାଆ ଅର୍ଦ୍ଧ ଦଗ୍ଧ ଶରୀର ହୋଇ ଯାଇଥିଲା ତୁରନ୍ତ ଉଭୟଙ୍କୁ ମେଡ଼ିକାଲ ନେଇ ଗଲାବେଳେ ଉଭୟ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏପଟେ ଆସି ଗାଆଁକୁ ଫେରେତ କାଳୀପ୍ରସାଦ ସରପଞ୍ଚର ଭଦ୍ର ମୁଖା ପିନ୍ଧା ଧାରୀ ସେହି ଲୋକ ତଳେ ଗୋଟିଏ ଅସଲ ଅସୁର ପଣିଆ ଲୁଚିଥିଲା ବୋଲି ସେ ଜାଣି ପାରି ନଥିଲା । ସେଦିନ କିନ୍ତୁ କାଳୀପ୍ରସାଦ ବହୁତ ମିଛ ସାନ୍ତ୍ୱନା ଦେଇଥିଲା ସୁଦାମକୁ । ଏମିତିରେ ଶବ ସତ୍କାର କରିଥିଲା ସୁଦାମ । ଅନଉ ଅନଉ ସବୁ ସରି ଯାଇଥିଲା । ଏପଟେ ନିଜ ଭାଇକୁ ଦୁଃଖର ଲୁହ ପୋଛି ଦେଉଥାଏ କୁମୁଦୁନୀ । ସୁଦାମକୁ ବୁଝାଉ ଥାଏ ଏହି ଦୁଃଖ ଆମ ଭାଗ୍ୟରେ ଥିଲା । କପାଳ ଲିଖନ କେ କରିବ ଆନ । କିନ୍ତୁ ସୁଦାମ ଏ ସବୁକୁ ହୃଦୟଗମ୍ କରି ପାରୁନଥାଏ । ସେ ତାର ଭଉଣୀକୁ ବୁଝାଇ କହିଲା ଶୁଣୁ କୁମୁଦିନୀ ଏହା ଆମ ଉପରେ ଏକ ସମୂର୍ଣ୍ଣ ଚକ୍ରାନ୍ତ ହୋଇଛି ଦିନ ଆସିବ ଏହାର ପର୍ଦ୍ଦାଫାଶ ହେବ । 


  ଏମିତିରେ କିଛି ଦିନ ବିତିଗଲା ଆଉ ଗୋଟିଏ ଦିନ କୁମୁଦିନୀ ପଞ୍ଚାୟତ କାର୍ଯ୍ୟାଳୟ ଯାଇଥିଲା ସେଠି ସେ କାଳୀପ୍ରସାଦ ବାବୁଙ୍କୁ କହିଲା ଆଜ୍ଞା ଆମର ତ ଘର ପୋଡିରେ ଘର ଦୁଇ ବଖରା ପୋଡ଼ି ଯାଇଛି ଆପଣ ଆମ ପାଇଁ ଗୋଟିଏ ଇନ୍ଦିରା ଆବାସ କରିଦିଅ । ଏହା ଶୁଣି କାଳୀପ୍ରସାଦ କହିଲା ସବୁ କରିଦେବି କୁମୁଦିନୀ ତୁ ଜମାରୁ ବ୍ୟସ୍ତ ହୁଅନି । କିନ୍ତୁ ଆଗ ତୋ ଭାଇକୁ କହ ସେ ମୋ ବିରୋଧରେ ଯେଉଁ ସବୁ କାର୍ଯ୍ୟ କରୁଛି ତାକୁ କହ ଏ ସବୁ ବନ୍ଦ କରୁ । ଏହା ଶୁଣି କୁମୁଦିନୀ କହିଲା ତୁମେ ଏ ସବୁ କଣ କହିଦେଇ ଯାଉଛ । ଏହା ପରେ କାଳୀପ୍ରସାଦ କହିଲା ହଁ ମୁଁ ସତ କହୁଛି । ସେଦିନ ତୁମ ଘରେ ମୁଁ ଲୋକ ଲଗେଇ ନିଆଁ ଲଗେଇ ଦେଇଥିଲି ଆଉ ତୁମ କ୍ଷେତରେ ମଧ୍ୟ । ଏହା ଶୁଣି କୁମୁଦିନୀ କହିଲା ତୁମେ ଏଡ଼େ ନିଷ୍ଠୁର କେମିତି ହେଲ ବାବୁ । ମୁଁ ଏହି ସବୁ କଥା ପୋଲିସ ଆଗରେ କହି ଦେବି । ଏହା ପରେ କାଳୀପ୍ରସାଦ କହିଲା ଯଦିଓ ତୁ ଏହି କଥା କାହା ଆଗରେ କହୁ ତୋ ଅବସ୍ଥା ମୁଁ ଏମିତି କରିବି ଯାହା ତୁ କେବେ କାହାକୁ ଅଜାଗା ଦେଖେଇ ପାରିବୁ ନାହିଁ କି କହି ପାରିବୁ ନାହିଁ । ଏହା ଶୁଣି କୁମୁଦିନୀ କହିଲା ମୁଁ ଏବେ ଯାଇ ପୋଲିସକୁ ଏହି ସବୁ କହୁଛି । 


  ଏହା ପରେ କାଳୀପ୍ରସାଦ ଉତ୍ତ୍ୟକ୍ତ ହୋଇ ତାକୁ ଦୁଷ୍କର୍ମ କରି ଜୀବନରୁ ମାରି ଦେଇଥିଲା । କିନ୍ତୁ ଏହି ସବୁ ଗୋଟିଏ କଣରେ ଗାଆଁର ଜଣେ ଲୋକ ଦେଖି ଦେଇଥିଲା । କିନ୍ତୁ ମାରିବା ପୂର୍ବରୁ କାଳୀପ୍ରସାଦ ଡରାଇ ଧମକାଇ ଗୋଟିଏ କାଗଜରେ ମିଛ ଲେଖି କୁମୁଦିନୀର ଦସ୍ତଖତ କରି ନେଇଥିଲା ଯେଉଁଥିରେ ଉଲ୍ଲେଖ ଥିଲା ମୋ ଭାଇ ସୁଦାମ ମୋତେ ଦୁଷ୍କର୍ମ କରି ଜୀବନରୁ ମୋତେ ମାରି ଦେଇଛି । ଏହି କାଗଜଟିକୁ ରଖି ତାକୁ ତୁରନ୍ତ ଗୋଟିଏ ଗଛରେ ଟାଙ୍ଗି ଦେଇଥିଲା । ପରେ ପରେ ପୋଲିସକୁ ଫୋନ କରି ଦେଇଥିଲା କାଳୀପ୍ରସାଦ ଆଜ୍ଞା ଆମ ଗ୍ରାମରେ ଏକ ମୃତ୍ୟୁ କେଶ୍ ହୋଇଛି ଆପଣ ଶୀଘ୍ର ଆସନ୍ତୁ । ଏହାକୁ ଭିତ୍ତି କରି ତୁରନ୍ତ ପୋଲିସ ଆସିଥିଲା ସେହି କାଗଜଟିକୁ ଦେଖି ତୁରନ୍ତ ପୋଲିସ ସୁଦାମକୁ ଗିରଫ କରି ନେଇଥିଲା ଏବଂ ଜେଲକୁ ପଠେଇ ଦେଇଥିଲା । 

  କିନ୍ତୁ ଏହି କଥା ସେଦିନ ଗ୍ରାମର ରୋସନ ବାରିକ ଦେଖି ଦେଇଥିଲା । ତାକୁ କିନ୍ତୁ ଏ ସବୁ ରାତିରେ ଘୁରେଇ ସୁରେଇ ହେଉଥିଲା । ଶେଷରେ ଏହି କଥା ସେ ଗାଆଁ ଲୋକଙ୍କୁ କହି ଦେଇଥିଲା ଏବଂ ରୋସନ ବାରିକ କହିଥିଲା ଆଜ୍ଞା ଗୋଟିଏ କଥା କହିବି କାହାକୁ ଦେଖିଲେ ଆମକୁ ଡର ଲାଗୁଛି ସେ ଆଉ କେହି ନୁହେଁ ସେ ଆମ ଗାଁରେ ଅଛି ଏହା ଶୁଣି ଗ୍ରାମ ଲୋକ କହିଲେ ଆରେ ଏମିତି କଣ ପାଗଳ ଭଳି ଗଫୁଛୁ । ଏହା ପରେ ରୋସନ ବାରିକ କହିଲା ହଁ ଆଜ୍ଞା ଆଜି ମୋତେ ମଣିଷ ଦେଖିଲେ ଲାଗୁଛି ଡର । ଏହା ପରେ ସବୁ ଅସଲ କଥା ଖୋଲି କହିଲା ଗାଆଁ ଲୋକଙ୍କୁ ।ଯାହା ପାଇଁ ଆଜି ସୁଦାମ ପରିବାର ଲୋକ ଏତେ ହିନିଅବସ୍ତା ହେଲେ ସବୁରି ମୂଳରେ ସେହି କାଳୀପ୍ରସାଦ ହରିଚନ୍ଦନ ଦାଇ ଏହା ଶୁଣି ଲୋକେ କହିଲେ ତୁ ଏକଣ କହି ଦେଇ ଯାଉଛୁ ରୋସନ ବାରିକ । ଏହା ପରେ ରୋସନ କହିଲା ହଁ ମୁଁ ମୋ ରାଣ ଖାଇ କହୁଛି । ଏହା ଏକଦମ୍ ସତ କଥା ସେ କାଳୀପ୍ରସାଦ କୁମୁଦିନୀକୁ ଦୁଷ୍କର୍ମ କରି ମାରିଛି ଆଉ ସୁଦାମ ଘରେ ଆଉ କ୍ଷେତରେ ନିଆଁ ଲଗେଇ ଦେଇଥିଲା । ସବୁ କଥା ଶୁଣିଲା ପରେ ଗାଁ ଲୋକ ଉତ୍ତ୍ୟକ୍ତ ହୋଇ ଉଠିଲେ ଆଉ ଯାଇ କୋର୍ଟ ପରିସରେ ବିଚାରପତିଙ୍କୁ କହିଲେ ସବୁ କଥା ଆଉ କହିଲେ ଏହି କେଶର ପୁନଶ୍ଚ ତଦନ୍ତ ହେଉ । ସବୁ ଲୋକଙ୍କ କଥା ଶୁଣି ପରବର୍ତ୍ତୀ ପର୍ଯ୍ୟାୟରେ ସାକ୍ଷୀ ପ୍ରମାଣକୁ ଭିତ୍ତି କରି କାଳୀପ୍ରସାଦ ହରିଚନ୍ଦନକୁ ପୋଲିସ ଗିରଫ କରି ଜେଲ ପଠେଇ ଥିଲା । 


  କିନ୍ତୁ ସେଦିନ ଜେଲ୍ ଗଲା ବେଳେ ସୁଦାମ ନିର୍ଦ୍ଦୋଷ ଭାବେ ଗାଆଁକୁ ଫେରି ଆସିଥିଲା ଆଉ କାଳୀପ୍ରସାଦକୁ ଦେଖି କହିଥିଲ ଆଜ୍ଞାମାନେ ଆଜି ମୋତେ ଏହି ଭଳି ଲୋକ ପାଇଁ ମଣିଷ ଦେଖିଲେ ଲାଗୁଛି ଡର । ଏହା ଶୁଣି ଆନନ୍ଦପୁର ଗଡ଼ ଶାସନର ଲୋକ ମଧ୍ୟ କହିଥିଲେ ତୁ ଠିକ୍ କହିଚୁ ସୁଦାମ ଖାଲି ତୋତେ ନୁହେଁ ଆମକୁ ମଧ୍ୟ ଏହି ଭଳି ଭଦ୍ର ମୁଖା ପିନ୍ଧା ଲୋକ ଯିଏ ଅନ୍ୟାୟ ଦୁର୍ନୀତିରେ ଜଡ଼ିତ ସେହି ଭଳି ଲୋକ ସମାଜରେ ବଢ଼ି ଚାଲିଛନ୍ତି । ଏହି ଭଳି ମଣିଷକୁ ଦେଖିଲେ ଲାଗୁଛି ଡର । ଯଦିଓ ଆଜି ରୋସନ ବାରିକି ଏହି କଥା ନ ଦେଖିଥାନ୍ତା ବିନା କାରଣରେ ସୁଦାମ ସଜ୍ଜା ଭୋଗିଥାନ୍ତା 

ଆଉ ଲୋକ ନିନ୍ଦା ବି ଶୁଣିଥାନ୍ତା । ସତରେ ଏହି ଭଳି ଏହି ସମାଜରେ କେତେଯେ କାଳୀପ୍ରସାଦ ଘୁରି ବୁଲୁଛନ୍ତି । ଯାହାଙ୍କ ପାଇଁ ବିନାକାରଣରେ କେତେ ଯେ ନିରୀହ ଆଜି ଜେଲ୍ ପରିସରରେ ସଜ୍ଜା ଭୋଗୁଛନ୍ତି । ତେଣୁ ବେଳ ଥାଉ ସମସ୍ତେ ଏହା ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ( ସମାପ୍ତ )

 

..................................................

ଏହା ଏକଦମ୍ ଭାବେ କାଳ୍ପନିକ ଗଳ୍ପଟିଏ ।ଏଥିରେ ଯେଉଁ ଚରିତ୍ର ଉଲ୍ଲେଖ କରାଯାଇଛି ତାହାବି ବାସ୍ତବରେ ପୁରା କାଳ୍ପନିକ ।ଏଣୁ ଏହା କାହାର ବାସ୍ତବ ଜୀବନ ଉପରେ ଆଧାରିତ ନୁହେଁ । ଯଦିଓ ସମାଜରେ ଏହା ଖାପ ଖୁଆଏ ଦୟାକରି ଆମକୁ କ୍ଷମା ଦେବେ । ଏହା ଏକ କାଳ୍ପନିକ ଉପରେ ଆଧାରିତ । ରହୁଛୁ ତୃଟି ଥିଲେ କ୍ଷମା ପ୍ରାର୍ଥନା ଚାହୁଁଛୁ । ଧନ୍ୟବାଦ ,ଜୟ ଶିବ ଶମ୍ଭୁ , ଜୟ ମାଆ ଭଟ୍ଟାରିକା 



Rate this content
Log in

Similar oriya story from Crime